ଆଜି, ୧୬-୦୪-୨୦୧୯ରେ ଦିଲ୍ଲୀର ସିଆଇଏସ ଅଫିସରେ ଉଇକିପିଡ଼ିଆ ବ୍ରାଣ୍ତ ନାମ ବାବଦରେ ଗୋଟିଏ ସଭା ହୋଇଥିଲା । ଏଥିରେ ଇଜ୍ପ୍ଟରୁ ସମୀର, ଯିଏକି ଏ ବାବଦରେ ଭାରତରେ ସଭା କରି ଉଇକିଆଳିଙ୍କର ପ୍ରତିକ୍ରିୟା ଜାଣିବାପାଇଁ ଭାରତ ଆସିଛନ୍ତି । ସିଏ ଗୋଟିଏ ପ୍ରେଜେଣ୍ଟେସନ ଦେଇଥିଲେ ଉଇକିମେଡ଼ିଆ ଓ ଉଇକିପିଡ଼ିଆ ବ୍ରାଣ୍ତ ନାମ ବାବଦରେ । ଯେମିତିକି ଗୁଗଲର ଅନେକ ଗୁଡ଼ିଏ ପ୍ରକଳ୍ପ ରହିଛି କିନ୍ତୁ ଗୁଗଲ କହିଲେ ଗୋଟିଏ ଲୋଗୋରୁ ଲୋକ ଜାଣିପାରିବେ । ସେଠାରୁ ୟୁଟ୍ୟୁବ, ଗୁଗଲ ଆର୍ତ୍ତ, ଇତ୍ୟାଦି । ସେ ଜାଣିବାକୁ ଚାହୁଁଥିଲେ ଯେ ଉଇକିମିଡ଼ିଆ ନାମ ରହିବା ଦରକାର ନା ଆମେ ତାକୁ ବଦଳାଇ ଉଇକିପିଡ଼ିଆ କରିବା । ଏଥିରେ ଉଇକିଆଳିଙ୍କ ପ୍ରତିକ୍ରିୟା କଣ? କିଛିଜଣ କହିଲେ ବ୍ରାଣ୍ତନାମ ବଦଳାଇବା ଆବଶ୍ୟକ ନାହିଁ ଏହି ନାମରେ ହିଁ ଆମକୁ ଆଗକୁ ବଢ଼ିବା ଉଚିତ । କିଛି କହିଲେ ନାମ ବଦଳାଇ ଉଇକିପିଡ଼ିଆ ନାମ ଓ ଲୋଗୋ ରଖିବା ଉଚିତ ଯେହେତୁ ସମସ୍ତେ ଉଇକିପିଡ଼ିଆ ବାବଦରେ ଜାଣନ୍ତି ଏବଂ ଯଦି ସମ୍ଭବ ଅନ୍ୟ ପ୍ରକଳ୍ପ ଗୁଡ଼ିକର ଲୋଗୋ ବଦଳାଇ ପାରିବା ଯେମିତିକି ଉଇକିପାଠାଗାରରେ ଲୋଗୋ ଦେଖିଲେ ଜାଣିହେଉନି ସେଇଟା ଗୋଟିଏ ବହିଗୁଡ଼ିକର ରିପୋଜିଟୋରିକୁ ବୁଝାଉଛି ।
ସମୀର ଗୋଟିଏ ଉଦାହରଣ ଦେଇଥିଲେ ଉଇକିପିଡ଼ିଆର ଗୋଟିଏ ଆଲୋଚନା ସଭାରେ ଜଣକୁ ବିଦେଶକୁ ଯିବାର ଆମନ୍ତ୍ରଣ ଥିଲା କିନ୍ତୁ ଭିସା ଅଫିସରେ ସିଏ ଉଇକିମିଡ଼ିଆର ପତ୍ର ଦେଖାଇଥିବାରୁ ଭିସା ଅଫିସରେ ମିଡ଼ିଆ ଦେଖି ଭାବିଲେ ସିଏ କିଛି ପତ୍ରକାର ସମ୍ୱଧିତ ଭାବି ତାଙ୍କୁ ଭିସା ମିଳିନଥିଲା ।
ସାଧାରଣ ଲୋକମାନଙ୍କୁ ଉଇକିପିଡ଼ିଆରେ ବିଷୟରେ କିଛି ଜଣାଇବାକୁ ହେଲେ ଲୋକମାନେ ବୁଝିପାରନ୍ତି, ଯେହେତୁ ଉଇକିପିଡ଼ିଆ ବାବଦରେ ଲୋକ ଜାଣନ୍ତି କିନ୍ତୁ ଉଇକିମିଡ଼ିଆ ବାବଦରେ ପ୍ରାୟ ଲୋକ ଜାଣିନାହାନ୍ତି । କାହାକୁ ଆମକୁ ଉଇକିମିଡ଼ିଆ ବାବଦରେ ଜଣାଇବାକୁ ହେଲେ କହିବାକୁ ପଡ଼ୁଛି ଏଇଟା ଉଇକିପିଡ଼ିଆର ଗୋଟିଏ ପ୍ରୋଜେକ୍ଟ ଯେଉଁଥିଲେ ଫୋଟ ଓ ମିଡ଼ିଆଫାଇଲ ଥାଏ, ଉଦାହରଣ ହେଲା ଉଇକି କମନସ୍ । ତେଣୁ ଲୋକ ଟିକିଏ ଦ୍ୱିଧାରେ ପଡ଼ନ୍ତି । କିନ୍ତୁ ଏହା ଉଇକିଆଳିଙ୍କୁ ଜାଣିବାରେ ସହଜ ହୋଇଥାଇପାରେ ଯେହେତୁ ସେମାନେ ଉଇକିର ସବୁ ପ୍ରକଳ୍ପ ବାବଦରେ ଅବଗତ ଥାଆନ୍ତି ।
ଏଥିରେ ଓଡ଼ିଆ ଉଇକିପିଡ଼ିଆରୁ ମୁଁ, ରବି ମହାନ୍ତି ଓ ମୋ ଝିଅ ଶିପ୍ରା ସଡ଼ଙ୍ଗୀ ଭାଗ ନେଇଥିଲୁ । ବଙ୍ଗାଳୀ ଉଇକିରୁ ସୁମିତା, ପଞ୍ଜାବୀରୁ ରୂପିକା ଓ ଗୌରବ, କନ୍ନଡ଼ରୁ ଗୋପାଳ ଭାଗନେଇଥିଲେ ।