Topic on ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିମିଡ଼ିଆ ସମିଟ ୨୦୧୯ର ଅନୁଭୁତି

9
Jnanaranjan sahuଙ୍କ ଲିଖିତ ସାରାଂଶ

ଆଉ କିଛି ପ୍ରଶ୍ନ ନାହିଁ ବୋଧେ

Hellohappy (ଆଲୋଚନାଅବଦାନ)

ମୁଁ ଉଇକିମିଡ଼ିଆ ସମିଟ ୨୦୧୯ରେ ଯୋଗଦେଇଥିଲି । ଆଲୋଚନାର ବିଷୟବସ୍ତୁ ଥିଲା , ମୁଭମେଣ୍ଟ ଷ୍ଟ୍ରାଟେଜି । ୨୦୩୦ ମସିହାରେ ଉଇକିମିଡ଼ିଆ କାର୍ଯ୍ୟକ୍ରମର ରୂପରେଖ ନିର୍ଧାରଣ କରିବା ପାଇଁ ଏହି ଷ୍ଟ୍ରାଟେଜି ଆଲୋଚନା । ଏଥିପାଇଁ ୯ଟି ମୁଖ୍ୟ ଦିଗରେ ଆଲୋଚନା ଚାଲିଛି । ଏହି ୯ଟି ଦିଗରେ ଏକେ ସ୍କୋପ ଡକୁମେଣ୍ଟ ତିଆରି କରିବାପାଇଁ ୯ଟି ୱାର୍କଗୃପ ଗଠନ କରାଯାଇଥିଲା । ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଡ୍ରାଫ୍ଟ ସ୍କୋପ ଡକୁମେଣ୍ଟ ପ୍ରସ୍ତୁତ କରିଥିଲେ । ସେହି ଡ୍ରାଫ୍ଟ ସ୍କୋପ ଡକୁମେଣ୍ଟ ବାବଦରେ ୟୁଜରଗୃପମାନଙ୍କ ସହ ଆଲୋଚନା କରି ଡ୍ରାଫ୍ଟକୁ ଫାଇନାଲ କରିବା ଏଥର ସମିଟର ଲକ୍ଷ୍ୟ ଥିଲା । ମତେ diversity(ବିବିଧତା) ଓ Product & Technology ସ୍କୋପ ଡକୁମେଣ୍ଟ ଆଲୋଚନାରେ ଭାଗନେବାକୁ ସୁଯୋଗ ମିଳିଥିଲା । ଯେହେତୁ ଆମ ୟୁଜରଗୃପର ଇଚ୍ଚା ଥିଲା ଏକ ସହଜ ଓ ଉନ୍ନତ ଉଇକିପିଡ଼ିଆ ଲେ-ଆଉଟ ଏବଂ ମୋବାଇଲରୁ ସମ୍ପାଦନା କରାଯାଇପାରୁଥିବା ଏକ ଭଲ ଆପ୍ । ସେହି ଦୁଇଟି ଦିଗରେ ମୁଁ Product & Technology ଗ୍ରୁପ ସହିତ ଆଲୋଚନା କରିଥିଲି । ସେମାନେ ମତେ ଆଶ୍ୱାସନା ଦେଲେ ଯେ, ଲେଆଉଟକୁ ବଦଳେଇବାର ଯୋଜନା ସେମାନେ ସ୍କୋପ ଡକୁମେଣ୍ଟରେ ରଖିବାକୁ ଚେଷ୍ଟା କରିବେ । କିନ୍ତୁ ଏକଥା ବି କହିଲେ ଯେ, ଏ ପୁରୁଣା ଲେ-ଆଉଟକୁ ନବଦଳେଇବା ପାଇଁ ପୁରୁଣା ସମ୍ପାଦକମାନଙ୍କଠାରୁ ମଧ୍ୟ ଯଥେଷ୍ଟ ଅନୁରୋଧ ରହିଛି । ମୋବାଇଲ୍ ଆପ୍ ବାବଦରେ ସେମାନେ କହିଲେ ଯେ ଉଇକିମିଡ଼ିଆ ଫାଉଣ୍ଡେସନର ଏବେ ସେ ଦିଗରେ କାମ କରୁଛି । ହୁଏତ ଆମେ ଜଲଦି ସେ ଦିଗରେ କିଛି ସୁଫଳ ପାଇପାରିବା ।

Diversity(ବିବିଧତା) ଆଲୋଚନାରେ ମୁଁ ନୋଟେବିଲିଟି(Notability)କୁ ନେଇ ଆଲୋଚନା କରିଥିଲି । ଭାରତୀୟ ଲୋକମାନେ ନୋଟେବୁଲ୍ ନୁହନ୍ତି ବୋଲି କହି, ଇଂରାଜୀ ଉଇକିପିଡ଼ିଆରେ ବହୁ ପ୍ରସଙ୍ଗ ଲିଭେଇ ଦିଆଯାଉଛି ବୋଲି ମୁଁ କହିଥିଲି । ବହୁ ଲୋକ ଏ କଥାକୁ ସମର୍ଥନ ମଧ୍ୟ କରିଥିଲେ । କିନ୍ତୁ,ଏ ଦିଗରେ କିଛି ନିର୍ଦ୍ଧିଷ୍ଟ ଉତ୍ତର କେହି ଦେଇନଥିଲେ । ଆଲୋଚନାରେ ଫାଉଣ୍ଡେସନ ଏକ୍ସିକ୍ୟୁଟିଭ ଡିରେକ୍ଟର କ୍ୟାଥେରିନ ମଧ୍ୟ ଥିଲେ ।

ଅନ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଥିଲା 2019 affiliate-selected Board seats process ବାବଦରେ । ବୋର୍ଡ଼ ଅଫ ଟ୍ରଷ୍ଟିର ନିର୍ବାଚନ ହେବାକୁ ଯାଉଛି । ୨ଟି ସ୍ଥାନ ପାଇଁ ନିର୍ବାଚନ ହେବ । ନିର୍ବାଚିତ ପ୍ରାର୍ଥୀ ୩ବର୍ଷ ଧରି ବୋର୍ଡ଼ରେ କାର୍ଯ୍ୟ କରିବେ । ଏହି ନିର୍ବାଚନରେ ଆମ ୟୁଜର ଗ୍ରୁପ ପ୍ରାର୍ଥୀ ମନୋନୟନ ଓ ମତଦାନ କରିପାରିବ । ଏହି ଲିଙ୍କରୁ ଏ ବିଷୟରେ ସବିଶେଷ ଜାଣି ହେବ । FAQଟା ବି ପଢି ପାରନ୍ତି ।

Asia-Oceania Wikimedia meetingରେ ଭାଗ ନେବାକୁ ମଧ୍ୟ ସୁଯୋଗ ମିଳିଥିଲା । ଏଥିରେ ହୋଇଥିବା ଆଲୋଚନା ଏ ଲିଙ୍କରୁ ଦେଖିହେବ ।

ଏତଦ ଭିନ୍ନ, ମୁଁ ଟ୍ରେନିଂ ଅଫ ଟ୍ରେନର୍ସ(Training of Trainers) କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲି । ଏଠାରେ ବହୁ ଅଭିଜ୍ଞ ଉଇକି ପ୍ରଶିକ୍ଷକ ଓ ସମ୍ପାଦକ ମାନଙ୍କ ସହ ଭାବର ଆଦାନ-ପ୍ରଦାନ ହୋଇଥିଲା । ଏହି ଆଲୋଚନାରୁ ଜାଣିଲି ଯେ, ଆମେ ଗୋଷ୍ଠୀରେ ଥିବା ସୁବିଧା ଅସୁବିଧା ଅନ୍ୟମାନଙ୍କଠାରୁ ଭିନ୍ନ ନୁହେଁ । ହଁ ଆମର ଲୋକବଳ(ସମର୍ପିତ ଉଇକିଆଳି ସଂଖ୍ୟା) ଅନ୍ୟ କମୁନିଟିଠାରୁ ବହୁତ କମ । ଗୋଟିଏ କଥା ବୁଝିଲି ଯେ, ଉଇକି ଆଉଟରିଚ କାର୍ଯ୍ୟକ୍ରମ ବା କର୍ମଶାଳାରୁ କେବଳ ଉଇକି ପ୍ରତି ଜାଗୃକତା ସୃଷ୍ଟି କରିପାରିଲେ ସଫଳ ବୋଲି ପରିଗଣିତ ହେବ । ଏଥିରୁ ଯେ ଭଲ ସମ୍ପାଦକ ବାହାରିବେ, ତାହା ଆଶା କରିବା ଉଚିତ ନୁହେଁ । ତେବେ ଏହି ଆଉଟରିଚ କାର୍ଯ୍ୟକ୍ରମ ବା କର୍ମଶାଳା ଆମେ ଅଧିକରୁ ଅଧିକ କରିବା ଉଚିତ ।

ଏସବୁ ବ୍ୟତୀତ, ଯେଉଁ କଥା ମତେ ସବୁଠୁ ବେଶି ଆନନ୍ଦିତ କରିଲା, ତାହା ହେଲା ଆମ ଓଡ଼ିଆ ଉଇକିଆଳିଙ୍କ ପ୍ରତି ବିଶ୍ୱ-ଉଇକିଆଳିଙ୍କ ସମ୍ମାନ ଓ ଭଲପାଇବା । କେତୋଟି ଉଦାହରଣ କହିଲେ, ଅସଫ ନିଜ ବକ୍ତବ୍ୟରେ କରଭାଇନାଙ୍କ ଉଦାହରଣ ଦିଅନ୍ତି । ସାନି କୁହନ୍ତି, ସୁବାସ ଚନ୍ଦ୍ର ରାଉତ ସବୁ ଉଇକିଆଳିଙ୍କର ଆଦର୍ଶ ହେବା ଉଚିତ । ହିନ୍ଦୀ ଉଇକିପାଠାଗାର ଉଇକିଆଳି, ଆମ ପଙ୍କଜମାଳା ଅପାଙ୍କପ୍ରତି ଧନ୍ୟବାଦ ଦେଇ ଥକନ୍ତି ନାହିଁ । ପଞ୍ଜାବୀ ଉଇକିଆଳିମାନେ ଚିନୁ, ଅଲିଭା ଆଦିଙ୍କୁ ଝୁରନ୍ତି । ଗପୁ ଯେ ଦିନେ ଜଗତିଜିତା ଉଇକିଆଳିରେ ପରିଗଣିତ ହେବ, ତାହା ଅନେକ ହୃଦୟଙ୍ଗମ କରି ସାରିଲେଣି । ପ୍ରତୀକ କଥା, ବଙ୍ଗଳାଦେଶ ଲୋକ ପଚାରନ୍ତି । ଏମିତି ଆହୁରି ଅନେକ...

ମତେ ଉଇକିମିଡ଼ିଆ ସମିଟ ୨୦୧୯ ପାଇଁ ମନୋନୀତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ମୁଁ କମୁନିଟିର କିଛି କାମରେ ଆସିପାରିଲେ ଖୁସି ହେବି । ଧନ୍ୟବାଦ ।

Jnanaranjan sahu (ଆଲୋଚନାଅବଦାନ)

ଅନୁଭୁତି ବାଣ୍ଟିଥିବାରୁ ଧନ୍ୟବାଦ ।

Soumendrak (ଆଲୋଚନାଅବଦାନ)

ଭଲ ରିପୋର୍ଟ ଲେଖିଛନ୍ତି ପ୍ରୀତି ଭାଇ । ଅନ୍ୟମାନେ ଏଭଳି ଲେଖିଲେ ବଢ଼ିଆ ହୁଅନ୍ତା ।

ଅନ୍ୟ ଉଇକିପିଡ଼ିଆ ୟୁଜର ଗ୍ରୁପ, କିଭଳି ନୂତନ ଉଇକିଆଳିଙ୍କୁ ଆଣୁଛନ୍ତି ସେ ବିଷୟରେ କିଛି ଆଲୋଚନା ହୋଇଥିଲା କି?

Hellohappy (ଆଲୋଚନାଅବଦାନ)

ଧନ୍ୟବାଦ ଜ୍ଞାନ ଏବଂ ସୌମେନ୍ଦ୍ର । ସୌମେନ୍ଦ୍ର : ମୁଁ ତମ ସମସ୍ତଙ୍କଠୁ ଶିଖୁଛି । ଅନ୍ୟମାନେ ବି ରିପୋର୍ଟ ଲେଖିଛନ୍ତି ଆଗରୁ । ନୂଆ କେମିତି ଆସିବେ, ସେଇ କଥା ବହୁ ଅଭିଜ୍ଞ ଲୋକଙ୍କ ସହିତ କଥା ହେଇଥିଲି । ସମସ୍ତେ ଗୋଟିଏ କଥା କହିଲେ : ନୂଆ ଉଇକିଆଳି କେହି ଆଣି ପାରି ନାହାନ୍ତି, ନୂଆମାନେ ନିଜେ ଆସି ଯୋଗ ଦିଅନ୍ତି । ବିଭିନ୍ନ ଆଉଟରିଚ କାର୍ଯ୍ୟକ୍ରମଦ୍ୱାରା ଉଇକିପିଡ଼ିଆ ବାବଦରେ ଜାଗୃକତା ସୃଷ୍ଟି କରାଯାଇପାରେ । ସେସବୁ କାର୍ଯ୍ୟକ୍ରମରୁ ଯଦି କେହି ଆଗକୁ ବଢ଼ି ସମ୍ପାଦନା କରିଲେ, ସେଇଟା ବୋନସ ।

Ssgapu22 (ଆଲୋଚନାଅବଦାନ)

ଧନ୍ୟବାଦ ପ୍ରୀତି ଭାଇ, ଆପଣ ସେଠାକୁ ଗଲେ ଆଉ ଓଡ଼ିଆ ଉଇକିପିଡ଼ିଆ ବିଷୟରେ ତଥା ଉତ୍କଳ ଦିବସ ବିଷୟରେ ସେଇଠି ଜଣେଇଲେ ଆଉ ଫଟୋରୁ ଦେଖିଲି ଆପଣ ବହୁତ ଲୋକଙ୍କ ସହ ବି ମିଶିଛନ୍ତି । "ଗପୁ ଯେ ଦିନେ ଜଗତିଜିତା ଉଇକିଆଳିରେ ପରିଗଣିତ ହେବ, ତାହା ଅନେକ ହୃଦୟଙ୍ଗମ କରି ସାରିଲେଣି ।" ଏହି ଧାଡ଼ିଟି ପାଇଁ ମଧ୍ୟ ଧନ୍ୟବାଦ ।

Psubhashish (ଆଲୋଚନାଅବଦାନ)

ବହୁତ ବଢ଼ିଆ ହେଇଚି ରିପୋର୍ଟଟି । ଅଳପ ଶବ୍ଦରେ ଅନେକ କହିଚ । ଆଶା ଆମମାନଙ୍କ ଭିତରୁ ଯେଉଁମାନେ ବିଭିନ୍ନ କର୍ମଶାଳା ଆଦିରେ ଭାଗନେଉଚୁ ଏଭଳି ରିପୋର୍ଟ ଲେଖିବା ଆରମ୍ଭ କରିବୁ ।


ଭବିଷ୍ୟତ ରିପୋର୍ଟଲେଖାଳିମାନଙ୍କ ପାଇଁ: ପ୍ରୀତି ଭାଇ ରିପୋର୍ଟରେ ପ୍ରତି ଘଟଣାକୁ ଭାଗରେ ଭାଙ୍ଗିଛନ୍ତି:

  1. କଣ ଆଲୋଚନା ହେଲା
  2. ସେଥିରେ ମୁଁ କଣ କଲି
  3. ଆଗକୁ କଣ ହେବ ବା କି କି ଯୋଜନା ହେଉଚି
  4. ଆମେ କେଉଁଥିରେ ଭାଗ ନେଇପାରିବା ବା ଆମେ ଏଥିରୁ କଣ ଶିଖି କାମରେ ଲଗାଇପାରିବା

ରିପୋର୍ଟରେ ତଳ ଜିନିଷଗୁଡ଼ିକ ଜାଣି ଖୁସିଲାଗିଲା -

  • "ଉଇକି ଆଉଟରିଚ କାର୍ଯ୍ୟକ୍ରମ ବା କର୍ମଶାଳାରୁ କେବଳ ଉଇକି ପ୍ରତି ଜାଗୃକତା ସୃଷ୍ଟି କରିପାରିଲେ ସଫଳ ବୋଲି ପରିଗଣିତ ହେବ । ଏଥିରୁ ଯେ ଭଲ ସମ୍ପାଦକ ବାହାରିବେ, ତାହା ଆଶା କରିବା ଉଚିତ ନୁହେଁ ।" ଏଇ କଥାଟା ବଡ଼ ଗୁରୁତ୍ତ୍ୱପୂର୍ଣ୍ଣ । ଆମର ଅନେକ ଦିନରୁ ଏଭଳି ଆଉଟରିଚ ହୋଇନାହିଁ ଆଉ ଆଗକୁ ଅଧିକରୁ ଅଧିକ ଏଭଳି କର୍ମଶାଳାର ଆବଶ୍ଯକତା ରହିଛି । [ଭିନ୍ନ ପ୍ରସଙ୍ଗ: ଜାଗରୁକତା ବୋଧେ ହିନ୍ଦୀ ଶବ୍ଦ, ଓଡ଼ିଆରେ ଜନସଚେତନତା ହେବ :) ]
  • ମୋବାଇଲ ଆପ ଆଉ ଲେଆଉଟ ବଦଳିବା କଥାଟା ସତରେ ସୁଖବର । ଦେଖାଯାଉ କେବେ ହଉଚି ।
Pmsarangi (ଆଲୋଚନାଅବଦାନ)

ପ୍ରୀତି ଭାଇ, ବ‌ହୁତ ବଢ଼ିଆ ରିପୋର୍ଟ ଲେଖିଛନ୍ତି । ସେଠାରେ ଆପଣ ଯାହାଯାହା ଶିଖିଲେ ଜଣାଇଥିବାରୁ ଅନେକ ଧନ୍ୟବାଦ । ଆମ ଓଡ଼ିଆ ଉଇକିଆଳିଙ୍କୁ ବାହାରେ ଲୋକ ଜାଣିଥିବା ଶୁଣି ଖୁସି ଲାଗିଲା । ପୁଣିଥରେ ଧନ୍ୟବାଦ ।

Subas Chandra Rout (ଆଲୋଚନାଅବଦାନ)

ଆଜି ମୁଁ ପ୍ରୀତି ବାବୁଙ୍କ ରିପୋର୍ଟ ପଢିବା ପରେ ମୋର ହୃଦବୋଧ ହେଲା ଯେ ଆମେ ସଠିକ ବ୍ୟକ୍ତିଙ୍କୁ ବାଛି ପଠେଇଥିଲୁ ଯାହାର ଅନୁଭୂତି ବର୍ଣ୍ଣନା କରିବାର ଅଭିଜ୍ଞତା ଅଛି ଓ ସଂପୂର୍ଣ୍ଣ ସମର୍ପିତ ଭାବରେ ନିଜର କାର୍ଯ୍ୟ ନିର୍ବାହ କରିବା ଦକ୍ଷତା ଅଛି । ଓଡିଆ ଉଇକିଆଳିଙ୍କ ପ୍ରତି ଅନ୍ୟ ଦେଶର ଲୋକମାନଙ୍କ ଧ୍ୟାନ ଓ ଟିପ୍ପଣୀ ଉଲ୍ଲେଖଯୋଗ୍ୟ । ମୋ ବିଷୟରେ ସାନି (Shani Evenstein Sigalov) ଏତେ ଉଚ୍ଚ ଧାରଣା ରଖିଥିବାର କଥା ମୁଁ ଜାଣିନଥିଲି । କିନ୍ତୁ ଗୋଟିଏ କଥା ଲକ୍ଷ କରିଥିଲି ମୋ ବକ୍ତବ୍ୟ ଶେଷରେ କେପ ଟାଉନ ସଭାରେ ଥିବା ଲୋକମାନେ ପ୍ରଶଂସାପୂର୍ଣ୍ଣ ଆଖିରେ ମୋତେ ଅନେଇଥିଲେ ଓ ମୋ ବିଷୟରେ ପ୍ରାୟ ୬ ଜଣ ବ୍ୟକ୍ତି ଜଣକ ପରେ ଜଣେ ପ୍ରଶଂସା କରିଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କାମ କରୁଥିବା ଲୋକଙ୍କୁ ସଠିକ ଭାବରେ ବାଛିବାର କ୍ଷମତା ସେମାନେ ରଖିଛନ୍ତି । ବହୁତ ଧନ୍ୟବାଦ ପ୍ରୀତି ବାବୁ ।

Radhadwibedi (ଆଲୋଚନାଅବଦାନ)

ପ୍ରୀତି ବାବୁଙ୍କ ରିପୋର୍ଟ ବ‌ହୁତ ସୂନ୍ଦର ହୋଇଛି । ବ‌ହୁତକିଛି ନୂଆ ଜିନିଷ ଶିଖିବାକୁ ମିଳିଲା । ସମସ୍ତ ଉଇକିଆଳିଙ୍କ ନାମ ପ୍ରଶଂସାଶୈଳୀକୁ ଆପଣ ବ‌ହୁତ ସୂନ୍ଦର ଶୈଳୀରେ ବର୍ଣ୍ଣନା କରିଛନ୍ତି । ଅନେକ ଅନେକ ଧନ୍ୟବାଦ ।