"ରମଣୀ ରଞ୍ଜନ ଜେନା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hellohappy (ଆଲୋଚନା | ଅବଦାନ) ରମଣୀ ରଞ୍ଜନ ଜେନା ଆରମ୍ଭ କରାଗଲା |
(କିଛି ବଦଳିନାହିଁ)
|
୧୩:୪୨, ୯ ଅପ୍ରେଲ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ରମଣୀ ରଞ୍ଜନ ଜେନା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ନୃତ୍ୟ ଗୁରୁ |
(s) | କମଳା କଳାପୀଠ,ତ୍ରିବେଣୀ କଳା ସଙ୍ଗମ |
ସନ୍ତାନ | ରଶ୍ମି ରଞ୍ଜନ ଜେନା(ପୁତ୍ର), ଇତିଶ୍ରୀ ଜେନା(ପୁତ୍ରବଧୂ) |
ପିତାମାତା(s) | ଘନଶ୍ୟାମ ଜେନା, ସାଧବାଣୀ ଜେନା[୧] |
ଗୁରୁ ରମଣୀ ରଞ୍ଜନ ଜେନା ଜଣେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏବଂ ନୃତ୍ୟ ଗୁରୁ । [୨]
ରମଣୀ ରଞ୍ଜନ, ୧୯୪୧ ମସିହା ଅଗଷ୍ଟ ୧୫ ତାରିଖରେ ବାଲେଶ୍ଵର ଜିଲ୍ଲାର, ରେମୁଣା ନିକଟସ୍ଥ ଉଦାମ୍ବର ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ନୃତ୍ୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ନିଜେ ଗଢିଥିବା, ଯାତ୍ରାଦଳରେ ସେ ଅଭିନୟ କରୁ କରୁ କ୍ରମେ ସେ କଟକର ଜନତା ରଙ୍ଗମଞ୍ଛରେ ଯୋଗଦାନ କରିଥିଲେ । ସେ ୧୧ ବର୍ଷ ବୟସରୁ, ସେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ଗୁରୁ ଗୟାଧର ପଣ୍ଡା, ରାମସ୍ଵାମୀ, ରାମଗୋପାଳ ମିଶ୍ର, ରଘୁନାଥ ଦତ୍ତ ଓ ମାୟାଧର ରାଉତଙ୍କଠାରୁ ସେ ବିଭିନ୍ନ ସମୟରେ ନୃତ୍ୟ ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ ଆସି, କଟକର କଳାବିକାଶ କେନ୍ଦ୍ରରେ ଯୋଗଦାନ କରିଥିଲେ ଏବଂ ଏଠାରେ ତାଙ୍କର ଓଡ଼ିଶୀ ନୃତ୍ୟଶିକ୍ଷାର ମୂଳଦୂଆ ପଡିଥିଲା । ଏହି କେନ୍ଦ୍ରରୁ ସେ କଥକ ନୃତ୍ୟରେ ମଧ୍ୟ ସ୍ନାତକତା ଲାଭକରିଥିଲେ ।
ଓଡ଼ିଶୀ ଅଭିନୟରେ ନିପୂଣ, ରମଣୀ ରଞ୍ଜନ ପରବର୍ତ୍ତୀ ସମୟରେ, ଦେଶବିଦେଶର ଓଡ଼ିଶୀ ନୃତ୍ୟ ପରିବେଷଣ କରି, ଏହି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଶିଳ୍ପୀର ମର୍ଯଦା ଲାଭକରିଥିଲେ । ସେ କଳାବିକାଶ କେନ୍ଦ୍ରରେ ୬ ବର୍ଷ, ନୃତ୍ୟ ଶିକ୍ଷାଦାନ କରିଥିଲେ ଓ ୧୯୭୩ ମସିହାରେ, ସେ ରୁକ୍ମିଣୀ ଦେବୀ ଅରୁନ୍ଦଲେ କଳାକ୍ଷେତ୍ରରେ ଓଡ଼ିଶୀ ନୃତ୍ୟଗୁରୁ ଭାବରେ ଯୋଗଦାନ କରିଥିଲେ । ଏଠାରେ ୪ ବର୍ଷ ଶିକ୍ଷାଦାନକରିବା ପରେ, ସେ କଟକ ଫେରିଆସିଥିଲେ । ୧୯୮୩ ମସିହାରେ, ସେ ନିଜର ନୃତ୍ୟଶିକ୍ଷା ଅନୁଷ୍ଠାନ, କମଳା କଳାପୀଠ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ, ସେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ଶିକ୍ଷାଦାନ କରିଥିଲେ । ୧୯୮୯ ମସିହାରେ, ସେ ଦିଲ୍ଲୀଯାଇ, ପ୍ରଥମେ ସେଠାର ଜଗନ୍ନାଥ ମନ୍ଦିର ଓ ପରେ ତ୍ରିବେଣୀ କଳା ସଙ୍ଗମରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରିଥିଲେ । ସେ ବେଙ୍ଗାଳୁରୁସ୍ଥିତ ପ୍ରତିମା ବେଦୀଙ୍କ ନୃତ୍ୟଗ୍ରାମରେ ମଧ୍ୟ ଶିକ୍ଷାଦାନ କରିଛନ୍ତି ।
ନୃତ୍ୟ ନିର୍ଦ୍ଦେଶନା
ନୃତ୍ୟାଭିନୟ
- ପ୍ରେମ ସୂଧାନିଧୀ
- ଋତୁସମ୍ହାର
- ଋତୁରାଜ
- କଲୁରୀ ବେଣ୍ଟ
ଓଡ଼ିଆ କଥାଚିତ୍ର
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୮୫-୮୬[୩]
- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୮[୪]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୮[୫]
- ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନ - ୨୦୦୯[୬]
ଆଧାର
- ↑ ଧରିତ୍ରୀ ୦୯/୦୪/୨୦୧୪ ପୃଷ୍ଠା ୧୧ରେ ପ୍ରକାଶି ଧରିତ୍ରୀ ଆଳାପ
- ↑ Mr. Reginald Massey (4 January 2014). India's Dances Their History Technique & Repertoire. Abhinav Publications. pp. 273–. GGKEY:7HZYQ0H4C22.
- ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
- ↑ http://sangeetnatak.gov.in/sna/sna-awards2008/ramani-ranjan-jena.htm
- ↑ http://www.thehindu.com/todays-paper/tp-national/tp-otherstates/kelucharan-mohapatra-awards-announced/article1330139.ece
- ↑ http://www.srjan.com/moreaward.aspx?awardid=34&events=4