Jump to content

ବିଷ୍ଣ ଚରଣ ଶତପଥୀ

ଉଇକିପିଡ଼ିଆ‌ରୁ
ବିଷ୍ଣ ଚରଣ ଶତପଥୀ
ଜନ୍ମ ଓ ଜନ୍ମସ୍ଥାନ (1939-05-02) ୨ ମଇ ୧୯୩୯ (ବୟସ ୮୭)
ମୃତ୍ୟୁବେଣ୍ଟକାର, ଜେନାସାହି, କଟକ
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ସାହିତ୍ୟ କୃତିଅଲୋଡା ଅପରାହ୍ଣ
ପିତାମାତାଦାମୋଦର ଶତପଥୀ, ଶୁକ ଦେବୀ

ବିଷ୍ଣ ଚରଣ ଶତପଥୀ (ଜନ୍ମ: ୨ ମଇ ୧୯୩୯) ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ନିଜ ଗଳ୍ପ ସଂକଳନ 'ଝୁରୁଛି ସିନ୍ଦୂର' ଓ 'ଅଲୋଡା ଅପରାହ୍ଣ' ପାଇଁ ସେ ବିଶେଷ ଜଣାଶୁଣା ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବିଷ୍ଣ ଚରଣ କଟକ ଜିଲ୍ଲାର ବେଣ୍ଟକାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ ସରକାରୀ ଚାକିରୀରେ ଯୋଗ ଦେଲେ । ୧୯୯୭ ମସିହା ମେ ମାସ ୩୧ ତାରିଖରେ ସେବାନିବୃତ୍ତ ହେବାର ୧୨ ବର୍ଷ ପରେ ସେ ଲେଖାଲେଖି ପାଇଁ ମନ ବଳାନ୍ତି । ପ୍ରଥମେ ଜଗନ୍ନାଥଙ୍କର କିଛି ଭଜନ ଜଣାଣ ଲେଖି ତାକୁ ତତ୍କାଳୀନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗର ପ୍ରଫେସର ଡକ୍ଟର ବାଉରୀବନ୍ଧୁ କରଙ୍କୁ ଦେଖାଇଲେ । ସେ ମହାଶୟ ସମସ୍ତ ଲେଖାକୁ ଏକତ୍ର କରି 'ମୁକ୍ତିର ସ୍ବର' ନାମରେ ବହିଟିଏ ଛାପିଦେଲେ । ତା'ପର ଠାରୁ ଲେଖକ ଅଧିକ ଉତ୍ସାହିତ ହୋଇ ସାହିତ୍ୟର ପ୍ରାୟ ପ୍ରତ୍ୟେକ ବିଭାଗରେ ଲେଖନୀ ଚାଳନା କଲେ ।

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • ମୁକ୍ତିର ସ୍ବର
  • ନୀରାଜନା ଶତଦଳ
  • ସ୍ତୁତି ସୁମନ
  • ଆଭା
  • ଅଲୋଡା ଅପରାହ୍ଣ
  • ଝୁରୁଚି ସିନ୍ଦୂର []
  • ବିଡମ୍ବନା ୨୦୧୭
  • ଏ ମାଟିର ସୌରଭ
  • କପୋତୀର ବିଳାପ

ଉପନ୍ୟାସ

[ସମ୍ପାଦନା]
  • ଅଡୁଆ ସୂତା
  • ସମସ୍ୟା
  • ମୁଠାଏ ପାଉଁଶ
  • ଇନ୍ଦ୍ରଜାଲର ରାଣୀ
  • ଅମା ଅନ୍ଧକାରେ ପୁନେଇଁ ଚାନ୍ଦ

ପ୍ରବନ୍ଧ

[ସମ୍ପାଦନା]
  • ଅନ୍ଧକାରର ଅଗ୍ନି ସ୍ଫୁଲିଙ୍ଗ
  • ଭାରତର ରତ୍ନ - ହିନ୍ଦୁଧର୍ମର ପୃଷ୍ଠପୋଷକ ମହାପୁରୁଷଗଣ
  • ଶ୍ରେଷ୍ଠ ଧର୍ମ ଶ୍ରେଷ୍ଠ କର୍ମ
  • ଶ୍ରେଷ୍ଠ ସମ୍ପଦ

ଶିଶୁ ସାହିତ୍ୟ

[ସମ୍ପାଦନା]
  • ଶିକ୍ଷଣୀୟ କବିତା ପିଲାଙ୍କ ପାଇଁ
  • ଗୀତରେ ଗୀତରେ ପରିବେଶ କଥା
  • ପିଲାଙ୍କ ପ୍ରଗତି ପଥର ସାଥି
  • ଅହିଂସା ପରମ ଧର୍ମ
  • ଆମ ମହାପୁରୁଷ
  1. ଶତପଥି, ବିଷ୍ଣ ଚରଣ (୨୦୨୪). ଝୁରୁଚି ସିନ୍ଦୂର. କଟକ: ଶୌର୍ଯ୍ୟ ପ୍ରକାଶନ. pp. ପଛ କଭର.