ବିଶ୍ୱକଲ୍ୟାଣ ରଥ
ବିଶ୍ୱକଲ୍ୟାଣ ରଥ | |
|---|---|
| ଜନ୍ମ | ୨୭ ଡିସେମ୍ବର ୧୯୮୯[୧] |
| ଶିକ୍ଷାନୁଷ୍ଠାନ | ଆଇ ଆଇ ଟି ଖଡ଼ଗପୁର |
| ବୃତ୍ତିସମୂହ | |
| ସକ୍ରିୟ ବର୍ଷ | ୨୦୧୪- |
| ବୈବାହିକ-ସାଥୀ | |
| ସନ୍ତାନ | ଋଷିଲ ପାଣିଗ୍ରାହୀ |
ବିଶ୍ୱକଲ୍ୟାଣ ରଥ ଜଣେ ଭାରତୀୟ ଷ୍ଟାଣ୍ଡ-ଅପ କମେଡ଼ିଆନ, ଲେଖକ ଏବଂ ୟୁଟ୍ୟୁବର । ନିଜ ଯୁଟ୍ୟୁବ କମେଡ଼ି-ସୋ ପ୍ରିଟେନ୍ସିଅସ୍ ମୁଭି ରିଭ୍ୟୁ ମାଧ୍ୟମରେ ସେ ଲୋକଲୋଚନକୁ ଆସିଥିଲେ ।[୨] ଏହି ୟୁଟ୍ୟୁବ କାର୍ଯ୍ୟକ୍ରମରେ କନନ ଗିଲ ତାଙ୍କ ସହିତ କାମ କରିଥିଲେ । ନେଟଫିଲ୍କ୍ସ କମେଡ଼ି ଚଳଚ୍ଚିତ୍ର ବ୍ରାହ୍ମଣ ନମନରେ ସେ ଅଭିନୟ କରିଥିଲେ । ୨୦୧୭ ମସିହାରେ ସେ ଆମାଜନ ପ୍ରାଇମ ଓଟିଟି ଚ୍ୟାନେଲ ପାଇଁ ଲାଖୋଁ ମେଁ ଏକ ନାମକ ୱେବସିରିଜ ନିର୍ମାଣ କରିଥିଲେ । ୨୦୨୦ ମସିହା ଡିସେମ୍ବର ମାସ ୯ ତାରିଖରେ ସେ ସୁଲଗ୍ନା ପାଣିଗ୍ରାହୀଙ୍କୁ ବିବାହ କରିଥିଲେ ।[୩]
ବୃତ୍ତିଗତ ଜୀବନ
[ସମ୍ପାଦନା]ବିଶ୍ୱକଲ୍ୟାଣ ୨୦୧୨ ମସିହାରେ ଆଇ ଆଇ ଟି ଖଡ଼ଗପୁରରୁ ବାୟୋଟେକ୍ନୋଲୋଜିରେ ବିଟେକ କରିଥିଲେ ।[୪][୫][୬] ବିଟେକ ସାରିବା ପରେ ସେ ବିଜରମୋବାଇଲ ନାମକ ମୋବାଇଲ ଷ୍ଟାର୍ଟଅପ କମ୍ପାନୀରେ ଚାକିରୀ କରିଥିଲେ । ୨୦୧୩ ମସିହାରେ ସେ କନନ ଗିଲଙ୍କୁ ବାଙ୍ଗାଲୋରଠାରେ ଭେଟିଥିଲେ ।[୭] ୨୦୧୪ ମସିହାରେ ସେ ଓରାକଲ କମ୍ପାନୀରେ ଚାକିରୀରୁ ଇସ୍ତଫା ଦେଇ, ଜଣେ ଷ୍ଟାଣ୍ଡ-ଅପ କମେଡ଼ିଆନ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ । [୮]
ବିଶ୍ୱ ଓ କନନ ପ୍ରିଟେନ୍ସିଅସ ମୁଭି ରିଭ୍ୟୁସ୍ ନାମକ ଏକ ୟୁଟ୍ୟୁବ ସିରିଜ ଆରମ୍ଭ କରିଥିଲେ । ଏହି ଭିଡ଼ିଅ ଗୁଡ଼ିକ ଭାଇରାଲ ହୋଇ, ବିଶ୍ୱଙ୍କୁ ଲୋକପ୍ରିୟତା ଆଣିଦେଇଥିଲା । ଏହି ସିରିଜରେ ସେ ହିନ୍ଦୀ ଫିଲ୍ମର ମଜାଦାର ରିଭ୍ୟୁ କରୁଥିଲେ ।[୯][୧୦][୧୧] ୨୦୧୪ ମସିହାରେ ସେ କନନଙ୍କ ସହିତ ନିଜର ପ୍ରଥମ ଷ୍ଟାଣ୍ଡ-ଅପ ପ୍ରଦର୍ଶନ ଗୁରୁଗ୍ରାମଠାରେ କରିଥିଲେ ।[୧୨]
୨୦୧୫ ମସିହାରେ ସେ ନିଜର ସ୍ୱତନ୍ତ୍ର କାମ ଆରମ୍ଭ କରିଥିଲେ ଓ ସେପ୍ଟେମ୍ବର ମାସରେ ବିଶ୍ୱ ଇନ ୟୋର ଫେସ୍ ନାମକ ଏକଳ ପ୍ରଦର୍ଶନ ଦେଶବ୍ୟାପୀ କରିଥିଲେ ।[୧୩] ୨୦୧୫ ମସିହାରେ ହିଁ ସେ ଅନ୍ୟତମ ଲୋକପ୍ରିୟ କମେଡ଼ି ଦଳ ଏଆଇବି ସହିତ କମେଡ଼ି ହଣ୍ଟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଶ୍ୱ ମସ୍ତ ଆଦମୀ ନାମରେ ତାଙ୍କର ଆଉ ଏକ ଲୋକପ୍ରିୟ କମେଡ଼ି ଷ୍ଟାଣ୍ଡ-ଅପ କାର୍ଯ୍ୟକ୍ରମ ଦେଶବ୍ୟାପୀ ପ୍ରଦର୍ଶନ ହୋଇଥିଲା ।[୧୪] ୨୦୧୭ ମସିହାରେ ଆମାଜନ ପ୍ରାଇମ ଓଟିଟି ଚାନେଲ ପାଇଁ ସେ ଲାଖୋଁ ମେଁ ଏକ ନାମରେ ଏକ ୱେବସିରିଜ ମଧ୍ୟ ନିର୍ମାଣ କରିଥିଲେ ।[୧୫] ସେ ଏଚଡ଼ିଏଫସି ଲାଇଫର ବିହାଇଣ୍ଡ ଦ ଜର୍ଣ୍ଣି ୱେବସିରିଜରେ ମଧ୍ୟ ଅଭିନୟ କରିଥିଲେ ।[୧୬] ୨୦୨୦ ମସିହାରେ ସେ ଆଗାମୀ ପିଢ଼ିର କମେଡ଼ିଆନମାନଙ୍କପାଇଁ ମାଷ୍ଟରକ୍ଲାସ ନାମକ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ ।[୧୭]
ଆଧାର
[ସମ୍ପାଦନା]- ↑ "Kanan and Biswa: Most Random Ever". 16 November 2015.
- ↑ "Pretentious Movie Reviews". Retrieved 5 August 2017 – via YouTube.
- ↑ "Biswa Kalyan Rath gets married to Sulagna Panigrahi". 19 December 2020.
- ↑ "During my IIT days, I realised I like joking more than engineering: Biswa Kalyan Rath". The Times of India. 2017-03-27. ISSN 0971-8257. Retrieved 2023-05-10.
- ↑ India, IIT KGP Alumni Foundation. "Unique Talents of KGP'ians: Biswa Kalyan Rath, from KGP to TV - Newsroom". IIT KGP Alumni Foundation India (in ଇଂରାଜୀ). Retrieved 2023-05-10.
- ↑ "Biswa Kalyan Rath • EartH (Evolutionary Arts Hackney)". earthackney.co.uk (in ଆମେରିକୀୟ ଇଂରାଜୀ). Retrieved 2023-05-10.
- ↑ Apoorva Sripathi (9 March 2015). "Reels of fun". The Hindu. Retrieved 29 January 2016.
- ↑ Rhea Yadav (5 September 2014). "In Conversation With Biswa Kalyan Rath: Of Pretentiousness and Gamechanging". University Express. Archived from the original on 3 February 2016. Retrieved 29 January 2016.
- ↑ ET Bureau (9 May 2014). "Reviewer duo Kanan Gill and Biswa Kalyan Rath throw a few punches at bad Bollywood movies". The Economic Times. Retrieved 29 January 2016.
- ↑ "During my IIT days, I realised I like joking more than engineering: Biswa Kalyan Rath - Times of India". The Times of India. Retrieved 2018-11-13.
- ↑ Somya Lakhani (9 May 2014). "Boys of Bollywood". The Indian Express. Retrieved 29 January 2016.
- ↑ Aanchal Tuli (22 August 2014). "Kanan Gill and Biswa Kalyan Rath's first live show in Gurgoan". The Times of India. Retrieved 29 January 2016.
- ↑ Manali Shah (23 October 2015). "Most serious ever: Biswa on life before Pretentious Movie Reviews". The Hindustan Times. Retrieved 29 January 2016.
- ↑ Hena Mehta (4 October 2015). "Comedians stand up and get counted". The Hindu. Retrieved 29 January 2016.
- ↑ "Laakhon Mein Ek Trailer" – via Youtube.
- ↑ "Behind the Journey with Biswa" – via Youtube.
- ↑ Learn Comedy on FrontRow with Biswa (in ଇଂରାଜୀ), retrieved 2021-06-15