"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
No edit summary
୨ କ ଧାଡ଼ି: ୨ କ ଧାଡ଼ି:
{{Infobox Indian politician
{{Infobox Indian politician
|name = ବିଶ୍ଵନାଥ ଦାସ
|name = ବିଶ୍ଵନାଥ ଦାସ
|image =
|image = Biswanath-Das.jpg
|office = [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ମୁଖ୍ୟମନ୍ତ୍ରୀ, ଓଡ଼ିଶା]]
|office = [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ମୁଖ୍ୟମନ୍ତ୍ରୀ, ଓଡ଼ିଶା]]
|term_start = ୩ ଅପ୍ରେଲ ୧୯୭୧
|term_start = ୩ ଅପ୍ରେଲ ୧୯୭୧

୧୯:୨୯, ୨୫ ମଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବିଶ୍ଵନାଥ ଦାସ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୩ ଅପ୍ରେଲ ୧୯୭୧ – ୧୪ ଜୁନ ୧୯୭୨
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
ପର ଅଧିକାରୀନନ୍ଦିନୀ ଶତପଥୀ
ରାଜ୍ୟପାଳ, ଉତ୍ତର ପ୍ରଦେଶ
କାର୍ଯ୍ୟକାଳ
୧୬ ଅପ୍ରେଲ ୧୯୬୨ – ୩୦ ଅପ୍ରେଲ ୧୯୬୭
ପୂର୍ବ ଅଧିକାରୀବୁରଗୁଲା ରାମକୃଷ୍ଣ ରାଓ
ପର ଅଧିକାରୀବେଜଉଆଡା ଗୋପାଳ ରେଡ୍ଡୀ
ପ୍ରଧାନମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୧୯ ଜୁଲାଇ ୧୯୩୭ – ୪ ନଭେମ୍ବର ୧୯୩୯
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
ପର ଅଧିକାରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1889-03-08)୮ ମାର୍ଚ୍ଚ ୧୮୮୯
ବେଲଗାଁ ଗଞ୍ଜାମ ଜିଲ୍ଲା
ମୃତ୍ୟୁ୨ ଜୁନ ୧୯୮୪(1984-06-02) (ବୟସ ୯୫)
କଟକ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସଂଯୁକ୍ତ ସାମ୍ମୁଖ୍ୟ
ଘରକାଜି ବଜାର ,କଟକ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
କଲିକତା ବିଶ୍ୱବିଦ୍ୟାଳୟ

ବିଶ୍ଵନାଥ ଦାସ (୧୮୮୯ - ୧୯୮୪) ଏକା ଧାରାରେ ଜଣେ ଭାରତୀୟ ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ ଓଡ଼ିଶା ପ୍ରଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ମଧ୍ୟ ଉତ୍ତର ପ୍ରଦେଶର ରାଜ୍ୟପାଳ (୧୯୬୨-୧୯୬୭) ଥିଲେ ଏବଂ ଶେଷରେ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ (୧୯୭୧-୧୯୭୨) ଥିଲେ ।[୧]

ପ୍ରାରମ୍ଭିକ ଜୀବନ

ବିଶ୍ଵନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ କଲିକତା ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ମାଡ୍ରାସଠାରେ ଆଇନ ବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଲୁକା ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶାର ସେବା କ୍ଷେତ୍ରରେ ମହତ୍ଵପୂର୍ଣ୍ଣ ଅବଦାନ ଥିବା ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ମଧ୍ୟ ଥିଲେ।

ରାଜନୀତି

ବିଶ୍ଵନାଥ ଦାସ ମାଡ୍ରାସ କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଂଗ୍ରାମରେରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ରୁ ୧୯୫୨ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଶେଷ ଜୀବନ

ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମାଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ରେ ଇହଲୀଳା ସମ୍ବରଣ କରିଥିଲେ ।

ଆଧାର