"ଧଉଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (2) using AWB
No edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Dhauli}}
{{ଛୋଟ|Dhauli}}
[[ଫାଇଲ:Dhauli Peace Pagoda.jpg|thumb|250px|right|ଧଉଳି ଶାନ୍ତି ସ୍ତୁପ]]
[[ଫାଇଲ:Dhauli Peace Pagoda.jpg|thumb|250px|right|ଧଉଳି ଶାନ୍ତି ସ୍ତୁପ]]
'''ଧଉଳି''' ପାହାଡ଼ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ''[[ଭୁବନେଶ୍ୱର]]'' ଠାରୁ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ [[ଓଡ଼ିଆ ଭାଷା]]ରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା
'''ଧଉଳି''' [[ଓଡ଼ିଶା]]ରେ ଥିବା ଏକ [[ବୌଦ୍ଧ ବାଦ|ବୌଦ୍ଧ]] ବିହାର ଓ ସ୍ତୁପ । ଏହା [[ଦୟା ନଦୀ]] କୂଳରେ [[ଧଉଳି ପାହାଡ଼]] ଉପରେ ରହିଛି । ଏହି ପାହାଡର ପଥର ଉପରେ [[ବ୍ରାହ୍ମୀ]]ରେ ଅଶୋକଙ୍କ ଶିଳାଲେଖ ଅଛି । ଏଠାରେ [[କଳିଙ୍ଗ ଯୁଦ୍ଧ]] ହୋଇଥିଲା ବୋଲି ଐତିହାସିକମାନେ ମତ ଦେଇଥାନ୍ତି

== ଅବସ୍ଥିତି ==
ଧଉଳି [[ଭୁବନେଶ୍ୱର]] ଠାରୁ ୮ କିମି ଦୁରରେ ରହିଛି ।


== ଇତିହାସ ==
== ଇତିହାସ ==

୧୦:୩୩, ୧୫ ନଭେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଧଉଳି ଶାନ୍ତି ସ୍ତୁପ

ଧଉଳି ଓଡ଼ିଶାରେ ଥିବା ଏକ ବୌଦ୍ଧ ବିହାର ଓ ସ୍ତୁପ । ଏହା ଦୟା ନଦୀ କୂଳରେ ଧଉଳି ପାହାଡ଼ ଉପରେ ରହିଛି । ଏହି ପାହାଡର ପଥର ଉପରେ ବ୍ରାହ୍ମୀରେ ଅଶୋକଙ୍କ ଶିଳାଲେଖ ଅଛି । ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ବୋଲି ଐତିହାସିକମାନେ ମତ ଦେଇଥାନ୍ତି ।

ଅବସ୍ଥିତି

ଧଉଳି ଭୁବନେଶ୍ୱର ଠାରୁ ୮ କିମି ଦୁରରେ ରହିଛି ।

ଇତିହାସ

ଏଠାରେ ଥିବା ୬କ ଶିଳାଲେଖରେ ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବୌଦ୍ଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ସବୁ ଗବେଷକମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି । [୧] । ସେ ବୌଦ୍ଧ ଧର୍ମରେ ନିଜକୁ ବଦଳାଇବା ପରେ ଅନେକ ବୌଦ୍ଧ ସ୍ତୁପ, ସ୍ତମ୍ଭ ଗଢ଼ାଇଥିଲେ [୨] । ସାଧାରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଥିଲା, ଯାହା ଗବେଷକମାନଙ୍କ ପାଇଁ ଏକ ବିଶେଷ ଜାଗା ।

ଶାନ୍ତି ସ୍ତୁପ, ଧଉଳିଗିରି

ଏକଦା ଧଉଳି ପାହାଡ଼ ସୁରଭିଗିରି ନାମରେ ଐତିହାସିକ ସ୍ଵାକ୍ଷର ବହନ କରିଥିଲା । ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା । ଅଶୋକଙ୍କ ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡରେ ପ୍ରିୟଦର୍ଶୀ ରାଜତ୍ଵର ମୂକସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତୀକୁ ମହାଭାରତ ସମୟର ଅଶ୍ଵତ୍ଥାମା ହସ୍ତୀ ନାମରେ ଓ ପାହାଡ଼ଟି କୁ ଅଶ୍ଵତ୍ଥାମା ପାହାଡ଼ ନାମରେ ନାମିତ କରାଯାଇଛି । ଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା କୁନ୍ତୀଙ୍କ ସହ ପଞ୍ଚୁପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୁହ କୁ ପଞ୍ଚୁପାଣ୍ଡବ ଗୁମ୍ଫା ନାମରେ ନାମିତ କରାଯାଇଛି ।

ବୁଦ୍ଧ ମୁର୍ତ୍ତି, ଶାନ୍ତି ସ୍ତୁପ, ଧଉଳିଗିରି

ଓଡ଼ିଶାରେ ଥିବା ଅନ୍ୟ ବୌଦ୍ଧ କୀର୍ତ୍ତି

  1. ବୌଦ୍ଧ ଜିଲ୍ଲାରେ ଅନେକ ଜାଗାରେ ବୌଦ୍ଧ କୀର୍ତ୍ତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାମରୁ ବୌଦ୍ଧ/ବଉଦ ଏହି ଜିଲ୍ଲା ର ନାମ ଦିଆଯାଇଛି ।
  2. ଖଣ୍ଡଗିରି, ଭୁବନେଶ୍ୱର
  3. ଉଦୟଗିରି, ଭୁବନେଶ୍ୱର
  4. ରତ୍ନଗିରି, ଯାଜପୁର
  5. ଲଳିତଗିରି, ଯାଜପୁର
  6. ଜଉଗଡ଼, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ

ବୌଦ୍ଧ ଧର୍ମ ଶ୍ରେଣୀବିଭାଗ

  • ଥେରବାଦ
  • ମହାଯାନ
  • ବଜ୍ରଯାନ
  • ସହଜଯାନ

ଟୀକା

ବାହାର ଲିଙ୍କ