"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଲେଖା ମଧ୍ୟରେ କିଛି ଆଧାର ନାହିଁ
୧ କ ଧାଡ଼ି: ୧ କ ଧାଡ଼ି:
{{No footnotes|date=ସେପ୍ଟେମ୍ବର ୨୦୧୨}}
{{ଛୋଟ|Bone fracture}}
{{ଛୋଟ|Bone fracture}}
{{Infobox disease
{{Infobox disease

୦୦:୦୩, ୭ ସେପ୍ଟେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଅସ୍ଥି ଭଗ୍ନ
Internal and external views of an arm with a compound fracture, both before and after surgery.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିosteology[*]
ଆଇସିଡ଼ି-୧୦Sx2 (where x=0-9 depending on the location of the fracture)
ଆଇସିଡ଼ି-୯-ସିଏମ୍829
ରୋଗ ଡାଟାବେସ4939
ମେଡ଼ିସିନ-ପ୍ଲସ000001
MeSHD050723

ଅସ୍ଥି ଭଗ୍ନ ଶବ୍ଦଟିକୁ କଥିତ ଓଡିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା FX କିମ୍ବା # ଚିଗ୍ନ ଦେଇ ଲେଖନ୍ତି । ସଂଜ୍ଞା : - ଅସ୍ଥିର ଅବିଚ୍ଛିନ୍ନତା ଭଗ୍ନ ହେଲେ ଅସ୍ଥି ଭଗ୍ନ କୁହାଯାଏ । ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୈ।ନିକ ସ୍ବଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ବାରା ଆସ୍ଥି ଭଗ୍ନ ହୁଏ । କେତେକ ରୋଗ ଯଥା ହାଡ ପୋରିଆ(Osteoporosis), ସ୍ବଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା (Osteogenesis Imperfecta ) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗ ଦ୍ବାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ ।

୧. ବର୍ଗ କରଣ

୧.୧ କାରଣାତ୍ମକ

୧.୨ ଅସ୍ଥି ଶଲ୍ୟ୍

୧.୩ ଶରୀର ଗଠନାତ୍ମକ

୧.୪ ଓଟିଏ (OTA)

୧.୫ ଅନ୍ୟାନ୍ୟ ଚର୍ଗ କରଣ

୨. ରୋଗ ସୂଚନା ଓ ଲକ୍ଷଣ

୩. ବିକାରୀ ଶରୀର କ୍ରିୟା

୩.୧ ଧୁମ୍ରପାନର ଫଳ

୪. ରୋଗ ନିରୂପଣ

୫. ଚିକିତ୍ସା

୫.୧ ଯନ୍ତ୍ରଣା ଚିକିତ୍ସା

୫.୨ ଅଚଳୀକରଣ

୫.୩ ଶଲ୍ୟ୍ ଚିକିତ୍ସା

୫.୪ ଜଟୀଳତା

୬. ଶିଶୁଙ୍କଠାରେ

ବର୍ଗ କରଣ

କାରଣାତ୍ମକ

  1. ଆଘାତ ଜନିତ - ପତନ, ରାସ୍ତାର ଆକ୍ସିଡେଣ୍ଟ,କଳହ ଇତ୍ୟାଦି ସମୟରେ ଆଘାତ ଯୋଗୁ ଏହି ପ୍ରକାର ଅସ୍ଥି ଭଗ୍ନ୍ ହୁଏ ।
  2. ନିଦାନ ଜନିତ - ଅନେକ ରୋଗରେ ଅସ୍ଥି କ୍ଷୟ ପ୍ରାପ୍ତ ହୋଇ ଯାଏ । ଏହି ଭଳି ଅସ୍ଥି ସାମାନ୍ୟ ଆଘାତ ପ୍ରାପ୍ତ ହେଲେ ଭାଙ୍ଗି ଯାଏ । କୈ।ଣସି ଅସ୍ଥି କର୍କଟ ବିକ୍ଷେପିତ (Cancer Metastasis) ହେଲେ କ୍ଷୟପ୍ରାପ୍ତ ହୋଇ ଦୁର୍ବଳ ହୁଏ ଓ ଭାଙ୍ଗିଯାଏ । ନିଦାନ ଜନିତ ଅସଂଖ୍ୟ୍ କାରଣ ମଧ୍ୟରୁ ହାଡ଼ ପୋରିଆ (Osteoporosis) ଗୋଟିଏ ମୂଖ୍ୟ କାରଣ ।

ଅସ୍ଥି ଶଲ୍ୟ

ଅସ୍ଥି ଶଲ୍ୟ ବର୍ଗକରଣରେ ଲେଖକମାନଙ୍କର ନାମ ଅନୁସାରେ ପୂର୍ବରୁ ବର୍ଗ କରଣ କରାଯାଉ ଥିଲା । ଆଧୁନା ଉତ୍ତମ ପଦ୍ଧତିରେ ବର୍ଗ କରଣ କରା ଯାଉଛି ।

ସବୁ ପ୍ରକାର ହାଡ଼ ଭଙ୍ଗା ମୂଖ୍ୟତ ଦୁଇ ଭାଗରେ ବିଭକ୍ତ କରାଯାଏ ।

  • ସାଧାରଣ ବା ବନ୍ଦ(Simple Fracture) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ନ ଥାଏ ।
  • ଖୋଲା ବା କମ୍ପାଉଣ୍ଡ(Compound) ଅସ୍ଥି ଭଗ୍ନ୍: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ଗର୍ତ ସୃଷ୍ଟି ହୋଇଥାଏ ଓ ହାଡ଼ ଭଙ୍ଗା ସ୍ଥାନରେ ଜମା ହୋଇଥିବା ରକ୍ତ ଜୀବାଣୁ ସଂସ୍ପର୍ଷରେ ଆସିବା ଦ୍ବାର ଅସ୍ଥି ଅତ୍ୟଧିକ ସଂକ୍ରମିତ(Infection) ହେବାର ସମ୍ଭାବନା ଥାଏ ।

ଅସ୍ଥି ଭଗ୍ନ ଚିକିତ୍ସା କଲାବେଳେ ଭଙ୍ଗା ସ୍ଥାନରେ ହାଡ଼ କେତେ ଦୂର ଘୁଞ୍ଚି ଯାଇଛି, କେତେ ଫାଙ୍କ ଅଛି, କେତେ କୋଣ ସୃଷ୍ଟି ହୋଇଛି ଏ ସବୁ ବିଚାରକୁ ନିଆଯାଏ । ଯଦି କୋଣ ବେଶୀ ଥାଏ, ଅଥବା ବିସ୍ଥାପନ ଅତ୍ୟଧିକ ଥାଏ ତେବେ ଏହାର ସଂଯୋଗ କରଣ(Reducton) ଆବଶ୍ୟକ ହୋଇଥାଏ ଓ ବୟସ୍କମାନଙ କ୍ଷେତ୍ରରେ ଅପରେଶନ୍ ଆବଶ୍ୟକ ହୁଏ । ଏହି ପ୍ରକାର ଭଙ୍ଗା ବିସ୍ଥାପିତ ହୋଇ ନ ଥିବା ଭଙ୍ଗା ଅପେକ୍ଷା ଶୀଘ୍ର ଯୋଡି ହୋଇଯାଏ ।

  • ଚିପା ଭଗ୍ନ: ଏହି ପ୍ରକାର ଭଙ୍ଗା ମେରୁ ଅସ୍ଥିରେ ସମ୍ଭବ ହୁଏ । ଆଘାର ଜନିତ ଅତ୍ୟଧିକ ବକ୍ରତା ଯୋଗୁ ମେରୁ ଅସ୍ଥିର୍ ସାମନା ଅଂଶ ଚିପି ହୋଇ ଭାଙ୍ଗିଯାଏ । ହାଡ଼ ପୋରିଆ ରୋଗ୍ ଥିଲେ ଏହା ଅତି ସହଜରେ ଭାଙ୍ଗି ଯାଏ ।

ଅନ୍ୟ୍ କେତେକ ପ୍ରକାର ଭଗ୍ନାର ନାମ:

  • ସଂମ୍ପୁର୍ଣ୍ଣ ଭଗ୍ନ(Complete): ଏଠାରେ ଭଗ୍ନ ସ୍ଥାନର ଦୁଇ ହାଡ଼ ସମ୍ପୁର୍ଣ୍ଣ ରୁପେ ପରଷ୍ପରଠାରୁ ଅଲଗା ହୋଇ ଯାଇଥାଏ ।
  • ଅସମ୍ପୁର୍ଣ୍ଣ ଭଗ୍ନ(Incomplete): ଦୁଇ ହାଡ଼ କିଛି ପରିମାଣରେ ସଂଯୁକ୍ତ ହୋଇ ରହିଥାଆନ୍ତି । ଅନେକ ସ୍ଥଳରେ ହାଡ଼ କେବଳ ଫାଟି ଯାଇଥାଏ ।
  • ଆଲମ୍ବ ଭଗ୍ନ(Linear): ଲମ୍ବ ଅସ୍ଥିର ମଧ୍ୟ ରେଖା ସହ ସମାନ୍ତରାଳ ଭଗ୍ନ୍ ।
  • ଅନୁପ୍ରସ୍ଥ ଭଗ୍ନ(Transverse): ପ୍ରସ୍ଥ ଦିଗରେ ଭଗ୍ନ ଥାଏ।
  • ତୀର୍ଯ୍ୟକ ଭଗ୍ନ(Oblique): ଦୁଇ ଅସ୍ଥି କୋଣ ସୃଷ୍ଟି କରି ଥାଆନ୍ତି ।
  • ଚକ୍ରାକାର ଭଗ୍ନ(Spiral): ଭଗ୍ନ ରେଖା ବଙ୍କେଇ ବଙ୍କେଇ ଗତି କରିଥାଏ ।
  • ଖଣ୍ଡ ବିଖଣ୍ଡିତ ଭଗ୍ନ(Comminuted): ଦୁଇ ଖଣ୍ଡରୁ ଅଧିକ ବିଖଣ୍ଡିତ ହୋଇଥାଏ ।
  • ସଂଘାତ ଭଗ୍ନ(Impacted): ଭଙ୍ଗା ସ୍ଥାନରେ ଗୋଟିଏ ହାଡ଼ ଅନ୍ୟ ହାଡ଼ ଭିତରେ ପଶି ଯାଇଥାଏ ।

ଶରୀର ଗଠନାତ୍ମାକ

ଶରୀରର ବିଭିନ୍ନ ଅଂଶର ନାମାନୁସାରେ ଏହି ବର୍ଗ କରଣ କରାଯାଏ । ଅନ୍ୟ କେତେକ ନାମ ଅନୁସାରେ ଉପବର୍ଗକରଣ କରାଯାଇଥାଏ । ଉପରେ ଦତ୍ତ ବର୍ଗ କରଣର ନାମ ଏହି ବର୍ଗରେ ସଠିକ ଭାବେ ଲେଖା ଯାଇ ପାରିବ ନାହିଁ।

  • ଖପୁରି ଭଗ୍ନ(Skull)
  1. ନିମ୍ନ ଖପୁରି ଭଗ୍ନ(Basilar skull)
  2. ଚକ୍ଷୁ ତଳ ଅସ୍ଥି ଭଗ୍ନ‌(Blow out)
  3. ଅଧଃ ହନୁ ଅସ୍ଥି ଭଗ୍ନ(Mandible)
  4. ନାସା ଅସ୍ଥି ଭଗ୍ନ(Nasal)
  5. ଲେ ଫୋର୍ଟ ଭଗ୍ନ(Le Fort)

ମେରୁ ଅସ୍ଥି ଭଗ୍ନ(Spinal Fracture)

ବେକ ଅସ୍ଥି ଭଗ୍ନ(Cervical Fracture)

  • ବେକ ଅସ୍ଥି ୧ ଭଗ୍ନ(Fracture of C1)
  • ବେକ ଅସ୍ଥି ୨ ଭଗ୍ନ(Fracture of C2)
  • ସମ୍ମୁଖ କୁଞ୍ଚନ ଅଶୃ ଟୋପା ଭଗ୍ନ(Flexion teardrop fracture)
  • କ୍ଲେ ସୋଭେଲର୍ ଭଗ୍ନ(Clay-shoveler fracture)
  • ବର୍ଷ୍ଟ ଭଗ୍ନ(Burst Fracture)
  • ସଂକୋଚିତ ଭଗ୍ନ(Compression)
  • ଚାନ୍ସ ଭଗ୍ନ(Chance Fracture)
  • ହୋଲ୍ଡ୍ସଵର୍ଥ(Holdworth Fracture)

ପଞ୍ଜରା ହାଡ଼ ଭଗ୍ନ(Rib fracture)

ବକ୍ଷାସ୍ଥି ଭଗ୍ନ(Sternal fracture)

ସ୍କନ୍ଧ ଭଗ୍ନ(Shoulder fracture)

କଣ୍ଠାସ୍ଥି ଭଗ୍ନ(Clavicle fracture)

ସ୍କନ୍ଧାସ୍ଥି ଭଗ୍ନ(Scapular fracture)

ବାହୁ ଭଗ୍ନ(Arm fracture)

ଭୁଜାସ୍ଥି(Humerus fracture/ fracture of upper arm bone)

ସୁପ୍ରାକଣ୍ଡାଇଲାର୍ ଭଗ୍ନ(Supracondylar fracture)

ହୋଲସ୍ଟେନ୍- ଲୁଇସ୍ ଭଗ୍ନ(Holstein-Lewis fracture)

ପ୍ରବାହୁ ଭଗ୍ନ(Forearm fracture)

ଅଲ୍ନା ଭଗ୍ନ(Ulna fracture)

  • ମନ୍ଟେଜିଆ(Monteggia fracture)
  • ହ୍ୟୁମ୍ (Hume fracture)

ଚିକିତ୍ସା

ଅସ୍ଥି ଭଗ୍ନର ଚିକିତ୍ସା ମୂଖ୍ୟତଃ ଦୁଇ ଭାଗରେ ବିଭକ୍ତ ଯଥା ରକ୍ଷଣଶୀଳ(Conservative or closed) ଓ ଅପରେଶନ(Open) । ଯନ୍ତ୍ରଣା ଉପସମ,ଅଚଳନ(Immobilisation), ଏବଂ ଅନ୍ୟାନ୍ୟ ବିନା ଅପରେଶନ ଚିକିତ୍ସା; ଏହି ତିନି ପ୍ରକାର ଚିକିତ୍ସା ରକ୍ଷଣଶୀଳ ଚିକିତ୍ସା ଅନ୍ତର୍ଭୁକ୍ତ ।

ଯନ୍ତ୍ରଣା ଉପଶମ

ଯନ୍ତ୍ରଣାର ପରିମାଣ ଓ ରୋଗୀର ବୟସ ଅନୁସାରେ ଚିକିତ୍ସକ ଔଷଧ ଲେଖି ଦିଅନ୍ତି । ପିଲାମାନଙ୍କ ନିମନ୍ତେ ସାଧାରଣତଃ ଆଇବୁପ୍ରୋଫେନ ବା ଆସେଟାମିଲୋଫେନ୍ ସହ କୋଡିନ ଦିଆଯାଏ । ଡାକ୍ତରମାନେ ନିଜ ବ୍ୟକ୍ତିଗତ ଅନୁଭୁତି ଅନୁସାରେ ଔଷଧ୍ ଚିଠା ଦିଅନ୍ତି ।

ଅଚଳନ(Immobilisation)

ଶରୀର ତାହାର ନିଜସ୍ୱ ପଦ୍ଧତିରେ ଭଙ୍ଗା ଅସ୍ଥି ଯୋଡିଦିଏ । କୌଣସି ଚିକିତ୍ସକ ଔଷଧ ବଳରେ ଏହା ଯୋଡି ଦିଏ ନାହିଁ । ଅସ୍ଥି ଭାଙ୍ଗିବା ପୂର୍ବରୁ ଯେପରି ଅବସ୍ଥାରେ ଥିଲା, ରକ୍ଷଣଶୀଳ ଚିକିତ୍ସା (ପ୍ଲାଷ୍ଟର/ ପଟି) ହେଉ ବା ଅପରେଶନ ଦ୍ଵାରା ହେଉ, ଭଗ୍ନ ଅସ୍ଥିକୁ ତାର ପ୍ରାକୃତିକ ଅବସ୍ଥାରେ ପୁନଃ ସଂସ୍ଥାପନ କରିବା ଚିକିତ୍ସକର କର୍ତ୍ତବ୍ୟ । ଶରୀର ବାକି ବନ୍ଦବୋସ୍ତ ନିଜେ କରେ । କିଛି ଚିକିତ୍ସା ଦ୍ଵାରା ଯୋଡିବା ଶକ୍ତି କିଛି ପରିମାଣରେ ଅଧିକ କରା ଯାଇପାରେ । ଭଗ୍ନ ହାଡର ଦୁଇ ଖଣ୍ଡ ମଧ୍ୟରେ କୋଣ ରହିବ ନାହିଁ, ଚକ୍ରାକାର ଘୁର୍ଣ୍ଣନ(Rotation) ରହିବ ନାହିଁ, ବିସ୍ଥାପନ ରହିବ ନାହିଁ, ଏକ ସରଳ ରେଖାରେ ରହିବ ଓ ହାଡ ପରଷ୍ପର ସଂଲଗ୍ନ ରହିବ; ଏହି ଲକ୍ଷ୍ୟ ସାଧନ ନିମନ୍ତେ ଚିକିତ୍ସା କରାଯାଏ । ଏହି ପୁନଃ ସଂସ୍ଥାପନ କ୍ରିୟାକୁ ରିଡକ୍ସନ୍(Reduction) କହନ୍ତି । ଏହି କ୍ରିୟା ଅନ୍ତ୍ୟନ୍ତ ଯନ୍ତ୍ରଣା ଦାୟକ । ଚିକିତ୍ସାଳୟରେ ନିଶ୍ଚେତକ ପ୍ରୟୋଗ କରି ଏହି ରିଡକ୍ସନ କରିବା ବିଧେୟ । ରିଡକ୍ସନ ପରେ ଆଘାତ ପ୍ରାପ୍ତ ଭଙ୍ଗା ସ୍ଥାନର ଅଙ୍ଗ ତଥା ତାହାର ଉପର ଓ ତଳ ଗଣ୍ଠିକୁ ସ୍ଥିର ରଖିବା ବା ହଲଚଲ୍ ନ ହେବା ନିମନ୍ତେ ପ୍ଲାଷ୍ଟର ତଥା ଫାଇବର୍ ଗ୍ଲାସର ପଟି ଲଗାଯାଏ । ଆଘାତ ଜନିତ ଫୁଲା କମିଗଲା ପରେ ବ୍ରେସ୍ ବା ଅର୍ଥୋସିସ୍ ବ୍ୟବହାର କରାଯାଇପାରେ । ଅପରେଶନ ମଧ୍ୟ ଦୁଇ ପ୍ରକାର କରାଯାଏ, ଗୋଟିକରେ ଭଙ୍ଗା ସ୍ଥାନ ଖୋଲି ସ୍କୃ, ପ୍ଲେଟ ସହ ସ୍କୃ ବା ଲମ୍ଵା କନ୍ଟା ଦ୍ଵାରା ଭଙ୍ଗା ସ୍ଥାନକୁ ଚଳନ ହୀନ କରାଯାଏ । ଅନ୍ୟ ପଦ୍ଧତିରେ ଭଙ୍ଗା ସ୍ଥାନ ନ ଖୋଲି ସରୁ ସରୁ ପିନ୍ ଦୁଇ ପାର୍ଶ୍ବରେ ହାଡ଼ ଭିତରକୁ ପ୍ରବେଶ କରାଇଦିଆଯାଏ ଓ ସେ ପିନ୍ ସବୁକୁ ଅଙ୍ଗ ବହାରେ ରଡ଼ ଦ୍ବାରା ବାନ୍ଧି ଦିଆଯାଏ । ଏହି ପଦ୍ଧତିକୁ External fixator କୁହାଯାଏ ଓ ଇଲିଜାରୋଭ (Ilizarov method) ପଦ୍ଧତି ଏହି ପ୍ରକାର ପଦ୍ଧତି ମଧ୍ୟରୁ ଗୋଟିଏ ଅତି ଉପାଦେୟ ପଦ୍ଧତି ।

ଛୋଟ ଛୋଟ ହାଡ଼ ଭଙ୍ଗାରେ ପ୍ଲଷ୍ଟର ନ କରି ପଟି ବାନ୍ଧିଲେ ମଧ୍ୟ ସ୍ଥଳ ବିଶେଷରେ ଯୋଡି ହୋଇଯାଏ ।

ଅପରେଶନ

ରକ୍ଷଣଶୀଳ ଚିକିତ୍ସା ଫଳବତୀ ନ ହେଲେ ବା ଫଳବତୀ ହେବାର ସମ୍ଭାବନା ନ ଥିଲେ ଅପରେଶନ କରିବା ବିଧେୟ କାରଣ ଏହାର ଉପକାର ସହ ଅପକାର ବି ଅଛି । ହାଡ଼ପୋରିଆ ତଥା ଓଷ୍ଟିଓଜେନିକ୍ ଇମ୍ପର୍ଫେକ୍ଟା ଭଳି କେତେକ ରୋଗ ଜନିତ ଅସ୍ଥି ଭଗ୍ନ ହେଲେ ନିୟମିତ ଅପରେଶନ କରାଯାଏ କାରଣ ଅପରେଶନ୍ ଅପେକ୍ଷା ଏହି ଭଗ୍ନର କମ୍ପ୍ଲିକେଶନ ମଧ୍ୟରେ ଡିପ୍ ଭେନ ଥ୍ରୋମ୍ଵୋସିସ୍ ଓ ପଲ୍ମୋନାରି ଏମ୍ଵୋଲିସ୍ମ ଅଧିକ ବିପଦଜନକ । ଗଣ୍ଠି ହାଡ଼ ମଧ୍ୟରେ ଅସ୍ଥି ଭଗ୍ନ ଦେଖା ଗଲେ ଅସ୍ଥିର ଶେଷ ଭାଗରେ ଥିବା ଚିକ୍କଣ ପୃଷ୍ଠ କ୍ଷତି ଗ୍ରସ୍ତ ହୁଏ ଓ ଏହା ହେଲେ ଗଣ୍ଠିର ଚଳ ପ୍ରଚଳରେ ଅସୁବିଧା ହୁଏ । ଏଣି ଅପରେଶନ କରି ଯଥା ଶୀଘ୍ର ଚିକ୍କଣ ପୃଷ୍ଠର ପୁନଃ ସଂସ୍ଥାପନ କରଯାଏ ।

ଅସ୍ଥିର ରୋଗ ସଂକ୍ରମଣ ଅତ୍ୟଧିକ ବିପଦଜନକ କାରଣ ଏହା ପୁନଃ ପୁନଃ ସଂକ୍ରମିତ ହୁଏ । ଅସ୍ଥି ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିକାରୀ ଜୀବକୋଷ ବହୁତ କମ ଥାଏ । ଅସ୍ଥି ଜୀବ କୋଷ ଅପେକ୍ଷା କୋଷ ବହିସ୍ଥ ଅଜୈବିକ ପଦାର୍ଥ ଓ ରକ୍ତ ପରିବାହି ନଳି ଅଧିକ ଅଧିକ କ୍ଷତି ଗ୍ରସ୍ତ ହୁଏ । ଏଣୁ ଖୋଲା ଭଗ୍ନ ତଥା ଅପରେଶନ୍ ପଦ୍ଧତିରେ ଆଣ୍ଟିସେପ୍ଟିକ୍ ଓ ଆଣ୍ଟିବାଇଓଟିକ ଅତ୍ୟନ୍ତ ଆବଶ୍ୟକ ।

କେତେକ ଅସ୍ଥି ଭଗ୍ନରେ ଅସ୍ଥି ରୋପଣ(Bone Graft) ମଧ୍ୟ ଆବଶ୍ୟକ ହୋଇଥାଏ ।

ଅଧୁନା ଅନେକ କ୍ଷେତ୍ରରେ ଧାତୁ ନିର୍ମିତ ପଦାର୍ଥ ଯଥା ପ୍ଲେଟ୍,ସ୍କୃ,କଣ୍ଟା(Nail) ଇତ୍ୟାଦି ବ୍ୟବହାର କରାହେଉଛି । ଏହି ପଦର୍ଥ ଗୁଡିକର ଡିଜାଇନ ଓ ପ୍ରୟୋଗ ସଠିକ ଭାବେ କରିବା ଆବଶ୍ୟକ । ପ୍ଲେଟ୍ ଓ ସ୍କୃ ଲୋଡ୍ ନେବା ଦ୍ଵାରା ଅସ୍ଥି ଭିତରେ ପରିବର୍ତ୍ତନ ହୋଇ ସଚ୍ଛିଦ୍ର ହୋଇ ଦୁର୍ବଳ ହୋଇଯାଏ । ଟାଇଟାନିଅମ୍ ଓ ଅନ୍ୟାନ୍ୟ ମିଶ୍ର ଧାତୁ ପ୍ରୟୋଗ ଦ୍ଵାରା କିଛି ଲୋଡ୍ କମିଯାଏ, କିନ୍ତୁ ସମ୍ପୁର୍ଣ୍ଣ ବିଦାୟ ନିଏନାହିଁ । ଅପରେଶନ୍ ଜନିତ ଘର୍ଷଣ ଦ୍ଵାରା ମଧ୍ୟ ଅଧିକ ଉତ୍ତାପ ଯୋଗୁ ଅସ୍ଥି କ୍ଷୟ ହୁଏ । ବ୍ୟବହୃତ ଧାତୁ ସମ୍ପୁର୍ଣ୍ଣ ନିଷ୍କ୍ରିୟ ନ ହେଲେ ଆୟନ ସୃଷ୍ଟି ହୋଇ ଅସ୍ଥି ନଷ୍ଟ ହୋଇଯାଏ ।

ଜଟିଳତା(Complications)

ଶିଶୁମାନଙ୍କ ଅସ୍ଥି ଭଗ୍ନ

ଆଧାର

ଅଧିକ ତଥ୍ୟ


ଛାଞ୍ଚ:Link GA