"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ http://reftag.appspot.com ବ୍ୟବହାର କରି http://books.google.com ରୁ ନିଆଯାଇଥିବା ଆଧାର ସଜଡ଼ାଗଲା |
ଟିକେ Wikipedia python library |
||
୩୮ କ ଧାଡ଼ି: | ୩୮ କ ଧାଡ଼ି: | ||
== କର୍ମଜୀବନ == |
== କର୍ମଜୀବନ == |
||
'''ସିକନ୍ଦର ଆଲାମ''', ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ [[ଆକାଶବାଣୀ କଟକ|ଆକାଶବାଣୀ କଟକରେ]] ଗୀତ ଗାଇବା ଆରମ୍ଭ କରିଥିଲେ ।<ref>http://www.hindu.com/2010/08/10/stories/2010081054490200.htm</ref> ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।<ref>http://profile.odiamusic.com/sikandaralam/</ref> ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର [[ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର)|ଲକ୍ଷ୍ମୀରେ]] ସଂଗୀତ ସୁଧାକର[[ବାଳକୃଷ୍ଣ ଦାସ]]ଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]କୁ ପ୍ରବେଶ କରିଥିଲେ।<ref>http://cinemasagar.com/blog/75-milestomes-in-odia-film/</ref> ଏହି ଚଳଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତୀ ସମୟରେ ସେ ବହୁ [[ |
'''ସିକନ୍ଦର ଆଲାମ''', ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ [[ଆକାଶବାଣୀ କଟକ|ଆକାଶବାଣୀ କଟକରେ]] ଗୀତ ଗାଇବା ଆରମ୍ଭ କରିଥିଲେ ।<ref>http://www.hindu.com/2010/08/10/stories/2010081054490200.htm</ref> ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।<ref>http://profile.odiamusic.com/sikandaralam/</ref> ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର [[ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର)|ଲକ୍ଷ୍ମୀରେ]] ସଂଗୀତ ସୁଧାକର[[ବାଳକୃଷ୍ଣ ଦାସ]]ଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]କୁ ପ୍ରବେଶ କରିଥିଲେ।<ref>http://cinemasagar.com/blog/75-milestomes-in-odia-film/</ref> ଏହି ଚଳଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତୀ ସମୟରେ ସେ ବହୁ [[ଓଡ଼ିଆ]] ଚଳଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ [[ଅମଡ଼ା ବାଟ]], [[ଅଦିନ ମେଘ]],[[ମାଣିକ ଯୋଡ଼ି]], [[ମମତା (୧୯୭୫ର ସିନେମା)|ମମତା]], [[ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର)|ସୂର୍ଯ୍ୟମୁଖୀ]], [[ପୂଜା (୧୯୮୧ର ଓଡ଼ିଆ ଚଳଚ୍ଚିତ୍ର)|ପୂଜା]] ପ୍ରଭୃତି ଅନ୍ୟତମ ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref> ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା [[ନାଜିଆ ଆଲାମ]]ଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ । |
||
'''ସିକନ୍ଦର ଆଲାମ''', ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବି ମଧ୍ୟ ଅଳଙ୍କୃତ କରିଥିଲେ । <ref>http://www.hindu.com/2010/08/10/stories/2010081054490200.htm</ref> |
'''ସିକନ୍ଦର ଆଲାମ''', ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବି ମଧ୍ୟ ଅଳଙ୍କୃତ କରିଥିଲେ । <ref>http://www.hindu.com/2010/08/10/stories/2010081054490200.htm</ref> |
୧୧:୫୪, ୬ ମଇ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ସିକନ୍ଦର ଆଲାମ | |
---|---|
ଜନ୍ମ | ମହମ୍ମଦ ସିକନ୍ଦର ଆଲାମ ୨୭ ଜୁଲାଇ ୧୯୩୯ |
ମୃତ୍ୟୁ | ୮ ଅଗଷ୍ଟ ୨୦୧୦ | (ବୟସ ୭୧)
ଭୁବନେଶ୍ୱର | |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଆଧୁନିକ ଓଡ଼ିଶାର ସାଲବେଗ |
ଶିକ୍ଷା | ସଂଗୀତ ବିଶାରଦ |
ଶିକ୍ଷାନୁଷ୍ଠାନ | ଖ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଙ୍ଗୀତକାର |
ବୈବାହିକ-ସାଥୀ | ନାଇମା ଆଲାମ |
ସିକନ୍ଦର ଆଲାମ, ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ ।[୧][୨] ତାଙ୍କର ଜଗନ୍ନାଥ ଭଜନ ଓ ଜଣାଣ ପାଇଁ, ସେ ଓଡ଼ିଶାର ଘରେ ଘରେ ପରିଚିତ ।[୩] ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ ।
ବାଲ୍ୟ ଜୀବନ ଓ ଶିକ୍ଷା
ସିକନ୍ଦର ଆଲାମ, ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକର ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିୱାର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିଥିଲେ । ତା ପରେ ନିଜ ପିତା ଓ ବଡ଼ ଭାଇଙ୍କ ଠାରୁ ପ୍ରେରଣା ପାଇ[୪] ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ଵର ସହ ସଂଗୀତ ବିଶାରଦ ହାସଲ କରିଥିଲେ । [୫]
ପରିବାର
ସିକନ୍ଦର ଆଲାମ ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ ନାଇମା ଆଲାମ ମଧ୍ୟ ଜଣେ ସୁଗାୟିକା ତଥା ଆକାଶବାଣୀ ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ୟରୁ ବଡ଼ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଆଲାମ ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ।[୬]
କର୍ମଜୀବନ
ସିକନ୍ଦର ଆଲାମ, ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ ।[୭] ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।[୮] ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର ଲକ୍ଷ୍ମୀରେ ସଂଗୀତ ସୁଧାକରବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର ଜଗତକୁ ପ୍ରବେଶ କରିଥିଲେ।[୯] ଏହି ଚଳଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ ଅମଡ଼ା ବାଟ, ଅଦିନ ମେଘ,ମାଣିକ ଯୋଡ଼ି, ମମତା, ସୂର୍ଯ୍ୟମୁଖୀ, ପୂଜା ପ୍ରଭୃତି ଅନ୍ୟତମ ।[୧୦] ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା ନାଜିଆ ଆଲାମଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।
ସିକନ୍ଦର ଆଲାମ, ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବି ମଧ୍ୟ ଅଳଙ୍କୃତ କରିଥିଲେ । [୧୧]
୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।[୧୨]
ସମ୍ମାନ ଓ ପୁରସ୍କାର
ଜୀବନ ବ୍ୟାପି ସଂଗୀତ ସାଧନା ଓ କର୍ମଚଞ୍ଚଳତା ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ଆଣିଦେଇଛି ।
- ୧୯୬୯ - ଚିତ୍ରପୁରୀ ସମ୍ମାନ
- ୧୯୮୦ - ସୁର ସାଗର (ଶ୍ରୀକ୍ଷେତ୍ର କଳା ପ୍ରକାଶନୀ)
- ୧୯୮୧- ଧରିତ୍ରୀ ସମ୍ମାନ
- ୧୯୮୩- ଓଡ଼ିଶା ସୋସାଇଟି ଅଫ ଆମେରିକା
- ୧୯୯୧- ସନ୍ତୋକ ସିଂଗଃ ସମ୍ମାନ
- ୧୯୯୦ - ଓଡ଼ିଶା ରାଜ୍ୟ ଚଳଚିତ୍ର ସମ୍ମାନ
- ୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ)
- ୧୯୯୫ - ସାଲବେଗ ସମ୍ମାନ(ସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
- ୧୯୯୯- ଚିନ୍ତା ଓ ଚେତନା ସମ୍ମାନ
- ୨୦୦୦- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ
- ୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ ମ୍ୟୁଜିକ ସମ୍ମାନ
- ୨୦୦୦ - ସରସ୍ଵତୀ ସମ୍ମାନ( ବାଳକୃଷ୍ଣ ଦାସ ଫାଉଣ୍ଡେସନ)
- ୨୦୦୦- ଚଳଚିତ୍ର ସହସ୍ରବାଦୀ ସମ୍ମାନ
- ୨୦୦୧- ଆକାଶବାଣୀ ଅବସର ବିନୋଦନ କେନ୍ଦ୍ର ସମ୍ମାନ
- ୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ
- ୨୦୦୨- ନେହେରୁ ଯୁବ କେନ୍ଦ୍ର
- ୨୦୦୩- ସଂଗୀତଶ୍ରୀ (ପଶ୍ଚିମବଙ୍ଗ ସରକାର)
- ୨୦୦୩- ରାଜୀବ ଗାନ୍ଧୀ ସମ୍ମାନ
- ୨୦୦୪- ବାଣୀଚିତ୍ର ସମ୍ମାନ
- ୨୦୦୩ - ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ମାନ
- ୨୦୦୩ - 'କଳାକାର' ବୋଇତ ବନ୍ଦାଣ ସମ୍ମାନ
- ୨୦୦୩ - ଲାୟନସ କ୍ଳବ ସମ୍ମାନ
- ୨୦୦୫ - ଶାନ୍ତିଦେବୀ ପୁରସ୍କାର, ଭଦ୍ରକ[୧୩]
ଆଧାର
- ↑ Orissa reference: glimpses of Orissa. TechnoCAD Systems. 2001. Retrieved 26 March 2013.
- ↑ Indian Films. 1978. Retrieved 26 March 2013.
- ↑ Indian Literature. Sahitya Akademi. 2002. Retrieved 26 March 2013.
- ↑ http://orissacinema.com/interviews/sikandar_alam.html
- ↑ http://www.orissadiary.com/CurrentNews.asp?id=20439
- ↑ http://www.thehindu.com/arts/music/article540158.ece
- ↑ http://www.hindu.com/2010/08/10/stories/2010081054490200.htm
- ↑ http://profile.odiamusic.com/sikandaralam/
- ↑ http://cinemasagar.com/blog/75-milestomes-in-odia-film/
- ↑ http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html
- ↑ http://www.hindu.com/2010/08/10/stories/2010081054490200.htm
- ↑ http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html
- ↑ http://profile.odiamusic.com/sikandaralam/awards-title/