"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
tagged:No reference
୧ କ ଧାଡ଼ି: ୧ କ ଧାଡ଼ି:
{{Unreferenced|date=ଅଗଷ୍ଟ ୨୦୧୨}}
'''ଅସ୍ଥି ଭଗ୍ନ''' ଶବ୍ଦଟିକୁ କଥିତ ଓଡିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା F<sub>X</sub> କିମ୍ବା # ଚିଗ୍ନ ଦେଇ ଲେଖନ୍ତି । ସଂଜ୍ଞା : - ଅସ୍ଥିର ଅବିଚ୍ଛିନ୍ନତା ଭଗ୍ନ ହେଲେ ଅସ୍ଥି ଭଗ୍ନ କୁହାଯାଏ । ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୈ।ନିକ ସ୍ବଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ବାରା ଆସ୍ଥି ଭଗ୍ନ ହୁଏ । କେତେକ ରୋଗ ଯଥା ହାଡ ପୋରିଆ(Osteoporosis), ସ୍ବଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା (Osteogenesis Imperfecta ) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗ ଦ୍ବାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ ।
== <big>'''ଅସ୍ଥି ଭଗ୍ନ'''</big> ==


ଅସ୍ଥି ଭଗ୍ନ, ଏହି ସାଧୁ ଶବ୍ଦଟିକୁ କଥିତ ଓଡିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା F<sub>X</sub> କିମ୍ବା # ଚିଗ୍ନ ଦେଇ ଲେଖନ୍ତି । ସଂଜ୍ଞା : - ଅସ୍ଥିର ଅବିଚ୍ଛିନ୍ନତା ଭଗ୍ନ ହେଲେ ଅସ୍ଥି ଭଗ୍ନ କୁହାଯାଏ । ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୈ।ନିକ ସ୍ବଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ବାରା ଆସ୍ଥି ଭଗ୍ନ ହୁଏ । କେତେକ ରୋଗ ଯଥା ହାଡ ପୋରିଆ(Osteoporosis), ସ୍ବଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା (Osteogenesis Imperfecta ) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗ ଦ୍ବାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ ।

ଭିତର ଚିଜ [ଲୁଚାନ୍ତୁ]


୧. ବର୍ଗ କରଣ
୧. ବର୍ଗ କରଣ

୧୬:୫୪, ୩୦ ଅଗଷ୍ଟ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଅସ୍ଥି ଭଗ୍ନ ଶବ୍ଦଟିକୁ କଥିତ ଓଡିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା FX କିମ୍ବା # ଚିଗ୍ନ ଦେଇ ଲେଖନ୍ତି । ସଂଜ୍ଞା : - ଅସ୍ଥିର ଅବିଚ୍ଛିନ୍ନତା ଭଗ୍ନ ହେଲେ ଅସ୍ଥି ଭଗ୍ନ କୁହାଯାଏ । ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୈ।ନିକ ସ୍ବଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ବାରା ଆସ୍ଥି ଭଗ୍ନ ହୁଏ । କେତେକ ରୋଗ ଯଥା ହାଡ ପୋରିଆ(Osteoporosis), ସ୍ବଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା (Osteogenesis Imperfecta ) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗ ଦ୍ବାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ ।


୧. ବର୍ଗ କରଣ

୧.୧ କାରଣାତ୍ମକ

୧.୨ ଅସ୍ଥି ଶଲ୍ୟ୍

୧.୩ ଶରୀର ଗଠନାତ୍ମକ

୧.୪ ଓଟିଏ (OTA)

୧.୫ ଅନ୍ୟାନ୍ୟ ଚର୍ଗ କରଣ

୨. ରୋଗ ସୂଚନା ଓ ଲକ୍ଷଣ

୩. ବିକାରୀ ଶରୀର କ୍ରିୟା

୩.୧ ଧୁମ୍ରପାନର ଫଳ

୪. ରୋଗ ନିରୂପଣ

୫. ଚିକିତ୍ସା

୫.୧ ଯନ୍ତ୍ରଣା ଚିକିତ୍ସା

୫.୨ ଅଚଳୀକରଣ

୫.୩ ଶଲ୍ୟ୍ ଚିକିତ୍ସା

୫.୪ ଜଟୀଳତା

୬. ଶିଶୁଙ୍କଠାରେ

ବର୍ଗ କରଣ

କାରଣାତ୍ମକ

୧.ଆଘାତ ଜନିତ - ପତନ, ରାସ୍ତାର ଆକ୍ସିଡେଣ୍ଟ,କଳହ ଇତ୍ୟାଦି ସମୟରେ ଆଘାତ ଯୋଗୁ ଏହି ପ୍ରକାର ଅସ୍ଥି ଭଗ୍ନ୍ ହୁଏ ।

୨.ନିଦାନ ଜନିତ - ଅନେକ ରୋଗରେ ଅସ୍ଥି କ୍ଷୟ ପ୍ରାପ୍ତ ହୋଇ ଯାଏ । ଏହି ଭଳି ଅସ୍ଥି ସାମାନ୍ୟ ଆଘାତ ପ୍ରାପ୍ତ ହେଲେ ଭାଙ୍ଗି ଯାଏ । କୈ।ଣସି ଅସ୍ଥି କର୍କଟ ବିକ୍ଷେପିତ (Cancer Metastasis) ହେଲେ କ୍ଷୟପ୍ରାପ୍ତ ହୋଇ ଦୁର୍ବଳ ହୁଏ ଓ ଭାଙ୍ଗିଯାଏ । ନିଦାନ ଜନିତ ଅସଂଖ୍ୟ୍ କାରଣ ମଧ୍ୟରୁ ହାଡ଼ ପୋରିଆ (Osteoporosis) ଗୋଟିଏ ମୂଖ୍ୟ କାରଣ ।

ଅସ୍ଥି ଶଲ୍ୟ

ଅସ୍ଥି ଶଲ୍ୟ ବର୍ଗକରଣରେ ଲେଖକମାନଙ୍କର ନାମ ଅନୁସାରେ ପୂର୍ବରୁ ବର୍ଗ କରଣ କରାଯାଉ ଥିଲା । ଆଧୁନା ଉତ୍ତମ ପଦ୍ଧତିରେ ବର୍ଗ କରଣ କରା ଯାଉଛି ।

ସବୁ ପ୍ରକାର ହାଡ଼ ଭଙ୍ଗା ମୂଖ୍ୟତ ଦୁଇ ଭାଗରେ ବିଭକ୍ତ କରାଯାଏ ।

  • ସାଧାରଣ ବା ବନ୍ଦ(Simple Fracture) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ନ ଥାଏ ।
  • ଖୋଲା ବା କମ୍ପାଉଣ୍ଡ(Compound) ଅସ୍ଥି ଭଗ୍ନ୍: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ଗର୍ତ ସୃଷ୍ଟି ହୋଇଥାଏ ଓ ହାଡ଼ ଭଙ୍ଗା ସ୍ଥାନରେ ଜମା ହୋଇଥିବା ରକ୍ତ ଜୀବାଣୁ ସଂସ୍ପର୍ଷରେ ଆସିବା ଦ୍ବାର ଅସ୍ଥି ଅତ୍ୟଧିକ ସଂକ୍ରମିତ(Infection) ହେବାର ସମ୍ଭାବନା ଥାଏ ।

ଅସ୍ଥି ଭଗ୍ନ ଚିକିତ୍ସା କଲାବେଳେ ଭଙ୍ଗା ସ୍ଥାନରେ ହାଡ଼ କେତେ ଦୂର ଘୁଞ୍ଚି ଯାଇଛି, କେତେ ଫାଙ୍କ ଅଛି, କେତେ କୋଣ ସୃଷ୍ଟି ହୋଇଛି ଏ ସବୁ ବିଚାରକୁ ନିଆଯାଏ । ଯଦି କୋଣ ବେଶୀ ଥାଏ, ଅଥବା ବିସ୍ଥାପନ ଅତ୍ୟଧିକ ଥାଏ ତେବେ ଏହାର ସଂଯୋଗ କରଣ(Reducton) ଆବଶ୍ୟକ ହୋଇଥାଏ ଓ ବୟସ୍କମାନଙ କ୍ଷେତ୍ରରେ ଅପରେଶନ୍ ଆବଶ୍ୟକ ହୁଏ । ଏହି ପ୍ରକାର ଭଙ୍ଗା ବିସ୍ଥାପିତ ହୋଇ ନ ଥିବା ଭଙ୍ଗା ଅପେକ୍ଷା ଶୀଘ୍ର ଯୋଡି ହୋଇଯାଏ ।

  • ଚିପା ଭଗ୍ନ: ଏହି ପ୍ରକାର ଭଙ୍ଗା ମେରୁ ଅସ୍ଥିରେ ସମ୍ଭବ ହୁଏ । ଆଘାର ଜନିତ ଅତ୍ୟଧିକ ବକ୍ରତା ଯୋଗୁ ମେରୁ ଅସ୍ଥିର୍ ସାମନା ଅଂଶ ଚିପି ହୋଇ ଭାଙ୍ଗିଯାଏ । ହାଡ଼ ପୋରିଆ ରୋଗ୍ ଥିଲେ ଏହା ଅତି ସହଜରେ ଭାଙ୍ଗି ଯାଏ ।

ଅନ୍ୟ୍ କେତେକ ପ୍ରକାର ଭଗ୍ନାର ନାମ:

  • ସଂମ୍ପୁର୍ଣ୍ଣ ଭଗ୍ନ(Complete): ଏଠାରେ ଭଗ୍ନ ସ୍ଥାନର ଦୁଇ ହାଡ଼ ସମ୍ପୁର୍ଣ୍ଣ ରୁପେ ପରଷ୍ପରଠାରୁ ଅଲଗା ହୋଇ ଯାଇଥାଏ ।
  • ଅସମ୍ପୁର୍ଣ୍ଣ ଭଗ୍ନ(Incomplete): ଦୁଇ ହାଡ଼ କିଛି ପରିମାଣରେ ସଂଯୁକ୍ତ ହୋଇ ରହିଥାଆନ୍ତି । ଅନେକ ସ୍ଥଳରେ ହାଡ଼ କେବଳ ଫାଟି ଯାଇଥାଏ ।
  • ଆଲମ୍ବ ଭଗ୍ନ(Linear): ଲମ୍ବ ଅସ୍ଥିର ମଧ୍ୟ ରେଖା ସହ ସମାନ୍ତରାଳ ଭଗ୍ନ୍ ।
  • ଅନୁପ୍ରସ୍ଥ ଭଗ୍ନ(Transverse): ପ୍ରସ୍ଥ ଦିଗରେ ଭଗ୍ନ ଥାଏ।
  • ତୀର୍ଯ୍ୟକ ଭଗ୍ନ(Oblique): ଦୁଇ ଅସ୍ଥି କୋଣ ସୃଷ୍ଟି କରି ଥାଆନ୍ତି ।
  • ଚକ୍ରାକାର ଭଗ୍ନ(Spiral): ଭଗ୍ନ ରେଖା ବଙ୍କେଇ ବଙ୍କେଇ ଗତି କରିଥାଏ ।
  • ଖଣ୍ଡ ବିଖଣ୍ଡିତ ଭଗ୍ନ(Comminuted): ଦୁଇ ଖଣ୍ଡରୁ ଅଧିକ ବିଖଣ୍ଡିତ ହୋଇଥାଏ ।
  • ସଂଘାତ ଭଗ୍ନ(Impacted): ଭଙ୍ଗା ସ୍ଥାନରେ ଗୋଟିଏ ହାଡ଼ ଅନ୍ୟ ହାଡ଼ ଭିତରେ ପଶି ଯାଇଥାଏ ।