"ଖାଦ୍ୟ ଖଣିଜ ଲବଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଖାଦ୍ୟ ଖଣିଜ ଲବଣ ଲେଖାଗଲା
(କିଛି ବଦଳିନାହିଁ)

୧୧:୫୪, ୨୯ ଅକ୍ଟୋବର ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଖାଦ୍ୟ ଖଣିଜ ଲବଣ (ଖଣିଜ ଲବଣ ପୋଷକ) ସଜୀବ ପ୍ରାଣୀଙ୍କ ଦରକାରୀ ଏକ ପ୍ରକାର ରାସାୟନିକ ମୂଳ ପଦାର୍ଥକୁ ଅଟେ। କାର୍ବନ, ହାଇଡ୍ରୋଜେନ, ନାଇଟ୍ରୋଜେନଅକ୍ସିଜେନ ବ୍ୟତିରେକ ଏହି ଲବଣ ପଦାର୍ଥ ଜୈବ ମୌଳିକ ପଦାର୍ଥରେ ଥାଏ । ଏହା ଖଣିଜ ସମ୍ପଦ ବିଷୟରେ ନ ହୋଇ ରାସାୟନିକ ମୌଳିକ ପଦାର୍ଥ ବିଷୟରେ ଆଲୋଚନା କରେ ।
ସାତୋଟି ଖଣିଜ ଲବଣ ମନୁଷ୍ୟ ଶରୀରରେ ଅଧିକ ପରିମାଣରେ ଥାଏ । ସେ ଗୁଡିକର ନାମ କ୍ୟାଲସିୟମ, ଫସଫରସ, ପୋଟାସିୟମ, ସଲଫର, ସୋଡିୟମ, କ୍ଳୋରିନମ୍ୟାଗନେସିୟମ । ଏହା ବ୍ୟତୀତ ଜୀବନ ନିର୍ବାହ ନିମନ୍ତେ କିଛି ଚିହ୍ନ (Trace element)ମାତ୍ର ଖଣିଜ ଉପାଦାନ ସ୍ତନ୍ୟପାୟୀ ଜୀବ ଆବଶ୍ୟକ କରନ୍ତି । ସେ ଗୁଡିକର ନାମ: ଲୌହ (Iron), କୋବାଲ୍ଟ (Cobalt), କପର (Copper), ଜିଙ୍କ (Zinc), ମୋଲିବାଡେନମ (Molibdenum), ଆୟୋଡିନ (Iodine) ଓ ସେଲେନିୟମ (Slenium) ।
ସ୍ତନ୍ୟପାୟୀ ଜୀବଙ୍କ ନିମନ୍ତେ ୨୦ ରୁ ଅଧିକ ଖାଦ୍ୟ ଲବଣ ଆବଶ୍ୟକ ହୁଏ । ବୋରୋନ ଓ କ୍ରୋମିୟମ ଭଳି କେତେକ ପଦାର୍ଥ ଅତି ଚିହ୍ନ (Trace) ମାତ୍ର ପରିମାଣରେ ଆବଶ୍ୟକ ହୁଏ କିନ୍ତୁ ସଠିକ କାର୍ଯ୍ୟପ୍ରଣାଳୀ ଜଣା ନାହିଁ । ଆଉ କେତେକ ପଦାର୍ଥ ଯଥା ଆର୍ସେନିକ ଓ ସିଲିକନର କାର୍ଯ୍ୟ ପ୍ରଣାଳୀର ପ୍ରମାଣ ନାହିଁ ।

ଫାଇଲ:Cobalamin।png
ଭିଟାମିନ ବି ୧୨ର ରାସାୟନିକ ଚିତ୍ର ଯେଉଁଥିରେ କୋବାଲ୍ଟ ଅଛି

ରାସାୟନିକ ମୌଳିକ ପଦାର୍ଥ ଦ୍ଵାରା ଗଠିତ ସାଧା ଯୌଗିକ ପଦାର୍ଥମାନଙ୍କୁ ନେଇ ଜୀବର ଶରୀର କାମ କରେ । ଖାଦ୍ୟରେ ଗ୍ରହଣ କରାଯାଉଥିବା ସମସ୍ତ ଯୌଗିକ ପଦାର୍ଥ ଶରୀରରେ ଶୋଷିତ ହେବା ନିମନ୍ତେ ଛୋଟ ଛୋଟ ପଦାର୍ଥରେ ପରିଣତ ହେବା ଆବଶ୍ୟକ । ଖାଦ୍ୟନଳୀରେ ଶୋଷଣ (Absorption) ନିମନ୍ତେ କେତେକ ପଦାର୍ଥ, ଯେ ଭଳି ବ୍ୟାକ୍ଟେରିଆ ଦ୍ଵାରା କୋବାଲ୍ଟ ଯୌଗିକ ପଦାର୍ଥରେ ପରିଣତ ହୁଏ । ବୈଜ୍ଞାନିକମାନେ ଅଧୁନା କ୍ଷୁଦ୍ରାଦପି କ୍ଷୁଦ୍ର ଅଣୁଜୀବଙ୍କର ଜୈବ ଖଣିଜ ଲବଣର ଜୀବ ଚକ୍ର ପରିବର୍ତ୍ତନ କରିବାରେ ସାହାଯ୍ୟକୁ ଅନୁଭବ ଓ ମୂଲ୍ୟାୟନ କରୁଛନ୍ତି ।

ସ୍ତନ୍ୟପାୟୀଙ୍କ ନିମନ୍ତେ ଅତ୍ୟାବଶ୍ୟକ ରାସାୟନିକ ମୌଳିକ ପଦାର୍ଥ

କେତେକ ଉତ୍ସ ଅନୁସାରେ ମନୁଷ୍ୟର ଜୈବ ରାସାୟନିକ ପ୍ରକ୍ରିୟାରେ ଗଠନ, କାର୍ଯ୍ୟ ତଥା ଇଲେକ୍ଟ୍ରୋଲାଇଟ ନିମନ୍ତେ ୧୬ ତି ମୌଳିକ ରାସାୟନିକ ପଦାର୍ଥ ଆବଶ୍ୟକ ହୁଏ[୧] । ଜୈବ ରସାୟନ, ସ୍ଵତନ୍ତ୍ର ଅପଟେକ ଓ ମେଟାବୋଲିଜ୍ମ ଅନୁଶୀଳନରୁ ଜଣା ଯାଉଛି ୨୬ ଟି ମୌଳିକ ପଦାର୍ଥ ଶରୀର ଆବଶ୍ୟକ କରେ[୨] । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ କାର୍ଯ୍ୟ ପ୍ରଣାଳୀ ଏ ପର୍ଯ୍ୟନ୍ତ ଆବିଷ୍କାର ହୋଇ ପାରି ନାହିଁ ।
ପିରିଅଡ଼ିକ ଟେବୁଲରେ ଖାଦ୍ୟ ମୌଳିକ ଖଣିଜ ପଦାର୍ଥ

H   He
Li Be   B C N O F Ne
Na Mg   Al Si P S Cl Ar
K Ca Sc Ti V Cr Mn Fe Co Ni Cu Zn Ga Ge As Se Br Kr
Rb Sr Y Zr Nb Mo Tc Ru Rh Pd Ag Cd In Sn Sb Te I Xe
Cs Ba * Lu Hf Ta W Re Os Ir Pt Au Hg Tl Pb Bi Po At Rn
Fr Ra ** Lr Rf Db Sg Bh Hs Mt Ds Rg Cn Uut Fl Uup Lv Uus Uuo
 
  * La Ce Pr Nd Pm Sm Eu Gd Tb Dy Ho Er Tm Yb
  ** Ac Th Pa U Np Pu Am Cm Bk Cf Es Fm Md No
ଚାରୋଟି ଜୈବ ମୌଳିକ ପଦାର୍ଥ ପରିମାଣ ମୌଳିକ ପଦାର୍ଥ ଅତ୍ୟାବଶ୍ୟକ ଚିହ୍ନ ମୌଳିକ (trace element) ପଦାର୍ଥ ସ୍ତନ୍ୟପାୟୀଙ୍କଠାରେ ସମ୍ଭାବ୍ୟ ଗଠନ ଓ କାର୍ମିକ ଭୂମିକା

ଆଧାର

  1. Nelson, David L. (2000-02-15). Lehninger Principles of Biochemistry, Third Edition (3 Har/Com ed.). W. H. Freeman. p. 1200. ISBN 1-57259-931-6. {{cite book}}: Unknown parameter |coauthors= ignored (|author= suggested) (help)
  2. Ultratrace minerals. Authors: Nielsen, Forrest H. USDA, ARS Source: Modern nutrition in health and disease / editors, Maurice E. Shils ... et al.. Baltimore : Williams & Wilkins, c1999., p. 283-303. Issue Date: 1999 URI: [୧]