"ରମଣୀ ରଞ୍ଜନ ଜେନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଦେହାବସନ
୨ କ ଧାଡ଼ି: ୨ କ ଧାଡ଼ି:
{{Infobox person
{{Infobox person
| name = ରମଣୀ ରଞ୍ଜନ ଜେନା
| name = ରମଣୀ ରଞ୍ଜନ ଜେନା
| image =
| image = ରମଣୀ ରଞ୍ଜନ ଜେନା.jpg
| image_size = 250px
| image_size = 250px
| alt =
| alt =
୩୩ କ ଧାଡ଼ି: ୩୩ କ ଧାଡ଼ି:
| home_town =
| home_town =
| spouse =
| spouse =
| children = ବିଶ୍ଵରଞ୍ଜନ, ରଶ୍ମି ରଞ୍ଜନ(ପୁତ୍ର), ଇତିଶ୍ରୀ ଜେନା(ପୁତ୍ରବଧୂ)
| children = ବିଶ୍ଵରଞ୍ଜନ, ରଶ୍ମି ରଞ୍ଜନ (ପୁତ୍ର), ଇତିଶ୍ରୀ ଜେନା (ପୁତ୍ରବଧୂ)
| parents = ଘନଶ୍ୟାମ ଜେନା, ସାଧବାଣୀ ଜେନା<ref>ଧରିତ୍ରୀ ୦୯/୦୪/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ ଧରିତ୍ରୀ ଆଳାପ</ref>
| parents = ଘନଶ୍ୟାମ ଜେନା, ସାଧବାଣୀ ଜେନା<ref>{{cite web|last=ବେହେରା|first=ସୁକେଶ|title=ଓଡ଼ିଶୀ ନୃତ୍ୟର ସୂକ୍ଷ୍ମତା ନଷ୍ଟ ହେଉଛି|url=http://www.dharitri.com/epaper/090414/p11.htm|publisher=ଧରିତ୍ରୀ|accessdate=28 April 2016|page=୧୧}}</ref>
| relatives = ତରଣୀ ରଞ୍ଜନ(ଭାଇ)
| relatives = ତରଣୀ ରଞ୍ଜନ (ଭାଇ)
| callsign =
| callsign =
| awards =
| awards =
୬୯ କ ଧାଡ଼ି: ୬୯ କ ଧାଡ଼ି:
* ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୮<ref>http://www.thehindu.com/todays-paper/tp-national/tp-otherstates/kelucharan-mohapatra-awards-announced/article1330139.ece</ref>
* ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୮<ref>http://www.thehindu.com/todays-paper/tp-national/tp-otherstates/kelucharan-mohapatra-awards-announced/article1330139.ece</ref>
* ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୨୦୦୯<ref>http://www.srjan.com/moreaward.aspx?awardid=34&events=4</ref>
* ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୨୦୦୯<ref>http://www.srjan.com/moreaward.aspx?awardid=34&events=4</ref>
* ଗୁରୁ ରଘୁନାଥ ଦତ୍ତ ସମ୍ମାନ - ୨୦୧୪<ref>ଧରିତ୍ରୀ ଭୁବନେଶ୍ଵର ସଂସ୍କରଣ ୩୦/୧୨/୨୦୧୪ ପୃଷ୍ଠା ୧୨</ref>
* ଗୁରୁ ରଘୁନାଥ ଦତ୍ତ ସମ୍ମାନ - ୨୦୧୪<ref>{{cite web|title=ରମଣୀରଞ୍ଜନ ଜେନାଙ୍କୁ ଗୁରୁ ରଘୁନାଥ ଦତ୍ତ ସମ୍ମାନ|url=http://www.dharitri.com/Bhubaneswar/301214/p12.htm|publisher=ଧରିତ୍ରୀ|accessdate=28 April 2016|page=୧୨}}</ref>


୨୦୧୬ ମସିହା ମାର୍ଚ୍ଚ ୨୬ ତାରିଖରେ ରମଣୀ ରଞ୍ଜନଙ୍କର ଦେହାବସନ ଘଟିଥିଲା । <ref>{{cite news|url=http://sambadepaper.com/Details.aspx?id=242482&boxid=23735434|accessdate=28 March 2016|newspaper=ସମ୍ବାଦ ୨୮/୦୩/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୬}}</ref>
୨୦୧୬ ମସିହା ମାର୍ଚ୍ଚ ୨୬ ତାରିଖରେ ରମଣୀ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା । <ref>{{cite news|url=http://sambadepaper.com/Details.aspx?id=242482&boxid=23735434|accessdate=28 March 2016|newspaper=ସମ୍ବାଦ ୨୮/୦୩/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୬}}</ref>


== ଆଧାର ==
== ଆଧାର ==
{{ଆଧାର}}
{{Reflist|30em}}
==ଅଧିକ ତଥ୍ୟ==
==ଅଧିକ ତଥ୍ୟ==
* {{IMDb name|7908544}}
* {{IMDb name|7908544}}
[[ଶ୍ରେଣୀ:୧୯୪୧ ଜନ୍ମ]]
[[ଶ୍ରେଣୀ:୧୯୪୧ ଜନ୍ମ]]
[[ଶ୍ରେଣୀ:୨୦୧୬ ମୃତ୍ୟୁ]]
[[ଶ୍ରେଣୀ:୨୦୧୬ ମୃତ୍ୟୁ]]
[[ଶ୍ରେଣୀ:ବାଲେଶ୍ଵରର ଲୋକ]]
[[ଶ୍ରେଣୀ:ବାଲେଶ୍ଵର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଶୀ ନୃତ୍ୟଶିଳ୍ପୀ]]
[[ଶ୍ରେଣୀ:ଓଡ଼ିଶୀ ନୃତ୍ୟଶିଳ୍ପୀ]]
[[ଶ୍ରେଣୀ:ଭାରତୀୟ ଶାସ୍ତ୍ରୀୟ ନୃତ୍ୟଗୁରୁ]]
[[ଶ୍ରେଣୀ:ଭାରତୀୟ ଶାସ୍ତ୍ରୀୟ ନୃତ୍ୟଗୁରୁ]]
[[ଶ୍ରେଣୀ:କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ]]

୧୭:୫୦, ୨୮ ଅପ୍ରେଲ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ରମଣୀ ରଞ୍ଜନ ଜେନା
Born(1941-08-15)୧୫ ଅଗଷ୍ଟ ୧୯୪୧
Died୨୬ ମାର୍ଚ୍ଚ ୨୦୧୬(2016-03-26) (ବୟସ ୭୪)
Nationalityଭାରତୀୟ
Educationସ୍ନାତକ(କଥକ ନୃତ୍ୟ)
Occupationଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ନୃତ୍ୟ ଗୁରୁ
Organization(s)କମଳା କଳାପୀଠ, ତ୍ରିବେଣୀ କଳା ସଙ୍ଗମ
Childrenବିଶ୍ଵରଞ୍ଜନ, ରଶ୍ମି ରଞ୍ଜନ (ପୁତ୍ର), ଇତିଶ୍ରୀ ଜେନା (ପୁତ୍ରବଧୂ)
Parent(s)ଘନଶ୍ୟାମ ଜେନା, ସାଧବାଣୀ ଜେନା[୧]
Relativesତରଣୀ ରଞ୍ଜନ (ଭାଇ)

ରମଣୀ ରଞ୍ଜନ ଜେନା (୧୫ ଅଗଷ୍ଟ ୧୯୪୧- ୨୬ ମାର୍ଚ୍ଚ ୨୦୧୬) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏବଂ ନୃତ୍ୟ ଗୁରୁ । [୨]

ରମଣୀ ରଞ୍ଜନ, ୧୯୪୧ ମସିହା ଅଗଷ୍ଟ ୧୫ ତାରିଖରେ ବାଲେଶ୍ଵର ଜିଲ୍ଲାର, ରେମୁଣା ନିକଟସ୍ଥ ଉଡ଼ମ୍ବର ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ନୃତ୍ୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ନିଜେ ଗଢିଥିବା, ଯାତ୍ରାଦଳରେ ଅଭିନୟ ଆରମ୍ଭ କରି,ସେ କଟକର ଜନତା ରଙ୍ଗମଞ୍ଚରେ ଯୋଗଦାନ କରିଥିଲେ । ୧୧ ବର୍ଷ ବୟସରୁ, ନୃତ୍ୟ ଶିକ୍ଷା ଆରମ୍ଭ କରିଥିବା ରମଣୀ ରଞ୍ଜନ, ଗୁରୁ ଗୟାଧର ପଣ୍ଡା, ରାମସ୍ଵାମୀ, ରାମଗୋପାଳ ମିଶ୍ର, ରଘୁନାଥ ଦତ୍ତ ଓ ମାୟାଧର ରାଉତଙ୍କଠାରୁ ବିଭିନ୍ନ ସମୟରେ ନୃତ୍ୟ ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ ଆସି, କଟକର କଳାବିକାଶ କେନ୍ଦ୍ରରେ ଯୋଗଦାନ କରିଥିଲେ ଏବଂ ଏହିଠାରେ ତାଙ୍କର ଓଡ଼ିଶୀ ନୃତ୍ୟଶିକ୍ଷାର ମୂଳଦୂଆ ପଡ଼ିଥିଲା । ଏହି କେନ୍ଦ୍ରରୁ ସେ କଥକ ନୃତ୍ୟରେ ମଧ୍ୟ ସ୍ନାତକତା ଲାଭକରିଥିଲେ ।

ଓଡ଼ିଶୀ ଅଭିନୟରେ ନିପୂଣ, ରମଣୀ ରଞ୍ଜନ ପରବର୍ତ୍ତୀ ସମୟରେ, ଦେଶବିଦେଶର ଓଡ଼ିଶୀ ନୃତ୍ୟ ପରିବେଷଣ କରି, ଏହି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଶିଳ୍ପୀର ମର୍ଯ୍ୟଦା ଲାଭକରିଥିଲେ । କଟକର କଳାବିକାଶ କେନ୍ଦ୍ରରେ, ସେ ୬ ବର୍ଷ କାଳ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ୧୯୭୩ ମସିହାରେ ସେ, ରୁକ୍ମିଣୀ ଦେବୀ ଅରୁନ୍ଦଲେ କଳାକ୍ଷେତ୍ରରେ ଓଡ଼ିଶୀ ନୃତ୍ୟଗୁରୁ ଭାବରେ ଯୋଗଦାନ କରିଥିଲେ ଓ ଏଠାରେ ୪ ବର୍ଷ ଶିକ୍ଷାଦାନକରିବା ପରେ, ପୁଣି କଟକ ଫେରିଆସିଥିଲେ । ୧୯୮୩ ମସିହାରେ, କଟକରେ ସେ ନିଜର ନୃତ୍ୟଶିକ୍ଷା ଅନୁଷ୍ଠାନ, କମଳା କଳାପୀଠ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ, ସେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ଶିକ୍ଷାଦାନ କରିଥିଲେ । ୧୯୮୯ ମସିହାରେ, ସେ ଦିଲ୍ଲୀଯାଇ, ପ୍ରଥମେ ସେଠାର ଜଗନ୍ନାଥ ମନ୍ଦିର ଓ ପରେ ତ୍ରିବେଣୀ କଳା ସଙ୍ଗମରେ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ସେ ବେଙ୍ଗାଳୁରୁସ୍ଥିତ ପ୍ରତିମା ବେଦୀଙ୍କ ନୃତ୍ୟଗ୍ରାମରେ ମଧ୍ୟ ଶିକ୍ଷାଦାନ କରିଛନ୍ତି ।

ନୃତ୍ୟ ନିର୍ଦ୍ଦେଶନା

ନୃତ୍ୟାଭିନୟ

  • ପ୍ରେମ ସୂଧାନିଧୀ
  • ଋତୁସମ୍ହାର
  • ଋତୁରାଜ
  • କଲୁରୀ ବେଣ୍ଟ

ଓଡ଼ିଆ କଥାଚିତ୍ର

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୮୫-୮୬[୩]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୮[୪]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୮[୫]
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୨୦୦୯[୬]
  • ଗୁରୁ ରଘୁନାଥ ଦତ୍ତ ସମ୍ମାନ - ୨୦୧୪[୭]

୨୦୧୬ ମସିହା ମାର୍ଚ୍ଚ ୨୬ ତାରିଖରେ ରମଣୀ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା । [୮]

ଆଧାର

  1. ବେହେରା, ସୁକେଶ. "ଓଡ଼ିଶୀ ନୃତ୍ୟର ସୂକ୍ଷ୍ମତା ନଷ୍ଟ ହେଉଛି". ଧରିତ୍ରୀ. p. ୧୧. Retrieved 28 April 2016.
  2. Mr. Reginald Massey (4 January 2014). India's Dances Their History Technique & Repertoire. Abhinav Publications. pp. 273–. GGKEY:7HZYQ0H4C22.
  3. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  4. http://sangeetnatak.gov.in/sna/sna-awards2008/ramani-ranjan-jena.htm
  5. http://www.thehindu.com/todays-paper/tp-national/tp-otherstates/kelucharan-mohapatra-awards-announced/article1330139.ece
  6. http://www.srjan.com/moreaward.aspx?awardid=34&events=4
  7. "ରମଣୀରଞ୍ଜନ ଜେନାଙ୍କୁ ଗୁରୁ ରଘୁନାଥ ଦତ୍ତ ସମ୍ମାନ". ଧରିତ୍ରୀ. p. ୧୨. Retrieved 28 April 2016.
  8. ସମ୍ବାଦ ୨୮/୦୩/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୬ http://sambadepaper.com/Details.aspx?id=242482&boxid=23735434. Retrieved 28 March 2016. {{cite news}}: Missing or empty |title= (help)

ଅଧିକ ତଥ୍ୟ