"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
"ମାନଙ୍କ" ଶବ୍ଦ ସହ ଲାଗିରହେ (via JWB)
ଟିକେ ("ଠାରୁ" ଶବ୍ଦ ସହ ଲାଗିରହେ (via JWB))
ଟିକେ ("ମାନଙ୍କ" ଶବ୍ଦ ସହ ଲାଗିରହେ (via JWB))
 
ନିକଟରେ କୌଣସି ବିଦ୍ୟାଳୟ ନ ଥିବାରୁ କୋଲାବ ନଦୀ କୁଳର ବାଲିପଠାକୁ ସିଲଟ ଭାବରେ ବ୍ୟବହାର କରି ପିତା ପଦଲାମଙ୍କଠାରୁ ଅକ୍ଷର ଶିକ୍ଷା କରିଥିଲେ ସହୀଦ ଲକ୍ଷ୍ମଣ ନାୟକ । ତେନ୍ତୁଲିଗୁମ୍ମାର ଲୋକମାନେ ଓଡ଼ିଆ, ପରଜା, ଗାଦବା ଭାଷା ମିଶାମିଶି ଦେଶିଆ ଭାଷା କହୁଥିଲେ । ଲକ୍ଷ୍ମଣ ନାୟକ ଉଭୟ ଦେଶିଆ ଓ ଓଡ଼ିଆ ଭାଷା କହିପାରୁଥିଲେ । ୧୯ ବର୍ଷ ବୟସରେ ସାନଗୁମ୍ମାର ଘାସି ଭୁମିୟାଙ୍କ କନ୍ୟା ମଙ୍ଗୁଳି ଭୁମିଆଙ୍କୁ ବିବାହ କରିଥିଲେ ।
ସେ ଆଦିବାସୀମାନଙ୍କ ମଧ୍ୟରେ ପ୍ରଚଳିତ ଗୁଣିଆ ଓ ଦିଶାରି ବୃତ୍ତିରେ ପାରଙ୍ଗମ ଥିଲେ । ଗୁଣିଆ ବୃତ୍ତି ହେଉଛି ଆଦିବାସୀ ମାନଙ୍କଆଦିବାସୀମାନଙ୍କ ମଧ୍ୟରେ ଡାକ୍ତରୀ ବିଦ୍ୟା । ଜଣେ ଗୁଣିଆକୁ ବଣଜଙ୍ଗଲରୁ ଔଷଧୀୟ ସାମଗ୍ରୀ ସଂଗ୍ରହ କରିବା ସହ ଝାଡଣ, ଫୁଙ୍କଣ ଆଦି କରିବାକୁ ପଡେ । ଦିଶାରି ବୃତ୍ତି ହେଉଛି ଦେବାରାଧନା ବା ପୂଜକର ଦାୟିତ୍ୱ ।
 
୧୯୩୦ ମସିହାରେ ପିତା ପଦଲାମ ବୟସାଧିକ୍ୟ କାରଣରୁ ଅବସର ନେବାପରେ ଲକ୍ଷ୍ମଣ ନାୟକଙ୍କୁ ଜୟପୁର ରାଜାଙ୍କ ନିକଟେରେ ମୁସ୍ତାଦାର୍ ଭାବରେ ନିୟୁକ୍ତି କରାଯାଇଥିଲା । ଏହାପରେ ସେ ଲକ୍ଷ୍ମଣ ଭୁମିୟାରୁ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହୋଇଥିଲେ ।
୧୩,୮୭୬

ଗୋଟି ସମ୍ପାଦନା

ଦିଗବାରେଣି ମେନୁ