Topic on ଉଇକିପିଡ଼ିଆ:ଆଲୋଚନା ସଭା

ଓଡ଼ିଶା ଲିଟେରାରି ଫେଷ୍ଟିଭାଲରେ ଓଡ଼ିଆ ଉଇକିପିଡ଼ିଆ ଓ ବୈଷୟିକ ବିଜ୍ଞାନରେ ଓଡ଼ିଆରେ ଭୂମିକା

3
Psubhashish (ଆଲୋଚନାଅବଦାନ)

ଏହି ମାସ ୨୯ ଓ ୩୦ ତାରିଖ ଦିନ ଭୁବନେଶ୍ୱରର ମେ ଫେୟାର କନଭେନସନ ସେଣ୍ଟରରେ ହେଉଥିବା "ଓଡ଼ିଶା ଲିଟେରାରି ଫେଷ୍ଟିଭାଲ"ରେ ମୋତେ ବୈଷୟିକ ବିଜ୍ଞାନରେ ଓଡ଼ିଆକୁ କିପରି ଆଗକୁ ନେବ ସେ ବାବଦରେ ଏକ ଦଳଗତ ଆଲୋଚନାରେ ବକ୍ତା ଭାବେ ଯୋଗଦେବା ପାଇଁ ଅନୁରୋଧ ମିଳିଛି । ମୁଁ ଏଥିରେ ୩୦ ତାରିଖ ଦିନ ୧୨:୩୦ରେ ହେବାକୁ ଥିବା ଏକ ଅଧିବେଶନରେ ଓଡ଼ିଆ ଉଇକିପିଡ଼ିଆ ଓ ବୈଷୟିକ ବିଜ୍ଞାନରେ ଓଡ଼ିଆରେ ଭୂମିକା ବାବଦରେ ଏକ ସଂକ୍ଷେପ ଅଭିଭାଷଣ ଦେବା ସହ ଦେବୀପ୍ରସନ୍ନ ପଟ୍ଟନାୟକ, ଯତୀନ ନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ଭାଗନେବି । ଏଥିରେ ବାକି ଉଇକିଆଳିମାନେ ଯୋଗଦେଇପାରିଲେ ଭଲ ହେବ ଫଳରେ ଉଇକିପିଡ଼ିଆ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ବାକିମାନେ ଦେବା ଓ ସେଠି ଭାଗ ନେଉଥିବା ଦର୍ଶକ ଓ ବକ୍ତାମାନଙ୍କ ସଙ୍ଗେ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଆଲୋଚନା କରିପାରନ୍ତେ । ଏଥିରେ ଭାଗନେବା ନିଶୁଳ୍କ ତେବେ ବୋଧେ ରେଜିଷ୍ଟ୍ରେସନ ଲୋଡ଼ା ।

ସେଦିନ ଆଲୋଚନା ପରେ ବା ସନ୍ଧ୍ୟାରେ ଆମେ ଏକ ଉଇକିମେଳଣ ମଧ୍ୟ କରିପାରିବା । @Sailesh (CIS-A2K) ଏ ବାବଦରେ ତମେ ଜଣାଇପାରିଲେ ଭଲ ହେବ ।

Saileshpat (ଆଲୋଚନାଅବଦାନ)

ହଁ ସନ୍ଧ୍ୟାରେ ଦେଖା ହେଇପାରିବା, ବାକିମାନଙ୍କୁ ଟିକେ ଜଣେଇଦେବି ।

Psubhashish (ଆଲୋଚନାଅବଦାନ)

ପ୍ରକାଶ ପାଇଥିବା ଦୁଇଟି ଖବରରେ ମୋତେ "Odia Wiki Founder" ବୋଲି ଭୁଲରେ ବାହାର କରାଯାଇଛି । ମୁଁ ଦୁଇ ସପ୍ତାହ ହେଲାଣି କାମରେ ବାହାରେ ଥିଲି ଆଉ ୩୦ ତାରିଖ ସକାଳୁ ଆସି ଦେଶରେ ପହଞ୍ଚିଲାର କେଇ ଘଣ୍ଟା ପରେ ଏ ଉତ୍ସବରେ ଭାଗ ନେଲି । ତେବେ ମୁଁ ଅନେକ ଦିନ ଆଗକୁ ଗୋଟେ ବାଇଓ ପଠେଇଥିଲି ଯାହା ସଂଶୋଧିତ ଭାବେ ତାଙ୍କ ୱେବସାଇଟରେ ପ୍ରକାଶ ପାଇଛି । ହେଲେ ଶୁଣିବାକୁ ପ୍ରଲୋଭିତ ଲାଗିଲେ ମୋ ଆଡୁ ଏ ବିରାଟ ଉପାଧି ପଛରେ କୌଣସି ହାତ ନାହିଁ । ଏମିତି ଉପାଧିକୁ ମୋର ଜୀବନ ଡର । ତେଣୁ ମୁଁ ମୋ ଭାଷଣରେ ସେଠି ସମସ୍ତଙ୍କ ଆଗରେ ସନ୍ଦେହ ମୋଚନ ପାଇଁ କହିଛି (ଭାଷଣଟା ରେକର୍ଡ଼ ହୋଇଛି ତେଣୁ ପ୍ରକାଶ ପାଇଲେ ଲିଙ୍କ ଦେବି) ଯେ ଉଇକିପିଡ଼ିଆରେ ସବୁକାମ ଅନେକଙ୍କ ମିଳିତ କାମ ଆଉ ସେ ସମସ୍ତଙ୍କ ଭିତରୁ ମୁଁ ଜଣେ । ତଥାପି ମିଡ଼ିଆରେ ଏସବୁ ଭୁଲ ଆଗରୁ ହୋଇଛି, ଏବେ ବି ହେଉଛି ଆଉ ଆଗକୁ ବି ହେବ ବୋଲି ଜାଣିରଖିବା କଥା । ଆମ ଆଡୁ ଆମେ ଚେଷ୍ଟାକରିବା କଥା ସେମାନଙ୍କୁ ଅବଗତ କରେଇବା ପାଇଁ । ମୁଁ ସେଠାର ଯେଉଁ ସାମ୍ବାଦିକାଙ୍କୁ ଜାଣିଛି ତାଙ୍କୁ ମେଲରେ ଜଣେଇଛି ଆଉ କିଛି ପୁରୁଖା ଉଇକିଆଳିଙ୍କୁ ତାକୁ ଫରୱାର୍ଡ଼ କରିଛି । ତଥାପି ବି ଇଏ ଚିରନ୍ତନ ଉପଚାର ବୋଲି ଭାବୁନି । ଏ ଯାତ୍ରା ଅସରନ୍ତି!