ବିଶ୍ୱ ଅଣ୍ଡା ଦିବସ

ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । ୧୯୯୬ ମସିହାରେ ଆଇ. ଇ. ସି.(ଇଣ୍ଟର୍ନେସନାଲ୍ ଏଗ୍ କମିସନ୍), ଭିଏନା ସମ୍ମିଳନୀରେ ପ୍ରଥମେ ପାଳନ କରାଗଲା ।[୧] ତା' ପରଠୁ ବିଶ୍ୱବାସୀ ଏହି ଦିନକୁ ଅଣ୍ଡା ଦିବସ ରୂପେ ପାଳନ କରି ଆସୁଛନ୍ତି । ଉଚ୍ଚସ୍ତରୀୟ ପ୍ରୋଟିନ୍ ସହିତ ଉତ୍ତମ ଗୁଣ ସମ୍ପନ୍ନଯୁକ୍ତ ହୋଇଥିବାରୁ ଖାଦ୍ୟ ସାରଣୀରେ ଅଣ୍ଡାକୁ ସାମିଲ କରିବା ପାଇଁ ଏହି ଦିନ ଲୋକଙ୍କୁ ପ୍ରୋତ୍ସାହିତ କରାଯାଏ । [୨] ସାରା ବିଶ୍ୱର ଅଣ୍ଡା ବ୍ୟବସାୟୀ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଅଣ୍ଡା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହାର ଉପାଦେୟତକୁ ପ୍ରଚାର ମାଧ୍ୟମରେ ବୁଝାଇବା ପାଇଁ ଏହି ଦିନ ଚେଷ୍ଟା କରାଯାଇଥାଏ ।[୩]
ଅଣ୍ଡାରେ ରହିଥିବା ଉପାଦାନ[ସମ୍ପାଦନା]
ଅଣ୍ଡା ଏକ ସୁଷମ ଖାଦ୍ୟ ଓ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର । ସୁସ୍ଥ ରହିବା ପାଇଁ ପ୍ରତିଦିନ ଗୋଟିଏ ସିଝା ଅଣ୍ଡା ଖାଇବା ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତି । ତେବେ ଗୋଟିଏ ସିଝା ଅଣ୍ଡାରେ ଥିବା ପୁଷ୍ଟିଯୁକ୍ତ ଉପାଦାନଗୁଡ଼ିକ ହେଲା:-[୪]
- ଭିଟାମିନ୍ A : ଅନୁସଂଶିତ ଆହାର ଭତ୍ତା(ଆର୍.ଡି.ଏ)ର ୬%
- ଫୋଲେଟ୍ : ଅନୁସଂଶିତ ଆହାର ଭତ୍ତା(ଆର୍.ଡି.ଏ)ର ୫%
- ଭିଟାମିନ୍ B5 : ଅନୁସଂଶିତ ଆହାର ଭତ୍ତା(ଆର୍.ଡି.ଏ)ର ୭%
- ଭିଟାମିନ୍ B12: ଅନୁସଂଶିତ ଆହାର ଭତ୍ତା(ଆର୍.ଡି.ଏ)ର ୯%
- ଭିଟାମିନ୍ B2 : ଅନୁସଂଶିତ ଆହାର ଭତ୍ତା(ଆର୍.ଡି.ଏ)ର ୧୫%
- ଫସ୍ଫରସ୍ : ଅନୁସଂଶିତ ଆହାର ଭତ୍ତା(ଆର୍.ଡି.ଏ)ର ୯%
- ସେଲେନିୟମ୍ : ଅନୁସଂଶିତ ଆହାର ଭତ୍ତା(ଆର୍.ଡି.ଏ)ର ୨୨%
- ଅଣ୍ଡାରେ ଉଚିତ୍ ମାତ୍ରାରେ ଭିଟାମିନ୍ D, ଭିଟାମିନ୍ E, ଭିଟାମିନ୍ K, ଭିଟାମିନ୍ B6, କ୍ୟାଲ୍ସିୟମ୍ ଓ ଜିଙ୍କ୍ ମଧ୍ୟ ମିଳିଥାଏ ।
ଆଧାର[ସମ୍ପାଦନା]
- ↑ "ବିଶ୍ୱ ଅଣ୍ଡା ଦିବସ". Cute calendar. Retrieved 9 October 2015.
- ↑ "ବିଶ୍ୱ ଅଣ୍ଡା ଦିବସ". Prameya odia news. Archived from the original on 5 March 2016. Retrieved 10 October 2015.
- ↑ "IEC". International Egg Commission. Archived from the original on 4 March 2016. Retrieved 9 October 2015.
- ↑ "Proven Health Benefits of Eggs". Authority Nutrition. Archived from the original on 6 May 2014. Retrieved 9 October 2015.