"ଭଗବତ ଗୀତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଯୋଗସୂତ୍ର ପେଟି
EmausBot (ଆଲୋଚନା | ଅବଦାନ)
ଟିକେ r2.7.3) (Robot: Modifying new:श्रीमद्भागवत् गीता
୪୧ କ ଧାଡ଼ି: ୪୧ କ ଧାଡ଼ି:
{{ମୁଣ୍ଡିଆ}}
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->

[[als:Bhagavad Gita]]
[[als:Bhagavad Gita]]
[[ar:البهاغافاد غيتا]]
[[ar:البهاغافاد غيتا]]
୮୧ କ ଧାଡ଼ି: ୮୨ କ ଧାଡ଼ି:
[[ms:Bhagavad Gita]]
[[ms:Bhagavad Gita]]
[[ne:श्रीमद्भगवद्गीता]]
[[ne:श्रीमद्भगवद्गीता]]
[[new:श्रीमदभागवत गीता]]
[[new:श्रीमद्भागवत् गीता]]
[[nl:Bhagavad gita]]
[[nl:Bhagavad gita]]
[[nn:Bhagavad-gita]]
[[nn:Bhagavad-gita]]

୦୭:୪୦, ୨୧ ଅକ୍ଟୋବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

An 1830 CE painting depicting Arjuna, on the chariot, paying obeisance to Krisha, the charioteer.
କୁରୁକ୍ଷେତ୍ରରେ କୃଷ୍ଣ ଓ ଅର୍ଜୁନ

ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା ୤ ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି ୤ ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି ୤ ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କ ଦ୍ଵାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ୤

ଭଗବତ ଗୀତା, ୧୯ଶତକର ତାଳପୋଥି

ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ୤ ପ୍ରଥମ ୬ଅଧ୍ୟାୟରେ ନିଷ୍କାମ କର୍ମଯୋଗ, ଦ୍ଵିତୀୟ ୬ଅଧ୍ୟାୟରେ ଭକ୍ତିଯୋଗ ଏବଂ ଶେଷ ୬ଅଧ୍ୟାୟରେ ଜ୍ଞାନଯୋଗ ବର୍ଣ୍ଣନା କରାଯାଇଛି ୤

  1. ପ୍ରଥମ ଅଧ୍ୟାୟ: ଅର୍ଜୁନଙ୍କ ବିଷାଦ ଯୋଗ ୤ କଠୋର କର୍ତ୍ତବ୍ୟ ନିକଟରେ ବନ୍ଧୁବାନ୍ଧବ, କୁଟୁମ୍ବ, ଭାଇ ଓ ପିତାମାତା ଆଦିଙ୍କର ସ୍ଥାନ ନାହିଁ ୤ ଏମାନଙ୍କ ଅନୀତିକୁ ପ୍ରଶ୍ରୟ ଦେଲେ କର୍ତ୍ତବ୍ୟରେ ଅବହେଳା ହୁଏ ବୋଲି ଶ୍ରୀକୃଷ୍ଣ କହୁଛନ୍ତି୤
  2. ଦ୍ଵିତୀୟ ଅଧ୍ୟାୟ: ସାଂଖ୍ୟଯୋଗ: ଏଥିରେ ମୁଖ୍ୟତଃ ଆତ୍ମତତ୍ତ୍ଵ ଆଲୋଚିତ ହୋଇଛି ୤ ମନୁଷ୍ୟ ସ୍ଥିତପ୍ରଜ୍ଞ ହେଲେ ଆତ୍ମବଶୀଭୂତ ଇନ୍ଦ୍ରିୟ ମାଧ୍ୟମରେ କର୍ମକରି ମଧ୍ୟ କର୍ମରେ ଆବଦ୍ଧ ହୁଅନ୍ତି ନାହିଁ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି୤
  3. ତୃତୀୟ ଅଧ୍ୟାୟ: କର୍ମଯୋଗ: ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମର ମାହତ୍ମ୍ୟ ଏବଂ ନିଷ୍କାମ କର୍ମର ପ୍ରେରଣା ଦେଇଛନ୍ତି୤
  4. ଚତୁର୍ଥ ଅଧ୍ୟାୟ: ଜ୍ଞାନ ଯୋଗ: ଏଥିରେ ଶ୍ରୀକୃଷ୍ଣ ଜ୍ଞାନର ସ୍ଵରୂପ, ଆତ୍ମଜ୍ଞାନର ପ୍ରୟୋଜନୀୟତା ଓ ମାହତ୍ମ୍ୟ ବୁଝାଇଛନ୍ତି ୤
  5. ପଞ୍ଚମ ଅଧ୍ୟାୟ: ସନ୍ନ୍ୟାସ ଯୋଗ: ଏଥିରେ ଶ୍ରୀକୃଷ୍ଣ
  6. ଷଷ୍ଠ ଅଧ୍ୟାୟ: ଧ୍ୟାନଯୋଗ: ଏଥିରେ ଶ୍ରୀକୃଷ୍ଣ ଚଞ୍ଚଳ ମନ ଅର୍ଥାତ ଚିତ୍ତବୃତ୍ତିକୁ ନିରୋଧ କରିବା ପାଇଁ ଧ୍ୟାନ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ୤
  7. ସପ୍ତମ ଅଧ୍ୟାୟ: ବିଜ୍ଞାନଯୋଗ: ଏଥିରେ ଭଗବାନଙ୍କର ସ୍ଵରୂପ ବିଷୟରେ ଆଲୋଚନା କରାଯାଇଛି ୤
  8. ଅଷ୍ଟମ ଅଧ୍ୟାୟ: ଅକ୍ଷୟ ବ୍ରହ୍ମ ଯୋଗ:
  9. ନବମ ଅଧ୍ୟାୟ: ରାଜଯୋଗ:
  10. ଦଶମ ଅଧ୍ୟାୟ: ବିଭୂତି ଯୋଗ:
  11. ଏକାଦଶ ଅଧ୍ୟାୟ: ବିଶ୍ଵରୂପ ଦର୍ଶନ ଯୋଗ:
  12. ଦ୍ଵାଦଶ ଅଧ୍ୟାୟ: ଭକ୍ତି ଯୋଗ:
  13. ତ୍ରୟୋଦଶ ଅଧ୍ୟାୟ: ଏଥିରେ ପ୍ରକୃତି ଓ ପୁରୁଷ, ଦେହ ଓ ଆତ୍ମା, ଜ୍ଞାନ ଓ ଜ୍ଞେୟ ଇତ୍ୟାଦି ତତ୍ତ୍ବ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି ୤
  14. ଚତୁର୍ଦ୍ଦଶ ଅଧ୍ୟାୟ: ତ୍ରିଗୁଣ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ସୃଷ୍ଟି ରହସ୍ୟ, ପୁରୁଷର ସଂସାର ବନ୍ଧନ, ସାତ୍ତ୍ବିକ ଆଦି ତ୍ରିବିଧ ଗୁଣର ଲକ୍ଷଣ ବର୍ଣ୍ଣନା କରିଛନ୍ତି ୤
  15. ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ: ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଅନନ୍ୟ ଚିତ୍ତରେ ଭଗବାନଙ୍କୁ ଭଜନ କରନ୍ତି, ସେ ତ୍ରିଗୁଣାତୀତ ହୋଇ ବ୍ରହ୍ମଭାବରେ ନିମଜ୍ଜିତ ହୁଅନ୍ତି ୤
  16. ଷୋଡ଼ଷ ଅଧ୍ୟାୟ: ଦୈବାସୁର ସମ୍ପଦ ବିଭାଗ ଯୋଗ୤
  17. ସପ୍ତଦଶ ଅଧ୍ୟାୟ: ଶ୍ରଦ୍ଧାତ୍ରୟ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ତ୍ରିବିଧ ଶ୍ରଦ୍ଧା, ତ୍ରିବିଧ ଆହାର ଓ କର୍ମରେ ବ୍ରହ୍ମ ନିର୍ଦ୍ଦେଶ ସମ୍ବନ୍ଧରେ ବିଶଦ୍‌ ଆଲୋଚନା କରିଛନ୍ତି ୤
  18. ଅଷ୍ଟାଦଶ ଅଧ୍ୟାୟ: ମୋକ୍ଷଯୋଗ ୤ ଏଥିରେ କର୍ମତତ୍ତ୍ଵର ବିଶ୍ଲେଷଣ, କର୍ମଯୋଗରେ ମୋକ୍ଷଲାଭର ଉପାୟ, ସର୍ବଧର୍ମ ତ୍ୟାଗ ଅଭୟବାଣୀ ଓ ଶରଣାଗତ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରାଯାଇ ଉପସଂହାରରେ କୁହାଯାଇଛି:

“ସର୍ବଧର୍ମାନ ପରିତ୍ୟଜ ମାକେକଂ ଶରଣଂ ବ୍ରଜ
ଅହଂ ତ୍ଵାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ
ଯତ୍ର ଯୋଗେଶ୍ଵରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ
ତତ୍ର ଶୀର୍ବିଜୟୋ ଭୂତିର୍ଧୃବା ନୀତିର୍ମତିର୍ମମ ୤’’

ଆଧାର

ଅଧିକ ତଥ୍ୟ