ବିଶ୍ଵଜିତ ମହାନ୍ତି
ବିଶ୍ଵଜିତ ମହାନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ସେ ଜଷ୍ଟିସ୍ ମହାନ୍ତି କଟକରେ ୨୨ ଅକ୍ଟୋବର ୧୯୬୦ରେ ଜନ୍ମ ଗ୍ରହଣ କରିଥିଲେ । ପିତା ଥିଲେ ସ୍ଵର୍ଗତ ଡ଼. ବନମାଳୀ ମହାନ୍ତି ଏବଂ ମାତା ଡ଼. ଶାନ୍ତି ମହାନ୍ତି । ତାଙ୍କର ପ୍ରାଥମିକ ଶିକ୍ଷା ପ୍ରଥମେ କଟକର ମହାମାୟା ଏମ୍.ଇ. ବିଦ୍ୟାଳୟରେ ଆରମ୍ଭ ହୋଇଥିଲା । ୧୯୭୬ ମସିହାରେ ସ୍ମାଧ୍ୟମିକ ବୋର୍ଡ ହାଇ ସ୍କୁଲ୍, କଟକରୁ ମାଟ୍ରିକ୍ ପାସ୍ କଲେ । ରେଭେନସା କଲେଜ୍, କଟକରୁ ବିଜ୍ଞାନରେ ଇଣ୍ଟରମିଡିଏଟ୍ ପାସ୍ କରି ୧୯୮୦ ମସିହାରେ ସେହି କଲେଜ୍ରୁ ରାଜନୀତି ବିଜ୍ଞାନ (ସମ୍ମାନ) ସହିତ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୮୨ମସିହାରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍.ଏ. ପାସ୍ କଲେ।
୧୯୮୫ମସିହାରେ କ୍ୟାମ୍ପସ୍ ଲ ସେଣ୍ଟର୍, ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ଲାଭ କଲେ । ୧୯୮୫ ମସିହାରେ ଆଇନଜୀବୀ ଭାବେ ନାମ ଲେଖାଇ ବରିଷ୍ଠ ଆଇନଜୀବୀ ପ୍ରବୀର ପାଳିତଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ସେ ପ୍ରଧାନତଃ ସର୍ଭିସ୍, ଶ୍ରମ, ସାମ୍ବିଧାନିକ ଏବଂ ବ୍ୟାଙ୍କିଂ ଆଇନରେ ଓକିଲାତି କରୁଥିଲେ ।
20.06.2013 ରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ରୂପେ ନିଯୁକ୍ତ ହୋଇଥିଲେ ଏବଂ20-06-2013 ରୁ 21-10-2022 ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ପଦବୀରେ ରହିଥିଲେ ।[୧]
ଆଧାର
[ସମ୍ପାଦନା]![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judges". orissahighcourt.nic.in. Retrieved 7 February 2025.