ବିଶ୍ଵ ସଞ୍ଚୟ ଦିବସ

ଉଇକିପିଡ଼ିଆ‌ରୁ

ଅକ୍ଟୋବର ୩୧ ତାରିଖ ସାରା ବିଶ୍ୱରେ ବିଶ୍ୱ ସଞ୍ଚୟ ଦିବସ ଭାବେ ପାଳିତ ହୁଏ । ତେବେ ଭାରତରେ ଏହି ଦିବସ ଅକ୍ଟୋବର ୩୦ରେ ପାଳିତ ହେଉଛି ।[୧]

ଇତିହାସ[ସମ୍ପାଦନା]

ଅକ୍ଟୋବର ୩୧, ୧୯୩୪ରେ ଇଟାଲୀର ମିଲାନରେ ପ୍ରଥମ ଆନ୍ତର୍ଜାତୀୟ ସଞ୍ଚୟ ବ୍ୟାଙ୍କ ଅଧିବେଶନ(World Society of Savings banks) ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ଅକ୍ଟୋବର ୩୧କୁ ବିଶ୍ୱ ସଞ୍ଚୟ ଦିବସ ଭାବେ ପାଲନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଇଟାଲୀର ପ୍ରଫେସର ଫିଲିପ୍ପୋ ରବିଜା ଅଧିବେଶନର ଶେଷ ଦିନରେ ଏହି ଦିନକୁ ବିଶ୍ୱ ସଞ୍ଚୟ ଦିବସ ଭାବେ ଘୋଷଣା କରିଛନ୍ତି । 29ଟି ଦେଶର ପ୍ରତିନିଧୀମାନେ ବିଶ୍ୱର ଜନସାଧାରଣଙ୍କ ମନରେ “ସଞ୍ଚୟ ଚିନ୍ତା” ଜାଗ୍ରତ କରିବା ସହ ଦେଶ ତଥା ବ୍ୟକ୍ତିବିଶେଷଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ସଞ୍ଚୟର ପ୍ରାସଙ୍ଗିକତାକୁ ପ୍ରାଅଧାନ୍ୟ ଦେବାକୁ ଚାହୁଁଥିଲେ ।[୨]

ଆଜିକାଲି ବିଶ୍ୱ ସଞ୍ଚୟ ଦିବସ ଆୟୋଜନ କରୁଥିବା ବ୍ୟାଙ୍କଗୁଡିକର ଧ୍ୟାନ ବିକାଶଶୀଳ ଦେଶଗୁଡିକ ଉପରେ ରହିଛି, ଯେଉଁଠାରେ ଅନେକ ଲୋକ ବ୍ୟାଙ୍କ ସହ ଯୋଡ଼ି ହୋଇପାରି ନାହାନ୍ତି । ଏଭଳି ସ୍ଥଳେ ଅଧିକରୁ ଅଧିକ ଲୋକ, ବିଶେଷ କରି ଅଣ-ସରକାରୀ ସଂଗଠନ ସହିତ କାର୍ଯ୍ୟ କରୁଥିବା ଲୋକଙ୍କ ସଞ୍ଚୟ ଖାତା ସଂଖ୍ୟାକୁ ଦ୍ୱିଗୁଣିତ କରିବା ପାଇଁ ଅନେକ ଅଭିଯାନ ଏବଂ ପଦକ୍ଷେପ ନିଆଯାଇ ଏହି ଦେଶରେ ସଞ୍ଚୟ ବୃଦ୍ଧିରେ ସଞ୍ଚୟ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଆଧାର[ସମ୍ପାଦନା]

  1. "World Savings Thrift Day Essay,Speech,Quotes, Status,History,Story,Celebration Date & Ideas". Imp Days. 20 July 2016. Archived from the original on 28 October 2018. Retrieved 15 February 2022.
  2. "World Savings Day 2021: History, Significance and Why it is Celebrated". sambadenglish.com. 29 October 2021. Retrieved 15 February 2022.