ଘିମିରି
ଘିମିରି ଏକ ଚର୍ମଜନିତ ରୋଗ ।ସାଧାରଣତଃ ଝାଳ ଅଧିକ ବୋହିଲେ ଘିମିରି ହେବାର ଆଶଙ୍କା ଅଧିକ ଥାଏ ।ଏହା ବ୍ୟତିତ ଝାଳ ବାହାରୁ ନଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଘିମିରି ଦେଖାଯାଇଥାଏ ।ଶରୀରରୁ ସ୍ବେଦ ନ ବାହାରିବା ଫଳରେ ଚର୍ମରେ ଲୋମକୂପଗୁଡିକ ବନ୍ଦ ହେଇଯାଏ ।ଏହା ଫଳରେ ଶରୀରରେ ଝାଳ ବାହାରି ନଥାଏ।ସାଧାରଣତଃ ଖରାଦିନେ ପ୍ରାୟ ଲୋକଙ୍କଠାରେ ଘିମିରି ବାହାରି ଥାଏ । ଏହା ବାହାରିବାର କେତେକ କାରଣ ରହିଛି,ଯଥା-ପେଟ ସଫା ନ ରହିବା,ହର୍ମୋନରେ ଅସନ୍ତୁଳ ଦେଖାଗଲେ ,ରକ୍ତ ବିଶୁଦ୍ଧ ନ ରହିଲେ ,ସନ୍ତୁଳିତ ଖାଦ୍ୟ ନ ଖାଇଲେ,କୈଣସି କାରଣରୁ ଆଲର୍ଜି ହେଇଥିଲେ,ପ୍ରଦୂଷିତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିଲେ ।
ଉପଚାର
ଘିମିରର ଉପଚାର ପାଇଁ ନିମ୍ମୋକ୍ତ ଘରୋଇ ଉପଚାର କରିପାରିବେ । =ଗାଧୋଇବା ପାଣିରେ ଡେଟଲ ପକାଇ ଗାଧାନ୍ତୁ । =ନିମ୍ବଯୁକ୍ତ ସାବୁନ ବ୍ୟବହାର କରନ୍ତୁ ନଚେତ ପାଣିରେ ନିମ୍ବପତ୍ରକୁ ଫୁଟାଇ ସେହି ଫୁଟାପାଣି ଥଣ୍ଡା ହେଲେ ଗାଧାନ୍ତୁ । =ସଫା କଟନ ଡ୍ରେସ ବା ଶାଢି ପିନ୍ଧନ୍ତୁ । =ଫ୍ରିଜ ପାଣି ନ ପିଇ ମାଠିଆ ବା ସୁରେଇର ପାଣି ପିଅନ୍ତୁ ।