Topic on ଉଇକିପିଡ଼ିଆ:ଆଲୋଚନା ସଭା

Jnanaranjan sahuଙ୍କ ଲିଖିତ ସାରାଂଶ

କିଛି ଅସୁବିଧା କେହି ଜଣାଇନାହାନ୍ତି । ପରେ ଅସୁବିଧା ହେଲେ ନୁଆ ଆଲୋଚନା ଆରମ୍ଭ କରାଯିବା ।

Jnanaranjan sahu (ଆଲୋଚନାଅବଦାନ)

କିଛିଦିନ ତଳେ ହୋଇଥିବା ଏହି ଅଲୋଚନା ଅନୁଯାୟୀ ଉଇକିପିଡିଆରେ ଫଳା ବଦଳରେ ଫଳା କରାଗଲା ।


ଫଳାଫଳ ଏଇଆ ହେଲା ଯେ ଯେଊଁଠି ଵ ଫଳା ବ୍ୟବହାର ହେଉଥିଲା ସେଠି ବ ଫଳା ହେଲା, କିନ୍ତୁ ଏବେ ଦେଖା ଯାଉଛି ଯେ ଯେଉଁଠି ବ ଫଳା ଅଛି ସେଇଟା ସେ ଅକ୍ଷର ତଳେ ବ ଫଳା ନ ଦେଖେଇ ବ ଅକ୍ଷର ଦେଖଉଛି ।

ଉତ୍କଳ ବିଶ୍ବବିଦ୍ୟାଳୟରେ ବିଶ୍ବ ବନାନ ଏବେ ଏମିତି ଅଛି "ବରେ ହ୍ରସ୍ୱ ଇ କାର, ଶରେ ବ ଫଳା"

ଆସୁବିଧା ଏଇଆ ହଉଛି ଯେ ଏହା ୱିଣ୍ଡୋଜ କମ୍ପୁଟରରେ ଠିକରେ ଦେଖଉନି ହେଲେ ଆଣ୍ଡ୍ରଏଡ଼ରେ ଠିକରେ ଦେଖଉଛି ।


ସମାଧାନ: ବନାନ ଠିକ ଥିଲେବି ରେଣ୍ଡରିଂ ଅସୁବିଧା ପାଇଁ ଏହା ହଉଥିବାରୁ ସମାଧାନ ଗୁଡିକା ହେଲା ।

  • ଯେମିତି ଅଛି ସେମିତି ରାଖିଦେବା । (ଆମେ ଯାଣିଛେ ଏଇଟା ଠିକ ବନାନ)
  • ବ ଫଳା ବଦଳରେ ୱ ଫଳା ବ୍ୟବହାର କରିବା । (ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି)
  • ଓଡ଼ିଆ ଉଇକିପିଡ଼ିଆରେ ଦେଖା ଯାଉଥିବା ଫଣ୍ଟ ନୋଟୋକୁ ବଦଳେଇବା । (ନୋଟୋ ସବୁତକ ପ୍ରକାର ମାନେ ବ ୱ ଆଉ ଵ କୁ ବ ଫଳା ହିସାବାରେ ଦେଖଉଛି)
  • ଅଲଗା ମତାମତ

ଆପଣଙ୍କ ମତାମତ ଦେବାକୁ ଅନୁରୋଧ ।


ପଦକ୍ଷେପ

ଫେସବକୁ ଆଲୋଚନା ଏବଂ ଅଲଗା ଅଲୋଚନା ପରେ ଏଇଆ କରିବା ବୋଲି ଭାବୁଛି ଯେ ସହ ବ ଫଳା ଥିଲେ ହଳନ୍ତ + ବ ରହିବ ଅନ୍ୟ ସମସ୍ତ ଜାଗାରେ ବ/ୱ ଫଳା ଥିଲେ ହଳନ୍ତ + ୱ ରହିବ ।

ସହମତି ନ ଥିଲେ ମତାମତ ଦିଅନ୍ତୁ ।

Prateek Pattanaik (ଆଲୋଚନାଅବଦାନ)

ଏଠି 'ବ ଫଳା' ଏହି ବ୍ୟବହାରର ଅର୍ଥ ଆମେ ସ୍ପଷ୍ଟ କରିଦେବା ଉଚିତ ହେବ । ଯେତେଦୂର ମୋର ନିଜର ଗବେଷଣାରୁ ଜାଣିବାକୁ ପାଇଛି ଵ (ପେଟକିଳା ବ) ଏକ ଅକ୍ଷର ଭାବେ କେବେ ସର୍ବସମ୍ମତ ହୋଇ ବ୍ୟବହାରରେ ପ୍ରଚଳିତ ନ ଥିଲା । ଆମ ବର୍ଣ୍ଣମାଳାରେ 'ବ' ଦୁଇ ଥର ଆସେ : ପ ଫ ବ ଭ ମ ଆଉ ଯ ର ଳ ବ ଏଭଳି । 'ୱ' ବର୍ଣ୍ଣ କେବଳ ୧୯୪୦ରେ ପ୍ରହରାଜଙ୍କ ଦ୍ୱାରା ସୃଷ୍ଟ ହୋଇ ପ୍ରଚଳନରେ ଆସିଛି । କିନ୍ତୁ ତାର ଯଥେଷ୍ଟ ପୂର୍ବରୁ 'ୱ' ଉଚ୍ଚାରଣ ଆମ ଭାଷାରେ ଯୁକ୍ତାକ୍ଷରର ଦ୍ୱିତୀୟ ବର୍ଣ୍ଣ ଭାବେ ରହିଆସିଛି (ଉଦା- ବିଶ୍ୱ) । ଏଣୁ 'ଆମ୍ବ'ରେ ଥିବା ଫଳା ଆଉ 'ବିଶ୍ୱ'ରେ ଥିବା ଫଳା ଦେଖିବାକୁ ସମାନ - ଉଭୟ ଗୋଟିଏ କାଳରେ 'ବ ଫଳା' ଭାବେ ପରିଚିତ ହେଉଥିଲା । ଲୋକଙ୍କର ଏହି ସମଝ ନିହିତ ଥିଲା ଯେ 'ମ'ରେ 'ବ ଫଳା' ହେଲେ ଉଚ୍ଚାରଣ 'ମ୍+ବ' ଭଳି ହେବ କିନ୍ତୁ 'ଶ', 'ଜ' ଆଦିରେ 'ବ ଫଳା' ହେଲେ ଉଚ୍ଚାରଣ 'ୱ' ଭଳି ହେବ (ଯେପରି ଜ୍ୱର, ବିଶ୍ୱ) ; ଏଣୁ ଉଭୟକୁ ବ ଫଳା କହିଲେ ମଧ୍ୟ ସ୍ଥାନ ଦେଖି ଉଚ୍ଚାରଣରେ ପାର୍ଥକ୍ୟ ରହୁଥିଲା । ଯେପରି ଆଗରୁ କହିଛି, ଏହି ଜିନିଷ ଲୋକଙ୍କୁ ଫିଟେଇ ବୁଝେଇବାକୁ ପଡ଼ୁନଥିଲା, ଏଇଟା ନିହିତ ଥିଲା ।

ତେବେ ପ୍ରହରାଜେ 'ୱ' ବର୍ଣ୍ଣ ପ୍ରଚଳନ କରାଇବା ପରେ 'ୱ' ଉଚ୍ଚାରଣ ଥିବା ଯୁକ୍ତାକ୍ଷରରେ +ୱ ବୋଲି ସନ୍ଧିବିଚ୍ଛେଦ କରି ଦର୍ଶାଗଲା । ମୁଁ ପାଠ ପଢ଼ିଛି ଏଇ ପଦ୍ଧତିରେ । ଏଣୁ ଆମ୍ବ = ଆ + ମ୍ + ବ କିନ୍ତୁ ବିଶ୍ୱ = ବି + ଶ୍ + ୱ । ଏଣୁ ଫରକଟା କେଉଁଠି ଆସିଲା ବୁଝିପାରୁଥିବେ । ତେବେ ପୂର୍ବର ଉଭୟକୁ 'ବ ଫଳା' ବୋଲିବା ଅଭ୍ୟାସ ଆମର ଏବେ ମଧ୍ୟ ରହିଛି । ଐତିହାସିକ ଜିନିଷ ।

ଜ୍ଞାନ ଭାଇ ଉପରେ ଯେଉଁ ଅର୍ଥରେ 'ବ ଫଳା' ବ୍ୟବହାର କରିଛନ୍ତି ଯେତେଦୂତ ମୁଁ ବୁଝିପାରୁଛି, ତାର ଅର୍ଥ ହେଲା '+ ବ' । + ୱ କୁ 'ୱ ଫଳା' ଲେଖିଛନ୍ତି । ଏହା ସରଳ ଓ ବିନା କଷ୍ଟରେ ବୁଝିହେଉଛି । ଆମ ଭିତରେ ଆଲୋଚନାରେ ଏହି କଥାକୁ ନେଇ ସମସ୍ତେ ସ୍ପଷ୍ଟ ଥିଲେ ଆଲୋଚନାରେ ଦିଗହରା ହେବା ଭୟ କମ ।

Prateek Pattanaik (ଆଲୋଚନାଅବଦାନ)

ମୋର ନିଜସ୍ୱ ସମର୍ଥନ 'ୱ ଫଳା' ବା (+ୱ) ଲାଗି । ତେବେ ଏହି ବିଷୟକୁ ନେଇ ଗୁଡ଼ାଏ କନଫିଉଜନ ଥିବା ଲକ୍ଷ୍ୟ କରିପାରୁଛି । ଆମର ଆଗାମୀ ସଭାରେ ଏହାର ଗୋଟେ ସମ୍ପୂର୍ଣ୍ଣ ଆଲୋଚନାଚକ୍ର ରଖିଲେ ଭଲ ହୁଅନ୍ତା ।

This post was hidden by Prateek Pattanaik (history)
Psubhashish (ଆଲୋଚନାଅବଦାନ)

ଉପର ମତରେ ଏକମତ । ତେବେ କେବଳ ଏତିକି କହିବି ଯେ ଫଣ୍ଟ ନିର୍ବିଶେଷରେ ଯୁକ୍ତାକ୍ଷରରେ ଥିବା ବ ଫଳା ଉଭୟ "ଆମ୍ବ" ଓ "ବିଶ୍ୱ"ରେ ଯେମିତି ତଳେ ବଡ଼ ଲାଞ୍ଜିଆ "u" ଭଳି ଦିଶୁଥିବ । (ଆଉଟପୁଟ ଦୃଷ୍ଟିକୋଣରୁ କହୁଛି)

Jnanaranjan sahu (ଆଲୋଚନାଅବଦାନ)

ଅସୁବିଧାଗୁଡିକା ଠିକ କରାଗଲା

ମ ଛଡା ଅନ୍ୟ ସ୍ଥାନରେ ୱ ଫଳା ରଖାଗଲା ।

ଆଗକୁ ଦେଖିବା କଥା:

କିଛି ଟାଇପଙ୍ଗ ଟୁଲରେ ବିନ୍ଦୁ ବ ଆସୁଛି, ସେଇଟା ଦେଖିବାକୁ ପଡିବ ।