Topic on ଉଇକିପିଡ଼ିଆ:ଆଲୋଚନା ସଭା

ଓଡ଼ିଆ ଉଇକିମିଡ଼ିଆନ ୟୁଜର-ଗ୍ରୁପର ସଦସ୍ୟମାନେ ଭୋଗୁଥିବା ଅସୁବିଧା

5
Hellohappy (ଆଲୋଚନାଅବଦାନ)

ଆମର ବହୁ ଉଇକିଆଳି ଏବେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଉଇକି-ସମାବେଶରେ ଅଂଶଗ୍ରହଣ କରିପାରୁଛନ୍ତି । ସେଠାରେ ଆମେ ଭୋଗୁଥିବା ସୁବିଧା ଅସୁବିଧା ଆଉ ଆମ ଆବଶ୍ୟକତା ବିଷୟରେ ଆଲୋଚନା କରିବାର ସୁଯୋଗ ରହିଥାଏ । ଏହି ଆଲୋଚନା, ସେ ସବୁ ଅସୁବିଧା ଓ ଆବଶ୍ୟକତାକୁ ଏକାଠି କରିବାର ପ୍ରୟାସ । ଦରକାରବେଳେ କାମରେ ଆସିବ । ସମସ୍ତେ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଅନୁରୋଧ ।

Hellohappy (ଆଲୋଚନାଅବଦାନ)

କେତୋଟି ଅସୁବିଧା କଥା ଆମେ ବିଭିନ୍ନ ସମୟରେ ଆଲୋଚନା କରିଛେ ।

  1. ମୋବାଇଲ ଆପ : ଉଇକିପିଡ଼ିଆକୁ ସ୍ମାର୍ଟଫୋନଦ୍ୱାରା ସମ୍ପାଦନା କରିବା ବହୁତ କଷ୍ଟ । ସେ ଦିଗରେ କଣ କାମ ହେଇଛି କେହି ଜାଣିଥିଲେ କହିବେ ।
  2. ଉଇକିପିଡ଼ିଆର ଲେ-ଆଉଟ ପୁରୁଣା ଆଉ ପରିବର୍ତ୍ତନ ଆବଶ୍ୟକ ।
  3. ପ୍ରୋଜେକ୍ଟ-ଟାଇଗର ଭଳି କାର୍ଯ୍ୟକ୍ରମରେ ଦିଆଯାଉଥିବା ପ୍ରସଙ୍ଗ ଗୁଡିକ ଆମ ୟୁଜର-ଗ୍ରୁପଦ୍ୱାରା ଅନୁମୋଦିତ ହେଲେ ଅଧିକ ଉଇକିଆଳି ଲେଖିବାକୁ ଇଚ୍ଛୁକ ହୁଅନ୍ତେ ।
Ssgapu22 (ଆଲୋଚନାଅବଦାନ)
  • ମୋବାଇଲ ଆପ୍ ମୁଖ୍ୟତଃ ପଢ଼ିବା ପାଇଁ ବୋଧେ କେବଳ ଉଦିଷ୍ଟ । ସେଥିରେ ନୂଆ ପ୍ରସଙ୍ଗ କରିହେବ ନାହିଁ । କିନ୍ତୁ ପଢ଼ିବାକୁ ଆଉ ଉଇକି ଟ୍ରେଣ୍ଡସ୍ ବିଷୟରେ ଜାଣିବାକୁ ସୁବିଧା । ହଁ ସେଥିରେ ବୋଧେ କିଛି କିଛି ବଦଳ କରିହେବ କି କ'ଣ । କିନ୍ତୁ ଲେଖାଲେଖି ପାଇଁ ମୋବାଇଲ୍ ବ୍ରାଉଜର୍‌ରେ ଡେସ୍କଟପ୍ ମୋଡ୍ କରିକି କଲେ ଭଲ ହେଉଛି ।
  • ମୋତେ ଲାଗୁଛି, ସେ ଲେ-ଆଉଟ୍‌ଟା ବୋଧେ ତାଙ୍କର ପୁରୁଣା ଜିନ୍ସ ଭଳିଆ, ପୁରୁଣା ହେଲାବେଳକୁ ତାଙ୍କୁ ଭଲ ଲାଗୁଛି ତେଣୁ ବଦଳାଉ ନାହାନ୍ତି, ନହେଲେ ଏଇଟା ଉଇକିମିଡ଼ିଆର ସବୁ ପ୍ରୋଜେକ୍ଟର ବୋଧେ ଗୋଟେ ଇଉନିକ୍‌ନେସ୍, ସେଇଥିପାଇଁ ବଦଳାଯାଉନି ।
  • ପୂର୍ବଥର ପ୍ରୋଜେକ୍ଟ ଟାଇଗର କେବଳ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ହେଇଥିଲା । ତା'ର କାରଣ ହେଲା, ଅଧିକ ଗୁଗୁଲ୍‌ରେ ସର୍ଚ୍ଚ ହୋଇଥିବା ପ୍ରସଙ୍ଗଗୁଡ଼ିକ ସେମାନେ ଦେଇଥିଲେ । କିନ୍ତୁ ସେ ୧୦ ଲକ୍ଷ ଲୋଭରେ ସିନା ପଞ୍ଜାବୀ ଆଉ ତାମିଲବାଲା ଟିକିଏ ମାଟି କାମୁଡ଼ିକି ମାଡ଼ିଗଲେ, ହେଲେ ବଙ୍ଗଳାକୁ ଛାଡ଼ିଲେ ବାକିମାନେ ସେତେ ଗୁରୁତ୍ୱ ଦେଲେନି । ତେଣୁ ପୂର୍ବବର୍ଷର ଅଭିଜ୍ଞତାରୁ ଶିଖିବାକୁ ଏଥର ସବୁ ଯୋଜନା ହେଇଯାଇଛି, ହେଲେ କେତେଦୂର ସଫଳ ହେବ, ତାହା ଭବିଷ୍ୟତରେ ଦେଖାଯିବ ।
Subas Chandra Rout (ଆଲୋଚନାଅବଦାନ)

ପ୍ରୋଜେକ୍ଟ ଟାଇଗର - ଏହି ବିଷୟଟି ଆନ୍ତର୍ଜାତୀୟ ସ୍ତରରେ ବିଚାର କରି ଦିଆଯାଇଥିଲା । ଏହା ଭଲ ହୋଇଥିଲା । ସେଥିରେ ଆଧାର ପାଇବାରେ କିଛି ଅସୁବିଧା ନାହିଁ । ଆମେ ଯଦି ଓଡ଼ିଆ ପ୍ରସଙ୍ଗ ଲେଖିବା ଉପରେ ଆଲୋକପାତ କରିବା, ତା'ହେଲେ ସେଇ ଆଧାର ପାଇବାରେ ବ‌ହୁତ ଅସୁବିଧା ହେବ । ଭଲ କରି ଚିନ୍ତା କରନ୍ତୁ - ଆମର ଲେଖା ଆନ୍ତର୍ଜାତୀୟ ମାନର ହେଉଛି କି ! ମୋର ମତ, ଯାହା ଅଛି, ତାହା ବର୍ତ୍ତମାନ ପାଇଁ ଥାଉ । ଏହିପରି ଭବିଷ୍ୟତରେ ମଧ୍ୟ ହେବ । ଆମେ ଯଦି ଓଡ଼ିଆରେ ଯଥେଷ୍ଟ ଆଧାର ଥିବା ଲେଖା ପାଇବା, ତା'ହେଲେ ଲେଖିବା ।

ମୋବାଇଲ ଆପ - ଏହି ବିଷୟରେ ଥରେ ଟ୍ରେନିଙ୍ଗ ଦେବା ପାଇଁ ଆସିଥିଲେ । ଆମର କିଏ ସେ ଟ୍ରେନିଙ୍ଗ ନେଇଥିଲେ, ମୋର ମନେ ପଡ଼ୁନି । କିଛି ଆଲୋଚନା ନିଶ୍ଚୟ ହୋଇଥିବ ଓ ଲିଖିତ ଥିବ ।

ଲେ-ଆଉଟ - ଆମ ଲେ-ଆଉଟ ୟୁଜର ଫ୍ରେଣ୍ଡଲି ହେଉନି । ପୂର୍ବରୁ ସଂଘ ସୂଚନା ଫଳକରେ ଆମର ସଭାମାନଙ୍କର ବିବରଣୀ ଲେଖାହେଉଥିଲା, ଏବେ ହେଉନି । ଯଦି ହେଉଛି, କେଉଁଠି ରହୁଛି, ସେ ଲିଙ୍କ ଦିଆହେଉନି । ଏହି ଭଳି ଅନେକ ସମସ୍ୟା ହେଉଛି । ଆମର ସକ୍ରିୟ ଲୋକ ବ‌ହୁତ କମ୍ । ସେଥିଯୋଗୁ ବୋଧହୁଏ ଅନେକ ଅସୁବିଧା (ଇଂରାଜୀରେ ଲାକୁନା) ରହୁଛି । ଆମର ମୂଖ୍ୟ ପୃଷ୍ଠରେ ଅନାବଶ୍ୟକ ତାରିଖ ଲେଖା ହେଉଛି । ଅଧିକାଂଶ ସମୟରେ ଭୂଲ ତାରିଖ ରହୁଛି । ଇତ୍ୟାଦି

Soumendrak (ଆଲୋଚନାଅବଦାନ)

- ନୂତନ ଉଇକିଆଳି ମାନଙ୍କ ପାଇଁ ଠିକ ଭାବରେ କିଛି ରୋଡ଼ ମ୍ୟାପ ପ୍ରସ୍ତୁତ ନାହିଁ .| sandboxରେ ଲେଖି କିମ୍ବା ଛୋଟ ଛୋଟ ବନାନ ଶୁଦ୍ଧି କିମ୍ବା ଅନ୍ୟାନ୍ୟ ଉନ୍ନତିକରଣରେ ଧରନ୍ତୁ କିଛି ଅଭିଜ୍ଞତା ହାସଲ କରି କିଭଳି ନିଜକୁ ପ୍ରସ୍ତୁତ କରିବେ, କମ୍ପ୍ୟୁଟରର କ' ଅକ୍ଷର ଜାଣିନଥିବା ଭବିଷ୍ୟତ ଉଇକିଆଳିଙ୍କୁ ଦୃଷ୍ଟିରେ ରଖି ସେଭଳି ଏକ ତାଲିମ ପ୍ରଣାଳୀ ଦରକାର |

- ବର୍ତ୍ତମାନ ସୁଧା ଇଂରାଜୀ କିମ୍ବା ଅନ୍ୟ ଭାଷାରୁ ଅନୁବାଦ ଛାଡ଼ନ୍ତୁ ଲିପ୍ୟାନ୍ତରଣ (ଟ୍ରାନ୍ସଲିଟରେସନ) ମଧ୍ୟ ଟ୍ରାନ୍ସଲେସନ ଟୁଲ ସହ ସଂଯୋଗ କରାଯାଇ ନାହିଁ |

- ଇଂରାଜୀ ଉଇକିପିଡ଼ିଆରେ ପୃଷ୍ଠା ଗଠନ ପରେ ତାହାର କ୍ୱାଲିଟି assesment ବ୍ୟବସ୍ଥା ଅଛି, ଓଡ଼ିଆରେ ନାହିଁ କାହିଁକି ? [ଆଧାର]

- ସମାନ ମୁଖ୍ୟ ପୃଷ୍ଠା ଲେ-ଆଉଟ ଦେଖି ଦେଖି ମଣିଷ ବିରକ୍ତ ହେଇଗଲାଣି, କିଛି ପରିବର୍ତ୍ତନ ହେଉନାହିଁ କାହିଁକି ? ସେ ନୀଳ ରଙ୍ଗରେ ଆମ ସହ ଯୋଗଦିଅନ୍ତୁ ପରିବର୍ତ୍ତନ ହେଲେ ଭଲ ହେବ ।

- ଉଇକି ମେଳଣ ବର୍ଷକୁ ଅତି କମରେ ଦୁଇ ଥର ହେବା ଆବଶ୍ୟକ, ମୁହାଁ ମୁହିଁ ଦେଖି ଯେଉଁ ଆଲୋଚନା ଏବଂ ଭାବର ଆଦାନ ପ୍ରଦାନ ହେବ ଫେସବୁକ ମେସେଞ୍ଜରରେ ହେବ ନାହିଁ |

- ଉଇକିଆଳିମାନେ ବିଭିନ୍ନ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଅନ୍ୟାନ୍ୟ ମେଳଣକୁ ଯାଉଛନ୍ତି ହେଲେ ଯିବା ପରେ ଏଭଳି ଏକ ଆଲୋଚନା ପୃଷ୍ଠାରେ ଲେଖିବା ଉଚିତ |

୧) କଣ ଶିଖିକରି ଆସିଲେ, କେତେ ଆଗୁରୁ ନିଜର ଜ୍ଞାନ ଥିଲା ଏବଂ ତାଲିମ ପରେ କେତେ ପରିମାଣରେ ଜ୍ଞାନ ବଢ଼ିଲା ଏବଂ କେଉଁ କେଉଁ ଥିରେ ?

୨) କଣ କଣ ଶିଖିକରି ଆସିଲେ ତାହାକୁ କାମରେ ଲଗାଇବାକୁ କ'ଣ ଯୋଜନା କରିଛନ୍ତି ଏବଂ କେମିତି କରିବେ ?

୩) ତାଲିମ କିଭଳି ଥିଲା, ଭବିଷ୍ୟତରେ ସେଠାକୁ ଆମ ତରଫରୁ କେହି ଯିବା ଉଚିତ ହବ କି ନା ଖାଲି ସମୟ ନଷ୍ଟ ?

୪) ତାଲିମ କେନ୍ଦ୍ର କି ମେଳଣରେ କିଛି ଅସୁବିଧା ହେଲା କି ?

୫) କିଛି ଅଭୁଲା ଅନୁଭୂତି ଇତ୍ୟାଦି |

- ଆଗରୁ ଉଇକିଆଳି ମାନଙ୍କୁ ସେମାନଙ୍କର talk ପେଜରେ ପ୍ରଶଂସା କରାଯାଉଥିଲା, ଏବେ taking for granted ନିଆଯାଉଛି କି, ସେ ସବୁବେଳେ କଣ ସବୁଦିନ ଲେଖେ ଆମେ ପ୍ରଶଂସା କରିବା ଯଦି ପୋତି ହେଇଯିବନି ସେ ?

- ଏହା ସହ ଆମକୁ ଆମ ଉଇକିଆଳି ମାନଙ୍କ ମଧ୍ୟରେ ବର୍ଷକୁ ଥରେ ଦି'ଥର ସର୍ବେକ୍ଷଣ କରିବା ଉଚିତ, କିଛି ଉଦାହରଣ ପ୍ରଶ୍ନ:

୧) କ'ଣ ପ୍ରକ୍ରିୟା ଖରାପ ଚାଲିଛି ?

୨) କ'ଣ ପ୍ରକ୍ରିୟା ଭଲ ଲାଗୁଛି ?

୩) କ'ଣ ପାଇଁ ଉଇକିପିଡ଼ିଆରେ ଅବଦାନ କରିବାକୁ ଇଛା ହେଉଛି ?

୪) କ'ଣ ପାଇଁ ଉଇକିପିଡ଼ିଆ ଛାଡ଼ିକି ଅନ୍ୟ ଜାଗାରେ ସମୟ ଦେବାକୁ ଇଛା ହେଉଛି ?

୫) ଯଦି ଆପଣ ଗୋଟିଏ ଜିନିଷ ଓଡ଼ିଆ ଉଇକିପିଡ଼ିଆରେ ବଦଳେଇପାରିବାକୁ ଚାହିଁବେ ତାହା କ'ଣ ?

୬) ଭବିଷ୍ୟତରେ ଏକ ସମୟ ଆସିବ ଆପଣ ସଂସାର ଜଞ୍ଜାଳରେ ଛନ୍ଦି ହୋଇଯିବେ, କ'ଣ ଆପଣ କାହିଁକି ଉଇକିପିଡ଼ିଆରେ ଅବଦାନ କରିବା ଆରମ୍ଭ କରିଥିଲେ ସେ କାରଣ ଆପଣଙ୍କୁ ବାନ୍ଧି ରଖିପାରିବ ? (ଟିକେ ହାର୍ଡ ହେଇଗଲା)

- ଏହି ଭଳି ଅନ୍ୟ ଏକ ଆଲୋଚନା ହେବା ଦରକାର ଯେଉଁଥିରେ କ'ଣ କ'ଣ ଭଲ ଚାଲିଛି, ସୁବିଧା ହେଉଛି ତାହାକୁ ଲେଖିବା ଆବଶ୍ୟକ ।

- ଗୋଟିଏ ନୂଆ ପୃଷ୍ଠା ଲେଖିଲାବେଳେ ସେହି ପୃଷ୍ଠାରେ କେଉଁ ଇନ୍ଫୋବାକ୍ସ, ଶ୍ରେଣୀ ଏବଂ ଛାଞ୍ଚ ରହିବ କିପରି ଜାଣିବ କିଛି ଜଣାନାହିଁ । ଶ୍ରେଣୀ ଉଦ୍ଦେଶ୍ୟରେ ଗୋଟିଏ ଦେଖିଲେ: ଉଦାହରଣ ସ୍ୱରୂପ ଓଡ଼ିଶାର {ଲେଖକ ବା ଅନ୍ୟକିଛି } ହେବ ନା ଓଡ଼ିଆ {ଲେଖକ ବା ଅନ୍ୟକିଛି}

- ଅନେକ ସମୟରେ ଲେଖିବାକୁ ବାକି କାମଦାମ ସାରି, ଲାପଟପ, ମନ ସବୁ ସ୍ଥିର କରି ବସିଲା ବେଳକୁ, କାହା ବିଷୟରେ ଲେଖିଲେ ଲୋକଙ୍କ କାମରେ ଆସିବ, ଖୋଜିବାରେ ସମୟ ନଷ୍ଟ ହେଉଛି । ଏକ ତାଲିକା କିମ୍ବା ସମାନ ରୁଚିଥିବା ନାଲି ପ୍ରସଙ୍ଗ ତାଲିକା ସହ ଏକ ଉଇକି ପ୍ରକଳ୍ପ ଆବଶ୍ୟକ । ନାଲି ପ୍ରସଙ୍ଗ ସହ ତଥ୍ୟ ଆଧାର ତାଲିକା ମିଳିଗଲେ ଆହୁରି ଭଲ ।

- ଇଣ୍ଟରନେଟରେ କିଭଳି ଆଧାର ଖୋଜିବ, କେଉଁଟି ପ୍ରଯୁଜ୍ୟ, କେଉଁଟି ନୁହେଁ, ଏବେବି ବେଳେ ବେଳେ ଅସୁବିଧା ଭୋଗିବାକୁ ପଡ଼େ । ବେଳେ ବେଳେ ସମାନ ନାମରେ ଦୁଇଜଣ ଲୋକ ଥିଲେ ଆଧାର ଏପଟ ସେପଟ ହେଇଯାଉଛି ।

- ଭିଜୁଆଲ ଏଡିଟରରେ ଏଡିଟ କରି ପ୍ରକାଶ କରିବାପରେ ଅଧିକ ଫାଙ୍କା ଲାଇନ ଆପେ ଆପେ ଯୋଡ଼ି ହେଇଯାଉଛି ।

- ଉଇକିଆଳିମାନଙ୍କୁ ବ୍ୟକ୍ତିଗତ ପୃଷ୍ଠା ତିଆରି କରିବାକୁ ଅନୁରୋଧ ଭବିଷ୍ୟତରେ ଆସିଲେ, କୌଣସି ଗୋଟିଏ ଉଇକିଆଳି ପାଖକୁ ବାଟ ବଟେଇଦେଲେ ଭଲ ହେବ, ସେହି ଉଇକିଆଳି ଜଣକ କେବଳ ଏଭଳି ବାହାର ଲୋକଙ୍କ ସହ କଥା ହେବା ଉଚିତ ।

- ଏହି ଘଟଣାର ଟିକେ ଉପରକୁ ଆସିକି ଚିନ୍ତା କଲେ, ସବୁ ଉଇକିଆଳିଙ୍କୁ ଗୋଟିଏ ଗୋଟିଏ ବିଭାଗ ଦେବା ଉଚିତ । ବର୍ତ୍ତମାନ ଅନେକ କାମ ଉଇକିଆଳିମାନେ ଅନ୍ୟୋପଚାରିକତାରେ କାମ କରୁଛନ୍ତି । ସବୁ ବିଭାଗଗୁଡ଼ିକରେ ଜଣେ ମୁଖ୍ୟ ଏବଂ ଅନ୍ୟଜଣଙ୍କୁ ଉପମୁଖ୍ୟ ଭାବେ ଦାୟିତ୍ୱ ଦେଲେ ଭଲ ହୋଇପାରେ ବୋଲି ମୋର ଆଶା ।

- ଯେକୌଣସି ନିର୍ଣ୍ଣୟ ଉଇକିପିଡ଼ିଆରେ ନିଆଯାଉଛି ତାହାର ଡକୁମେଣ୍ଟେସନ ରହିବା ନିହାତି ଆବଶ୍ୟକ । ମେସେଞ୍ଜରରେ କିଛି ନିଷ୍ପତି ନିଆଯାଇଥିଲେ ମଧ୍ୟ ଏହାକୁ ଔପଚାରିକତାରୂପେ ଆଲୋଚନା ସଭାରେ ଲେଖିଲେ ଭବିଷ୍ୟତରେ ପରେ ନୂଆ ଉଇକିଆଳିମାନେ ଯେବେ ପ୍ରଶ୍ନ ଉଠାଇବେ ଆଧାର ଦେବାରେ ସୁବିଧା ହେବ ।

ଆହୁରି ବାକି ଅଛି ........ଲେଖା ଚାଲିଛି ।

"ଓଡ଼ିଆ ଉଇକିମିଡ଼ିଆନ ୟୁଜର-ଗ୍ରୁପର ସଦସ୍ୟମାନେ ଭୋଗୁଥିବା ଅସୁବିଧା"ଙ୍କୁ ଉତ୍ତର