Topic on ଉଇକିପିଡ଼ିଆ:ଆଲୋଚନା ସଭା

Gayatree Tripathy (ଆଲୋଚନାଅବଦାନ)

ବ୍ୟକ୍ତିଗତ ଜୀବନରେ ଆମେ ଦେଖୁ, ପରିବାରର ପ୍ରତିପୋଷଣ ଆଢୁଆଳରେ ମହିଳାମାନେ ସବୁବେଳେ ନିଜ ଆବଶ୍ୟକତା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତାକୁ ଏଡ଼ାଇ ଆସିଛନ୍ତି । ଏଣୁ ଅକ୍ଟୋବର ମାସରେ ହେବାକୁ ଥିବା ଉଇକି ବିଜ୍ଞାନ ମାସର ବିଷୟବସ୍ତୁ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଧାରିତ । ଉଇକି ଓମ୍ୟାନ ଫର ଓମ୍ୟାନ ୱେଲବିଙ୍ଗ (WWWW) ଉଦ୍ୟମ କରିବ ମହିଳା ସ୍ୱାସ୍ଥ୍ୟସମସ୍ୟା ସହିତ ଜଡ଼ିତ ଅନ୍ଧବିଶ୍ୱାସଗୁଡିକୁ ଦୂର କରିବା ପାଇଁ । ଏହି ଗଣସମ୍ପାଦନା ମହିଳାସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନୂଆ ପ୍ରସଙ୍ଗ ତିଆରି ସହିତ ପୁରୁଣା ପ୍ରସଙ୍ଗଗୁଡ଼ିକର ଉନ୍ନତିକରଣ ଦିଗରେ ମଧ୍ୟ କାର୍ଯ୍ୟ କରିବ । ଉଇକି ମେଡ଼ ପ୍ରକଳ୍ପ ମଧ୍ୟ ପ୍ରସଙ୍ଗ ଏବଂ ଆଧାରଗୁଡ଼ିକର ତାଲିକା ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି । ପ୍ରସଙ୍ଗମାନଙ୍କ ଉପରେ ହେଉଥିବା ଆଧୁନିକ ଗବେଷଣାର ତଥ୍ୟ ନିମନ୍ତେ କେତେକ ଡାକ୍ତର ଏବଂ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ସହବନ୍ଧନ କରିବାକୁ ମଧ୍ୟ ସ୍ଥିର କରାଯାଇଛି । ଆଗ୍ରହୀ ଉଇକିଆଳି ଏହି ମେଟା ପୃଷ୍ଠାରେ ଦସ୍ତଖତ କରିବାକୁ ଅନୁରୋଧ ।