"ହସ୍ତମୈଥୁନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ତଥ୍ୟ |
Psubhashish (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
ପ୍ରାୟ ପ୍ରତ୍ୟେକ ପୁରୁଷ ଓ ତିନି ଚତୁର୍ଥାଂଶ ସ୍ତ୍ରୀ ନିଜ ଜୀବନରେ କେବେ ନା କେବେ ହସ୍ତମୈଥୁନ କରିଥାନ୍ତି |
ପ୍ରାୟ ପ୍ରତ୍ୟେକ ପୁରୁଷ ଓ ତିନି ଚତୁର୍ଥାଂଶ ସ୍ତ୍ରୀ ନିଜ ଜୀବନରେ କେବେ ନା କେବେ ହସ୍ତମୈଥୁନ କରିଥାନ୍ତି । ପୁରୁଷଟିଏ ସ୍ତ୍ରୀଠାରୁ କମ୍ ବୟସରେ ଏଭଳି କରିବା ଶିଖିଥାଏ । ସ୍ତ୍ରୀଠାରୁ ପୁରୁଷମାନେ ଏଭଳି ବ୍ୟବହାର ଅଧିକ କରିଥାନ୍ତି । |
||
ନିଜର ଯୌନ ପ୍ରକ୍ରିୟାକୁ ନିଜେ ଉତ୍ତେଜନା କରିବା ପ୍ରାୟ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ |
ନିଜର ଯୌନ ପ୍ରକ୍ରିୟାକୁ ନିଜେ ଉତ୍ତେଜନା କରିବା ପ୍ରାୟ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ । ଶିଶୁଟିଏ ନିଜର ପାଟି, ଆଙ୍ଗୁଠି ଓ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶକରି ନୂଆ ନୂଆ ଉଦ୍ଦୀପନାକୁ ଆବିଷ୍କାର କରିବାକୁ ଚାହେଁ । ସେହିଭଳି ନିଜର ଯୌନାଙ୍ଗକୁ ସ୍ପର୍ଶକରି ନୂଆ କିଛି ଶିଖିବାକୁ ଇଚ୍ଛା କରେ । ପ୍ରାୟ ୧୫ରୁ ୨୦ମାସ ବୟସର ଶିଶୁଟି ନିଜର ଯୌନାଙ୍ଗକୁ ନିଜେ ଉତ୍ତେଜନା କରିବା ଆରମ୍ଭ କରେ । ଏଭଳି କଲେ ନିଜକୁ ଆନନ୍ଦ ଲାଗେ । ଏପରି ଉଦ୍ଦୀପନା ଓ ନିଜର ଶରୀରକୁ ଆବିଷ୍କାର କରିବାର ଆଗ୍ରହ ହସ୍ତମୈଧୁନ କରିବାର ଇଚ୍ଛାକୁ ବଢ଼ାଇ ଦିଏ । |
||
ଏହି ବୟସରେ କେତେକ ଶିଶୁ ଅନ୍ୟମାନଙ୍କର, ଏପରିକି ପଶୁମାନଙ୍କର ଯୌନାଙ୍ଗ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି |
ଏହି ବୟସରେ କେତେକ ଶିଶୁ ଅନ୍ୟମାନଙ୍କର, ଏପରିକି ପଶୁମାନଙ୍କର ଯୌନାଙ୍ଗ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଯେତେବେଳେ ଶିଶୁଟିଏ ବନ୍ଧୁତା ସ୍ଥାପନ କରେ, ସେତେବେଳେ ଅନ୍ୟମାନଙ୍କର ଯୌନାଙ୍ଗ ଦେଖି ଓ ନିଜର ଯୌନାଙ୍ଗ ପ୍ରଦର୍ଶନ କରି ଆନନ୍ଦ ପାଏ । ବଡ଼ ହେବା ପରେ ଏଭଳି ବ୍ୟବହାର ପାଇଁ କେତେଜଣ ଲାଜ କରନ୍ତି ଓ ନିଜକୁ ଦୋଷୀ ମନେ କରନ୍ତି । ସେମାନଙ୍କର ଏଭଳି ବ୍ୟବହାର କମିଯାଏ । ମାତ୍ର ଅନ୍ୟମାନଙ୍କର ବଢ଼ିଥାଏ । |
||
ଶିଶୁଟିଏ କିଶୋର ବୟସରେ ପାଦଦେବା ସମୟରୁ, ଶରୀରରୁ ଯୌନ ଉଦ୍ଦୀପକ ଜୀବରସ(Sex Hormone) ନିର୍ଗତ ହୁଏ |
ଶିଶୁଟିଏ କିଶୋର ବୟସରେ ପାଦଦେବା ସମୟରୁ, ଶରୀରରୁ ଯୌନ ଉଦ୍ଦୀପକ ଜୀବରସ(Sex Hormone) ନିର୍ଗତ ହୁଏ । ହସ୍ତମୈଥୁନ କରିବାର ଇଚ୍ଛା ବଢ଼ିଯାଏ । କିଶୋରଟିଏ ରତିକ୍ରିୟା(Coitus) ଓ ଯୌନକ୍ରିୟାର ପରିତୃପ୍ତି(Orgasm) ପାଇବାକୁ ସମର୍ଥ । ମାତ୍ର ସାମାଜିକ ବାଧା ଯୋଗୁଁ କରେ ନାହିଁ । ସେ ନିଜର ଯୌନାଙ୍ଗକୁ ଉତ୍ତେଜିତ କରି ଯୌନତୃପ୍ତି ଆଣିବାକୁ ଇଚ୍ଛା କରେ । ତେବେ ଶିଶୁ ଓ କିଶୋର ମଧ୍ୟରେ ପ୍ରଭେଦ ଜାଣିବା ଦରକାର । କିଶୋରଟିଏ ହସ୍ତମୈଧୁନ କରିବା ସମୟରେ ଯୌନକ୍ରିୟାର କଳ୍ପନା କରେ । ଶିଶୁମାନେ କଳ୍ପନା କରନ୍ତି ନାହିଁ । ଏଭଳି କଳ୍ପନା କିଶୋରଟିକୁ ଯୁବକ ହେବାପରେ ଯୌନପ୍ରକ୍ରିୟା ପାଇଁ ସାହାଯ୍ୟ କରେ । ପୁରୁଷଟିଏ ନିଜର ଲିଙ୍ଗକୁ(Penis), ସ୍ତ୍ରୀଟିଏ ନିଜର ଯୋନି ଗହ୍ୱରର ସାମାନ୍ୟ ଉର୍ଦ୍ଧ୍ୱରେ ଥିବା ଯୌନ ଉଦ୍ଦୀପକ ପେଶି(Clitoris)କୁ ଉତ୍ତେଜନା ଦେଇ ଆନନ୍ଦ ପାଏ । |
||
ବିବାହିତ ପୁରୁଷ ଓ ସ୍ତ୍ରୀମାନେ ବି ବେଳେବେଳେ ହସ୍ତମୈଥୁନ କରନ୍ତି |
ବିବାହିତ ପୁରୁଷ ଓ ସ୍ତ୍ରୀମାନେ ବି ବେଳେବେଳେ ହସ୍ତମୈଥୁନ କରନ୍ତି । ଯୌନକ୍ରିୟାରେ ପରିତୃପ୍ତି ନ ମିଳିଲେ, ସ୍ୱାମୀ ବା ସ୍ତ୍ରୀ ପାଖରେ ନ ଥିଲେ ସେମାନେ ଏଭଳି ବ୍ୟବହାର କରିଥାନ୍ତି । ଏହା ଯୌନ ପ୍ରକ୍ରିୟାରେ ଆନନ୍ଦ ଦେଇଥାଏ । ମାନସିକ ଚାପ ମଧ୍ୟ କମ୍ ରହିଥାଏ । |
||
କେତେଜଣ ଧାରଣା କରନ୍ତି ଯେ, ଅତ୍ୟଧିକ ହସ୍ତମୈଥୁନ ଯୋଗୁଁ ମାନସିକ ରୋଗ ହୋଇଥାଏ |
କେତେଜଣ ଧାରଣା କରନ୍ତି ଯେ, ଅତ୍ୟଧିକ ହସ୍ତମୈଥୁନ ଯୋଗୁଁ ମାନସିକ ରୋଗ ହୋଇଥାଏ । ନପୁଂସକ ମଧ୍ୟ ହୋଇଯାନ୍ତି । ମାତ୍ର ଏଭଳି ଧାରଣାକୁ କୌଣସି ବୈଜ୍ଞାନିକ ମତାମତ ସମର୍ଥ କରୁନାହିଁ । ମାତ୍ର କେତେଜଣ ମାନସିକ ସମସ୍ୟା ଯୋଗୁଁ, ନିଜର ଆବେଗକୁ ନିୟନ୍ତ୍ରଣ କରି ନ ପାରି ହସ୍ତମୈଥୁନ କରିଥାନ୍ତି । ସେମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ । <ref>{{cite book|last=କର|first=ସମ୍ରାଟ|title=ମନରେ କଣ ଅଛି?|page=27-29}}</ref> |
||
== ଆଧାର == |
|||
{{ଆଧାର}} |
୦୧:୪୩, ୯ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ପ୍ରାୟ ପ୍ରତ୍ୟେକ ପୁରୁଷ ଓ ତିନି ଚତୁର୍ଥାଂଶ ସ୍ତ୍ରୀ ନିଜ ଜୀବନରେ କେବେ ନା କେବେ ହସ୍ତମୈଥୁନ କରିଥାନ୍ତି । ପୁରୁଷଟିଏ ସ୍ତ୍ରୀଠାରୁ କମ୍ ବୟସରେ ଏଭଳି କରିବା ଶିଖିଥାଏ । ସ୍ତ୍ରୀଠାରୁ ପୁରୁଷମାନେ ଏଭଳି ବ୍ୟବହାର ଅଧିକ କରିଥାନ୍ତି । ନିଜର ଯୌନ ପ୍ରକ୍ରିୟାକୁ ନିଜେ ଉତ୍ତେଜନା କରିବା ପ୍ରାୟ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ । ଶିଶୁଟିଏ ନିଜର ପାଟି, ଆଙ୍ଗୁଠି ଓ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶକରି ନୂଆ ନୂଆ ଉଦ୍ଦୀପନାକୁ ଆବିଷ୍କାର କରିବାକୁ ଚାହେଁ । ସେହିଭଳି ନିଜର ଯୌନାଙ୍ଗକୁ ସ୍ପର୍ଶକରି ନୂଆ କିଛି ଶିଖିବାକୁ ଇଚ୍ଛା କରେ । ପ୍ରାୟ ୧୫ରୁ ୨୦ମାସ ବୟସର ଶିଶୁଟି ନିଜର ଯୌନାଙ୍ଗକୁ ନିଜେ ଉତ୍ତେଜନା କରିବା ଆରମ୍ଭ କରେ । ଏଭଳି କଲେ ନିଜକୁ ଆନନ୍ଦ ଲାଗେ । ଏପରି ଉଦ୍ଦୀପନା ଓ ନିଜର ଶରୀରକୁ ଆବିଷ୍କାର କରିବାର ଆଗ୍ରହ ହସ୍ତମୈଧୁନ କରିବାର ଇଚ୍ଛାକୁ ବଢ଼ାଇ ଦିଏ । ଏହି ବୟସରେ କେତେକ ଶିଶୁ ଅନ୍ୟମାନଙ୍କର, ଏପରିକି ପଶୁମାନଙ୍କର ଯୌନାଙ୍ଗ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଯେତେବେଳେ ଶିଶୁଟିଏ ବନ୍ଧୁତା ସ୍ଥାପନ କରେ, ସେତେବେଳେ ଅନ୍ୟମାନଙ୍କର ଯୌନାଙ୍ଗ ଦେଖି ଓ ନିଜର ଯୌନାଙ୍ଗ ପ୍ରଦର୍ଶନ କରି ଆନନ୍ଦ ପାଏ । ବଡ଼ ହେବା ପରେ ଏଭଳି ବ୍ୟବହାର ପାଇଁ କେତେଜଣ ଲାଜ କରନ୍ତି ଓ ନିଜକୁ ଦୋଷୀ ମନେ କରନ୍ତି । ସେମାନଙ୍କର ଏଭଳି ବ୍ୟବହାର କମିଯାଏ । ମାତ୍ର ଅନ୍ୟମାନଙ୍କର ବଢ଼ିଥାଏ । ଶିଶୁଟିଏ କିଶୋର ବୟସରେ ପାଦଦେବା ସମୟରୁ, ଶରୀରରୁ ଯୌନ ଉଦ୍ଦୀପକ ଜୀବରସ(Sex Hormone) ନିର୍ଗତ ହୁଏ । ହସ୍ତମୈଥୁନ କରିବାର ଇଚ୍ଛା ବଢ଼ିଯାଏ । କିଶୋରଟିଏ ରତିକ୍ରିୟା(Coitus) ଓ ଯୌନକ୍ରିୟାର ପରିତୃପ୍ତି(Orgasm) ପାଇବାକୁ ସମର୍ଥ । ମାତ୍ର ସାମାଜିକ ବାଧା ଯୋଗୁଁ କରେ ନାହିଁ । ସେ ନିଜର ଯୌନାଙ୍ଗକୁ ଉତ୍ତେଜିତ କରି ଯୌନତୃପ୍ତି ଆଣିବାକୁ ଇଚ୍ଛା କରେ । ତେବେ ଶିଶୁ ଓ କିଶୋର ମଧ୍ୟରେ ପ୍ରଭେଦ ଜାଣିବା ଦରକାର । କିଶୋରଟିଏ ହସ୍ତମୈଧୁନ କରିବା ସମୟରେ ଯୌନକ୍ରିୟାର କଳ୍ପନା କରେ । ଶିଶୁମାନେ କଳ୍ପନା କରନ୍ତି ନାହିଁ । ଏଭଳି କଳ୍ପନା କିଶୋରଟିକୁ ଯୁବକ ହେବାପରେ ଯୌନପ୍ରକ୍ରିୟା ପାଇଁ ସାହାଯ୍ୟ କରେ । ପୁରୁଷଟିଏ ନିଜର ଲିଙ୍ଗକୁ(Penis), ସ୍ତ୍ରୀଟିଏ ନିଜର ଯୋନି ଗହ୍ୱରର ସାମାନ୍ୟ ଉର୍ଦ୍ଧ୍ୱରେ ଥିବା ଯୌନ ଉଦ୍ଦୀପକ ପେଶି(Clitoris)କୁ ଉତ୍ତେଜନା ଦେଇ ଆନନ୍ଦ ପାଏ । ବିବାହିତ ପୁରୁଷ ଓ ସ୍ତ୍ରୀମାନେ ବି ବେଳେବେଳେ ହସ୍ତମୈଥୁନ କରନ୍ତି । ଯୌନକ୍ରିୟାରେ ପରିତୃପ୍ତି ନ ମିଳିଲେ, ସ୍ୱାମୀ ବା ସ୍ତ୍ରୀ ପାଖରେ ନ ଥିଲେ ସେମାନେ ଏଭଳି ବ୍ୟବହାର କରିଥାନ୍ତି । ଏହା ଯୌନ ପ୍ରକ୍ରିୟାରେ ଆନନ୍ଦ ଦେଇଥାଏ । ମାନସିକ ଚାପ ମଧ୍ୟ କମ୍ ରହିଥାଏ । କେତେଜଣ ଧାରଣା କରନ୍ତି ଯେ, ଅତ୍ୟଧିକ ହସ୍ତମୈଥୁନ ଯୋଗୁଁ ମାନସିକ ରୋଗ ହୋଇଥାଏ । ନପୁଂସକ ମଧ୍ୟ ହୋଇଯାନ୍ତି । ମାତ୍ର ଏଭଳି ଧାରଣାକୁ କୌଣସି ବୈଜ୍ଞାନିକ ମତାମତ ସମର୍ଥ କରୁନାହିଁ । ମାତ୍ର କେତେଜଣ ମାନସିକ ସମସ୍ୟା ଯୋଗୁଁ, ନିଜର ଆବେଗକୁ ନିୟନ୍ତ୍ରଣ କରି ନ ପାରି ହସ୍ତମୈଥୁନ କରିଥାନ୍ତି । ସେମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ । [୧]
ଆଧାର
- ↑ କର, ସମ୍ରାଟ. ମନରେ କଣ ଅଛି?. p. 27-29.