Topic on ଉଇକିପିଡ଼ିଆ:ଆଲୋଚନା ସଭା

ସାଧାରଣରେ ଅପ୍ରଚଳିତ ବନାନର ବ୍ୟବହାର

9
Jnanaranjan sahuଙ୍କ ଲିଖିତ ସାରାଂଶ

ହୋଇଗଲା

Psubhashish (ଆଲୋଚନାଅବଦାନ)

ଉଇକିପିଡ଼ିଆରେ ବନାନକୁ ନେଇ ସବୁବେଳେ ଦ୍ୱନ୍ଦ ଉପୁଜିଲେ ଗୋଟେ ବାଟ । ପାଠ୍ୟପୁସ୍ତକରେ ପ୍ରଚଳିତ ବନାନକୁ ଅଗ୍ରାଧିକାର ଦିଆଯାଏ । କୌଣସି ଶବ୍ଦ ନୂଆ (ଯଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଫିନଟେକ ଆଦି) ପାଠ୍ୟପୁସ୍ତକରେ ନଥିଲେ ସେଠାରେ ଉଇକିପିଡ଼ିଆ ସମୂହ ମିଶି ବନାନଟିଏ ବାଛନ୍ତି । ତେବେ ଅନେକ ଦିନରୁ ପ୍ରଚଳିତ ବନାନରେ ଅନେକ ଦ୍ୱନ୍ଦାତ୍ମକ ବନାନର ବ୍ୟବହାର ପରିଲକ୍ଷିତ ହୋଇଛି । ସବୁଠୁ ବଡ଼ ହେଲା "ବ" ବଦଳରେ "ଵ"ର ବ୍ୟବହାର । ଓଡ଼ିଆରେ ସାଧାରଣ ପ୍ରଚଳନରେ କେବଳ "ବ" ବ୍ୟବହୃତ ଓ ଫଳା ଭାବେ "୍ବ" ବ୍ୟବହୃତ । "ଵ" ସାଧାରଣ ବ୍ୟବହାର ନ ଥିବାରୁ ସର୍ଚ ଓ ଏକା ନାମରେ ଦୁଇଟି ପ୍ରସଙ୍ଗ ତିଆରି ଭଳି ଦ୍ୱନ୍ଦ ଉପୁଜୁଛି । ଏଣୁ ପାଠ୍ୟପୁସ୍ତକର ବନାନ ଆଧାରରେ ଆମକୁ ବଟ ବ୍ୟବହାର କରି ଦ୍ୱନ୍ଦାତ୍ମକ ବନାନଗୁଡ଼ିକୁ ସୁଧାରିବାକୁ ପଡ଼ିବ । ତେବେ ବଟରେ ଏକାଥରେ ଅନେକ ଶବ୍ଦର ବନାନଶୁଦ୍ଧି କରାଯିବା ଆଗରୁ ସମସ୍ତଙ୍କ ମତ ମାଗିବା ବିଧେୟ ବୋଲି ଆମେ କେତେଜଣ ପରିଚାଳକ ଭାବୁଛୁ । କାହାରି ଆପତ୍ତି ଥିଲେ ତଳେ ଜଣାଇବେ । ଆପତ୍ତି ନ ଥିଲେ ସହମତି ଦେବେ । ସପ୍ତାହେ ଭିତରେ କୌଣସି ଆପତ୍ତି ନ ଆସିଲେ ବଟ ଚଳାଯିବ ।

Soumendrak (ଆଲୋଚନାଅବଦାନ)

@Psubhashish ଭାଇ, ଉପରଲିଖିତ ଅକ୍ଷର ବଦଳରେ ମୁଁ ସହମତ, ଏହା ଛଡ଼ା ଯଦି ଆହୁରି କିଛି ଅକ୍ଷର ସବୁ ବଦଳ ହେବ ତାହା ଏଠାରେ ଜଣାଇଲେ ସଭିଙ୍କୁ ମତ ଦେବାରେ ସୁବିଧା ହେବ । (@Soumendrak)

Psubhashish (ଆଲୋଚନାଅବଦାନ)

ଏବେ କେବଳ ଏଇ ଅକ୍ଷର ଥିବା ଶବ୍ଦଗୁଡ଼ିକ । ଥରେ ଥରେ କରି କରିବା କାରଣ ଏକାଥରେ ଗୁଡ଼େ ବଦଳିଯିବ । କିଛି ଭୁଲ ଭଟକା କାଳେ ହେବ ଗୋଟେ ଗୋଟେ କରି କରିବା । ଯଦି ଆପଣଙ୍କ ଆଖିରେ ଏମିତି ଏକାଧିକ ଦ୍ୱନ୍ଦାତ୍ମକ ବନାନ ଆଖିରେ ପଡୁଛି ତାହେଲେ ଜଣେଇବେ । ମୋ ଆଖିରେ ଆଉଗୋଟେ ପଡ଼ିଛି । ତା' ହେଲା ଅନେକ ସ୍ଥାନରେ ପୂର୍ଣ୍ଣଚ୍ଛେଦ " ।" ଆଗରୁ ସ୍ପେସ ନାହିଁ । ଏହା ଆବଶ୍ୟକ ଓ ସ୍ପେସ ବିନା କେବେ କେବେ ଅ-କାରାନ୍ତ ଶବ୍ଦ ଆକାରାନ୍ତ ଶବ୍ଦ ଭଳି ଦିଶିପାରେ ।

Soumendrak (ଆଲୋଚନାଅବଦାନ)

ଠିକ କଥା କହିଲେ । ଏହି ପ୍ରସଙ୍ଗ ସଂକ୍ରାନ୍ତ ହୋଇନଥାଇପାରେ ତଥାପି ଏହା ଛଡ଼ା କିଛି ଦ୍ଵନ୍ଦାତ୍ମକ ଶବ୍ଦ/ଅକ୍ଷର ଯାହା ମୋ ନଜରକୁ ଆସିଛି ନିମ୍ନରେ ମୁଁ ଲେଖିଛି:

୧। ଡ଼ ବା ଡ ଭଳି ଅକ୍ଷର

୨। ହଳନ୍ତ ଏବଂ ରେଫ ର ବ୍ୟବହାର ଯାହାକି ଅଯଥା ଯୁକ୍ତାକ୍ଷର ସୃଷ୍ଟି କରୁଛି

୩। "ଓଡ଼ିଶାରେ" ନା "ଓଡ଼ିଶା ରେ" (ଏଇଟା ବୋଧେ ଏବେ ବଟ ଦ୍ୱାରା ଠିକ ହେଉଛି )

ଆହୁରି ମାନେ ପଡିଲେ ଏଠି ବଦଳ କରିଦେବି ।

Psubhashish (ଆଲୋଚନାଅବଦାନ)

କୌଣସି ଅସହମତି ବା ଭିନ୍ନ ମତ ଶେଷ ତାରିଖ ସୁଦ୍ଧା ଆସିନଥିବାରୁ @Jnanaranjan sahuଙ୍କୁ ଅନୁରୋଧ ବଟ ଚଳାଇ ବନାନ ସଂଶୋଧନ କରିବା ପାଇଁ ।

Jnanaranjan sahu (ଆଲୋଚନାଅବଦାନ)

YesY ହୋଇଗଲା ।