"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Saileshpat (ଆଲୋଚନା | ଅବଦାନ) |
Saileshpat (ଆଲୋଚନା | ଅବଦାନ) No edit summary |
||
୩ କ ଧାଡ଼ି: | ୩ କ ଧାଡ଼ି: | ||
|Name=ରଜିୟା ସୁଲତାନ |
|Name=ରଜିୟା ସୁଲତାନ |
||
|title=ଦିଲ୍ଲୀ ର ସୁଲତାନ |
|title=ଦିଲ୍ଲୀ ର ସୁଲତାନ |
||
|image= [[File:Tomb of Razia Begum.JPG|thumb |
|image= [[File:Tomb of Razia Begum.JPG|thumb]] |
||
| caption = ରଜିୟା ସୁଲତାନଙ୍କ ସମାଧି/କବର ,<br /> |
| caption = ରଜିୟା ସୁଲତାନଙ୍କ ସମାଧି/କବର ,<br /> |
||
ମୋହଲ୍ଲା ବୁଲବୁଲୀ ଖାନ , ତୁର୍କମାନ ଗେଟ , ଦିଲ୍ଲୀ<ref>[http://www.thehindu.com/features/friday-review/history-and-culture/a-forgotten-tomb/article5007006.ece अ फ़ॉर्गॉट्टन टॉम्ब], [[द हिन्दू]], ९ अगस्त, २०१३। अभिगमन तिथि: ३ मार्च, २०१५</ref><ref>[http://www.delhiinformation.in/tourism/tombs/raziasultanstomb.html देल्हीइन्फ़ॉर्मेशन.इन] ରଜିୟା ସୁଲତାନ୍ସ ଟାଂମ୍ବ । ଅଭିଗମନ ତିଥି : ୩ ମାର୍ଚ୍ଚ , ୨୦୧୫</ref> |
ମୋହଲ୍ଲା ବୁଲବୁଲୀ ଖାନ , ତୁର୍କମାନ ଗେଟ , ଦିଲ୍ଲୀ<ref>[http://www.thehindu.com/features/friday-review/history-and-culture/a-forgotten-tomb/article5007006.ece अ फ़ॉर्गॉट्टन टॉम्ब], [[द हिन्दू]], ९ अगस्त, २०१३। अभिगमन तिथि: ३ मार्च, २०१५</ref><ref>[http://www.delhiinformation.in/tourism/tombs/raziasultanstomb.html देल्हीइन्फ़ॉर्मेशन.इन] ରଜିୟା ସୁଲତାନ୍ସ ଟାଂମ୍ବ । ଅଭିଗମନ ତିଥି : ୩ ମାର୍ଚ୍ଚ , ୨୦୧୫</ref> |
୦୧:୩୨, ୧୧ ମାର୍ଚ୍ଚ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ରଜିୟା ସୁଲତାନ | |
---|---|
ଦିଲ୍ଲୀ ର ସୁଲତାନ | |
[[File:|frameless|alt=]] | |
ଶାସନ କାଳ | ୧୦ ନଭେମ୍ୱର, ୧୨୩୬ – ୧୩ ଅକ୍ଟୋବର, ୧୨୪୦ |
ରାଜ୍ୟାଭିଷେକ | ୧୦ ନଭେମ୍ବର ୧୨୩୬ |
ଜନ୍ମ | ୧୨୦୫ |
ଜନ୍ମସ୍ଥାନ | ଦିଲ୍ଲୀ |
ମୃତ୍ୟୁ | ୧୩ ଅକ୍ଟୋବର, ୧୨୪୦ |
ମୃତ୍ୟୁସ୍ଥାନ | କୈଥଳ , ଦିଲ୍ଲୀ - ହରିୟାଣା |
Buried | ମୋହଲ୍ଲା ବୁଲବୁଲୀ ଖାନ, ତୁର୍କମାନ ଗେଟ୍, ଦିଲ୍ଲୀ |
ପୂର୍ବାଧିକାରୀ | ରୂକୁନୁ୍ଦ୍ଦୀନ ଫିରୋଜଶାହା |
ଉତ୍ତରାଧିକାରୀ | ମୁଈଜୁ୍ଦ୍ଦୀନ ବହରାମଶାହା |
Consort to | ରଖତିଆର ଉଦ୍ ଦିନ ମିରଜା ଆଲତୁନିଆ |
Offspring | ଜୁବୃଦିନ ମିର୍ଜା ରଶିଲ (୧୨୩୭-୧୨୩୮)_ପୋଷ୍ୟ ପୁତ୍ର |
ରାଜବଂଶ | ଗୁଲାମ ବଂଶ (ଦିଲ୍ଲୀ) |
ପିତା | ସସ୍ମ-ଉଦ-ଦିନ ଇଲତୁତମିଶ |
ମାତା | କୁତୁବ ବେଗମ |
ଧର୍ମ | ଇସ୍ଲାମୀ |
ରଜିୟା ଅଲ-ଦିନ (୧୨୦୫-୧୨୪୦) (ଫରାସୀ / ଉର୍ଦ୍ଧୁ : رضیہ سلطانہ) , ପ୍ରକୃତ ନାମ "ଜଲାଁଲାତ ଉଦ-ଦିନ ରଜିୟାଁ" (ଫରାସୀ / ଉର୍ଦ୍ଧୁ :جلالۃ الدین رضیہ), ଇତିହାସରେ ଯେପରି ସମାନ୍ୟତଃ ରଜିୟା ସୁଲତାନ କିମ୍ବା ରଜିୟା ସୁଲତାନା ନାମରେ ଜଣାଯାଉଥିଲା । ସେ ଦିଲ୍ଲୀ ସଲତନତର ସୁଲତାନ ଥିଲେ । ରଜିୟା ୧୨୩୬ ରୁ ୧୨୪୦ ପର୍ଯ୍ୟନ୍ତ ଦିଲ୍ଲୀ ସଲତନତରେ ଶାସନ କରିଥିଲେ । ସେ ଇଲତୁତମିଶଙ୍କ ପୁତ୍ରୀ ଥିଲେ । ତୁର୍କୀ ମୂଳର ରଜିୟାଙ୍କୁ ଅନ୍ୟ ମୁସଲିମ ରାଜକୁମାରୀଙ୍କ ପରି ସେନାଙ୍କର ନେତୃତ୍ବ ତଥା ପ୍ରଶାସନର କାର୍ଯ୍ୟରେ ଅଭ୍ୟାସ କରାଯାଇଥିଲା , ଯାହାଫଳରେ କି ଦରକାର ପଡିଲେ ତାହାର ବ୍ୟବହାର କରାଯାଇପାରେ ।[୩] ରଜିୟା ସୁଲତାନ ମୁସଲିମ ଏବଂ ତୁର୍କୀ ଇତିହାସର ପ୍ରଥମ ମହିଳା ଶାସକ ଥିଲେ ।
ରଜିୟା ସୁଲତାନଙ୍କ ଜୀବନୀ
ରଜିୟା ସୁଲତାନ / Razia Sultan ଭାରତର ପ୍ରଥମ ଶାସିକା ଥିଲେ । ସେ ପାଖା-ପାଖି ୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ସ୍ଲତନତକୁ ସମ୍ଭାଳି ଥିଲେ । ତାଙ୍କର ପୁରା କାର୍ଯ୍ୟକାଳ ସଂଘର୍ଷରେ ବିତିଥିଲା । ରଜିୟା ଗୁଲାମ ବଂଶର ସୁଲତାନ "ଇଲତୁତମିଶ"ଙ୍କ ପୁତ୍ରୀ ଥିଲେ । ଯେଉଁ ସମୟରେ ରଜିୟା ଗାଦ୍ଦୀରେ ବସିିଲେ , ତାଙ୍କର ଚତୁର୍ପାଶ୍ୱରେ ଘୋର ସଂକଟର ଛାୟା ଘେରିଥିଲା । ଦିଲ୍ଲୀ ସଲ୍ଲନତର ଅମୀର ଏବଂ ଦରବାରୀ ନିଜ ଉପରେ ଏକ ସ୍ତ୍ରୀର ଶାସନକୁ ସହ୍ୟ କରିପାରୁନଥିଲେ । ସେଥିପାଇଁ ସେମାନେ ଲଗାତାର ରଜିୟାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଥିଲେ । ରଜିୟା ଜଣେ ସାହସୀ , ବ୍ୟବହାର କୁଶଳୀ ଏବଂ ଦୂରଦର୍ଶୀ ମହିଳା ଥିଲେ । ସେଥିପାଇଁ ସେ ଧୀରେ-ଧୀରେ ସରଦାର ମାନଙ୍କୁ ନିଜ ଆଡକୁ ମିଳାଇବାକୁ ଆରମ୍ଭ କରିଥିଲେ । ପ୍ରସିଦ୍ଧ ଇତିହାସକାର "ମିନ୍ହାଜ-ଉସ-ମିରାଜ" ଲେଖିଥିଲେ କି , "ରଜିୟା ଜଣେ ମହଣ ଶାସକ , କୁଶାଗ୍ର ବୁଦ୍ଧି , ନ୍ୟାୟପ୍ରିୟ , ହିତକାରୀ , ବିଦ୍ୱାନ ମାନଙ୍କ ଆଶ୍ରୟଦାତା , ପ୍ରଜାଙ୍କର କଲ୍ୟାଣକାରୀ ଏବଂ ସାମରିକ ଗୁଣଧାରୀ ସ୍ତ୍ରୀ ଶାସକ ଅଟନ୍ତି ।" ଗାଦ୍ଦୀରେ ବସିବା ପରେ ରଜିୟା ନିଜ ମୁଖ ପର୍ଦା କାଢି ଫୋପାଡ଼ି ଦେଇଥିଲେ ଏବଂ ପୁରୁଷ ମାନଙ୍କ ପରି ବସ୍ତ୍ର ଏବଂ ଚୋଗା ଧାରଣ କରିଥିଲେ । ସେ ବହୁ ପ୍ରଭାବଶାଳୀ ଢଙ୍ଗରେ ନିଜ ଦରବାର ଚଳାଉଥିଲେ । ପଞ୍ଜାବ , ବଙ୍ଗଳା , ବିହାର ସହିତ ଦେଶର ଅଧିକାଂଶ ଭାଗରେ ତାଙ୍କ ଅଧିକାରକୁ ଚାଲିଆସିଥିଲା । ଦିଲ୍ଲୀରେ ଗୁରୁଦ୍ଦିନଙ୍କ ବିଦ୍ରୋହକୁ ଯେତେବେଳେ ତାଙ୍କ ସେନା ଦବେଇ ଦେଇଥିଲେ , ସେତେବେଳେ ଭୟଭୀତ ହୋଇ ବହୁ ବିରୋଧୀ ତାଙ୍କ ଆଡକୁ ଚାଲି ଆସିଥିଲେ । ରଜିୟାଙ୍କ ପତନର ଦୁଇ ପ୍ରମୁଖ କାରଣ ଜଣାଯାଏ । ପ୍ରଥମ , ସେ ଜଣେ ମହିଳା ହେବା ଏବଂ ଦ୍ବିତୀୟ , ଏକ ଏବୀସୀନିୟା ନିବାସୀ ଦାସ "ଜଲାଲୁୁଦ୍ଦିନ ୟାକୁତ"ଙ୍କ ପ୍ରତି ତାଙ୍କର ଅତ୍ୟଧିକ ନିକଟତା । ଏହି କଥାକୁ ନେଇ ଇନ୍ୱବତୂତା ଏବଂ ଫରିସ୍ତା ପରି ଇତିହାସକାର ସେଥିରେ ମର୍ଯ୍ୟାଦା ଭଙ୍ଗ କରିବାର ଆରୋପ ଲଗାଇଥିଲେ । ୟାକୁତ ଉପରେ ରଜିୟାଙ୍କ ବିଶେଷ କୃପା ଦୃଷ୍ଟି ଥିଲା । ଏହା ଫଳରେ ତୁର୍କୀ ସର୍ଦାର ଦୁହିଁଙ୍କୁ ଘୃଣାରେ ଦେଖିବାକୁ ଲାଗିଲେ ଏବଂ ଅବସର ପାଇବା ପରେ ସେମାନେ ଲୋକମାନଙ୍କୁ ଭଡକାଇ ବିଦ୍ରୋହ କରିଥିଲେ । ସବୁଠାରୁ ପ୍ରଥମେ ଲାହୋର , ପରେ ଭଟିଣ୍ଡାରେ ବିଦ୍ରୋହ ହୋଇଥିଲା । ରଜିୟା ଲାହୋରର ବିଦ୍ରୋହକୁ ସଫଳ ପୂର୍ବକ ଦବାଇଦେଇଥିଲେ । କିନ୍ତୁ ଯେତେବେଳେ ଭଟିଣ୍ଡାର ପ୍ରଶାସନ ଅଲ୍ତୁନିୟା ସହ ଯୁଦ୍ଧ କରି ଦିଲ୍ଲୀ ଫେରୁଥିଲେ , ସେତେବେଳେ ୧୪ ଅକ୍ଟୋବର ୧୨୪୦ ମାର୍ଗରେ ତାଙ୍କର ହତ୍ୟା କରିଦିଆ ଗଲା । ଏକ ସ୍ତ୍ରୀ ହୋଇ ମଧ୍ୟ ରଜିୟା ଯେଉଁ ନିଡରତା ସହ ସଂକଟରେ ସାମ୍ନା କରିଥିଲେ , ସେହି କାରଣରୁ ହିଁ ସମସ୍ତ ଆଧୁନିକ ଇତିହାସକାର ତାଙ୍କର ପ୍ରଶଂସା କରୁଥିଲେ । ଜଣେ ଇତିହାସକାର ଏହା ମଧ୍ୟ ଲେଖିଛନ୍ତି କି , "ସେ ସ୍ତ୍ରୀ ହୋଇକରି ମଧ୍ୟ ପୁରୁଷର ମସ୍ତିଷ୍କ ରଖିଥିଲେ ଏବଂ ୨୦ ପୁତ୍ରରୁ ମଧ୍ୟ ବଢିକରି ଥିଲେ" । ଏଠାରେ ଏହିପରି ଏକ ଦିଲେର ଏବଂ ମହାନ ମହିଳାଙ୍କ ସତ୍ୟ କାହାଣୀ ଅଛି ଯିଏ ନିଜ ହକ୍ ପାଇଁ ଅନବରତ ଲଢ଼ିଥିଲେ । ଏହି ଜଂଗ କେବଳ ରିସାୟତ କୁ ନେଇକରି ମଇଦାନରେ ଲଢେ଼ଇ କରାଯାଉଥିବା ଯୁଦ୍ଧ ନଥିଲା , ଏହି ଜଂଗ ବନ୍ଧନ ଏବଂ ନିଜ ଅଧିକାରର ମଧ୍ୟ ଥିଲା । ଆଜାଦୀର ବହୁ ସମୟ ପୂର୍ବେ ଅଖଣ୍ଡ ଭାରତରେ ଏହିପରି ଏକ ମୁସଲିମ ସମ୍ରାଜ୍ଞୀ ଜନ୍ମ ନେଇଥିଲେ ଯେପରି ହିନ୍ଦୁସ୍ଥାନର ପ୍ରଥମ ମହିଳା ଶାସକ ହେବାର ଗୌରବ ଥିଲା , ସେ ଥିଲେ "ସଲତନତ-ଏ-ହିନ୍ଦ ରଜିୟା ସୁଲତାନ" ।
ପ୍ରାଚୀନ ଯୁଗର ମହାନ ସୁଲତାନ
୧୨୩୬ - ୧୨୪୦ ଭିତରେ ରଜିୟା ସୁଲତାନ ହିନ୍ଦୁସ୍ତାନରେ ଦିଲ୍ଲୀର ତଖ୍ତର ତାଜ ଥିଲେ । ଏହି ୪ ବର୍ଷ ଭିତରେ ସେ ନିଜ ବିରତା ଏବଂ ବଲ ଦ୍ବାରା ଇତିହାସରେ ନିଜ ଉଚ୍ଚ ସ୍ଥାନ ଅଙ୍କିତ କରିଥିଲେ । ଜଣେ ମହିଳା ହୋଇ ସୁଲତାନ ହେବା ସେଥିପାଇଁ ମଧ୍ୟ ବହୁ ଜରୁରୀ ଅଟେ କି ସେ ହିନ୍ଦୁସ୍ଥାନର ପ୍ରଥମ ଏବଂ ଶେଷ ମହିଳା ସୁଲତାନ ଥିଲେ । ମହିଳା ହେବ କାରଣରୁ ହିଁ ସୁଲତାନ ସ୍ଥାନରେ ତାଙ୍କୁ ସୁଲତାନା ଡକା ଯାଉଥିଲା । କିନ୍ତୁ ଏହି ସୁଲତାନା କୌଣସି ପ୍ରକାରେ ହିନ୍ଦୁସ୍ଥାନର ସୁଲତାନ ମାନଙ୍କ ମଧ୍ୟରେ କାମ ନଥିଲେ । ରଜିୟା ନ କେବଳ ମୁଗଲ ଶାସନ ବ୍ୟତୀତ କୌଣସି ପ୍ରକାର ବ୍ୟବସ୍ଥାରେ ହିନ୍ଦୁସ୍ଥାନ ଉପରେ ଶାସନ କରୁଥିବା ଏକ ମାତ୍ର ମହିଳା ଥିଲେ । ହେଲାକି ଇତିହାସର ପୃଷ୍ଠାରେ କିଛି ଏହି ପ୍ରକାର ମହିଳା ମାନଙ୍କ ଉଦ୍ଦେଶ୍ୟରେ ମିଳିଥାଏ ଯେଉଁମାନେ ନିଜ ରିୟାସତର ଗାଦ୍ଦୀକୁ ସମ୍ଭାଳିଥିଲେ । କିନ୍ତୁ ପୁରୁଷ ପ୍ରଧାନ ସମାଜ ଏବଂ ଇତିହାସର କଲମକାର ମାନେ ସେମାନଙ୍କ ନାମ କୌଣସି ସ୍ଥାନରେ ଲୁଚାଇଦେଲେ , କିମ୍ବା ସେମାନଙ୍କୁ କୌଣସି ରାଜ କିମ୍ବା ସୁଲତାନଙ୍କ ପତ୍ନୀ ରୂପେ ଦେଖାଯାଇଥିଲା । କିନ୍ତୁ ରାଜିୟା ସୁଲତାନା ନିଜ ସାହସ ଏବଂ ଶକ୍ତି ବଳରେ ଏହି ଉପାଧି କମେଇଥିଲେ , "ସୁଲତାନା"ଙ୍କ ଉପାଧି ।
ଧର୍ମ ଏବଂ ଶାସନ ପ୍ରତି ରଜିୟାଙ୍କ ଭାବନା
ରଜିୟା ସୁଲତାନା ଜଣେ ସାଧନ ସମ୍ପନ୍ନ ସମ୍ରାଟ ଥିଲେ । ସେ ନିଜ ଦେଶ ପାଇଁ ଶ୍ରେଷ୍ଠ ନିୟମ ଏବଂ ବିନିୟମର ନିର୍ମାଣ କରିଥିଲେ । ତାଙ୍କର ଇଚ୍ଛା ଏକ ଲୋକ କଲ୍ୟାଣକାରୀ ରାଜ୍ୟ ସ୍ଥାପିତ କରିବାର ଥିଲା । ପିତାଙ୍କ ଶାସନ କାଳ ଅବସ୍ଥାରେ ଏବଂ ନିଜ ଶାସନର ୪ ବର୍ଷ ମଧ୍ୟରେ ସେ କୂଅ , ସଡକ , ପୁସ୍ତକାଳୟ , ଅନୁସନ୍ଧାନ କେନ୍ଦ୍ର ଏବଂ ବିଦ୍ୟାଳୟର ନିର୍ମାଣ କରାଇଥିଲେ । ସେ ବ୍ୟାପାର ବଢାଇବା ପାଇଁ ଯାତାୟାତର ସାଧନକୁ ବଢାଇବା ପାଇଁ ମାର୍ଗରେ ନିର୍ମାଣର ବିକାଶ କରିଥିଲେ । କଳା ଏବଂ ସଂସ୍କୃତି ପାଇଁ ମଧ୍ୟ ସେ ବହୁ ପ୍ରୟତ୍ନ କରିଥିଲେ । ସେ ସମୟ ସମୟରେ ପ୍ରତିଭାମାନ କଳାକାର , ସଙ୍ଗୀତକାର ଏବଂ କବି ମାନଙ୍କର ସସକୀୟ ସମ୍ମାନ କରିଥିଲେ ।
ରଜିୟା ସୁଲତାନ କେବଳ ମୁସଲିମ ଧର୍ମ ପ୍ରତି ଅଧିକ ଭାବୁକ ନଥିଲେ । ଏକ କୁଶଳ ଶାସକ ପରି ତାଙ୍କୁ ସମସ୍ତ ଧର୍ମରେ ବିଶ୍ୱାସ ଥିଲା ଏବଂ ସେ ସମସ୍ତ ଧର୍ମକୁ ମାନୁଥିଲେ । କୁହାଯାଏ କି , ହିନ୍ଦୁଧର୍ମ ପ୍ରତି ତାଙ୍କର ଅଧିକ ଆସ୍ଥା ମୁସଲିମ ବିଦ୍ୱାନ ମାନଙ୍କ ମନରେ ତାଙ୍କ ପ୍ରତି ଅଧିକ ରାଗ ଜନ୍ମାଇ ଥିଲା । ରଜିୟା ସୁଲତାନ ବହୁ ଭାଷାରେ କୋରାନର ଅନୁବାଦ କରାଇଥିଲେ , ଏହା ବ୍ୟତୀତ ବହୁ ସମୁଦାୟିକ ପୁସ୍ତକାଳୟର ନିର୍ମାଣ କରିଥିଲେ । ଏହାଛଡା ଦର୍ଶନ , ବିଜ୍ଞାନ , ସାହିତ୍ୟ ଏବଂ ଖଗୋଳ ବିଜ୍ଞାନର କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ସେ ଅନେକ ''ହିନ୍ଦୁ ଦର୍ଶନଗ୍ରନ୍ଥ''ର ଅଧ୍ୟୟନ କରିଥିଲେ ଏବଂ ଶୈକ୍ଷଣିକ ସଂସ୍ଥାନର ସମସ୍ତ ଧର୍ମର ଗ୍ରନ୍ଥ ଏବଂ ଉପଦେଶକୁ ସାମିଲ କରିଥିଲେ । ସେ ଜଣେ ଧର୍ମ-ନିରପେକ୍ଷ ଶାସକ ଥିଲେ ।
ଶାସନ କ୍ଷେତ୍ରରେ ଭୂମିକା
ରଜିୟାଙ୍କ ପିତା "ସାସ୍ମ-ଉଦ-ଦିନ-ଇଲ୍ତୁତମିଶ"ଙ୍କ ମୃତ୍ୟୁ (୧୨ ଏପ୍ରିଲ , ୧୨୩୬) ପରେ , ରଜିୟାଙ୍କୁ ଦିଲ୍ଲୀର ସୁଲତାନ ରୂପେ ଘୋଷଣା କରାଯାଇଥିଲା । ଇଲ୍ତୁତମିଶ , ଏପରି ଜଣେ ଶାସକ ଥିଲେ ଯିଏ ନିଜ ପରେ କୌଣସି ଜଣେ ମହିଳା ସନ୍ତାନଙ୍କୁ ଉତ୍ତରାଧିକାରୀ ରୂପେ ନିଯୁକ୍ତ କରିଥିଲେ । (ସ୍ତ୍ରୋତୋ ଅନୁସାରେ , ପ୍ରଥମେ ତାଙ୍କ ବଡ ପୁତ୍ରଙ୍କୁ ଉତ୍ତରାଧିକାରୀ ରୂପେ ତୟାରୀ କରାଯାଇଥିଲା । ପରନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କର ଅଳ୍ପ ଆୟୁରେ ମୃତ୍ୟୁ ହୋଇଯାଇଥିଲା) । କିନ୍ତୁ ମୁସଲିମ ବର୍ଗକୁ 'ଇଲ୍ତୁତମିଶ'ଙ୍କର କୌଣସି ମହିଳାଙ୍କୁ ସନ୍ତାନଙ୍କୁ ଉତ୍ତରାଧିକାରୀ ରୂପେ ଗ୍ରହଣ କରିବା ମଞ୍ଜୁର ନଥିଲା । ସେଥିପାଇଁ ତାଙ୍କ ମୃତ୍ୟୁ ପରେ ସାନ ପୁତ୍ର "ରକନୁଦ୍ଦୀନ ଫିରୋଜ ଶାହା"ଙ୍କୁ ରାଜ ସିହାଂସନରେ ବସାଇ ଦିଆଯାଇଥିଲା ।
ଆଧାର
- ↑ अ फ़ॉर्गॉट्टन टॉम्ब, द हिन्दू, ९ अगस्त, २०१३। अभिगमन तिथि: ३ मार्च, २०१५
- ↑ देल्हीइन्फ़ॉर्मेशन.इन ରଜିୟା ସୁଲତାନ୍ସ ଟାଂମ୍ବ । ଅଭିଗମନ ତିଥି : ୩ ମାର୍ଚ୍ଚ , ୨୦୧୫
- ↑ ग्लोरिया स्टीनिम (परिचय), हर स्टोरी: वुमेन हू चेन्ज्ड द वर्ल्ड, eds. डेबोरह जी. ओह्र्न एण्ड रुथ ऐश्बाय, वाइकिंग, (१९९५) पृ०. 34-36. ISBN 978-0sex670854349