Topic on ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିମାନିଆରୁ ମିଳିଥିବା ଶିକ୍ଷା

5
Jnanaranjan sahuଙ୍କ ଲିଖିତ ସାରାଂଶ

ସମାଧିତ

Psubhashish (ଆଲୋଚନାଅବଦାନ)

ଏଠାରେ ଏ ବର୍ଷ ଉଇକିମାନିଆରେ ଭାଗନେଇଥିବା ଉଇକିଆଳିମାନଙ୍କୁ ସେମାନଙ୍କୁ ମିଳିଥିବା ବିଭିନ୍ନ ଶିକ୍ଷା ବାବଦରେ ଏଠାରେ ଲେଖିବାକୁ ଅନୁରୋଧ । ପରେ ଉକ୍ତ ବିଷୟରେ କୌଣସି କାମ ପଡ଼ିଲେ ସେମାନେ ସେସବୁର ନେତୃତ୍ୱ ନେଇପାରିବେ ।

ବୈଷୟିକ
  • ଲିଙ୍ଗୁଆ ଲିବ୍ରେ: ଏହି ଟୁଲ ବ୍ୟବହାର କରି ଖୁବ ସହଜରେ ଶବ୍ଦର ଉଚ୍ଚାରଣଗୁଡ଼ିକ କମନ୍ସରେ ଅପଲୋଡ଼ କରିହେବ । ମୁଁ ଏଇଠି କିଛି କରିଛି ସମସ୍ତଙ୍କ ଦେଖିବା ପାଇଁ । ପରେ ଏହି ଉଚ୍ଚାରଣଗୁଡ଼ିକ ଉଇକି ଅଭିଧାନ ଓ ଅନ୍ୟ ପ୍ରକଳ୍ପ କାମରେ ଆସିବ । (ଏଥିରେ ରେକର୍ଡ଼ି ଓ ଅପଲୋଡ଼ ସବୁ ଅନଲାଇନରେ ତେଣୁ କମ୍ପ୍ୟୁଟରରେ କିଛି ସାଇତିବାକୁ ପଡ଼ିବନି । ମୁଁ ଭୋଗୁଥିବା ଅସୁବିଧାସବୁ ଏଇଠି ଲେଖିରଖୁଛି ଫଳରେ ଲିଙ୍ଗୁଆଲିବ୍ରେର ଡେଭଲପରମାନେ ସେସବୁକୁ ସଜାଡ଼ିପାରିବେ )
Psubhashish (ଆଲୋଚନାଅବଦାନ)
Jnanaranjan sahu (ଆଲୋଚନାଅବଦାନ)

ଏମିତି ଜିନିଷ ପୁରା ମୁଳରୁ ହେଇଥିଲେ କେତେ ଭଲ ହେଇଥାନ୍ତା । ଯିଏ ଜେତେ ଥର ଯୁଆଡେ(ଉଇକିମାନିଆ କି ଆଉ କୁଆଡେ) ଯାଇଛନ୍ତି ସେଠି କଣ କଲେ ବା ସିଖିଲେ ଲେଖିଥିଲେ କେତେ ଭଲ ହେଇଥାନ୍ତା । @Psubhashish ଆପଣଙ୍କ ଅପଡେଟ ପାଇଁ ଧନ୍ୟବାଦ । ମୁଁ ଉଇକିମାନିଆରେ ଆରମ୍ବ କରିଥିବା କିଛି କାମ ଏ ଯାଏଁ ଚାଲିଛି । ମୁଁ ସମୟ ଦେଖି ସବିଶେଷ ବିବରଣୀଟିଏ ଲେଖିବି ।

Saileshpat (ଆଲୋଚନାଅବଦାନ)

ଉଇକିମାନିଆରୁ କିଛି ଶିକ୍ଷା ଓ , ମୁଁ ଏହି ବର୍ଷ ୧ଟେ ଅଧିବେଶଣ ଓ ୧ ଗୋଟେ ପ୍ୟାନେଲରେ ଭାଗ ନେବାର ସୁଯୋଗ ପାଇଥିଲି । ଓଡ଼ିଶା ସରକାରଙ୍କ ସହ ଆମ ସହଭାଗୀତା ବିଷୟରେ କହିଥିଲି ଓ ଓଡ଼ିଆ ଉଇକିପାଠାଗାରରେ କିପରି କାମ ହେଉଛି ସେହି ବିଷୟରେ ମଧ୍ୟ । ଅନେକ ଉଇକିଆଲିଙ୍କ ସହିତ ଭେଟିବାକୁ ସୁଯୋଗ ମିଳିଥିଲା ଓ ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରିବାକୁ ମଧ୍ୟ । ଆଲେକ୍ସଙ୍କ ସହ ଗ୍ଲାମ ପ୍ରକଳ୍ପ ଗୁଡିକ ବିଷୟରେ ଆଲୋଚନା କରିବାକୁ ସମୟ ମିଳିଥିଲା ଓ କିପରି ଆମେ କଳାଭୂମି ସଂଗ୍ରହାଳୟ ସହ ବୁଝାମଣା କେମତି ଆଗକୁ ବଢିବ ସେହି ବିଷୟରେ ଆଲୋଚନା କରିଥିଲି ।

Subas Chandra Rout (ଆଲୋଚନାଅବଦାନ)

ଉଇକିମାନିଆରୁ ମିଳିଥିବା ସୁବାସ ଚନ୍ଦ୍ର ରାଉତଙ୍କ ଶିକ୍ଷା

ମୁଁ ଅନେକ ଗୁଡ଼ିଏ ଅଧିବେଶନରେ (ପ୍ରାୟ ତିନି ଚତୁର୍ଥାଂଶ ଅଧିବେଶନ) ଭାଗ ନେଇଥିଲି ଓ ବହୁତ କଥା ଶିଖିଲି । ସବୁଠାରୁ ଅଧିକ ଶିଖିଲି ଉଇକିଡାଟା ଓ ହିସ୍ଟ୍ରୋପେଡିଆ । ଏହାକୁ ଅଭ୍ୟାସରେ ପରିଣତ କରିବାକୁ  ସମୟ ଦରକାର । ଯେହେତୁ ମୁଁ ମେଡିକାଲ ସମ୍ପର୍କୀୟ ବିଷୟମାନଙ୍କରେ ଲେଖୁଛି, ତେଣୁ ସେଥିରେ ଲେଖିବାକୁ ବା ଭାଗ ନେବାକୁ ସମୟର ଅଭାବ ହେଲେ ମଧ୍ୟ ଶିକ୍ଷା ଜାରିରହିଛି  । ଆମର ଗୋଟିଏ ଛୋଟ ସଂସ୍ଥା ଯେଉଁଥିରେ ଅଳ୍ପ ସଂଖ୍ୟକ ଲୋକ ଉଇକିପିଡିଆ ନିମନ୍ତେ ସମୟ ଦେଇପାରୁଛନ୍ତି । ଅନେକ ନୂଆ ବିଷୟ ଥିବା ଜାଣିଲି, ଯେପରିକି Wikitongue, Automated facial analysis, WikiCite, Wikivideo, Wikitherapy, Poly (an open source software built to share and learn languages)  ଓ ଆହୁରି ଅନେକ । ତେବେ ଏସବୁ ଅଛି ଜାଣିଲେ କେହି କେହି ହୁଏତ ଏସବୁ ଶିଖିବାକୁ ଆଗ୍ରହାନ୍ଵିତ ହୋଇପାରନ୍ତି । ସିନିୟର ସିଟିଜେନ ଓ ଉଇକିପିଡିଆ ବିଷୟରେ ଚର୍ଚ୍ଚା ହୋଇଥିଲା । ଅନେକ ଥର ଏ ବିଷୟରେ ମୁଁ ଭାବିଛି । ମୂଳ ଅସୁବିଧା – ଅଧିକାଂଶ ସିନିୟର ସିଟିଜେନ କମ୍ପ୍ୟୁଟର ଶିକ୍ଷିତ ନୁହନ୍ତି ଓ ବିନା ପାରିଶ୍ରମିକରେ ଶିଖିବାକୁ ଆଗ୍ରହୀ ନୁହନ୍ତି । ଆମେ ଉଇକିଥେରାପି ଦିଗରେ ଚେଷ୍ଟା କରିପାରିବା । ଉଇକିପିଡିଆ ଗୋଟିଏ ଛୋଟ ଜ୍ଞାନକୋଷରୁ ଆରମ୍ଭ ହୋଇ ଉଇକିମିଡିଆ ଫାଉଣ୍ଡେସନ ନାମ ବହନ କରି ଶାଖା ପ୍ରଶାଖା ମେଲେଇ ମହାଦୃମରେ ପରିଣତ ହୋଇସାରିଲାଣି । ଉଇକି prefix ଥାଇ ଅନେକ ପ୍ରୋଜେକ୍ଟ ତିଆରି ହେଉଛି । ସେଥିରେ ଭାଗ ନେଉଥିବା ଲୋକଙ୍କର ଲଗନ ବା ସ୍ପୃହା ଦେଖିଲେ ବିସ୍ମୟ ଲାଗୁଛି । ସେଥିପାଇଁ ସେମାନେ ଉନ୍ନତ ହୋଇପାରୁଛନ୍ତି ।