ବିଶ୍ୱ ଡାକ ଦିବସ

ଉଇକିପିଡ଼ିଆ‌ରୁ
(ବିଶ୍ବ ଡାକ ଦିବସରୁ ଲେଉଟି ଆସିଛି)

ପ୍ରତି ବର୍ଷ ଅକ୍ଟୋବର ୯ ତାରିଖକୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରାଯାଏ । ୧୮୭୪ ମସିହା ଏହି ଦିନ ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବର୍ନଠାରେ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ ପ୍ରତିଷ୍ଠା ହୋଇଥିଲା । ୧୯୬୯ ମସିହାରେ ଜାପାନ୍‌ର ଟୋକିଓଠାରେ ଆୟୋଜିତ ୟୁନିଭର୍ସାଲ୍ ପୋଷ୍ଟାଲ୍ କଂଗ୍ରେସରେ ଏହି ଦିବସ ପାଳନ ପାଇଁ ଘୋଷଣା କରାଗଲା । ସେହି ଦିନଠାରୁ ସାରା ବିଶ୍ୱର ସମସ୍ତ ଦେଶ ଏହି ଦିବସକୁ ବିଶ୍ୱ ଡାକ ଦିବସ ରୂପେ ପାଳନ କରିବା ପାଇଁ ଯୋଗଦାନ କରୁଛନ୍ତି । ଅନେକ ଦେଶର ଡାକ ବିଭାଗ ଏହି ଦିନ କିଛି ନୂଆ ଡାକ ସାମଗ୍ରୀ କିମ୍ବା ନୂଆ ଡାକସେବା ମଧ୍ୟ ପ୍ରଚଳନ କରିଥାନ୍ତି । [୧] ସାରା ବିଶ୍ୱରେ ଡାକ ସାମଗ୍ରୀ ଓ ଡାକ ସେବାର ପ୍ରୋତ୍ସାହନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ସମସ୍ତ ଦେଶ ନିରନ୍ତର ବିକାଶ ଲକ୍ଷକୁ ପ୍ରାପ୍ତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି, ଯାହାର ଉଦ୍ଦେଶ୍ୟ ଭୋକ, ଦାରିଦ୍ର୍ୟ, ଅସମାନତା ଓ ଅନ୍ୟାୟ ବିରୁଦ୍ଧରେ ଲଢେଇ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଉଚିତ ପଦକ୍ଷେପ ଗ୍ରହଣ କରିବା । ଏହି ବିଶ୍ୱସ୍ତରୀୟ ପଦକ୍ଷେପରେ ବିକାଶ ପାଇଁ ଆଧାରିକ ସଂରଚନା ଯୋଗାଇ ଦେବାରେ ଡାକର ଭୂମିକା ଖୁବ୍‌ ଗୁରୁତ୍ୱପୁର୍ଣ୍ଣ ।[୨]

ଛବି ସଂକଳନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ବିଶ୍ୱ ଡାକ ଦିବସ". The Prameya. Retrieved 9 October 2015.[permanent dead link]
  2. "World Post Day". UN Web Services Section. Retrieved 9 October 2015.