ମୋରାରଜୀ ଦେଶାଇ
ମୋରାରଜୀ ଦେଶାଇ | |
---|---|
ଚତୁର୍ଥ ପ୍ରଧାନ ମନ୍ତ୍ରୀ | |
କାର୍ଯ୍ୟକାଳ 24 March 1977 – 28 July 1979 | |
ରାଷ୍ଟ୍ରପତି | Basappa Danappa Jatti (Acting) Neelam Sanjiva Reddy |
ପୂର୍ବ ଅଧିକାରୀ | ଇନ୍ଦିରା ଗାନ୍ଧୀ |
ପର ଅଧିକାରୀ | ଚରଣ ସିଂହ |
Minister of Home Affairs | |
କାର୍ଯ୍ୟକାଳ 1 July 1978 – 28 July 1979 | |
ପୂର୍ବ ଅଧିକାରୀ | ଚରଣ ସିଂହ |
ପର ଅଧିକାରୀ | Yashwantrao Chavan |
Deputy Prime Minister of India | |
କାର୍ଯ୍ୟକାଳ 13 March 1967 – 16 July 1969 | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
ପୂର୍ବ ଅଧିକାରୀ | ବଲ୍ଲଭଭାଇ ପଟେଲ |
ପର ଅଧିକାରୀ | Charan Singh Jagjivan Ram |
Minister of Finance | |
କାର୍ଯ୍ୟକାଳ 13 March 1967 – 16 July 1969 | |
ପ୍ରଧାନ ମନ୍ତ୍ରୀ | Indira Gandhi |
ପୂର୍ବ ଅଧିକାରୀ | Sachindra Chaudhuri |
ପର ଅଧିକାରୀ | Indira Gandhi |
କାର୍ଯ୍ୟକାଳ 13 March 1958 – 29 August 1963 | |
ପ୍ରଧାନ ମନ୍ତ୍ରୀ | Jawaharlal Nehru |
ପୂର୍ବ ଅଧିକାରୀ | Jawaharlal Nehru |
ପର ଅଧିକାରୀ | Tiruvellore Thattai Krishnamachari |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Bhadeli, British India | ୨୯ ଫେବୃଆରୀ ୧୮୯୬
ମୃତ୍ୟୁ | ୧୦ ଅପ୍ରେଲ ୧୯୯୫ ନୂଆଦିଲ୍ଲୀ,ଭାରତ | (ବୟସ ୯୯)
ରାଜନୀତିକ ଦଳ | Janata Dal (1988–1995) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Indian National Congress (Before 1969) Indian National Congress-Organisation (1969–1977) Janata Party (1977–1988) |
ଶିକ୍ଷାନୁଷ୍ଠାନ | ୱିଲସନ କଲେଜ, ବମ୍ବେ |
ପେଷା | ସିଭିଲ ସର୍ଭିସ Activist |
ମୋରାରଜୀ ରାଞ୍ଛୋଡଜୀ ଦେଶାଇ(ମୋରାରଜୀ ଦେଶାଇ) ଥିଲେ ଭାରତର ଚତୁର୍ଥ ପ୍ରଧାନ ମନ୍ତ୍ରୀ ı ଗୁଜୁରାଟର ଭଲସାଡ ଅନ୍ତର୍ଗତ ଭାଡେଲିଠାରେ ୧୮୯୬ ଫେବୃୟାରୀ ୨୯ ରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ıବାଲ୍ୟଶିକ୍ଷା ଓ ପ୍ରାଥମିକ ଶିକ୍ଷା ପରେ ବମ୍ବେର ୱିଲସନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ıପରେ ସେ ଗୁଜୁରାଟ ସିଭିଲ ସର୍ଭିସରେ ଯୋଗ ଦେଇଥିଲେ ıକିନ୍ତୁ ଇଂରେଜ ମାନଙ୍କ ଅଧୀନରେ ସେ ଚାକିରୀ କରିବେ ନାହିଁ ବୋଲି ଦର୍ଶାଇ ୧୯୨୪ରେ ଚାକିରୀ ଛାଡି ଦେଇଥିଲେ ıପରେ ବ୍ରିଟିଶ ଶାସନ ବିରୋଧରେ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗ ଦେଇଥିଲେ ıସ୍ବାଧୀନତା ଆନ୍ଦୋଳନରେ ସେ ଅନେକ ଥର କାରାବରଣ କରିଥିଲେ ıତାଙ୍କର ନେତୃତ୍ବ ଓ ବିଚକ୍ଷଣ ବୁଦ୍ଧି ଯୋଗୁଁ ସ୍ବାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସର ନେତାଙ୍କର ଅତିପ୍ରିୟ ହୋଇପାରିଥିଲେ ı
୧୯୩୪ ରୁ ୧୯୩୭ ମଧ୍ୟରେ ପ୍ରାଦେଶିକ ନିର୍ବାଚନ ପରେ ସେ ବମ୍ବେ ପ୍ରେସିଡେନ୍ସୀ ଅଧୀନରେ ରାଜସ୍ବ ମନ୍ତ୍ରୀ ଥିଲେ ıଦେଶ ସ୍ବାଧୀନ ହେବା ପୂର୍ବରୁ ସେ ବମ୍ବେର ଗୃହମନ୍ତ୍ରୀ ଓ ପରେ ମୂଖ୍ୟମନ୍ତ୍ରୀ ହେଲେ ıବମ୍ବେରେ ବସବାସ କରୁଥିବା ମରାଠି ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ରାଜ୍ୟ ଗଠନ କରିବାଲାଗି ସେ ଆହ୍ବାନ ଦେଇଥିଲେ ıଏଥିଲାଗି ତାଙ୍କ ନିର୍ଦ୍ଧେଶରେ ୧୯୬୦ରେ ହେଇଥିଲା ଆନ୍ଦୋଳନ ıଆନ୍ଦୋଳନ ତିବ୍ରତର ହେବାରୁ ପୋଲିସ ଗୁଳି ଚଳେଇଥିଲେ ଓ ଏଥିରେ ୧୦୫ ଜଣଙ୍କ ମୃତ୍ୟୁ ଘଟିଥିଲା ıଏହାକୁ ନେଉ ବିଭିନ୍ନ ମହଲରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ıଏହାର ଫଳସ୍ବରୂପ ସ୍ବତନ୍ତ୍ର ମହାରାଷ୍ଟ୍ର ରାଜ୍ୟ ଗଠିତ ହେଇଥିଲା ıଶାସ୍ତ୍ରିଜୀ ମୃତ୍ୟୁପରେ ୧୯୬୬ରେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରତିଦ୍ବନ୍ଦିତା କରି ପରାଜିତ ହେଇଥିଲେ ıମାତ୍ର ୧୯୭୭ ରେ ଜନତାଦଳ ମେଣ୍ଟ ସରକାର ଗଠନ ହେବାରୁ ସେ ପ୍ରଧାନମନ୍ତ୍ରୀ ହେଇଥିଲେ ı
ଭାରତ ଓ ପାକିସ୍ଥାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସେ ସର୍ବଦା ଉଦ୍ୟମ କରିଆସିଥିଲେ ı ଏଥି ପାଇଁ ତାଙ୍କୁ "ନିସାନ-ଇ-ପାକିସ୍ଥାନ" ସମ୍ମାନରେ ସମ୍ମାନିତ କରାଯାଇଥିଲା ıପାକିସ୍ଥାନର ଏଭଳି ସର୍ବଚ୍ଚୋ ବେସାମରିକ ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ତଥା ଏକମାତ୍ର ଭାରତୀୟ ı ୧୯୯୫ ଏପ୍ରିଲ ୧୦ ରେ ତାଙ୍କର ପରଲୋକ ଘଟିଥିଲା ı