"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ କିଛି ସାମାନ୍ୟ ପରିବର୍ତ୍ତନ
୧୦୫ କ ଧାଡ଼ି: ୧୦୫ କ ଧାଡ଼ି:
[[ଶ୍ରେଣୀ:୨୦୧୭ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:୨୦୧୭ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]

୧୨:୩୩, ୨୭ ଜାନୁଆରୀ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ବୀଣାପାଣି ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1936-11-11) ୧୧ ନଭେମ୍ବର ୧୯୩୬ (ବୟସ ୮୭)
ବ୍ରହ୍ମପୁର, ଗଞ୍ଜାମ
ବୃତ୍ତିଅଧ୍ୟାପିକା
ଭାଷାଓଡ଼ିଆ, ଇଂରାଜୀ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)[୧]
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିପାଟଦେଇ
କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର

ବୀଣାପାଣି ମହାନ୍ତି (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ ଓଡ଼ିଆ ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ [୨] ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ

ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା ।[୩]

ସାହିତ୍ୟ ସର୍ଜନା

ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । "ନାଉଗଛ" ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱରର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।

ରଚନାବଳୀ

ଗପ

  • କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
  • ପାଟଦେଇ
  • ବସ୍ତ୍ର ହରଣ
  • ଆରୋହଣ
  • ଇଣ୍ଟରଭିଉ
  • ଏକାକୀ ପରାଶର
  • ନବ ତରଙ୍ଗ
  • ଅନ୍ଧକାରର ଛାଇ
  • ମଧ୍ୟାନ୍ତର
  • ପାଟଦେଈ
  • ବହ୍ନି ବଳୟ
  • ଉତ୍ତରାୟଣ
  • ସାୟାହ୍ନର ସ୍ୱର
  • ତଟିନୀର ତୃଷ୍ଣା
  • କାଳାନ୍ତର
  • ମଧ୍ୟାନ୍ତର
  • ଜନ୍ମାନ୍ତର
  • ଅଶ୍ରୁଅନଳ
  • ଶକୁନିର ଚକା
  • ଅପହଞ୍ଚ ଆକାଶ
  • ପାଚେରୀ ସେପଟେ ନଈ
  • ଖେଳ ଚାଲିଛି
  • ଦୃଶ୍ୟାନ୍ତର
  • ଖେଳନା
  • ଚରିତ୍ର ହସୁଛି

ଉପନ୍ୟାସ

  • ସୀତାର ଶୋଣିତ
  • ମନସ୍ୱିନୀ
  • କୁନ୍ତି କୁନ୍ତଳା ଶକୁନ୍ତଳା

ଆତ୍ମଜୀବନୀ

  • ବିତିଯାଇଥିବା ଦିନ (ପ୍ରକାଶନ ଅପେକ୍ଷାରେ)

ସମ୍ମାନ ଓ ପୁରସ୍କାର

ଆଧାର

  1. "Women's Writing". womenswriting.com. Retrieved 8 January 2013. She graduated from Ravenshaw College with a master's degree in economics in 1959
  2. ୨.୦ ୨.୧ "MINISTRY OF HOME AFFAIRS: PRESS NOTE" (PDF). https://padmaawards.gov.in. Retrieved 26 January 2020. {{cite web}}: External link in |website= (help)
  3. Binapani Mohanty - Sahitya Akademi
  4. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 10 March 2017.
  6. "The Hindu : Other States / Orissa News : Sarla Puraskar presented to Binapani Mohanty". hindu.com. 2010. Retrieved 8 January 2013. Celebrated writer Binapani Mohanty was conferred the coveted literary award - Sarala Puraskar - for 2010
  7. "ଅନୁଭୂତିରେ ଜର୍ଜରିତ ହେଲେ ଯାଇ ଗଳ୍ପରେ ତାକୁ ରୂପ ଦିଏ". ଧରିତ୍ରୀ, ସାହିତ୍ୟାୟାନ. 26 December 2015. Retrieved 10 March 2017.