ଲଲିତ ମାକେନ

ଉଇକିପିଡ଼ିଆ‌ରୁ

ଲଳିତ ମାକେନ , ଜଣେ ଭାରତୀୟ ପାର୍ଲିଆମେଣ୍ଟ ସଦସ୍ୟ ତଥା ଭାରତୀୟ ଜାତୀୟ କଂଗ୍ରେସର ରାଜନେତା ଥିଲେ । ସେ ଭୂତପୂର୍ବ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ଜାମାତା ଥିଲେ । ଲଳିତ ମାକେନ ଜଣେ ଟ୍ରେଡ ଇଉନିଅନ ନେତା ଭାବରେ ପରିଚିତ ଥିଲେ ।

୧୯୮୪ରେ ସେ ପ୍ରଥମ କରି ଲୋକ ସଭାକୁ ଦକ୍ଷିଣ ଦିଲ୍ଲୀ ଆସନରୁ ବିଜୟୀ ହୋଇ ନିର୍ବାଚିତ ହେଇଥିଲେ । ତରୁଣ ବୟସରୁ ନିଜର ନେତୃତ୍ୱ ଦକ୍ଷତା ପ୍ରତିପାଦନ କରିଥିବା ଲଳିତ ପାର୍ଲିଆମେଣ୍ଟକୁ ଆସିବା ଆଗରୁ ଦିଲ୍ଲୀ ମେଟ୍ରୋପଲିଟାନର ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହେଇଥିଲେ । ସେ ପରେ ଭରତ ସରକାରଙ୍କ କ୍ରୀଡ଼ା ଓ ଯୁବକଲ୍ୟାଣ ବିଭାଗରେ ମନ୍ତ୍ରୀ ପଦରେ ଥିଲେ ।

୧୯୮୪ ଶିଖ ଦଙ୍ଗା[ସମ୍ପାଦନା]

ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ହେବା ପରେ ୧୯୮୪ରେ ଦିଲ୍ଲୀ ସହରରେ ଶିଖମାନଙ୍କ ବିରୁଦ୍ଧରେ କିଛି ବ୍ୟକ୍ତି ବ୍ୟାପକ ଭାବେ ଦଙ୍ଗା ଭିଆଇଥିଲେ ଯାହା ଫଳରେ ୩୦୦୦ ବ୍ୟକ୍ତି ପ୍ରାଣ ହରେଇଥିଲେ । ଏହି ଦଙ୍ଗାକୁ ଉସୁକାଇଥିବା ଅଭିଯୋଗରେ ପ୍ରକାଶିତ ଏକ ପୁସ୍ତକରେ ୨୨୭ ଜଣଙ୍କ ନାମ ଥିଲା । ସେଥିରେ ଲଳିତ ମାକେନଙ୍କ ନାମ ତୃତୀୟରେ ଉଲ୍ଲେଖ ଥିବାର ଜଣା ଯାଏ ।

ହତ୍ୟା[ସମ୍ପାଦନା]

୩୧ ଜୁଲାଇ, ୧୯୮୫ରେ ଲଲିତ ମାକେନ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ୩ ଜଣ ଶିଖ ଆତତାୟୀ ଗୁଳି କରିଥିଲେ । ଏଥିରେ ଲଲିତ, ତାଙ୍କର ପତ୍ନୀ ଓ ଜଣେ ଅତିଥି ନିହତ ହେଇଥିଲେ । ସେମାନେ ସମସ୍ତେ ଘଟନା ସ୍ଥଳରେ ହିଁ ପ୍ରାଣ ହରେଇଥିଲେ । ପୁଲିସ ଏହି ଘଟନାରେ ୨ ଜଣ ଆତତାୟୀଙ୍କୁ ଗିରଫ କରିଥିଲେ ଓ ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା ।

ପରିବାର[ସମ୍ପାଦନା]

ଲଳିତ, ତାଙ୍କର ପତ୍ନୀ ଗୀତାଞ୍ଜଳିଙ୍କ ହତ୍ୟା ହେଲା ପରେ ତାଙ୍କର ଏକ ମାତ୍ର କନ୍ୟା ଅବନ୍ତିକା ମାକେନ ବର୍ତ୍ତମାନ ଜୀବିତ ଓ ସେ ବର୍ତ୍ତମାନ ପ୍ରାକ୍ତନ ପାର୍ଲିଆମେଣ୍ଟ ସଦସ୍ୟ ଅଶୋକ ତନ୍ୱରଙ୍କ ପତ୍ନୀ ।

ଆଧାର[ସମ୍ପାଦନା]