ବିଶ୍ୱନାଥ କବିରାଜ

ଉଇକିପିଡ଼ିଆ‌ରୁ
(ବିଶ୍ବନାଥ କବିରାଜରୁ ଲେଉଟି ଆସିଛି)

ବିଶ୍ୱନାଥ କବିରାଜ, ତାଙ୍କର ସୁନ୍ଦର ରଚନା ସାହିତ୍ୟ ଦର୍ପଣ ନିମନ୍ତେ ଚାରିଆଡ଼େ ବିଖ୍ୟାତ ଥିଲେ,[୧] ଓ ସେ ଜଣେ ଅତ୍ୟନ୍ତ ସଫଳ କବି, ବିଦ୍ୱାନ ଓ ବାକ୍‌ପଟୁ ଥିଲେ ଯିଏ କଳିଙ୍ଗ (ଭାରତ) (ଆଧୁନିକ ଓଡ଼ିଶା)ର ଦୁଇ ଲଗାଏତ ରାଜା ନରସିଂହ ଦେବ ୪ ଓ ରାଜା ନିଶଙ୍କ ଭାନୁଦେବ ୪ ଅମଳରେ ସାହିତ୍ୟରେ ଶୀର୍ଷକୁ ଉଠିଥିଲେ ଓ ଜନ୍ମ, ମୃତ୍ୟୁ ସମୟ ଜଣା ନ ଥିବାରୁ ସେହି ସମୟକୁ (୧୩୭୮ରୁ ୧୪୩୪ ମସିହା) ତାଙ୍କରି ସମୟ ଭାବେ ନିଆଯାଇଛି ।

ପାରିବାରିକ ଇତିହାସ[ସମ୍ପାଦନା]

ବିଶ୍ୱନାଥ ଏକ ଉଲ୍ଲେଖନୀୟ କବି ଓ ବିଦ୍ୱାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜେଜେ ନାରାୟଣ ଦାସ, କଳିଙ୍ଗର ବିଖ୍ୟାତ କବି ଜୟଦେବ (ସନ୧୨୦୦) ରଚିତ ଗୀତଗୋବିନ୍ଦ ଉପରେ ଏକ ଟିପ୍ପଣୀ ଲେଖିଥିଲେ । ନାରାୟଣ ଦାସଙ୍କ ଭାଇ ଚଣ୍ଡିଦାସ ମଧ୍ୟ ମମତାଙ୍କଦ୍ୱାରା ରଚିତ କାବ୍ୟପ୍ରକାଶ ନାମକ ଏକ କୃତି ଉପରେ ଟିପ୍ପଣୀ ଦେଇତିଲେ । ବିଶ୍ୱନାଥଙ୍କ ପିତା ଚନ୍ଦ୍ରଶେଖର ମଧ୍ୟ କିଛି କବିତା ଲେଖିଥିଲେ ।

ଉଭୟ ବିଶ୍ୱନାଥ ଓ ତାଙ୍କ ପିତାଙ୍କୁ କଳିଙ୍ଗ ରାଜାଙ୍କ ଦରବାରରେ (ସନ୍ଧିବିଗ୍ରହିକ ମହାପାତ୍ର) ଉପାଧି ଦିଆଯାଇଥିଲା ।

ବିଶ୍ୱନାଥଙ୍କ ପୁତ୍ର ଅନନ୍ତ ଦାସ ମଧ୍ୟ ସାହିତ୍ୟ ଦର୍ପଣ ବ‌ହି ଉପରେ ଟିପ୍ପଣୀ ଲେଖିଥିଲେ ।

ବିଶ୍ୱନାଥଙ୍କ କୃତି[ସମ୍ପାଦନା]

ବିଶ୍ୱନାଥ ଭାଷାର ବିଭିନ୍ନ ଶାଖା- କବିତା, ଗଦ୍ୟ, ନାଟକ ଓ ସମାଲୋଚନା ଆଦିରେ ଅନନ୍ୟ ଓ ପ୍ରଭୁତ ଭାବରେ ଲେଖିପାରୁଥିଲେ । ସେ ସଂସ୍କୃତ ଓ ପ୍ରାକୃତ ଭାଷାରେ ସ‌ହଜରେ ଲେଖି ପାରୁଥିଲେ । ତାଙ୍କର ଗୋଟିଏ ରଚନା ପ୍ରଶାନ୍ତି ରତ୍ନାବଳୀକୁ ସେ ୧୬ଟି ଭାଷାରେ ଲେଖିଥିଲେ ।

ତାଙ୍କଦ୍ୱାରା ଲିଖିତ ବିଷୟମାନ:- ଚନ୍ଦ୍ରକଳା ନାଟିକା (ଏକାଙ୍କିକା), ପ୍ରଭାବତୀ ପରିଣୟ (ନାଟକ), ରାଘବ ବିଳାସ (ଦୀର୍ଘ କବିତା), ରାଘବ ବିଳାପ (କବିତା), କୁବଳୟସ୍ୱ ଚରିତ (କବିତା ପ୍ରାକୃତରେ), ପ୍ରଶାନ୍ତି ରତ୍ନାବଳୀ (୧୬ଟି ଭାଷାରେ କବିତା), ନରସିଂହ ବିଜୟ (କବିତା), ସାହିତ୍ୟ ଦର୍ପଣ, କାବ୍ୟପ୍ରକାଶ ଦର୍ପଣ (ସମାଲୋଚନା), କଂସବଧ (କବିତା), ଓ ଲକ୍ଷ୍ମୀସ୍ତବ (କବିତା) ଇତ୍ୟାଦି ।

ଆଧାର[ସମ୍ପାଦନା]

  1. "Sri Caitanya Caritamrita Antya-lila ch1 v134". www.vedabase.net. Archived from the original on 8 July 2011. Retrieved 10 February 2011. {{cite web}}: |first= missing |last= (help) Acknowledging Visvanatha Kaviraja as the author of Sahitya-darpana