"ଧାରେ ଆଲୁଅ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Removing from ଭାରତୀୟ ସିନେମା
ଟିକେ Bot: Removing from ଓଡ଼ିଆ ସିନେମା ଜଗତ
୫୪ କ ଧାଡ଼ି: ୫୪ କ ଧାଡ଼ି:


[[ଶ୍ରେଣୀ:ଓଡ଼ିଆ ସିନେମା]]
[[ଶ୍ରେଣୀ:ଓଡ଼ିଆ ସିନେମା]]
[[ଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
[[ଶ୍ରେଣୀ:୧୯୮୪ର ଓଡ଼ିଆ କଥାଚିତ୍ର]]
[[ଶ୍ରେଣୀ:୧୯୮୪ର ଓଡ଼ିଆ କଥାଚିତ୍ର]]

୧୮:୫୮, ୧ ଜୁଲାଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଧାରେ ଆଲୁଅ
ନିର୍ଦ୍ଦେଶକସାଗୀର ଅହମଦ
ପ୍ରଯୋଜକଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ
ଚିତ୍ରନାଟ୍ୟସାଗୀର ଅହମଦ
କାହାଣୀମନୋରମା ଦାସ
କଳାକାରଅମୃତା ଅହମଦ, ଦୀପେନ ଘୋଷ, ପୃଥ୍ଵୀରାଜ ମିଶ୍ର, ଶର୍ମିଷ୍ଠା ମାଥ୍ୟୁସ
ସଙ୍ଗୀତହରିହର ପଣ୍ଡା
ଚିତ୍ରଗ୍ରହଣବିଧୁଶ୍ରୀ ବିନ୍ଧାଣୀ
ସମ୍ପାଦକବିଧୁ ରାଉଳ
ମୁକ୍ତିଲାଭ ତାରିଖ
୧୯୮୪
ଦେଶଭାରତ
ଭାଷାଓଡ଼ିଆ

ଧାରେ ଆଲୁଅ ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ସମାନ୍ତରାଳ ଓଡ଼ିଆ ଚଳଚ୍ଚିତ୍ର ।[୧] ମନୋରମା ଦାସଙ୍କ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଭାର ସମ୍ଭାଳି ଥିଲେ ସାଗୀର ଅହମଦ[୨] ଏହି ଚଳଚ୍ଚିତ୍ରଟି ଭାରତୀୟ ପାନୋରମାରେ ପ୍ରଦର୍ଶିତ ହୋଇ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆନ୍ତର୍ଜାତିକ ପରିଚିତି ଆଣିଦେଇଥିଲା । [୩]

କାହାଣୀ

ସାମ୍ବାଦିକ ହେମନ୍ତର ସ୍ତ୍ରୀକୁ କିଛି ଦୁର୍ବୁତ୍ତ ହତ୍ୟା କରନ୍ତି । ହେମନ୍ତର ପୁଅ ବୁଲୁ ଓ ଝିଅ ରାନୁ ଅନାଥ ହୋଇ ପଡିଶା ଘରେ ଆଶ୍ରୟ ନେଇ ନିର୍ଯାତିତ ହୁଅନ୍ତି । ଘଟଣାକ୍ରମେ ସେମାନେ ହେମନ୍ତର ବନ୍ଧୁ ଲଳିତ ଘରେ ଆଶ୍ରୟ ନିଅନ୍ତି । ଲଳିତର ସ୍ତ୍ରୀ ସୁମିତ୍ରା ଓ ବାପା ରୁଦ୍ରବାବୁଙ୍କ ସ୍ନେହ ଆଦର ପାଇ ସେମାନେ ସେହି ଘରକୁ ଆଦରି ନିଅନ୍ତି । ହେମନ୍ତ ଦିନେ ନିଜ ପିଲାମାନଙ୍କୁ ନେବା ପାଇଁ ଲଳିତ ଘରକୁ ଆସେ କିନ୍ତୁ ପିଲାମାନେ ଫେରିବାକୁ ମନା କରନ୍ତି । ହେମନ୍ତଠୁ ଲୁଚି ଦଉଡିଯିବା ସମୟରେ ପୁଅ ବୁଲୁ ପୋଖରୀରେ ବୁଡି ମରିଯାଏ । ହେମନ୍ତ ଏହି ଦୁର୍ଘଟଣା ପାଇଁ ରୁଦ୍ରବାବୁ ଓ ଲଳିତକୁ ଦାୟୀ କରେ । ଲଳିତକୁ ହତ୍ୟା କରି ସେ ପ୍ରତିଶୋଧ ନେବାକୁ ଚାହେଁ । ପରେ କିନ୍ତୁ ସେ ନିଜର ଭୁଲ ବୁଝିପାରେ ଓ ଲଳିତକୁ କ୍ଷମା ମାଗେ । ଲଳିତ ଉପରେ ଚାଲିଥିବା ପୁଲିସ କେସ ଓ ଆରୋପକୁ ନିଜ ଉପରକୁ ନେଇ ପୁଲିସ ପାଖରେ ଆତ୍ମ ସମର୍ପଣ କରେ । [୪]

ଅଭିନୟରେ

  • ପୃଥ୍ଵୀରାଜ ମିଶ୍ର
  • ଶର୍ମିଷ୍ଠା ମାଥ୍ୟୁସ
  • ଶିବାନୀ ମହାପାତ୍ର
  • ପୂର୍ଣ୍ଣ ବିନ୍ଧାଣୀ
  • ଦୀପେନ ଘୋଷ
  • ଦୋଳଗୋବିନ୍ଦ ଜେନା
  • ସୌମିତ୍ର ତ୍ରିପାଠୀ
  • ଅମୃତା ଅହମଦ
  • ଶରତ ମିଶ୍ର
  • ଜଲ୍ଲାଉଦ୍ଦିନ
  • ୱଜିର
  • ରବି ଚୌଧୁରୀ
  • ପ୍ରତାପ ପାତ୍ର

ଆଧାର

  1. http://www.newindianexpress.com/states/odisha/Odia-entries-in-Indian-Panorama/2013/10/19/article1844041.ece
  2. http://dff.nic.in/synopsis.asp
  3. Ponram P (1 December 2014). Life in India: Culture. Ponram P. pp. 163–. GGKEY:43NZKK4BRBF.
  4. ପ୍ରମେୟ ୧୭/୦୪/୨୦୧୪ ପୃଷ୍ଠା ୨୦

ଅଧିକ ତଥ୍ୟ