ମାର୍କଣ୍ଡେୟ ପୁରାଣ
ମାର୍କଣ୍ଡେୟ ପୁରାଣ ହେଉଛି ଦେବୀ ଉପାସନାର ମୌଳିକ ତଥା ପ୍ରଧାନ ଶାସ୍ତ୍ର । ଭଗବାନ ବେଦବ୍ୟାସଙ୍କ ଦ୍ଵାରା ରଚିତ ଏହି ପୁରାଣ ୯୦୦୦ ଶ୍ଳୋକ ବିଶିଷ୍ଟ ଓ ୧୩୭ ଅଧ୍ୟାୟରେ ବିଭକ୍ତ । ଏହି ପୁରାଣର ସୌରଭ ହେଉଛି ଶ୍ରୀ ଦୁର୍ଗା ସପ୍ତଶତୀ ।
ମହତ୍ଵ
ମାର୍କଣ୍ଡେୟ ପୁରାଣର ୮୧ ଅଧ୍ୟାୟ ଠାରୁ ୯୩ ଅଧ୍ୟାୟ ପର୍ଯ୍ୟନ୍ତ ସାତଶହ ମନ୍ତ୍ରରେ ମହାମାୟାଙ୍କ ଚରିତ ବର୍ଣ୍ଣିତ , ଯାହାକୁ ଶ୍ରୀ ଦୁର୍ଗା ସପ୍ତଶତୀ କୁହାଯାଏ । ସକଳ ପୂଜକ ଦେବୀ ପୂଜା ସମୟରେ ଏହା ଏକାଗ୍ରତାର ସହିତ ପାଠ କରିଥାନ୍ତି । ଏହି ସାତଶହ ମନ୍ତ୍ର ଶ୍ରୀ ଶ୍ରୀ ଚଣ୍ଡୀରୂପେ ମାନ୍ତ୍ରିକ ମାନ୍ୟତାପ୍ରାପ୍ତ । ଜଗଜ୍ଜନନୀଙ୍କ ଷୋଡ଼ଶଦିନାତ୍ମକ ଶାରଦୀୟ ଦୁର୍ଗାତ୍ସବ , ବାସନ୍ତୀକ ଦୁର୍ଗାପୂଜା , ନବରାତ୍ର ତଥା ତ୍ରିଦିନାତ୍ମକ ପୂଜାରେ ଏହି ସାତଶହ ମନ୍ତ୍ର ଶୁଦ୍ଧ ଓ ନିଷ୍ଠାର ସହିତ ପାଠ କରାଯାଏ । ଏହି ମନ୍ତ୍ର ସମୂହରେ ଶ୍ରୀଚଣ୍ଡୀଙ୍କର ଗୁଣ କୀର୍ତ୍ତନ କରାଯାଇଥିବାରୁ ସାଧାରଣରେ ଏହାକୁ ଚଣ୍ଡୀଗୁଣିବା କୁହାଯାଏ । ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଏହି ସାତଶହ ମନ୍ତ୍ର ବିବିଧ ପୁରୁଷାର୍ଥ ସାଧିକା , କର୍ମ ଭକ୍ତିଜ୍ଞାନୋତ୍ତମ ସିଦ୍ଧାନ୍ତ ପ୍ରତିପାଦିକା , ବେଦବେଦାନ୍ତତତ୍ତ୍ଵ ପ୍ରକାଶିକା , ସକଳ ଭକ୍ତାଭୀଷ୍ଟ ବରପ୍ରଦା , ଅଭୟଦା ଏବଂ ଅଶରଣକାରପ୍ରଦା ମନ୍ତ୍ର ରୂପେ ମହିମାମଣ୍ଡିତ । ଏହି ମନ୍ତ୍ର ସମୂହରେ ଭଗବତୀ ଦୁର୍ଗାଙ୍କର ତିନିଗୋଟି ଚରିତ୍ର ବର୍ଣ୍ଣିତ ।
ଆହୁରି ଦେଖନ୍ତୁ
ଆଧାର
ଆହୁରି ପଢ଼ନ୍ତୁ
- Mani, Vettam. Puranic Encyclopedia. 1st English ed. New Delhi: Motilal Banarsidass, 1975.
ବାହାର ତଥ୍ୟ
- Entire Markandeya Purana at Urday
- Synopsis of Markandeya Purana
- Entire E. Pargiter's translation of Markandeya Purana at freebsd.nfo.sk in pure text
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |