Topic on ଉଇକିପିଡ଼ିଆ:ଆଲୋଚନା ସଭା

ପ୍ରୋଜେକ୍ଟ ଟାଇଗର କମ୍ୟୁନିଟି କନ୍‌ସଲଟେସନ୍‌ରେ ହୋଇଥିବା ଆଲୋଚନା ଆଉ ମିଳିଥିବା ଶିକ୍ଷା

7
Jnanaranjan sahuଙ୍କ ଲିଖିତ ସାରାଂଶ

ସମାଧିତ

Ssgapu22 (ଆଲୋଚନାଅବଦାନ)

ପ୍ରୋଜେକ୍ଟ ଟାଇଗର କମ୍ୟୁନିଟି କନ୍‌ସୋଲେସନ୍ ପାଇଁ ପ୍ରାୟ ଭାଗ ନେଇଥିବା କମ୍ୟୁନିଟିରୁ ଲୋକ ଆସିଥିଲେ । ପୂର୍ବରୁ ପଞ୍ଜାବୀ କମ୍ୟୁନିଟି ପାଇଁ ଏକ ଟ୍ରେନିଂ ହୋଇଥିଲା, ଯେଉଥିରେ ସେମାନେ ତାମିଲ ଉଇକିଆଳୀଙ୍କୁ ନିମନ୍ତ୍ରଣ କରିଥିଲେ । ଯେହେତୁ ତାଙ୍କ କମ୍ୟୁନିଟି ଏହି ଗଣ-ସମ୍ପାଦନାରେ ୧୩୨୦ଟି ପ୍ରସଙ୍ଗ ଉପରେ କାମ କରିଥିଲେ, ଆଉ ତାମିଲ କମ୍ୟୁନିଟି ୧୨୪୧ଟି ପ୍ରସଙ୍ଗ କରିଥିଲେ । ତେଣୁ ପଞ୍ଜାବୀମାନେ ତାମିଲଲୋକଙ୍କୁ ଡାକିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଓଡ଼ିଶାରୁ ମୋତେ ଏବଂ ହରିହର ସାରଙ୍କୁ ନିମନ୍ତ୍ରଣ ଆସିଥିଲା । ମାତ୍ର ସାରଙ୍କର କିଛି ଅସୁବିଧା ପାଇଁ ମୁଁ ଏକୁଟିଆ ଯାଇଥିଲି । ସେଠାରେ ଅନେକ ଜିନିଷ ଉପରେ ଆଲୋଚନା ହେଲା; ଆଉ ଏହି ଗଣ-ସମ୍ପାଦନାର ଆଗାମୀ ଭାଗ ମଧ୍ୟ ଆଉ ଅଳ୍ପଦିନରେ ଆରମ୍ଭ ହେବାକୁ ଯାଉଛି । ପୂର୍ବ ଗଣ-ସମ୍ପାଦନାରୁ କ'ଣ କ'ଣ ଶିଖିଲେ, କେମିତି ଅଧିକ ଲୋକ ପ୍ରସଙ୍ଗ ଲେଖିବେ । ଗୁଗୁଲ୍‌ରେ ଖୋଜୁଥିବା ଅଧିକ ପ୍ରସଙ୍ଗ କାହିଁକି ରହିବା ଦରକାର, ରହିଲେ କ'ଣ ହେବ, ଇତ୍ୟାଦି ତଥ୍ୟ ଉପରେ ଆଲୋଚନା କରାଗଲା । ଦୁଇ ଦିନର ଏହି କାର୍ଯ୍ୟକ୍ରମରେ ପ୍ରାୟ ଅନେକ କଥା ଆଲୋଚନା ହେଲା; ହେଲେ ମୁଖ୍ୟ ବିଷୟବସ୍ତୁ ପ୍ରାୟ ସମସ୍ତଙ୍କର ଥିଲା ପ୍ରସଙ୍ଗ ତାଲିକା ।

ଏଥର ସିଧା ଗୁଗୁଲ ଦେଇଥିବା ତାଲିକାକୁ ଅନ୍ତର୍ଭୁକ୍ତ ନ କରି ଓଡ଼ିଶାରୁ କିମ୍ବା ଓଡ଼ିଆ ଲିପିରେ ଗୁଗୁଲରେ ସର୍ଚ୍ଚ ହୋଇଥିବା ତାଲିକାକୁ ଟାଲି କରିକି ଗୋଟେ ନୂଆ ଲିଷ୍ଟ କରିବାର ଯୋଜନା କରାଗଲା । ଖାଲି ଓଡ଼ିଆ ପାଇଁ ନୁହେଁ ସବୁ ଭାଷା ପାଇଁ । ଆଉ ଆମକୁ ଅଧିକ କ'ଣ ଦରକାର ତା'ର ତାଲିକା ମଧ୍ୟ କରିବାକୁ ହେବ; ଫଳରେ ତାକୁ ମଧ୍ୟ ଆମେ ଯୋଡ଼ିପାରିବା । ଏହି କାମ ପାଇଁ ଆମର ସମସ୍ତଙ୍କୁ ଅଧିକ ସମୟ ଦେବାକୁ ହେବ । ହୁଏତ ଜୁରୀ ମଧ୍ୟ ଏଥର ଅଧିକ ନିଆଯାଇପାରେ (ଆମ ପାଇଁ ୨ ଜଣ ହେଲେ ଯଥେଷ୍ଟ) । ପ୍ରାୟ ଏହି ସବୁ ଉପରେ ଆଲୋଚନା ଥିଲା ଆଉ ପ୍ରସଙ୍ଗ ଉପରେ କିଛି କିଛି ଧାରଣା ପୁଣିଥରେ ଦିଆଗଲା ।

Hellohappy (ଆଲୋଚନାଅବଦାନ)

ଗତଥର ପ୍ରସଙ୍ଗ ତାଲିକା ଆଦୌ ଠିକ ନଥିଲା, ଆମ କମୁନିଟି ପାଇଁ । ମୋର ବିଶ୍ୱାସ, ଏକଥା ତମେ ନିହାତି ଜଣେଇଥିବ । ଆମେ କଣ ଲେଖିବା ଆମ କମୁନିଟି ଧାର୍ଯ୍ୟ କରିବା ଉଚିତ ।

Ssgapu22 (ଆଲୋଚନାଅବଦାନ)

@Hellohappy ଭାଇ, ସେଇ କଥା ପ୍ରାୟ ସବୁ କମ୍ୟୁନିଟି ଜଣେଇଲେ । ତେଣୁ ଏଥର ପ୍ରସଙ୍ଗ ଆମେ ବାଛିବା ପାଇଁ ପ୍ରସ୍ତାବ ଦେଇଛୁ । ଯଦିଓ ଏହା ସମ୍ପୂର୍ଣ୍ଣ ଆମ ହାତରେ ନାହିଁ, ତଥାପି ଓଡ଼ିଶାରୁ କିମ୍ବା ଓଡ଼ିଆରେ ଲୋକ ଖୋଜୁଥିବା ପ୍ରସଙ୍ଗ ହେଲେ ଆହୁରି ଅଧିକ ଭଲ ହେବ ବୋଲି ଆଶା । ତଥାପି ତାଲିକା ପ୍ରସ୍ତୁତ ନ ହେବାଯାଏଁ କିଛି କହିହେବନି । କିନ୍ତୁ ଆମେ ଭଲ ପାଇଁ ନିଶ୍ଚୟ ଆଶା କରିବା ।

Soumendrak (ଆଲୋଚନାଅବଦାନ)

 ସମର୍ଥନ

Soumendrak (ଆଲୋଚନାଅବଦାନ)

ଗୁଗୁଲ୍‌ରେ ଖୋଜୁଥିବା ଅଧିକ ପ୍ରସଙ୍ଗ କାହିଁକି ରହିବା ଦରକାର, ରହିଲେ କ'ଣ ହେବ ? କେମିତି ଜାଣିବ କୋଉ କୋଉ ବିଷୟ ଓଡ଼ିଆରେ ଅଧିକ ଖୋଜାଯାଉଛି ?

Ssgapu22 (ଆଲୋଚନାଅବଦାନ)

ଏହି ପ୍ରୋଜେକ୍ଟ ଟାଇଗର (ନୂଆ ପ୍ରକଳ୍ପର ନାମ: GLOW ହେଇପାରେ) ପାଇଁ ଗୁଗୁଲ ପୂର୍ବଥର ଲ୍ୟାପଟପ ଆଉ ଇଣ୍ଟରନେଟ ଚାର୍ଜ ଦେଇଥିଲା ଆଉ ଗଣ-ସମ୍ପାଦନାରେ ବିଜୟୀ ହୋଇଥିବା ଲୋକଙ୍କୁ ଏବଂ କମ୍ୟୁନିଟିକୁ ସେମାନେ ଟଙ୍କା ବି ଦେଇଥିଲେ । ସେମାନେ ଭାରତୀୟ ଆଞ୍ଚଳିକ ଭାଷାମାନଙ୍କରେ ଅଧିକ ପ୍ରସଙ୍ଗ ଚାହୁଁଛନ୍ତି; ଫଳରେ ଗୁଗୁଲ୍‌ରେ କେହି ଖୋଜିଲେ ଯେମିତି ସୁବିଧାରେ ପାଇପାରିବେ । ତେଣୁ ଗୁଗୁଲ ହିସାବରେ ପ୍ରସଙ୍ଗ ରଖାଯାଇଥିଲା । ଏଥର ବି ସେମିତି ହିଁ ହେବ; ହେଲେ ଅଲଗା ଅଲଗା ଜାଗାରୁ ପ୍ରସଙ୍ଗ ବାଛିବାକୁ ହେବ ।

ଆଉ ଗୁଗୁଲ୍‌ରେ ଯେମିତି ଆପଣ କ'ଣ ଖୋଜୁଛନ୍ତି ଯେମିତି ଆପଣଙ୍କର ଡାଟାବେସ୍‌ରେ ସେଭ୍ ହେଉଛି, ସେମାନେ ସେମିତି ତାଙ୍କ ଡାଟାବେସ୍‌ରେ ସେଭ୍ କରୁଛନ୍ତି । ତେଣୁ ସେ ସବୁ ତଥ୍ୟକୁ ଆଧାର କରି ତାଙ୍କର ସର୍ଚ୍ଚ ଇଞ୍ଜିନ୍ ଚାଲିଛି ଆଉ ସେ ତଥ୍ୟ ଆମକୁ ବି ମିଳିପାରିବ । କିଛି ଅସୁବିଧା ନାହିଁ ।

Soumendrak (ଆଲୋଚନାଅବଦାନ)

ଧନ୍ୟବାଦ @Ssgapu22 ଭାଇ