Topic on ବ୍ୟବହାରକାରୀଙ୍କ ଆଲୋଚନା:Soumendrak

Jnanaranjan sahu (ଆଲୋଚନାଅବଦାନ)

ଉଇକିପିଡ଼ିଆ ଲିଙ୍କ ଆଧାର ଦିଆଯାଏ ନାହିଁ ।

Soumendrak (ଆଲୋଚନାଅବଦାନ)

ଆଛା ଅନ୍ୟ ଭାଷାର ଉଇକିପେଡିଆର ପ୍ରୁଷ୍ଠାକୁ ବି ଆଧାର ଆକାରରେ ଦେଇହବନି ତାହେଲେ . ଠିକ ଅଛି .

Psubhashish (ଆଲୋଚନାଅବଦାନ)

ନା । ଆଧାରର ଅର୍ଥ ଅନ୍ୟଠି ପ୍ରକାଶିତ ପ୍ରକାଶନର ଆଧାରରେ ଉଇକିପିଡ଼ିଆରେ ଲେଖିବା । ଉଇକିପିଡ଼ିଆ ନିଜେ ବାହ୍ୟ ଆଧାର ଉପରେ ନିର୍ଭରଶୀଳ । ସେ ଯେକୌଣସି ଭାଷାର ହେଉ ନା କାହିଁକି । ଉଇକିପିଡ଼ିଆ:ପ୍ରଶ୍ନ_ପଚାରନ୍ତୁ#ବହି/ଖବରକାଗଜ/ପତ୍ରିକାରୁ_ଦେଖି_ଲେଖିପାରିବେ_କି? - ଏହି ବିଭାଗରେ ଦେଖିପାରିବେ କେଉଁ କେଉଁ ସ୍ରୋତରୁ ଆଧାର ଆଣିପାରିବେ ।

Soumendrak (ଆଲୋଚନାଅବଦାନ)

@Psubhashish, @Jnanaranjan sahu , ମୋ ବୁଝିବା ମୁତାବକ କୌଣସି ପତ୍ରିକା ବା ସମ୍ବାଦ ଯେ କୌଣସି ଭାଷାରେ ଲେଖା ହେଉନା କାହିଁକି ତାହାକୁ ଆଧାର ରୂପେ ଦେଇହବ . ହେଲେ ମୋର କହିବାର ଅର୍ଥ, ଧରନ୍ତୁ ଇଂରାଜୀ ଉଇକିପେଡିଆରେ ଗୋଟିଏ ପୃଷ୍ଠା ଅଛି speech recognition, ତେବେ ଏହି ପୃଷ୍ଠାଟିକୁ ମୁଁ ଓଡ଼ିଆ ଉଇକିପେଡିଆ ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ#ସ୍ପିଚ ରେକଗନିସନ ପୃଷ୍ଠାରେ ଆଧାରରୁପେ ଦେଇପାରିବି କି ?

Psubhashish (ଆଲୋଚନାଅବଦାନ)

ନା । ଗୋଟେ ଉଇକିପିଡ଼ିଆର ଲେଖା ଆଉ ଗୋଟେ ଉଇକିପିଡ଼ିଆରେ ଆଧାର ଭାବେ ଦେଇହେବନି । କାରଣ ପ୍ରତିଟି ଉଇକିପିଡ଼ିଆର ଲେଖା ଏକ ଅଣ-ଉଇକିପିଡ଼ିଆ ପ୍ରକାଶନ (ଜର୍ଣ୍ଣାଲ, ବହି) ଆଦିରୁ ନିଆଯାଇଛି । ଉଇକିପିଡ଼ିଆରେ ମୌଳିକ ରଚନା ରହେନାହିଁ । କେବଳ ଅନ୍ୟ ପ୍ରକାଶନର ତଥ୍ୟକୁ ଜଣେ ଉଇକିଆଳି ନିଜ ଭାଷାରେ ଲେଖେ ।