"ବ୍ରହ୍ମପୁର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
୧୦୭ କ ଧାଡ଼ି: | ୧୦୭ କ ଧାଡ଼ି: | ||
* ବୈଦ୍ଧଗ୍ରାମ [[ଜିରାଙ୍ଗ]] |
* ବୈଦ୍ଧଗ୍ରାମ [[ଜିରାଙ୍ଗ]] |
||
* ହରିପୁର |
* ହରିପୁର |
||
* ଗଞ୍ଜା |
|||
=== ଉତ୍କଳ ଆଶ୍ରମ === |
=== ଉତ୍କଳ ଆଶ୍ରମ === |
||
ଶେରଗଡ଼ ଜମିଦାରଙ୍କଠାରୁ ଦାସସୁତ୍ରରେ ମିଳିଥିବା ଜାଗାରେ ଓଡ଼ିଆ ଭାଷା ଆନ୍ଦୋଳନର ନେତାମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ଏହା ତିଆରି କରାଯାଇଥିଲା । <ref>{{cite web |url= http://articles.timesofindia.indiatimes.com/2012-11-29/bhubaneswar/35434697_1_basant-kumar-panigrahi-heritage-tag-odia |title=Heritage tag demand for Utkal Ashram - Times Of India |first= Hrusikesh |last=Mohanty |work=indiatimes.com |year=2012 |quote=The place for the ashram was donated by the then zamindar of Sheragada estate. A thatched house was built like an ashram to provide shelter to the leaders. |accessdate=20 December 2012}}</ref> |
ଶେରଗଡ଼ ଜମିଦାରଙ୍କଠାରୁ ଦାସସୁତ୍ରରେ ମିଳିଥିବା ଜାଗାରେ ଓଡ଼ିଆ ଭାଷା ଆନ୍ଦୋଳନର ନେତାମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ଏହା ତିଆରି କରାଯାଇଥିଲା । <ref>{{cite web |url= http://articles.timesofindia.indiatimes.com/2012-11-29/bhubaneswar/35434697_1_basant-kumar-panigrahi-heritage-tag-odia |title=Heritage tag demand for Utkal Ashram - Times Of India |first= Hrusikesh |last=Mohanty |work=indiatimes.com |year=2012 |quote=The place for the ashram was donated by the then zamindar of Sheragada estate. A thatched house was built like an ashram to provide shelter to the leaders. |accessdate=20 December 2012}}</ref> |
୧୭:୦୩, ୨୭ ଜୁଲାଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ବ୍ରହ୍ମପୁର
ରେଶମ ସହର | |
---|---|
ମହାନଗର ନିଗମ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
Government | |
• ନଗରପାଳ | କେ . ମାଧବି |
Population (୨୦୧୧) | |
• Total | ୩,୫୫,୮୨୩ |
• Rank | ୧୨୦ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫:୩୦ (ଭାରତୀୟ ମାନକ ସମୟ) |
ଡାକ କୋଡ଼ | ୭୬୦ ୦୦୧- ୭୬୦ ୦୧୦ |
ତାର କୋଡ଼ | ୦୬୮୦ |
ଯାନବାହାନ ପଞ୍ଚୀକରଣ | OD-07 |
ବ୍ରହ୍ମପୁର ଭାରତର ଦକ୍ଷିଣପୂର୍ବରେ ସ୍ଥିତ ଓଡ଼ିଶା ରାଜ୍ୟର, ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ ବଙ୍ଗୋପ ସାଗର କୂଳରେ ଥିବା ଗୋପାଳପୁର ନିକଟରେ ଅବସ୍ଥିତ । ପୁରାତନ କାଳରୁ ଏହା ଓଡ଼ିଶାର ରେଶମ ସହର ଭାବେ ପରିଚିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଷ କରି ପ୍ରିନ୍ସ ଡାନ୍ସ ଗ୍ରୁପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । ଏହି ସହରର ଯୁବ ବୈଜ୍ଞାନିକ ଶ୍ରୀ ଅସିତ କୁମାର ସ୍ଵାଇଁ, ଆଣ୍ଟାର୍କଟିକାସ୍ଥିତ ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଓଡ଼ିଆ ହେବାର ଗୌରବ ଲାଭ କରିଛନ୍ତି ।[୧] ଭୁବନେଶ୍ଵର ଓ କଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୦୯ ମସିହା ଅନୁସାରେ ଏହି ନଗରୀର ଜନସଙ୍ଖ୍ୟା ୭,୯୯,୭୫୨ ଥିଲା । ଭୁବନେଶ୍ଵର, କଟକ, ରାଉରକେଲା ଓ ସମ୍ବଲପୁର ପରେ ବ୍ରହ୍ମପୁରକୁ ଓଡ଼ିଶାର ପଞ୍ଚମ ନଗର ନିଗମ ଭାବେ ଘୋଷିତ କରାଯାଇଛି । ଏଠାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟ ଅଛି ।
ଜନସଂଖ୍ୟା ଓ ସାକ୍ଷରତା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବ୍ରହ୍ମପୁର ସହରର ମୋଟ ଜନସଂଖ୍ୟା ୨୮୯୭୨୪ ଅଟେ ।[୨] ସେଥି ମଧ୍ୟରୁ ୫୧.୮୦% ଜଣ ପରୁଷ ହୋଇଥିବା ବେଳେ ୪୮.୨୦% ଜଣ ନାରୀ ଅଟନ୍ତି । ବ୍ରହ୍ମପୁରର ସାକ୍ଷରତା ହାର ୭୩.୫୭% ଅଟେ । ଏହା ଜାତୀୟ ହାର ଠାରୁ -୮.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୨.୯୦% ପ୍ରତିଶତ ପୁରୁଷ ଓ ୩୦.୬୭% ନାରୀ ଅଟନ୍ତି । ୧୦.୫୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
କଳା ଓ ଚଳଣି
ବ୍ରହ୍ମପୁର ବହୁ ପୁରୁଣା ଓ ଗୁରୁତ୍ଵପୂର୍ଣ୍ଣ ବିଶିଷ୍ଟ ସହର ଯାହାକି ଆନ୍ଧ୍ରପ୍ରଦେଶ ଓ କଟକର ମଝି ସ୍ଥାନରେ ଅବସ୍ଥିତ । ବହୁ ପୁରାତନ ଦକ୍ଷିଣ ଭାଗ ବିଶିଷ୍ଟ ଏହି ସହରଟି ଓଡ଼ିଆ ପରମ୍ପରା ବିଶିଷ୍ଟ ଓଡ଼ିଶାର ଖ୍ୟାତନାମା ସହର । ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହର ବ୍ୟବସାୟର ପେଣ୍ଠସ୍ଥତଳୀ । ଅନ୍ନପୂର୍ଣ୍ଣା ମାର୍କେଟ, ବଡ଼ ବଜାର, ଭାପୁର ବଜାର, ହନୁମାନ ବଜାର ଆଦି ଏହି ସହରର ପ୍ରମୁଖ ବ୍ୟବସାୟ ସ୍ଥଳୀ । ଏଠାରେ ପାଟ ଶାଢ଼ୀ ତିଆରି କରାଯାଇଥାଏ । ପାଟ ଶାଢ଼ୀର ସୁନ୍ଦର ଓ କମନୀୟ ତଥା ଚାତୁରୀ କାରିଗରୀ ପାଇଁ ଏହି ସହର ଖୁବ୍ ପ୍ରସିଦ୍ଧ ତେଣୁ ଏହାର ଅନ୍ୟ ନାମ "ରେଶମ ସହର "।
== ସାହିତ୍ୟାନୁଷ୍ଠାନ == [୩]
- କଳିଙ୍ଗ ସାହିତ୍ୟ ସମାଜ
ଏହା ସହରର ପୁରାତନ ଓ ସମୃଦ୍ଧ ସାହିତ୍ୟାନୁଷ୍ଠାନ। ଦୀର୍ଘ ବର୍ଷ ଧରି ଏହା ସାହିତ୍ୟର ବିକାଶପାଇଁ ଏହା ବିଭିନ୍ନ ସଭା, ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଇତ୍ୟାଦି ଆୟୋଜନ କରିଥାଏ।
- ଜାତୀୟ ସଙ୍କୀତ କଳାକେନ୍ଦ୍ର
ଏହା ୧୯୫୪ ମସିହାରୁ କାର୍ଯ୍ୟରତ। ସାହିତ୍ୟସନ୍ଧ୍ୟା, କବିତା ଆସର, ପ୍ରତିଭାପୂଜା ପରି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିଥାଏ।
- ପଟେଲ ସାହିତ୍ୟ ସଂସଦ
- ନବୀନ ସାହିତ୍ୟ ସଂସଦ
- ନବୀନ ସାହିତ୍ୟ ପତ୍ରିକା ପ୍ରକାଶନ।
- ଫଲ୍ଗୁ ସାହିତ୍ୟ ସଂସଦ
- ନେତାଜୀ ସାରସ୍ୱତ ମଞ୍ଚ
- ନାଟ୍ୟଧାରା
- ବ୍ରହ୍ମପୁର ସାହିତ୍ୟ ଘର
- ବ୍ରହ୍ମପୁର ସାହିତ୍ୟ ପରିଷଦ
ଶିକ୍ଷାନୁଷ୍ଠାନ
- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ
- ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ
- ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ
- ମହାମାୟୀ ମହିଳା ମହାବିଦ୍ୟାଳୟ
- ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ
- ରୋଲାଣ୍ଡ ଫାର୍ମାସୁଟିକାଲ କଲେଜ
- ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ
- ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟ
ଆଖ ପାଖର ଜଣାଶୁଣା ସ୍ଥାନ
- ଗୋପାଳପୁର ବନ୍ଦର
- ମହୁରୀ କାଳୁଆ
- ତାରାତାରିଣୀ ମନ୍ଦିର
- ନାରାୟଣୀ
- ନିର୍ମଳଝର
- ତପ୍ତପାଣି
- ବୈଦ୍ଧଗ୍ରାମ ଜିରାଙ୍ଗ
- ହରିପୁର
- ଗଞ୍ଜା
ଉତ୍କଳ ଆଶ୍ରମ
ଶେରଗଡ଼ ଜମିଦାରଙ୍କଠାରୁ ଦାସସୁତ୍ରରେ ମିଳିଥିବା ଜାଗାରେ ଓଡ଼ିଆ ଭାଷା ଆନ୍ଦୋଳନର ନେତାମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ଏହା ତିଆରି କରାଯାଇଥିଲା । [୪]
ଆଧାର
- ↑ "The Hindu : Other States / Orissa News : Cashing in on climate clues from the icy continent". hindu.com. 2007. Retrieved 10 August 2012.
Asit Kumar Swain member of the Antarctica division of the Geological Survey of India (GSI). He is the first Oriya geologist to work in Antarctica
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.
- ↑ ସମ୍ବାଦ ବ୍ରହ୍ମପୁର ସଂସ୍କରଣ 1.1.2006
- ↑ Mohanty, Hrusikesh (2012). "Heritage tag demand for Utkal Ashram - Times Of India". indiatimes.com. Retrieved 20 December 2012.
The place for the ashram was donated by the then zamindar of Sheragada estate. A thatched house was built like an ashram to provide shelter to the leaders.
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |