"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ (Bot: Automated text replacement (- ଙ୍କ +ଙ୍କ ))
ଟିକେ (Bot: Automated text replacement (- ରୁ +ରୁ , - କୁ +କୁ ))
 
''ରଜିୟା ଅଲ-ଦିନ'' (୧୨୦୫-୧୨୪୦) ([[ଫରାସୀ ଭାଷା|ଫରାସୀ]] / [[ଉର୍ଦ୍ଧୁ ଭାଷା|ଉର୍ଦ୍ଧୁ]] : '''رضیہ سلطانہ''') ,
ପ୍ରକୃତ ନାମ "ଜଲାଁଲାତ ଉଦ-ଦିନ ରଜିୟାଁ" (ଫରାସୀ / ଉର୍ଦ୍ଧୁ :'''جلالۃ الدین رضیہ'''), ଇତିହାସରେ ଯେପରି ସମାନ୍ୟତଃ ''ରଜିୟା ସୁଲତାନ'' କିମ୍ବା ''ରଜିୟା ସୁଲତାନା'' ନାମରେ ଜଣାଯାଉଥିଲା । ସେ ଦିଲ୍ଲୀ ସଲତନତର ସୁଲତାନ ଥିଲେ । ରଜିୟା ୧୨୩୬ ରୁ୧୨୩୬ରୁ ୧୨୪୦ ପର୍ଯ୍ୟନ୍ତ ଦିଲ୍ଲୀ ସଲତନତରେ ଶାସନ କରିଥିଲେ । ସେ ''ଇଲତୁତମିଶ''ଙ୍କ ପୁତ୍ରୀ ଥିଲେ । ତୁର୍କୀ ମୂଳର ରଜିୟାଙ୍କୁ ଅନ୍ୟ ମୁସଲିମ [[ରାଜକୁମାରୀ]]ଙ୍କ ପରି ସେନାଙ୍କର ନେତୃତ୍ବ ତଥା ପ୍ରଶାସନର କାର୍ଯ୍ୟରେ ଅଭ୍ୟାସ କରାଯାଇଥିଲା , ଯାହାଫଳରେ କି ଦରକାର ପଡିଲେ ତାହାର ବ୍ୟବହାର କରାଯାଇପାରେ ।<ref name="herstory">[http://www.crescentlife.com/thisthat/feminist%20muslims/razia.htm ग्लोरिया स्टीनिम (परिचय), ''हर स्टोरी: वुमेन हू चेन्ज्ड द वर्ल्ड,'' eds. डेबोरह जी. ओह्र्न एण्ड रुथ ऐश्बाय, वाइकिंग, (१९९५) पृ०. 34-36. ISBN 978-0sex670854349]</ref> ରଜିୟା ସୁଲତାନ ମୁସଲିମ ଏବଂ [[ତୁର୍କୀ ଇତିହାସ]]ର ପ୍ରଥମ ମହିଳା ଶାସକ ଥିଲେ ।
 
==ରଜିୟା ସୁଲତାନଙ୍କ ଜୀବନୀ==
 
ରଜିୟା ସୁଲତାନ / Razia Sultan [[ଭାରତ]]ର ପ୍ରଥମ ଶାସିକା ଥିଲେ । ସେ ପାଖା-ପାଖି ୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ସୁଲତାନଙ୍କୁ ସମ୍ଭାଳି ଥିଲେ । ତାଙ୍କର ପୁରା କାର୍ଯ୍ୟକାଳ ସଂଘର୍ଷରେ ବିତିଥିଲା । ରଜିୟା ଗୁଲାମ ବଂଶର ସୁଲତାନ "ଇଲତୁତମିଶ"ଙ୍କ [[ପୁତ୍ରୀ]] ଥିଲେ । ଯେଉଁ ସମୟରେ ରଜିୟା ଗାଦ୍ଦୀରେ ବସିିଲେ , ତାଙ୍କର ଚତୁର୍ପାଶ୍ୱରେ ଘୋର ସଂକଟର ଛାୟା ଘେରିଥିଲା । ଦିଲ୍ଲୀ ସଲ୍ଲନତର ଅମୀର ଏବଂ ଦରବାରୀ ନିଜ ଉପରେ ଏକ ସ୍ତ୍ରୀର ଶାସନକୁ ସହ୍ୟ କରିପାରୁନଥିଲେ । ସେଥିପାଇଁ ସେମାନେ ଲଗାତାର ରଜିୟାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଥିଲେ । ରଜିୟା ଜଣେ ସାହସୀ , ବ୍ୟବହାର କୁଶଳୀ ଏବଂ ଦୂରଦର୍ଶୀ ମହିଳା ଥିଲେ । ସେଥିପାଇଁ ସେ ଧୀରେ-ଧୀରେ ସରଦାର ମାନଙ୍କୁ ନିଜ ଆଡକୁ ମିଳାଇବାକୁ ଆରମ୍ଭ କରିଥିଲେ । ପ୍ରସିଦ୍ଧ [[ଇତିହାସକାର]] "ମିନ୍ହାଜ-ଉସ-ମିରାଜ" ଲେଖିଥିଲେ କି , "ରଜିୟା ଜଣେ ମହଣ ଶାସକ , କୁଶାଗ୍ର ବୁଦ୍ଧି , ନ୍ୟାୟପ୍ରିୟ , ହିତକାରୀ , ବିଦ୍ୱାନ ମାନଙ୍କ ଆଶ୍ରୟଦାତା , ପ୍ରଜାଙ୍କର କଲ୍ୟାଣକାରୀ ଏବଂ ସାମରିକ ଗୁଣଧାରୀ ସ୍ତ୍ରୀ ଶାସକ ଅଟନ୍ତି ।" ଗାଦ୍ଦୀରେ ବସିବା ପରେ ରଜିୟା ନିଜ ମୁଖ ପର୍ଦା କାଢି ଫୋପାଡ଼ି ଦେଇଥିଲେ ଏବଂ ପୁରୁଷ ମାନଙ୍କ ପରି ବସ୍ତ୍ର ଏବଂ ଚୋଗା ଧାରଣ କରିଥିଲେ । ସେ ବହୁ ପ୍ରଭାବଶାଳୀ ଢଙ୍ଗରେ ନିଜ ଦରବାର ଚଳାଉଥିଲେ । ପଞ୍ଜାବ , ବଙ୍ଗଳା , ବିହାର ସହିତ ଦେଶର ଅଧିକାଂଶ ଭାଗରେ ତାଙ୍କ ଅଧିକାରକୁ ଚାଲିଆସିଥିଲା । [[ଦିଲ୍ଲୀ]]ରେ ''ଗୁରୁଦ୍ଦିନ''ଙ୍କ ବିଦ୍ରୋହକୁ ଯେତେବେଳେ ତାଙ୍କ ସେନା ଦବେଇ ଦେଇଥିଲେ , ସେତେବେଳେ ଭୟଭୀତ ହୋଇ ବହୁ ବିରୋଧୀ ତାଙ୍କ ଆଡକୁ ଚାଲି ଆସିଥିଲେ । ରଜିୟାଙ୍କ ପତନର ଦୁଇ ପ୍ରମୁଖ କାରଣ ଜଣାଯାଏ । ପ୍ରଥମ , ସେ ଜଣେ ମହିଳା ହେବା ଏବଂ ଦ୍ବିତୀୟ , ଏକ ଏବୀସୀନିୟା ନିବାସୀ ଦାସ "ଜଲାଲୁୁଦ୍ଦିନ ୟାକୁତ"ଙ୍କ ପ୍ରତି ତାଙ୍କର ଅତ୍ୟଧିକ ନିକଟତା । ଏହି କଥାକୁ ନେଇ ଇନ୍ୱବତୂତା ଏବଂ ଫରିସ୍ତା ପରି ଇତିହାସକାର ସେଥିରେ ମର୍ଯ୍ୟାଦା ଭଙ୍ଗ କରିବାର ଆରୋପ ଲଗାଇଥିଲେ । ୟାକୁତ ଉପରେ ରଜିୟାଙ୍କ ବିଶେଷ କୃପା ଦୃଷ୍ଟି ଥିଲା । ଏହା ଫଳରେ ତୁର୍କୀ ସର୍ଦାର ଦୁହିଁଙ୍କୁ ଘୃଣାରେ ଦେଖିବାକୁ ଲାଗିଲେ ଏବଂ ଅବସର ପାଇବା ପରେ ସେମାନେ ଲୋକମାନଙ୍କୁ ଭଡକାଇ ବିଦ୍ରୋହ କରିଥିଲେ । ସବୁଠାରୁ ପ୍ରଥମେ ''ଲାହୋର'' , ପରେ ''ଭଟିଣ୍ଡା''ରେ ବିଦ୍ରୋହ ହୋଇଥିଲା । ରଜିୟା ''ଲାହୋର''ର ବିଦ୍ରୋହକୁ ସଫଳ ପୂର୍ବକ ଦବାଇଦେଇଥିଲେ । କିନ୍ତୁ ଯେତେବେଳେ ଭଟିଣ୍ଡାର ପ୍ରଶାସନ ଅଲ୍ତୁନିୟା ସହ ଯୁଦ୍ଧ କରି [[ଦିଲ୍ଲୀ]] ଫେରୁଥିଲେ , ସେତେବେଳେ ୧୪ ଅକ୍ଟୋବର ୧୨୪୦ ମାର୍ଗରେ ତାଙ୍କର ହତ୍ୟା କରିଦିଆ ଗଲା । ଏକ ସ୍ତ୍ରୀ ହୋଇ ମଧ୍ୟ ରଜିୟା ଯେଉଁ ନିଡରତା ସହ ସଂକଟରେ ସାମ୍ନା କରିଥିଲେ , ସେହି କାରଣରୁ ହିଁ ସମସ୍ତ ଆଧୁନିକ ଇତିହାସକାର ତାଙ୍କର ପ୍ରଶଂସା କରୁଥିଲେ । ଜଣେ ଇତିହାସକାର ଏହା ମଧ୍ୟ ଲେଖିଛନ୍ତି କି , "ସେ ସ୍ତ୍ରୀ ହୋଇକରି ମଧ୍ୟ ପୁରୁଷର ମସ୍ତିଷ୍କ ରଖିଥିଲେ ଏବଂ ୨୦ ପୁତ୍ରରୁ ମଧ୍ୟ ବଢିକରି ଥିଲେ" । ଏଠାରେ ଏହିପରି ଏକ ଦିଲେର ଏବଂ ମହାନ ମହିଳାଙ୍କ ସତ୍ୟ କାହାଣୀ ଅଛି ଯିଏ ନିଜ ହକ୍ ପାଇଁ ଅନବରତ ଲଢ଼ିଥିଲେ । ଏହି ଜଂଗ କେବଳ ରିସାୟତ କୁରିସାୟତକୁ ନେଇକରି ମଇଦାନରେ ଲଢେ଼ଇ କରାଯାଉଥିବା ଯୁଦ୍ଧ ନଥିଲା , ଏହି ଜଂଗ ବନ୍ଧନ ଏବଂ ନିଜ ଅଧିକାରର ମଧ୍ୟ ଥିଲା । ଆଜାଦୀର ବହୁ ସମୟ ପୂର୍ବେ ଅଖଣ୍ଡ [[ଭାରତ]]ରେ ଏହିପରି ଏକ ମୁସଲିମ ସମ୍ରାଜ୍ଞୀ ଜନ୍ମ ନେଇଥିଲେ ଯେପରି [[ହିନ୍ଦୁସ୍ଥାନ]]ର ପ୍ରଥମ ମହିଳା ଶାସକ ହେବାର ଗୌରବ ଥିଲା , ସେ ଥିଲେ "ସଲତନତ-ଏ-ହିନ୍ଦ ରଜିୟା ସୁଲତାନ" ।
 
===ପ୍ରାଚୀନ ଯୁଗର ମହାନ ସୁଲତାନ===
 
'ରକନୁଦ୍ଦୀନ'ଙ୍କ ଶାସନ ବହୁତ କମ ସମୟ ପାଇଁ ଥିଲା । ଇଲତୁତମିଶଙ୍କ ବିଧବା , ଶାହା ତୁର୍କାନଙ୍କ ଶାସନ ଉପରେ ନିୟନ୍ତ୍ରଣ ରହି ପାରିନଥିଲା । ଭୋଗ ବିଳାସୀ ଏବଂ ଦାଇତ୍ବହୀନ ରକନୁଦ୍ଦୀନଙ୍କ ବିପକ୍ଷରେ ଜନତା ମାନଙ୍କ ମଧ୍ୟରେ ଏହି ସୀମା ପର୍ଯ୍ୟନ୍ତ ଆକ୍ରୋଶ ଭାବ ଜାଗ୍ରତ ହୋଇଥିଲା କି , ୧ ନଭେମ୍ବର ୧୨୩୬ ମସିହାରେ ରକନୁଦ୍ଦୀନ ତଥା ତାଙ୍କ ମାତା , ଶାହା ''ତୁର୍କାନ''ଙ୍କ ହତ୍ୟା କରିଦିଆଗଲା ।<ref>सतीश चंद्र, ''हिस्ट्री ऑफ़ मेडिवियल इंडिया (800-1700),'' न्यू दिल्ली, ओरियंट लॉन्गमैन, (२००७), p.१००. ISBN 81-250-3226-6</ref> ତାଙ୍କ ଶାସନ ମାତ୍ର ୬ ମାସର ଥିଲା । ଏହା ପରେ ସୁଲତାନଙ୍କ ପାଇଁ ଅନ୍ୟ କୌଣସି ବିକାଶର ଅଭାବରେ ମୁସଲମାନଙ୍କୁ ଏକ ମହିଳାଙ୍କୁ ଶାସନର ବାଗଡୋର ଦେବାକୁ ପଡ଼ିଥିଲା , ଏବଂ ପରେ ରଜିୟା ସୁଲତାନ [[ଦିଲ୍ଲୀ]]ର ଶାସିକା ରୂପେ ନିୟୋଜିତ ହୋଇଥିଲେ ।ଶାସନ କ୍ଷେତ୍ରରେ ରଜିୟଙ୍କ ରୁଚି ନିଜ ପିତାଙ୍କ ଶାସନ ସମୟରୁ ହିଁ ରହିଥିଲା । ଗାଦ୍ଦୀ ସମ୍ଭାଳିବା ପରେ ରଜିୟା ରୀତିରିବାଜର ବିପରୀତ ପୁରୁଷ ମାନଙ୍କ ପରି ସୈନିକ ମାନଙ୍କ ପରି କୋଟ ଏବଂ ପାଗଡି ପିନ୍ଧିବାକୁ ପସନ୍ଦ କରିଥିଲେ । ପରେ ଯୁଦ୍ଧ କ୍ଷେତ୍ରରେ ମୁଖା ନ ପିନ୍ଧି ଯୋଗ ଦେଇଥିଲେ ।ରଜିୟା ନିଜ ରାଜନୈତିକ ଜ୍ଞାନ ଏବଂ ନୀତିର ସେନା ତଥା ଜନସାଧାରଣଙ୍କ ଧ୍ୟାନ ରଖୁଥିଲେ । ସେ [[ଦିଲ୍ଲୀ]]ର ସବୁଠାରୁ ଶକ୍ତିଶାଳୀ ଶାସକ ବନିଯାଇଥିଲେ ।ରଜିୟା ଏବଂ ତାଙ୍କ ସଲାହାକାର , "ଜମାତ-ଉଦ-ଦିନ-ୟାକୁତ" ଜଣେ ହଶ୍ୱି ସହିତ ବିକଶିତ ହେଉଥିବା ଅନ୍ତରଙ୍ଗ ସମ୍ବନ୍ଧରେ କଥା ମଧ୍ୟ ମୁସଲମାନ ମାନଙ୍କୁ ପସନ୍ଦ ଆସିନଥିଲେ । ରଜିୟା ଏହା ଉପରେ ପର୍ଯ୍ୟାପ୍ତ ଧ୍ୟାନ ଦେଇନଥିଲେ ।<ref>[http://www.civicwebs.com/cwvlib/africa/ethiopia/pankhurst/ethiopia_across_red_sea_&_indian_ocean.htm#3 डॉ रिचर्ड पैकहर्स्ट, "इथियोपिया अक्रॉस द रेड सी एण्ड इंडियन ओशियन ", अदिस अबाबा, ''अदिस ट्रिब्यून,'' ([[२१ मई]], ([[१९९९]])]</ref>, କିନ୍ତୁ ତାଙ୍କର ଏହି ସମ୍ବନ୍ଧର ପରିଣାମ ନିଜ ରାଜ୍ୟ ପାଇଁ ଘାତକ ସିଦ୍ଧ ହୋଇଥିଲା ।
କିଛି ସ୍ତ୍ରୋତ୍ରୋ ଅନୁସାରେ , ରଜିୟା ଏବଂ ୟାକୁତ ପ୍ରେମୀ ଥିଲେ ; ଅନ୍ୟ ସ୍ତ୍ରୋତ୍ରୋ ଅନୁସାରେ ସେ ଦୁହେଁ କରିବି ମିତ୍ର / ବିଶ୍ୱାସ ପାତ୍ର ଥିଲେ । ଏହି ସବୁଥିରେ ରଜିୟା ତୁର୍କୀ ବର୍ଗରେ ନିଜ ପ୍ରତି ଈର୍ଷା କୁଈର୍ଷାକୁ ଜନ୍ମ ଦେଇଥିଲେ , କାରଣ "ୟାକୁବ" ତୁର୍କ ନଥିଲେ ଏବଂ ତାଙ୍କୁ ରଜିୟା [[ଅଶ୍ଵଶାଳା]]ର ଅଧିକାରୀ ରୂପେ ନିୟୋଜିତ କରିଥିଲେ । [[ଭଟିଣ୍ଡା]]ର ରାଜ୍ୟପାଳ "ମଲ୍ଲିକ ଇଖ୍ତୟାର-ଉଦ-ଦିନ-ଇଲ୍ତୁନିୟା" ଅନ୍ୟ ପ୍ରନ୍ତୀୟ ରାଜ୍ୟପାଳ , ଯାହାଙ୍କୁ ରଜିୟାଙ୍କ ଆଧିପତ୍ୟ ମଞ୍ଜୁର ନଥିଲା , ସେହିମାନଙ୍କ ସହ ମିଶି ବିଦ୍ରୋହ କରିଥିଲେ ।
ରଜିୟା ଏବଂ ଇଲ୍ତୁନିୟାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା , ଯେଉଁଥିରେ ୟାକୁତଙ୍କୁ ହତ୍ୟା କରାଗଲା ଏବଂ ରଜିୟାଙ୍କୁ ବନ୍ଦୀ କରାଯାଇଥିଲା । ମରିବା ଡରରେ ରଜିୟା , ଅଲ୍ତୁନିୟାଙ୍କୁ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ । ଏହା ମଧ୍ୟରେ , ରଜିୟାଙ୍କ [[ଭାଈ]] "ମୈଜୁଦ୍ଦିନ ବେହେରାମ ଶାହା" ସିହଂସନ ହାତକରିନେଲେ । ନିଜ ସଲତନତ ଫେରିବା ଉଦେଶ୍ୟରେ ରଜିୟା ଏବଂ ତାଙ୍କ ସ୍ୱାମୀ ଅଲ୍ତୁନିୟା , ବେହେରାମ ଶାହାଙ୍କ ସହ ଯୁଦ୍ଧ କରିଥିଲେ । ଯେଉଁଥିରେ ରଜିୟା ଏବଂ ତାଙ୍କ ସ୍ୱାମୀ ହାରିଥିଲେ । ସେମାନଙ୍କୁ [[ଦିଲ୍ଲୀ]] ଛାଡି ପଳେଇବାକୁ ପଡ଼ିଲା । ପରଦିନ ସେମାନେ ଦୁହେଁ "ଜାଣ୍ଟୋ" ସହ ହୋଇଥିବା ସଂଘର୍ଷରେ ୧୪ ଅକ୍ଟୋବର ୧୨୪୦ ମସିହାରେ ରଜିୟା ଏବଂ ତାଙ୍କ ସ୍ବାମୀଙ୍କ ହତ୍ୟା କରାଯାଇଥିଲା । ପରେ ବେହେରାମଙ୍କୁ ମଧ୍ୟ ଅୟୋଗ୍ୟତା କାରଣରୁ ଗାଦ୍ଦୀର ହଟିବାକୁ ପଡ଼ିଥିଲା ।
 
୩୭,୫୭୯

ଗୋଟି ସମ୍ପାଦନା

ଦିଗବାରେଣି ମେନୁ