"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
+ ଓଡ଼ିଶୀ ସଙ୍ଗୀତ ଛାଞ୍ଚ
୭୭ କ ଧାଡ଼ି: ୭୭ କ ଧାଡ଼ି:
* [http://ollywood.wikidot.com/blogs:for-us-singing-is-divine:sikandar-alam ସିକନ୍ଦର ଆଲାମ ସାକ୍ଷାତକାର]
* [http://ollywood.wikidot.com/blogs:for-us-singing-is-divine:sikandar-alam ସିକନ୍ଦର ଆଲାମ ସାକ୍ଷାତକାର]
* [http://www.orissacinema.com/interviews/sikandar_alam.html ସିକନ୍ଦର ଆଲାମ ସାକ୍ଷାତକାର ]
* [http://www.orissacinema.com/interviews/sikandar_alam.html ସିକନ୍ଦର ଆଲାମ ସାକ୍ଷାତକାର ]
{{ଓଡ଼ିଶୀ ସଙ୍ଗୀତ|state=expanded}}

[[ଶ୍ରେଣୀ:୧୯୩୯ ଜନ୍ମ]]
[[ଶ୍ରେଣୀ:୧୯୩୯ ଜନ୍ମ]]
[[ଶ୍ରେଣୀ:୨୦୧୦ ମୃତ୍ୟୁ]]
[[ଶ୍ରେଣୀ:୨୦୧୦ ମୃତ୍ୟୁ]]

୧୯:୨୯, ୧୨ ଅପ୍ରେଲ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ସିକନ୍ଦର ଆଲାମ
ଫାଇଲ:Sikandar Alam.jpg
Born
ମହମ୍ମଦ ସିକନ୍ଦର ଆଲାମ

(1939-07-27)୨୭ ଜୁଲାଇ ୧୯୩୯
ବୟାଳିଶି ମୌଜା, କଟକ, ଓଡ଼ିଶା
Died୮ ଅଗଷ୍ଟ ୨୦୧୦(2010-08-08) (ବୟସ ୭୧)
Nationality ଭାରତୀୟ
Other namesଆଧୁନିକ ଓଡ଼ିଶାର ସାଲବେଗ
Educationସଂଗୀତ ବିଶାରଦ
Alma materଖ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ
Known forଓଡ଼ିଆ ଗାୟକ ଓ ସଙ୍ଗୀତକାର
Spouseନାଇମା ଆଲାମ
Childrenସୋଫିଆ ଆଲମ (ଝିଅ)

ସିକନ୍ଦର ଆଲାମ, ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଛଦପଟ ଗାୟକ ।[୧][୨] ତାଙ୍କର ଜଗନ୍ନାଥ ଭଜନ ଓ ଜଣାଣ ପାଇଁ, ସେ ଓଡ଼ିଶାର ଘରେ ଘରେ ପରିଚିତ ।[୩] ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ ।

ବାଲ୍ୟ ଜୀବନ ଓ ଶିକ୍ଷା

ସିକନ୍ଦର ଆଲାମ, ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁରେ ହିଁ କଟିଥିଲା । ପରବର୍ତ୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକର ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିୱାର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିଥିଲେ । ତା'ପରେ ନିଜ ପିତା ଓ ବଡ଼ ଭାଇଙ୍କ ଠାରୁ ପ୍ରେରଣା ପାଇ[୪] ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ୱର ସହ ସଂଗୀତ ବିଶାରଦ ହାସଲ କରିଥିଲେ । [୫]

ପରିବାର

ସିକନ୍ଦର ଆଲାମ ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ ନାଇମା ଆଲାମ ମଧ୍ୟ ଜଣେ ସୁଗାୟିକା ତଥା ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ୟରୁ ବଡ଼ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଆଲାମ ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ।[୬]

କର୍ମଜୀବନ

ସିକନ୍ଦର ଆଲାମ, ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ ।[୭] ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।[୮] ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର ଲକ୍ଷ୍ମୀରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଥିଲେ ।[୯] ଏହି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ସୁରେ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ ଅମଡ଼ା ବାଟ, ଅଦିନ ମେଘ,ମାଣିକ ଯୋଡ଼ି, ମମତା, ସୂର୍ଯ୍ୟମୁଖୀ, ପୂଜା ପ୍ରଭୃତି ଅନ୍ୟତମ ।[୧୦] ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା ନାଜିଆ ଆଲାମଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।

ସିକନ୍ଦର ଆଲାମ, ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବୀ ମଧ୍ୟ ଅଳଙ୍କୃତ କରିଥିଲେ । [୧୧]

୮ ଅଗଷ୍ଟ ୨୦୧୦ ମସିହାରେ ୭୧ ବର୍ଷ ବୟସରେ ତାଙ୍କର ଭୁବନେଶ୍ବରରେ ତିରୋଧାନ ଘଟିଥିଲା ।[୧୨]

ସମ୍ମାନ ଓ ପୁରସ୍କାର

ଜୀବନ ବ୍ୟାପି ସଂଗୀତ ସାଧନା ଓ କର୍ମଚଞ୍ଚଳତା ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ଆଣିଦେଇଛି ।

  • ୧୯୬୯ - ଚିତ୍ରପୁରୀ ସମ୍ମାନ
  • ୧୯୮୦ - ସୁର ସାଗର (ଶ୍ରୀକ୍ଷେତ୍ର କଳା ପ୍ରକାଶନୀ)
  • ୧୯୮୧- ଧରିତ୍ରୀ ସମ୍ମାନ
  • ୧୯୮୩- ଓଡ଼ିଶା ସୋସାଇଟି ଅଫ ଆମେରିକା
  • ୧୯୯୧- ସନ୍ତୋକ ସିଂଗଃ ସମ୍ମାନ
  • ୧୯୯୦ - ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ
  • ୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ)
  • ୧୯୯୫ - ସାଲବେଗ ସମ୍ମାନ(ସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
  • ୧୯୯୯- ଚିନ୍ତା ଓ ଚେତନା ସମ୍ମାନ
  • ୨୦୦୦- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ
  • ୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ ମ୍ୟୁଜିକ ସମ୍ମାନ
  • ୨୦୦୦ - ସରସ୍ୱତୀ ସମ୍ମାନ( ବାଳକୃଷ୍ଣ ଦାସ ଫାଉଣ୍ଡେସନ)
  • ୨୦୦୦- ଚଳଚ୍ଚିତ୍ର ସହସ୍ରବାଦୀ ସମ୍ମାନ
  • ୨୦୦୧- ଆକାଶବାଣୀ ଅବସର ବିନୋଦନ କେନ୍ଦ୍ର ସମ୍ମାନ
  • ୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ
  • ୨୦୦୨- ନେହେରୁ ଯୁବ କେନ୍ଦ୍ର
  • ୨୦୦୩- ସଂଗୀତଶ୍ରୀ (ପଶ୍ଚିମବଙ୍ଗ ସରକାର)
  • ୨୦୦୩- ରାଜୀବ ଗାନ୍ଧୀ ସମ୍ମାନ
  • ୨୦୦୪- ବାଣୀଚିତ୍ର ସମ୍ମାନ
  • ୨୦୦୩ - ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ମାନ
  • ୨୦୦୩ - 'କଳାକାର' ବୋଇତ ବନ୍ଦାଣ ସମ୍ମାନ
  • ୨୦୦୩ - ଲାୟନସ କ୍ଳବ ସମ୍ମାନ
  • ୨୦୦୫ - ଶାନ୍ତିଦେବୀ ପୁରସ୍କାର, ଭଦ୍ରକ[୧୩]

ଆଧାର

  1. Orissa reference: glimpses of Orissa. TechnoCAD Systems. 2001. Retrieved 26 March 2013.
  2. Indian Films. 1978. Retrieved 26 March 2013.
  3. Indian Literature. Sahitya Akademi. 2002. Retrieved 26 March 2013.
  4. http://orissacinema.com/interviews/sikandar_alam.html
  5. http://www.orissadiary.com/CurrentNews.asp?id=20439
  6. http://www.thehindu.com/arts/music/article540158.ece
  7. http://www.hindu.com/2010/08/10/stories/2010081054490200.htm
  8. http://profile.odiamusic.com/sikandaralam/
  9. http://cinemasagar.com/blog/75-milestomes-in-odia-film/
  10. http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html
  11. http://www.hindu.com/2010/08/10/stories/2010081054490200.htm
  12. http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html
  13. http://profile.odiamusic.com/sikandaralam/awards-title/

ବାହାର ଆଧାର