"ସୁବର୍ଣ୍ଣପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ MKar ସୋନପୁର ଜିଲ୍ଲା ପୃଷ୍ଠାଟି ସୁବର୍ଣ୍ଣପୁର ଜିଲ୍ଲାକୁ ଘୁଞ୍ଚାଇଲେ: ସରକାରୀ ନାମ
(କିଛି ବଦଳିନାହିଁ)

୧୭:୧୨, ୯ ଜାନୁଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୁବର୍ଣ୍ଣପୁର ଜିଲ୍ଲା
ଜିଲ୍ଲା
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକସଭାବଲାଙ୍ଗୀର
ଭାଷାଓଡ଼ିଆ, ଇଂରାଜୀ
ବିଧାନସଭା୨ଟି ଆସନ
 
  • ୧. ବୀରମହାରାଜପୁର (୬୪)
    ୨. ସୋନପୁର (୬୫)
Area
 • ଜିଲ୍ଲା2284.4 km2 (882�0 sq mi)
Population
 (୨୦୧୧)
 • ଜିଲ୍ଲା୬୫୨୧୦୭
 • Density279/km2 (720/sq mi)
 • Urban
୪୯୯୩୨
 • Rural
୬୦୨୧୭୫
 • ୬ ବର୍ଷରୁ କମ ଶିଶୁ
୭୬୫୩୬
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୭ xxx
ତାର (ଏସ୍.ଟି.ଡ଼ି)୦୬x
ଯାନବାହାନ ପଞ୍ଚୀକରଣOR-31
ଜିଲ୍ଲାପାଳଗଗନ ବିହାରୀ ସ୍ଵାଇଁ
WebsiteOfficial website

ସୋନପୁର ଜିଲ୍ଲା ବା ସୁବର୍ଣ୍ଣପୁର ଜିଲ୍ଲା, ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୋନପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ଷୋନାପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡ଼ୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।

ଭୂଗୋଳ

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ କିମି [୧]

ଅବସ୍ଥିତି

ମୁଖ୍ୟ ନଦୀ

  • ମହାନଦୀ
  • ଅଙ୍ଗ
  • ତେଲ
  • ଶୁକତେଲ

ଜନସଂଖ୍ୟା

୨୦୧୧ ଜନଗଣନା [୨]ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।[୩]

  • ପୁରୁଷ: ୩,୩୨,୮୯୭
  • ମହିଳା: ୩,୧୯,୨୧୦
    • ଛ ବର୍ଷରୁ କମ: ୭୬,୫୩୬
  • ପଢୁଆ ହାର: ୭୪.୪୨%
    • ପୁରୁଷ: ୭୮.୪୧%
    • ମହିଳା: ୮୪.୭୮%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ସୋନପୁର ଓ ୨. ବୀରମହରାଜପୁର ।
  • ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
  • ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
  • ଗ୍ରାମ ପଞ୍ଚାୟତ: ୯୬
  • ଗ୍ରାମ: ୯୫୯

ପର୍ଯ୍ୟଟନ ସ୍ଥଳ

  • ଲଙ୍କେଶ୍ଵରୀ ମନ୍ଦିର
ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
  • ସୁବର୍ଣ୍ଣମେରୁ ମନ୍ଦିର
ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଠାକୁରାଣୀ ମନ୍ଦିର ।
  • ମହିମା ପୀଠ, ଖଲିଆପାଲି
ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
କୋଟ ସମଲାଏ ସୋନପୁର ଜିଲାର କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
  • ପାପକ୍ଷୟ ଘାଟ, ବିନକା
  • କପିଳେଶ୍ଵର ମନ୍ଦିର, ଚରଡ଼ା
  • ନବଗ୍ରହ କୁଣ୍ଡ
  • ଦିଗଶୀରାର ଅଙ୍ଗନଦୀ

ଆହୁରି ଦେଖନ୍ତୁ

ହନୁମାନ ପୋଡ଼ି ସୋନପୁର ଜିଲାର ଏକ ପ୍ରଧାନ ପର୍ବ । ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।

ଗ୍ୟାଲେରି

Alt text
ସୁବର୍ଣ ମେରୁ ମନ୍ଦିର
Alt text
କୋଟସମଲାଏର ପାତାଳି ଶ୍ରୀକ୍ଷେତ୍ର
Alt text
ବଳି ଯାତ, ଲଙ୍କେଶ୍ଵରୀ ମନ୍ଦିର
Alt text
ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର
Alt text
ସମ୍ବଲପୁରୀ ଶାଢ଼ି
Alt text
ସମ୍ବଲପୁରୀ ଶାଢ଼ି ବୁଣା
Alt text
ହନୁମାନ ପୋଡ଼ି

ଆଧାର

ଦ୍ରଷ୍ଟବ୍ୟ

  • Pasayat, C. (1994), "Myth and Reality in Little Tradition: A Study of Dandanata in Orissa" in Man in India, Vol.74, No.4, December 1994, pp. 413–427.
  • Pasayat, C. (1998), Tribe, Caste and Folkculture, Jaipur/New Delhi: Rawat Publications.
  • Pasayat, C. (2003), Glimpses of Tribal and Folkculture, New Delhi: Anmol Pub. Pvt. Ltd.