Jump to content

ବିଶ୍ଵନାଥ ମହାପାତ୍ର

ଉଇକିପିଡ଼ିଆ‌ରୁ

ବିଶ୍ଵନାଥ ମହାପାତ୍ର ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ମହାପାତ୍ର ୦୧.୦୪.୧୯୫୩ରେ ପୁରୀ ଜିଲ୍ଲାର ବୀରପ୍ରତାପପୁର ପୋଷ୍ଟ ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[] ପିତା ଥିଲେ ସମାଜସେବୀ ବେଣୁ ମହାପାତ୍ର । ସେ ୧୯୭୦ ମସିହାରେ ଭାର୍ଗବୀ ଉଚ୍ଚ ବିଦ୍ୟାଳୟ, ବୀରନରସିଂହପୁର, ପୁରୀ ରୁ ଉଚ୍ଚ ମାଧ୍ୟମିକ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୭୪ ରେ ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ୱର ଅଧୀନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀରୁ ବି.ଏ. (ସମ୍ମାନ) ଡିଗ୍ରୀ ଲାଭ କଲେ । ୧୯୭୬ ରେ କଟକ ଅକାଉଣ୍ଟେନ୍ସି ଏବଂ ପରିଚାଳନା ଅଧ୍ୟୟନ କଲେଜ୍ ରୁ ପୋଷ୍ଟ ଗ୍ରାଡ୍ୟୁଏଟ୍ ଡିପ୍ଲୋମା ଇନ୍ ଟାକ୍ସ ଲା (P.G.D.T.L.) ଡିଗ୍ରୀ ଲାଭ କଲେ । ୧୯୭୭ ରେ ମଧୁସୂଦନ ଆଇନ ମହାବିଦ୍ୟାଳୟ, କଟକ ରୁ ଏଲଏଲବି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରୁ ଏମ୍.ଏ. ଡିଗ୍ରୀ ଅର୍ଜନ କଲେ । ୨୮.୦୨.୧୯୭୮ ରେ ଓଡିଶା ରାଜ୍ୟ ବାର୍ କଉନସିଲ୍ ରେ ନାମ ଲେଖାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ଟ୍ରିବ୍ୟୁନାଲ ଏବଂ କମ୍ପାନୀ ମାମଲାରେ ଆଇନ ପରାମର୍ଶଦାତା ଭାବେ ୨୮ ବର୍ଷ ଧରି ଆଇନ ବ୍ୟବସାୟ କଲେ ।[]

୭ ନଭେମ୍ବର, ୨୦୦୭ ରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।[]

  1. ୧.୦ ୧.୧ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-01-31.
  2. ୨.୦ ୨.୧ "ODISHA STATE BAR COUNCIL". www.odishabarcouncil.org. Retrieved 2025-01-31.