"ଗରୁଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
ଟିକେ Santosh.mbahrm ପୃଷ୍ଠାଟିକୁ ବ୍ୟବହାରକାରୀ:Santosh.mbahrm/sandboxରୁ ଗରୁଡକୁ ଘୁଞ୍ଚାଇଲେ: ଲେଖାଟି ପ୍ରସ୍ତୁତ
ଟିକେ Nistha.aslp ପୃଷ୍ଠାଟିକୁ ଗରୁଡରୁ ଗରୁଡ଼କୁ ଘୁଞ୍ଚାଇଲେ: ସଠିକ ବନାନ
(କିଛି ବଦଳିନାହିଁ)

୧୮:୧୭, ୫ ସେପ୍ଟେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଗରୁଡ

ଗରୁଡ ଗୋଟିଏ ପକ୍ଷୀ ଜାତିୟା ପ୍ରାଣୀ । ହିନ୍ଦୁ ଓ ବୌଦ୍ଧ ଧର୍ମଗ୍ରନ୍ଥ ରେ ଗରୁଡ ବିଷୟରେ ଅନେକ କିଛି ଲେଖା ଥିବାର ଜଣାପଡେ । ହିନ୍ଦୁ ଧର୍ମ ଅନୁଯାୟୀ, ଗରୁଡ ବିଷ୍ଣୁଙ୍କ ବାହାନ ରୂପେ ଜଣାଶୁଣା । ହିନ୍ଦୁ ଶାସ୍ତ୍ରରେ ଗରୂଡକୁ ବିଷ୍ଣୁଙ୍କ ବାହନ ଓ ଦେବତା ରୂପେ ପୂଜା କରାଯାଏ । ଗରୁଡ ସର୍ପଜାତୀୟ ପ୍ରାଣୀ ତଥା ନାଗସାପ ଜାତୀୟ ପ୍ରାଣୀର ଗୋଟିଏ ପରମ ଶତୃ ଭବେ ପରିଚିତ। ଗରୁଡ ବିଭିନ୍ନ ନାମରେ ଜଣାଶୁଣା ଯଥା:- ଚିରାଗ, ଗଗନେଶ୍ଵର, କାମାୟୁଷ, କାଶ୍ୟପି,ଖଗେଶ୍ଵର, ସୁଧାହରା, ତାରକ୍ଷ ଇତ୍ୟାଦି । ଯଦିଓ ଆଜିର ଯୁଗରେ ବିରଳପ୍ରାୟ ଏହି ପ୍ରାଣୀ ଦେଖିବାକୁ ମିଳେନାହିଁ ତଥାପି ଅନେକାଂଶ ସ୍ଥାନରେ ଛଞ୍ଚଣ ଓ ଅମରପକ୍ଷୀ କୁ ଗରୂଡ ଜାତୀୟ ପ୍ରାଣୀ ବୋଲି ପ୍ରସ୍ତୁତ କରାଯାଇଥାଏ । ହିନ୍ଦୁଧର୍ମ ଗ୍ରନ୍ଥ ଓ ପୁରାଣ ଇତ୍ୟଦିରେ ଗରୁଡକୁ ଏକ୍ ଭିନ୍ନ ଜାତୀୟ ମନୁଷ୍ୟ ଓ ପକ୍ଷୀର ଏକ ମିଶ୍ରଣ ପ୍ରାଣୀ ଭାବରେ ଚିତ୍ରଣ କରାଯାଇଛି । ଗରୁଡର କର୍ମ ଓ ଚରିତ୍ରକୁ ହିନ୍ଦୁ ଓ ବୌଦ୍ଧ ଧର୍ମ ଗ୍ରନ୍ଥରେ ଆତି ନିଖୁଣ ଭାବେ ବର୍ଣନା କରାଯାଇଛି । ହିନ୍ଦୁ ଧର୍ମଗ୍ରନ୍ଥ ମହାଭାରତରେ ଗରୁଡର ଜନ୍ମ ଓ କର୍ମ ବିଷୟରେ ସବିଶେଷ ବ୍ୟାଖ୍ୟା କରାଯାଇଛି । ଉକ୍ତ ଗ୍ରନ୍ଥରେ ଥିବା ବର୍ଣନା ଅନୁଯାୟି କାଶ୍ୟପ ୠଷିଙ୍କୁ ଗରୁଡଙ୍କ ପିତା ଭାବେ ବର୍ଣନା କରାଯାଇଛି । ପ୍ରଜାପତି ଦକ୍ଷଙ୍କ ଦୁଇ କନ୍ୟା ବିନତା ଏବଂ କଦରୁଙ୍କୁ ସେ ବିବାହ କରିଥିଲେ ।