"ରଜନୀ ଭିସେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
Wikipedia python library
('ରଜନୀ ଭିସେ' ନାମକ ଏକ ନୂଆ ବିଷୟ ଲେଖାଗଲା)
 
ଟିକେ (Wikipedia python library)
'''ରଜନୀ ଭିସେ'''ଙ୍କ ଦ୍ଵାରା ଲିଖିତ ‘ଦି ଏନ୍ଥୁସିଏଜ୍ନ ଅଫ ଏ ନୋଭିସ’<ref> http://www.ias.ac.in/womeninscience/rajani.html#16 </ref> Rajani Bhisey.pdf – Adobe Reader , ବିଷୟଟି ତାଙ୍କର ଆତ୍ମଜୀବନୀର ଏକ କିୟଦଂଶ ଯାହା ଓଡିଆରେଓଡ଼ିଆରେ ଅନୁଦିତ ହୋଇଛି । <br />
ମୁଁ ଏଇଥି ପାଇଁ ଭାଗ୍ୟବତୀ ଥିଲି, ମୋ ପିତାମାତା ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ଓ ସେମାନଙ୍କର ଶିକ୍ଷା ପ୍ରତି ଆକର୍ଷଣ ଥିଲା । ଜେଲ ଦଣ୍ଡ ପରେ ମୋର ପିତା ଟେକ୍ସଟାଇଲ ରଙ୍ଗର ସିନ୍ଥେସିସ (synthesis of textile dyes) ପ୍ରତି ଆକର୍ଷିତ ହେଲେ ଯାହା ସେ ପର୍ଯ୍ୟନ୍ତ ବିଦେଶରୁ ଆମଦାନୀ ହେଉଥିଲା । ଆମ ଘରେ ଗୋଟିଏ ରସାୟନ ଟେବୁଲ ଥିଲା ଯେଉଁଥିରେ ବସି ବାପା କାମ କରୁଥିଲେ । ସେ ପିଲାମାନଙ୍କୁ ବିପଦ ବିହୀନ ଜୈବିକ ପଦାର୍ଥକୁ ଶୁଙ୍ଘିବାକୁ ଦେଉଥିଲେ ଓ ପିନୋଲଫଥାଳୀନରେ (phenolphthalein) ଆଲକାଲି ପକେଇ ରଙ୍ଗ ପରିବର୍ତ୍ତନ ଦେଖାଉଥିଲେ ଓ ସେମାନଙ୍କୁ ଆମୋଦିତ କରୁଥିଲେ । ଏହା ଥିଲା ମୋର [[ବିଜ୍ଞାନ]] ସହ ପ୍ରଥମ ଆମୋଦପୂର୍ଣ୍ଣ ପରିଚୟ । ହାଇ ସ୍କୁଲ ପରୀକ୍ଷାରେ ଭଲରେ ପାସ କରିବା ପରେ ଆପଟିଚ୍ୟୁଡ ଟେଷ୍ଟ ଫଳ ଦେଖି ମୋର ପିତା ମୋତେ ବିଜ୍ଞାନ ପଢେଇବାକୁ ଇଚ୍ଛା କରିଥିଲେ । ମୁଁ କିନ୍ତୁ ସ୍କୁଲରେ ସାହିତ୍ୟ ଓ ଆଲଜେବ୍ରା ପ୍ରତି ଆକର୍ଷିତ ହୋଇଥିଲି । ପିତାଙ୍କ ପାଖରେ ଥିବା ମାଇକ୍ରୋବ ହଣ୍ଟର (Microbe Hunters) ବହି ପଢି ମୁଁ ବି.ଏସ.ସି.ରେ ମାଇକ୍ରୋବାୟୋଲୋଜି ପଢିବାକୁ ସ୍ଥିର କଲି । ସେତେବେଳେ ବମ୍ବେ ୟୁନିଭରସିଟିରେ ମାଇକ୍ରୋବାୟୋଲୋଜୀରେ ସ୍ନାତକୋତ୍ତର ଶିକ୍ଷା ନ ଥିଲା । ଏଣୁ ମୁଁ ରିସର୍ଚ୍ଚ କରି ସେହି ଡିଗ୍ରୀ ହାସଲ କରିବାକୁ ସ୍ଥିର କଲି । </br>
କ୍ୟାନସର ରିସର୍ଚ୍ଚ ସେଣ୍ଟରରେ ଏମ.ଏସ.ସି. କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ ମୁଁ [[ଇଲେକଟ୍ରନ ମାଇକ୍ରୋସ୍କୋପି]] ଶିଖିଥିବାରୁ ମୋତେ ସେଠାରେ ଗବେଷଣା କରିବାକୁ ଅନୁମତି ମିଳିଲା । ସେହି ଅନୁଷ୍ଠାନରେ ଅତି ଉଚ୍ଚକୋଟୀର ବାତାବରଣ ଥିଲା ଓ ମୋତେ କିଛି ନୂଆ ଶିଖିବା ଅନୁଭୂତି ଆଣିଦେଲା । ସେଠାରେ ଆଉ ଜଣେ ଯୁବ ରିସର୍ଚ୍ଚ ପି.ଏଚ.ଡି. ଫେଲୋ ରାଜୁ ଭିଷେ ମୋର [[ବ୍ୟାଡମିଣ୍ଟନ]] ପାର୍ଟନର ଥିଲେ । ସେ ବ୍ୟାଡମିଣ୍ଟନ ନ ଜିତିଳେବି ମୋର ହୃଦୟ ଜିତିଲେ । </br>
୧,୭୦୩

ଗୋଟି ସମ୍ପାଦନା

ଦିଗବାରେଣି ମେନୁ