Jump to content

ବୈରାଗୀ ଦୀପ

ଉଇକିପିଡ଼ିଆ‌ରୁ
୧୧:୩୨, ୬ ଜୁଲାଇ ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) ("ବୈରାଗୀ ଦୀପ (ବିନ୍ଦୁ-ବୈରାଗୀ ଫେମ୍) ଜଣେ ପ୍ରଖ୍ୟାତ ସ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବୈରାଗୀ ଦୀପ (ବିନ୍ଦୁ-ବୈରାଗୀ ଫେମ୍) ଜଣେ ପ୍ରଖ୍ୟାତ ସମ୍ବଲପୁରୀ ଆଲବମ ଓ ମଞ୍ଚ ହାସ୍ୟ ଅଭିନେତା ıସେ ୧୯୬୫ ମସିହାରେ ବରଗଡର ବିଶିପଡାରେ ଜନ୍ମ ଗ୍ରହଣ କରିଥିଲେ ıସେ ବରଗଡ ମ୍ୟୁନିସିପାଲିଟିର ଜଣେ କର୍ମଚାରୀ ଥିଲେ ıସେ ଓଡିଆ ଆଲବମ ଓ ମଞ୍ଚ ବ୍ୟତିତ ବିହାର,ମଧ୍ୟପ୍ରଦେଶ ଓ ତାମିଲନାଡୁର ବିଭିନ୍ନ ରଙ୍ଗମଞ୍ଚରେ ହାସ୍ୟଭିନୟ କରି ବହୁ ସମ୍ମାନର ଅଧିକାରୀ ହେଇପାରିଥିଲେ ı

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସମ୍ବଲପୁରୀ ଚଳଚ୍ଚିତ୍ର "ଭୁଖା "ରେ ସେ ଅଭିନୟ କରିଥିଲେ ı୧୯୯୦ ମସିହାରେ ଫ୍ରାନ୍ସରେ ଅନୁଷ୍ଠିତ ୱାଲ୍ଡ ରୁରାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବାକୁ ମନୋନୀତ ହେଇଥିଲେ ıଓଡିଆ ଫିଲ୍ମ ଝିଲି,ଓଡିଆ ଟେଲି ଫିଲ୍ମ ଉଦୟ,ହିନ୍ଦି ଟେଲି ଫିଲ୍ମ ପ୍ରତିଶୋଧ,ସୁଖୀ,ଓଡିଆ ଟେଲିସିରିଏଲ ଘର,ସବିତା,ଆଲବମ ମୁଇଁ ନାଇଁ ମରେ,ମୁଇଁ ମନ୍ତ୍ରୀ ହେମିଁ,ବାପର୍ ପୁଅ,ତାରା ପମ୍ ପମ୍, ଫୁଲଗଜରା,ଗଲାମାଲି, ଗେ଴େଇରାନୀ,ରାସରସାଲି,ହିନ୍ଦି ଆଲବମ ଦେବୀ ଦୃଷ୍ଟି,ଛତିଶଗଡି ଆଲବମ ମୋଲା କୌନ ମାରି,ନୋନି ବୋନ୍ଦ୍ରି,ସୁନୟନା,ଗାଡିବାଲା ଛୁଇମୁଇ ରେ ଅଭିନୟ କରି ପ୍ରଶଂସିତ ହେଇଥିଲେ ıı୨୦୧୨ ମସିହା ଜୁଲାଇ ୩ ରେ ତାଙ୍କର ପରଲୋକ ହେଇଥିଲା ।

ଆଧାର