"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଆଧାର ସଜଡା
(ଆଧାର ସଜଡା)
** ପୁରୁଷ: ୮୯.୯୨%
** ମହିଳା: ୭୬.୪୯%

== ସଂସ୍କୃତି ==
=== ଜୈନ ଧର୍ମ ===
ଭଦ୍ରକର ସାଂସ୍କୃତିକ ପରମ୍ପରାର ଚିହ୍ନ [[ପାର୍ଶ୍ୱନାଥ]](ଖ୍ରୀ.ପୂ.୮୨୦-୭୫୦)ଙ୍କ ସମୟରୁ ମିଳିଥାଏ। [[ପାର୍ଶ୍ୱନାଥ]] ଧର୍ମପ୍ରଚାର ପାଇଁ କୋପକଟକ ବା ଆଧୁନିକ[[କୁପାରୀ]]କୁ ଆସିଥିଲେ। <ref>[[ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ]], ପୃଷ୍ଠା:୭୧</ref>
ଚରମ୍ପା ଅନ୍ତର୍ଗତ ରହଣିଆର ବଡ଼ ପୋଖରୀ ଚାରି ପାଖରେ [[ଚବିଶ ତୀର୍ଥଙ୍କର]]ଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା। ସେହି ମୂର୍ତ୍ତିଗୁଡ଼ିକ ମଧ୍ୟରୁ [[ଅଜିତନାଥ]], [[ଶାନ୍ତିନାଥ]], [[ଋଷଭନାଥ]] ଓ [[ବର୍ଦ୍ଧମାନ ମହାବୀରଙ୍କ]] ମୂର୍ତ୍ତି ବର୍ତ୍ତମାନ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]ରେ ସଂରକ୍ଷିତ। ତେବେ ଏ ପୋଖରୀ କୂଳରେ ଏବେ ମଧ୍ୟ [[ପାର୍ଶ୍ୱନାଥ]]ଙ୍କର ମୂର୍ତ୍ତି ଦେଖିବାକୁ ମିଳେ।<ref>[[ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି]], ପୃଷ୍ଠା:୧୬</ref>
=== ବୌଦ୍ଧ ଧର୍ମ ===
ଭଦ୍ରକ ଅନ୍ତର୍ଗତ [[ଧାମନଗର]]ର ମୂଳନାଆଁ ଧମ୍ମନଗର। [[ଧମ୍ମ]] ହେଉଛି [[ବୌଦ୍ଧ ଧର୍ମ]]ରେ [[ଧର୍ମ]]ର ପର୍ଯ୍ୟାୟବାଚୀ। ସେ ସମୟର ପ୍ରସିଦ୍ଧ ବୌଦ୍ଧପୀଠର [[ଖଡ଼ିଆଳ]] ଅଞ୍ଚଳରୁ ସଂଗୃହିତ ବିଶାଳ [[ବୁଦ୍ଧ]]ମୂର୍ତ୍ତି ଏବେ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]ରେ ରହିଛି।<ref>[[ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି]], ପୃଷ୍ଠା:୩୮</ref>
ଭଦ୍ରକର ବାଉଦପୁର ନାଁ ବୌଦ୍ଧରୁ ଆସିଛି। ଧାମନଗରର ମୁସଲମାନ ବସ୍ତିସ୍ଥିତ ମନ୍ତ୍ରବାସୁଳି ବୌଦ୍ଧଧର୍ମର ଅବଲୋକିତେଶ୍ୱର ବୋଲି କେହି କେହି ମତ ଦିଅନ୍ତି।<ref>[[ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି]], ପୃଷ୍ଠା:୧୯</ref>
=== ମୋଗଲ ଓ ମରହଟ୍ଟା ପ୍ରଭାବ ===
ସେହିପରି ଜାନୁଗଞ୍ଜ [[ମରହଟ୍ଟା]] ଶାସକ [[ଜାନୋଜୀ]]ଙ୍କ ନାଁରୁ ଆସିଛି ବୋଲି କେତେକ ଗବେଷକ ମତ ଦିଅନ୍ତି।<ref>[[ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ]], ପୃଷ୍ଠା:୭</ref>
[[ମୋଗଲ]] ଓ [[ମରହଟ୍ଟା]] ଶାସକମାନେ ସେମାନଙ୍କ ଶାସନ କାଳରେ ଭଦ୍ରକରେ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। [[ଇନ୍ଦୋର]]ର ରାଣୀ [[ଅହଲ୍ୟାବାଈ]] [[ପୁରୀ]] ଯାତ୍ରା କରିବାବେଳେ ଗୋସେଇଁ ଶାଶୁଙ୍କ ନିମିତ୍ତ ଏକ ବଡ଼ ପୋଖରୀ ଖୋଳାଇଥିଲେ। ଏହାକୁ ରାଣୀ ତଲାୱ କୁହାଯାଉଥିଲା। ଭଦ୍ରକ ନିକଟସ୍ଥ ଏବେକାର [[ରାଣୀତାଲ]] ସେହି ରାଣୀତଲାୱରୁ ଆସିଛି।
[[ଧାମନଗର]]ରେ ମହହଟ୍ଟା ଶାସକ ଜଗୁ ପଣ୍ଡିତଙ୍କ ନାମାନୁସାରେ ଜଗୁସାଗର ପୋଖରୀ ରହିଅଛି।<ref>[[ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ]], ପୃଷ୍ଠା:୭</ref>
=== ହିନ୍ଦୁ ଧର୍ମ ===
[[ମିର୍ଜାପୁର]] ଓ [[ଛଡ଼ାକ]] ମହଲାରେ ରାଜା [[ପୁରୁଷୋତ୍ତମ ଦେବ]]ଙ୍କ ମନ୍ତ୍ରୀ [[ବିଦ୍ୟାଧର]] ଖୋଳାଇଥିବା ପୋଖରୀ ତାଙ୍କ ନାମାନୁସାରେ ବିଦ୍ୟାଧର ପୋଖରୀ ବୋଲି ପରିଚିତ।
୧୫୧୪ ଖ୍ରୀଷ୍ଟାବ୍ଦରେ [[ଶ୍ରୀଚୈତନ୍ୟ]] [[ପୁରୀ]]ରୁ ପ୍ରତ୍ୟାବର୍ତ୍ତନ କରି ବିଦ୍ୟାବାଚସ୍ପତି ନାମକ ଜଣେ ଧର୍ମଯାଜକଙ୍କ ଘରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ସନ୍ଥଙ୍କ ମନେ ପକାଇବାପାଇଁ ଗାଁଟିର ନାମ [[ସନ୍ଥିଆ]] ହୋଇଛି। ସେ ଛାଡ଼ିଯାଇଥିବା କନ୍ଥାଟିକୁ ଶ୍ରଦ୍ଧାଳୁମାନେ ଏବେବି ସେହି ଗାଁରେ ରଖି ପୂଜା କରୁଛନ୍ତି। ଶ୍ରୀଚୈତନ୍ୟଙ୍କ ପାଦୁକା ନିକଟସ୍ଥ [[କୁଆଁସ]] ଗ୍ରାମରେ ଏବେ ବି ପୂଜା ପାଉଛି। ଏହା ଏ ଅଞ୍ଚଳର ଲୋକମାନଙ୍କର ସାଧୁ ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବର ନିଦର୍ଶନ।

୧୮୬୪ ଖ୍ରୀଷ୍ଟାବ୍ଦରେ [[ପୁରୀ]] [[ରାମାନୁଜ ମଠ]]ର ମହନ୍ତଙ୍କ ଶିକ୍ଷାଗୁରୁ ରାମାୟଣ ଦାସ [[ବୃନ୍ଦାବନ]] ଯିବା ବାଟରେ [[ସାଳନ୍ଦୀ]] ନଦୀ କୂଳରେ ଭକ୍ତମାନଙ୍କ ଭକ୍ତି ଦେଖି ବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ପାଇଁ ମହନ୍ତେ ସେଠାରେ ସଦାବର୍ତ୍ତ ମଠ ସ୍ଥାପନ କରିଥିଲେ।

୧୮୮୮ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୦ ତାରିଖରେ ମା [[ସାରଦା ଦେବୀ]] ଜଳପଥରେ [[ଚାନ୍ଦବାଲି]] ଆସିଥିଲେ। ପୁନର୍ବାର ୧୯୧୦ରେ ସେ [[ରାମେଶ୍ୱର]] ଯିବା ବାଟରେ ଭଦ୍ରକର [[କୋଠାର]]ଠାରେ ଦୁଇମାସ ଅବସ୍ଥାନ କରିଥିଲେ।
=== ଶିଖ ଧର୍ମ ===
=== ମୁସଲମାନ ଧର୍ମ ===
୧୫୭୫ ଖ୍ରୀଷ୍ଟାବ୍ଦ ଅପ୍ରେଲ ୧୨ ତାରିଖରେ [[ଆକବର]] ଭଦ୍ରକକୁ ଏକ ସ୍ୱତନ୍ତ୍ର ଡିଭିଜନ (ସର୍କାର) ହିସାବରେ ଘୋଷଣା କରିଥିଲେ। [[କଟକ]] ଡିଭିଜନଟି [[ଦାଉଦ]]ଙ୍କ ଅକ୍ତିଆରରେ ଥିଲାବେଳେ ଭଦ୍ରକ ଓ [[ବାଲେଶ୍ୱର]] ଡିଭିଜନ [[ମୋଗଲ]]ଙ୍କ ଅଧୀନରେ ଥିଲା। [[ତୋଦରମଲ୍ଲ]] ଭଦ୍ରକରେ ଛାଉଣି ପକାଇ ବନ୍ଦୋବସ୍ତ କାର୍ଯ୍ୟ ଚଳାଇଥିଲେ। [[ଆଉରଙ୍ଗଜେବ]]ଙ୍କ ସମୟରେ କଦମ୍ବବେଡ଼ା (କୁଆଁସ)ରେ ଇଦ୍​ଗାହ ନିର୍ମାଣ ହୋଇଥିଲା।

==ଐତିହ୍ୟ==
*ଭଦ୍ରକର [[ଭଦ୍ରକାଳୀ ମନ୍ଦିର]], ଭଦ୍ରକର ମୁଖ୍ୟ ଶକ୍ତିପୀଠ।
*ଭଦ୍ରକର [[କୁଆଁସ]]ଗ୍ରାମସ୍ଥ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ ଏହାକୁ [[ଲସ୍ ଏଞ୍ଜେଲସ୍]]​ର ଜୁଲିଆନ ପାର୍କର ନାମକ ଜଣେ ଅଣହିନ୍ଦୁ ବିଦେଶୀ ଏହାକୁ ସ୍ଥାପନ କରିଛନ୍ତି। ଜୁଲିଆନ ଆତ୍ମତତ୍ତ୍ୱ ଦାସ ଓ ମାଳିନୀ ଦାସଙ୍କର ପାଳିତ ପୁତ୍ର ହୋଇଥିଲେ। ଭାରତକୁ ଆସିବା ପରେ ସେ ଜାହ୍ନବୀ ନିତାଇ ଦାସ ନାମରେ ପରିଚିତ ହୋଇଥିଲେ। [[ପୁରୀ]] [[ଶ୍ରୀମନ୍ଦିର]]ରେ ଅଣହିନ୍ଦୁମାନଙ୍କର ପ୍ରବେଶ ନିଷେଧ ହୋଇଥିବାରୁ ସେ ଏଠାରେ ୧୬ଫୁଟ ଉଚ୍ଚର [[ଜଗନ୍ନାଥ]], ୧୫ ଫୁଟ ଉଚ୍ଚର [[ବଳଭଦ୍ର]] ଓ ୭ ଫୁଟ ଉଚ୍ଚର [[ସୁଭଦ୍ରା]] ବିଗ୍ରହ ବୈଦିକ ରୀତିରେ ୨୦୦୫ ମସିହା ମେ ୨୨ରେ ସ୍ଥାପନ କରାଇଥିଲେ। ଅଦ୍ୟାବତ୍ ସେହି ବିଗ୍ରହମାନେ ସେହି ମନ୍ଦିରରେ ଯଥାବିଧି ପୂଜିତ ହେଉ ଅଛନ୍ତି।
*ଓଡ଼ିଶାର [[ଭାଗବତ ଟୁଙ୍ଗୀ]] ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଏଠାକାର [[କିସ୍ମତ କୃଷ୍ଣପୁର]] ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି।

== ଶିକ୍ଷା ==
ଏ ଜିଲ୍ଲାରେ ଶିକ୍ଷାର ନିଅଁ ପଡ଼ିଛି ସନ୧୮୮୨ଠାରୁ। [[କୋଠାର]] ଜମିଦାର ନିମାଇଁ ଚରଣ ବୋଷ [[ବାଗୁରାଇ]]ଠାରେ ଦୁଇଟି ଭର୍ଣ୍ଣକୁଲାର ଓ ଅନ୍ୟ କେତେକ ଶିକ୍ଷାନୁରାଗୀ [[ଗୁଜିଦରଡ଼ା]]ଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିଥିଲେ। ମୁସଲମାନ ଜମିଦାର ମିଆଁ ମୁନ୍ସୀ ଶେଖ ଅବଦୁଲ ଗନୀ ଓରଫ ପଞ୍ଚୁମଆଙ୍କ ତତ୍ତ୍ୱାବଧାନରେ ଭଦ୍ରକ ପୁରୁଣାବଜାରସ୍ଥିତ ନିଜ ଉଆସରେ ଏକ ମାଇନର ସ୍କୁଲ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ତାହା ଭଦ୍ରକ ଜିଲ୍ଲା ସ୍କୁଲରେ ପରିଣତ ହୋଇଛି। ୧୯୩୪ରେ [[ହରେକୃଷ୍ଣ ମହତାବ]]ଙ୍କ ତତ୍ତ୍ୱାବଧାନରେ [[ଆଗରପଡ଼ା]]ରେ କୃଷ୍ଣଚରଣ ବିଦ୍ୟାମନ୍ଦିର ସ୍ଥାପିତ ହୋଇଥିଲା।୧୯୪୨ରେ ନାରାୟଣ ଚନ୍ଦ୍ର ହାଇସ୍କୁଲ, ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ, ୧୯୪୩ରେ ପୋପସିଂ ମାଇନର ସ୍କୁଲ, ଯାହା ୧୯୫୯ରେ ସରକାଲୀ ବାଳିକା ଉଚ୍ଚବିଦ୍ୟାଳୟର ମାନ୍ୟତା ଲାଭ କଲା <ref>[[ସଦାଶିବ ନାୟକ, ଭଦ୍ରକ ଶିକ୍ଷାନୁଷ୍ଠାନର ଇତିବୃତ୍ତ, ବାସ୍ତବ ସମ୍ଭବ]]ପୃସମ୍ଭବପୃ.୧୦</ref> ୧୯୪୮ ମସିହା ଜୁଲାଇ ୬ ତାରିଖରେ ଭଦ୍ରକରେ ପ୍ରଥମ ଓ ଓଡ଼ିଶାରେ ଦ୍ୱିତୀୟ ବୃହତ୍ତମ [[ଭଦ୍ରକ ମହାବିଦ୍ୟାଳୟ]] ସ୍ଥାପିତ ହୋଇଥିଲା।
ବର୍ତ୍ତମାନ ସୁଦ୍ଧା ଭଦ୍ରକରେ ୯୧୬ଟି ପ୍ରାଥମିକ ବିଦ୍ୟାଳୟ, ୫୦୫ଟି ମଧ୍ୟଇଂରାଜୀ ବିଦ୍ୟାଳୟ, ୩୦୫ଟି ଉଚ୍ଚବିଦ୍ୟାଳୟ, ୭ଟି ମହିଳା ମହାବିଦ୍ୟାଳୟ ସରକାରୀ ସ୍ୱୀକୃତି ଲାଭ କରିଛନ୍ତି।<ref>[[District Statistical Hand Book, Bhadrak, 2005]], p.47-53</ref> ଏହା ବ୍ୟତୀତ ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବେ ବି ସ୍ୱୀକୃତି ପାଇନାହିଁ।

==ପରମ୍ପରା==
=== [[ଗୋପାଳଙ୍କ ଉଗାଳ]] ଓ [[ଲଉଡ଼ି ଖେଳ]]===
ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ଅଗ୍ନିପୂର୍ଣ୍ଣିମା ଦିନ ଆୟୋଜିତ [[ଗୁଣ୍ଡୁଣିଯାତ୍ରା]] ଏକ ଭିନ୍ନ ମେଳା।
===ଭୂତକେଳି ନାଟ===
ଭଦ୍ରକ ସହରାଞ୍ଚଳର କୁଆଁସ ନିକଟବର୍ତ୍ତୀ ବାଲିଅରଡ଼ା ଗ୍ରାମରେ ପାଳିତ ହେଉଥିବା ‘[[ଭୂତକେଳି ନାଟ]]’ [[ପୁରାଣ]] ବର୍ଣ୍ଣିତ [[କୃଷ୍ଣଲୀଳା]]ର ଆଧାରରେ ପାଳନ କରାଯାଏ। କରେ। [[ରାଧା]] ଓ [[କୃଷ୍ଣ]]ଙ୍କ ମିଳନରେ ପ୍ରତିବନ୍ଧକ ହେଉଥିବା ଶାଶୁ ଓ ନଣନ୍ଦଙ୍କୁ ଡ଼ରାଇବା ପାଇଁ କୃଷ୍ଣ ମାୟା ଭୂତ ସୃଷ୍ଟି କରିଥାନ୍ତି। ରାଧା, କୃଷ୍ଣ ଓ [[ଗୋପୀ]]ମାନଙ୍କର ପ୍ରତିମୂର୍ତ୍ତିକୁ ବିରାଟ ଶୋଭାଯାତ୍ରାରେ ଲୋକମାନେ ନେଇଥାନ୍ତି। ଜଣେ ଲୋକ ମୁଣ୍ଡରେ ଭୂତ ଚିତ୍ରିତ ହାଣ୍ଡି ରଖି [[ଢ଼ୋଲ]] [[ମହୁରୀ]]ର ତାଳେ ତାଳେ ଉଦ୍ଦଣ୍ଡ ନୃତ୍ୟ ପରିବେଷଣ କରିଥାଏ। ଏପରି ନାଟ ସମଗ୍ର ଓଡ଼ିଶାରେ ବିରଳ।<ref>[[ଡଃ ମନୀନ୍ଦ୍ର ମହାନ୍ତି, ସାଂସ୍କୃତିକ ନାନ୍ଦିମୁଖ : ଲୋକସଂସ୍କୃତି, ସାଳନ୍ଦୀ ତୀରର ସଂସ୍କୃତି]] </ref>
===[[ମୁନି ପୂଜା]]===
ସଂସାରତ୍ୟାଗୀ ଅଥଚ ସଂସାରର ହିତୈଷୀ ଓ ହିତାନ୍ୱେଷୀ ମୁନି ଋଷିମାନଙ୍କୁ ପୂଜା କରିବାର ନିଆରା ପରମ୍ପରା ଭଦ୍ରକର ବିଭିନ୍ନ ଗ୍ରାମାଞ୍ଚଳରେ ଅତି ପ୍ରାଚୀନ। [[ମକର ସଂକ୍ରାନ୍ତି]] ଏହାର ନିଧାର୍ଯ୍ୟ ତିଥି। ଏରେଇଁ ଗ୍ରାମ ପଞ୍ଚାୟତର କୁନ୍ତଳାଠାରେ ଏହା ମହାସମାରୋହରେ ପାଳନ କରାଯାଏ।
*'''ରାଧାକୃଷ୍ଣ ତାମସା :''' ମୂରଲୀ ହରଣ ଓ ବସ୍ତ୍ର ହରଣ ଆଦି ପ୍ରସଙ୍ଗର ବର୍ଣ୍ଣନା କରାଯାଇଛି।
*'''ଚଉଡ଼ା ତାମସା :''' ମେହେନ୍ତର ମାନଙ୍କର ନିଶାସେବନ ଓ ମେହେନ୍ତରାଣୀମାନଙ୍କ ସହିତ ମିଳିତ ହେବାର ବିଷୟ।
*'''ଲୋଲିନ ବାଈ ତାମସା ବା ଲୋଲିନ ମଜାବାଇ ତାମସା:''' ଦୁଇ ଜଣ ଗଣିକାଙ୍କ ସହିତ ମୋଗଲ ମାନଙ୍କର ସମ୍ପର୍କର ବର୍ଣ୍ଣନା।

== ଓଷାବ୍ରତ ==
*'''କୋଇଲି ଓଷା :''' [[ସୁଆଁ]] ଗ୍ରାମରେ ପାଳନ କରାଯାଏ। ଚୈତ୍ରମାସ ଶୁକ୍ଳପକ୍ଷରେ ସାତଦିନ ବ୍ୟାପି [[କୋଇଲି]]ର ଦୁଇଟି ମାଟି ମୂର୍ତ୍ତିକୁ କୁଆଁରୀମାନେ ପୂଜା କରିଥାନ୍ତି ଓ [[ମାର୍କଣ୍ଡ ଦାସ]]ଙ୍କ [[କେଶବ କୋଇଲି]] ଗାନ କରିଥାନ୍ତି।
ଅନ୍ୟାନ୍ୟ ଅଞ୍ଚଳ ପରି ଭଦ୍ରକରେ [[ଖୁଦୁରୁକୁଣୀ ଓଷା]], [[ଜହ୍ନି ଓଷା]], [[ଅକ୍ଷୟ ତୃତୀୟା]], [[ସାବିତ୍ରୀ ଅମାବସ୍ୟା]], [[ବାଟଓଷା]] ଆଦି ପାଳନ କରାଯାଏ।
*'''[[ଦ୍ୱିତୀୟା ଓଷା]]''' ବା [[ଦୂତୀ ବାହନ ଓଷା]] ଭଦ୍ରକର ବିଭିନ୍ନ ସ୍ଥାନରେ ପାଳିତ ହୋଇଥାଏ। ଏହି ଓଷାରେ ସନ୍ତାନ ମାନଙ୍କର ଦୀର୍ଘଜୀବନ କାମନା କରି ମହିଳାମାନେ ଉପବାସ କରିଥାନ୍ତି। [[ଭାଦ୍ରବ]]ମାସ [[ମୂଳାଷ୍ଟମୀ]]ରେ ପୋଖରୀ ତୁଠରେ ବାଲିଲେ [[କୁମ୍ଭୀର]] କରି ପୂଜାର୍ଚ୍ଚନା କରିଥାନ୍ତି।
[[ନରେନ୍ଦ୍ରପୁର]] ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଦିନ ପାଟଣ ମଙ୍ଗଳାଙ୍କ ନିକଟରେ [[ପାଟୁଆ ନାଚ]], [[ଘୋଡାନାଚ]] ଆଦି ଅନୁଷ୍ଠିତ ହୁଏ। [[ରାମ]], [[ସୀତା]] ଓ [[ଲକ୍ଷ୍ଣଣ]]ଙ୍କୁ ନୌକାରେ ବସାଇ ନାବପୂଜା କରାଯାଏ। ଭଦ୍ରକର ପ୍ରାୟ ସବୁ ଗାଁରେ ଘୋଡ଼ାନାଚ, ପାଟୁଆ ନାଚ ଓ [[ଉଡ଼ାଣ ପର୍ବ]] (ନିଜ ଦେହରେ କଣ୍ଟା ଫୋଡ଼ି ଝୁଲିବା) ଆଦି ପାଳନ କରାଯାଏ।

=== ପାଲା ଓ ଦାସ କାଠିଆ ===
[[ପାଲା]] ଓ [[ଦାସକାଠିଆ]] ପରି ଲୋକକଳାରେ ଭଦ୍ରକ ଜିଲ୍ଲା ସମୃଦ୍ଧ। ପୌରାଣିକ ଆଖ୍ୟାନ ସହିତ ସାମ୍ପ୍ରତିକ ଲୋକ ଚଳଣିର ମିଶ୍ରଣ କରି ମନୋରଞ୍ଜକ ଢ଼ଙ୍ଗରେ ପରିବେଷଣ କରିବା ଏଇ ଲୋକକଳାର ବିଶେଷତ୍ତ୍ୱ।

==== ସତ୍ୟପୀର ପାଲା ====
ଭଦ୍ରକର '''[[ସତ୍ୟପୀର ପାଲା]]'''ର ନଜିର ସାରା ଦେଶରେ ଦେଖିବାରୁ ମିଳେ ନାହିଁ। ଏହା ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମନ୍ୱୟ ପ୍ରତିଷ୍ଠା କରିଥାଏ। ସାଧାରଣତଃ ନବଜାତକର ଏକୋଇଶିଆ (ଜନ୍ମର ଏକୋଇଶ ଦିନ)ରେ ଅଥବା କାହାରି ଜନ୍ମଦିନରେ ଏହା ଆୟୋଜିତ ହୋଇଥାଏ। ଏହାର ବିଶେଷତ୍ତ୍ୱ ହେଉଛି ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ପରମ୍ପରା ଅନୁସାରେ କଳସ ଓ ଚାମର ସ୍ଥାପନା କରି ପଞ୍ଚଦେବତା ପୂଜା କରିଥାଏ ଓ ଅନ୍ୟ ଦେବଦେବୀଙ୍କର ବନ୍ଦନା ଗାଇଥାଏ, ନୈବେଦ୍ୟ ଅର୍ପଣ କରିଥାଏ।<ref>[[ସୁବାସ ଚନ୍ଦ୍ର ମଲ୍ଲିକ, ଭଦ୍ରକର ନିଆରା ସଂସ୍କୃତି – ସତ୍ୟପୀର ପାଲା, ପ୍ରଜ୍ଞାପାଦପ (ଭଦ୍ରକ ଜିଲ୍ଲା ସ୍କୁଲ – ୧୨୫ତମ ଜୟନ୍ତୀ ମୁଖପତ୍ର]])</ref>

'''କଳାକାର ଉପାଧିପ୍ରାପ୍ତ ପାଲାଗାୟକ :''' ଅନିରୁଦ୍ଧ ପାଣିଗ୍ରାହୀ, [[ଭଣ୍ଡାରୀପୋଖରୀ]], ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ, [[ଧୁଷୁରୀ]], ଯିଏ ଓଡ଼ିଶା ଓ ଓଡ଼ିଶା ବାହାରେ ପାଲା ପରିବେଷଣ କରିଛନ୍ତି। <ref>[[କରୁଣାକର ବେହୁରିଆ, ଭଦ୍ରକର ପାଲା ସଂସ୍କୃତି, ସ୍ମରଣିକା (ସାଳନ୍ଦୀ ମହୋତ୍ସବ)]]ପୃ।୨୪ ପୃଷ୍ଠା:୨୪-୨୫</ref>

[[ପଦ୍ମପୁର]]ର ଦୃଷ୍ଟିହୀନ ପାଲାଗାୟକ ଅମର ନାୟକ, ଗୋପବନ୍ଧୁ ଦାସ, [[ରାହାଞ୍ଜ]], ଦୁଃଶାସନ ବାରିକ, ଚରମ୍ପା, ଧ୍ରୁବଚରଣ ସେନାପତି, ମଞ୍ଜୁରୀ ରୋଡ।

ଦାସକାଠିଆରେ ଭଦ୍ରକ ଜିଲ୍ଲାରୁ ଯେଉଁ କେତେଜଣ ପ୍ରତିଭାଶାଳୀ ନିଜ କୃତିତ୍ୱର ପରିଚୟ ଦେଇଛନ୍ତି, ସେମାନଙ୍କ ଭିତରୁ ରାଣୀତାଲର ରବୀନ୍ଦ୍ର ବାରିକ ଓ କୁରୁଆ ଗ୍ରାମରେ ଭାଗିରଥୀ ବାରିକ ଅନ୍ୟତମ।

୫,୬୦୧

ଗୋଟି ସମ୍ପାଦନା

ଦିଗବାରେଣି ମେନୁ