"ପେଚା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି: ୧ କ ଧାଡ଼ି:
{{Automatic taxobox
{{Automatic taxobox
| fossil_range = {{Fossil range|61.6|0}}<small>[[ପାଲିଓସିନ]] – [[ହୋଲୋସିନ]]</small>
| fossil_range = {{fossil range|ଶେଷ ପାଲିଓସିନ|ହୋଲୋସିନ}}
| image = Athene noctua (cropped).jpg
| image = Athene noctua (cropped).jpg
| image caption = [[ଛୋଟ ପେଚା]] (''ଆଥେନେ ନୋକ୍ଚୁଆ'')
| image caption = [[ଛୋଟ ପେଚା]] (''ଆଥେନେ ନୋକ୍ଚୁଆ'')

୧୪:୫୫, ୧୭ ଅକ୍ଟୋବର ୨୦୨୦ ଅନୁସାରେ କରାଯାଇଥିବା ବଦଳ

ପେଚା
ଜୀବାଶ୍ମ କାଳ: 61.6–0 Ma
ପାଲିଓସିନହୋଲୋସିନ
ଛୋଟ ପେଚା (ଆଥେନେ ନୋକ୍ଚୁଆ)
ଓଟୁସ ଯୋଲାନ୍ଦେ ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
ଗୋଷ୍ଠୀ: ଆଫ୍ରୋଏଭସ
ବର୍ଗ: ଷ୍ଟ୍ରିଜିଫୋର୍ମ୍ସ
ୱାଗ୍ଲର, ୧୮୩୯
କୁଳଗୁଡ଼ିକ

ଷ୍ଟ୍ରିଗିଡେ
ଟାଇଟୋନିଡେ
ଓଗିଗୋପ୍ଟିଙ୍ଗିଡେ (ଜୀବାଶ୍ମ)
ପାଲିଓଗ୍ଲୌସିଡେ (ଜୀବାଶ୍ମ)
ପ୍ରୋଟୋଷ୍ଟ୍ରିଗିଡେ (ଜୀବାଶ୍ମ)
ସୋଫିଓର୍ନିଥିଡେ (ଜୀବାଶ୍ମ)

ସମସ୍ତ ପେଚାମାନଙ୍କର ବିସ୍ତାର.
Synonyms

ଷ୍ଟ୍ରିଗିଡେ ସେନ୍ସୁ ସିବ୍ଲେ & ଆଃଲକ୍ୱିଷ୍ଟ

ପେଚା ଷ୍ଟ୍ରିଜିଫୋର୍ମ୍ସ ଗଣର ପକ୍ଷୀଗଣ । ଏହି ଗଣରେ ପ୍ରାୟ ୨୦୦ରୁ ଅଧିକ ଜାତିର ପକ୍ଷୀ ଅଛନ୍ତି । ଏହି ପକ୍ଷୀଗୁଡ଼ିକ ସାଧାରଣତଃ ଅଣସାମାଜିକ ରାତ୍ରିଚର ଏବଂ କାରୀ । ତାଙ୍କର ସ୍ୱତନ୍ତ୍ର ଗୁଣଗୁଡିକ ହେଲା, ସେମାନଙ୍କର ସିଧା ଛିଡା ହେବା, ବଡ ଓ ଚଉଡା ମୁଣ୍ଡ, ଦ୍ୱିନେତ୍ରୀଦୃଷ୍ଟି, ଦ୍ୱିତକର୍ଣ୍ଣୀୟତା, ଧାର ପଞ୍ଝା ଏବଂ ଧୀର ଉଡାଣ ପାଇଁ ବିକଶିତ ଡେଣା । ବ୍ଯତିକ୍ରମ - ଦିନଚାରୀ ଉତ୍ତରୀୟ ଚିଲ-ପେଚା ଏବଂ ସାମାଜିକ ଗାତଖୋଳା ପେଚା

ପେଚାଗଣ ସାଧାରଣତଃ ଛୋଚ ସ୍ତନ୍ଯପାୟୀ, କୀଟ, ଅନ୍ୟ ପକ୍ଷୀ ତଥା ମାଛ ଆଦି ଶିକାର କରିଥାନ୍ତି । ମେରୁସ୍ଥ ହିମାଞ୍ଚଳକୁ ଛାଡି ଦେଲେ ସେମାନେ ପୃଥିବୀର ସମସ୍ତ ଅଞ୍ଚଳରେ ଦେଖାଯାନ୍ତି ।

ପେଚାମାନଙ୍କୁ ମୁଖ୍ଯତଃ ୨ଟି କୁଳରେ ବିଭକ୍ତ କରାଯାଇଅଛି:

ଅନ୍ତର୍ବିଜ୍ଞାନ

ଏକ ଚୋକଡ ପେଚା
ଏକ ଚିଲପେଚା
୧୮ ଦିନର ଏକ ପେଚା ଛୁଆ

ପେଚାମାନଙ୍କର ଆଖି ବଡ ଏବଂ ଆଗକୁ ଥାଏ । ତାଙ୍କର ମୁଖ ଚେପଟା, ଥଣ୍ଟ ଚିଲ ପରି, ଏବଂ କାନ ଜାଗାରେ କର୍ଣ୍ଣଗହ୍ୱର ରହିଥାଏ । ପ୍ରେତ୍ୟେକ ଆଖି ଚାରିପାଖେ ଏକ ସୁସ୍ପଷ୍ଟ ପରର ଚକ୍ର, ଏକ ମୁଖୀୟ ଚକ୍ର ରହିଥାଏ । ଏହି ପରଗୁଡ଼ିକୁ ଆବଶ୍ଯକ ମୁତାବକ ପୁନଃ ସଂଗଠିତ କରି ଦୂରରୁ ଆସୁଥିବା ଧ୍ୱନିକୁ ତାର କର୍ଣ୍ଣ ଗହ୍ୱର ଆଡକୁ ଫୋକସ କରାଯାଇପାରେ । ଅଧିକାଂଶ ପକ୍ଷୀଙ୍କର ଆଖି ତାଙ୍କର ମୁଣ୍ଡର ଦୁଇ ଆଡେ ଥାଏ, କିନ୍ତୁ ପେଚାର ସାମନା ଆଡକୁ ଥିବା ଆଖିର ଷ୍ଟେରିଓସ୍କୋପୀୟ ଗୁଣ କମ୍ ଆଲୁଅରେ ଅଧିକ ସଠିକତାର ସହ ଗଭୀରତା ମାପିବାରେ ସାହାଯ୍ୟ କରେ । ପେଚାମାନଙ୍କର ଦ୍ୱିନେତ୍ରୀ ଦୃଷ୍ଟି ଥିଲେ ମଧ୍ଯ, ଅନ୍ୟ ପକ୍ଷୀଙ୍କ ପରି, ତାଙ୍କର ବଡ଼ବଡ଼ ଆଖି ଦ୍ୱୟ ଚକ୍ଷୁଗହ୍ୱରରେ ସ୍ଥିର ହୋଇରହିଥାନ୍ତି, ତେଣୁ ଦୃଷ୍ଟି ବଦଳିବା ପାଇଁ ମୁଣ୍ଡ ବୁଲାଇବାକୁ ପଡିଥାଏ । ପେଚମାନେ ଦୂରଦର୍ଶୀ ହୋଇଥିବାରୁ ସେମାନେ ତାଙ୍କ ଆଖିର କେଇ ସେ.ମି. ଦୂରରେ ଥିବା ଜିନିଷ ଦେଖିପାରନ୍ତି ନାହିଁ । ଧରାଯାଇଥିବା ଶିକାରଗୁଡ଼ିକୁ ପେଚାମାନେ ତାଙ୍କ ଥଣ୍ଟ ଏବଂ ପାଦରେ ଥିବା ଚୁଟି ପରି ପର "ଫିଲୋପ୍ଲୁମ" ଦ୍ୱାରା ଅନୁଭବ କରିପାରନ୍ତି ।

ସଂରକ୍ଷଣ ସ୍ଥିତି

ସମସ୍ତ ପେଚାମାନଙ୍କୁ ଲୁପ୍ତପ୍ରାୟ ବନ୍ଯଜୀବଜନ୍ତୁଙ୍କର ଅନ୍ତର୍ରାଷ୍ଟ୍ରୀୟ ବାଣିଜ୍ଯ ସମ୍ମୀଳନୀର ଅନୁଚ୍ଛେଦ-IIରେ ଲିପିବଦ୍ଧ । ଅବଶ୍ଯ ପେଚାମାନଙ୍କ ଶିକାର ଏକ ଚିରାଚରିତ ଘଟଣା, କିନ୍ତୁ ୨୦୦୮ରେ ମାଲେସିଆର ଏକ ଖବର ଦର୍ଶାଉଛି ଯେ ପେଚା ଶିକାର ବଢ଼ି ଚାଲିଛି । ୨୦୦୮ ମସିହା ନଭେମ୍ବର ମାସରେ ମାଲେସୀୟ ଅନ୍ତରୀପରୁ ୯୦୦ଟି ପେଚାକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାରିତ ଜୀବ ମଧ୍ଯରେ ମୃତ ଚୋକଡା ପେଚା, ଦାଗଥିବା ଜଙ୍ଗଲୀ ପେଚା, ମୁକୁଟୀୟ ସର୍ପଚିଲ, ଚିଲ ଏବଂ ମାଠିଆ ଜଙ୍ଗଲୀ ପେଚା ତଥା ୭୦୦୦ ଜୀବନ୍ତ ଝିଟିପିଟି ଆଦି ଥିଲେ ।[୧]

ବିବରଣୀ

ପେଚା ମାନେ ମୁଖ୍ୟତଃ ନିଶାଚର କାରଣ ଏମାନେ ପ୍ରଖର କିରଣରେ ଦେଖିପାରନ୍ତି ନାହିଁ । ପେଚମାନେ ଏକ ପ୍ରକାର ଶିକାରୀ ପକ୍ଷୀ ଏମାନେ ମାଛ,ମୂଷା,କୀଟ ପତଙ୍ଗ ଆଦି ଖାଦ୍ୟ ରୂପେ ଗ୍ରହଣ କରନ୍ତି । ପେଚାମାନଙ୍କ ଆଖି ଦ୍ୱୟ ବଡ ବଡ ଓ ଏହା ଆଖି କୋରଟରେ ସ୍ଥିର ହୋଇ ରହିଥାଏ ଯାହାଫଳରେ ପେଚା ଆଖିର ଚଳ ପ୍ରଚଳନ କରିପାରେ ନାହିଁ ସେଥିଲାଗି ସେମାନେ ନିଜର ମୁଣ୍ଡକୁ ୨୭୦o କୋଣରେ ବୁଲାଇ ପାରନ୍ତି । ପେଚାମାନଙ୍କ ଗର୍ଦ୍ଧନମେରୁଯୋଡ ୧୪ଟି ଥାଏ ଯେଉଁଠାରେ ମନୁଷ୍ୟର ୭ଟି ଥାଏ ଯାହାଫଳରେ ମୁଣ୍ଡକୁ ୨୭୦ କୋଣରେ ବୁଲାଇଲେ ମଧ୍ୟ ରକ୍ତ ପ୍ରବାହରେ କୌଣସି ଅସୁବିଧା ହୁଏନାହିଁ ।

Burrowing owl (Athene cunicularia)

ପେଚାମାନଙ୍କ କାନ ଦୁଇ ମଧ୍ୟ ସାମ୍ନାକୁ ଥାଏ ଏମାନେ କୌଣସି ଶବ୍ଦ ଶୁଣିଲେ ସେଇ ଶବ୍ଦର ଦିଗକୁ ମୁଣ୍ଡ ବୁଲାନ୍ତି ଯେତେ ପର୍ଯ୍ୟନ୍ତ ଶବ୍ଦ ଦୁଇକାନର ସଂସ୍ପର୍ଶରେ ନ ଆସେ ସେମାନେ ଶବ୍ଦକୁ ସଠିକ ରୂପେ ବୁଝିପାରନ୍ତି ନାଇଁ ।ପେଚାମାନଙ୍କ କର୍ଣ ଓ ଚକ୍ଷୁ ଉନ୍ନତ ନ ହେଇଥିଲେ ମଧ୍ୟ ତାଙ୍କ ଚଞ୍ଚୁ ଏକ କାରିଗରୀ ଅସ୍ତ୍ର ରୂପେ ବିବେଚିତ ହୁଏ । ପେଚମାନଙ୍କ ଚଞ୍ଚୁ ମୁହଁର ତଳ ଆଡକୁ ଥାଏ ଓ ଏହା ଏକ ଧାରୁଆ କରତ ପରି କାମ କରେ । ଚଞ୍ଚୁର ଏପରି ତଳ ଆଡ଼କୁ ଗଠନ ଯାହାକି ପେଚାକୁ ଦେଖିବାରେ କୌଣସି ବାଧା କରେନାହିଁ । ପେଚା ମାନେ ଉଡ଼ିବାରେ କୌଣସି ଶବ୍ଦ ହୁଏନି ହଁ ପବନ ଗତିର ଏକ ଶବ୍ଦ ଆସେ କିନ୍ତୁ ପେଚାର ଡେଣାରୁ କୌଣସି ଶବ୍ଦ ଆସେ ନାହିଁ । ଅଧିକାଂଶ ପେଚା ରାତ୍ରିକାଳରେ ସକ୍ରିୟ ରୁହନ୍ତି ଏବଂ କିଛି ପ୍ରଜାତି ଦିନ ସମୟରେ ମଧ୍ୟ ସକ୍ରିୟ ରହିବାରେ ପରିଲକ୍ଷିତ ହୋଇଛି ।

ମନୁଷ୍ୟ ଓ ପେଚା

ପେଚାକୁ ନେଇ ଅନେକ ଅନ୍ଧ ବିଶ୍ୱାସ ରହିଅଛି ଯେପରିକି ହିନ୍ଦୁ ଧର୍ମରେ ଧଳାପେଚାକୁ ଲକ୍ଷ୍ମୀଙ୍କ ବାହାନ ଓ ଶୁଭ ବୋଲି ମଣିନିଆଯାଏ ମାଟିଆ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ମଣିନିଆଯାଏ । ଏତଦବ୍ୟତୀତ ଆମେରିକା,ଆଫ୍ରିକା ଓ ଆରବ ପରିଦେଶମାନଙ୍କରେ ମଧ୍ୟ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ବୋଲି ଧରାଯାଏ । ଫ୍ରାନସ,ବେଲ୍ଜିୟମ,ନେଦରଲ୍ୟାଣ୍ଡ ଆଦି ଦେଶରେ ବୁଦ୍ଦିମାନର ପ୍ରତୀକ ବୋଲି ବିବେଚିତ କରାଯାଏ । ପେଚାର କର୍ଣ ଓ ଚକ୍ଷୁର ଗଠନ ଅନୁଯାଇ ଏପରି ନାମକରଣ କରାଯାଇଛି ଯାହାର ଅର୍ଥ ବୋକା ବା ନିର୍ବୋଧ ।

ଆଧାର

  1. Wildlife Trade News – Huge haul of dead owls and live lizards in Peninsular Malaysia". TRAFFIC. 12 November 2008