ପେପିତା ସେଠ୍
Pepita Seth | |
---|---|
ଜନ୍ମ | Suffolk, UK |
ବୃତ୍ତି(ସମୂହ) | Writer, photographer |
ପୁରସ୍କାର | Padma Shri |
ପେପିତା ସେଠ୍କ ଜଣେ ବ୍ରିଟିଶ ଜନ୍ମିତ ଲେଖିକା ଓ ଫୋଟୋଗ୍ରାଫର । ଭାରତୀୟ ରାଜ୍ୟ କେରଳ ର କଳା ଓ ଭାସ୍କର୍ଜୀ ଉପରେ ତାଙ୍କ ଲେଖା , କେରଳ ର ପୋଷା ହାତୀ " ଗୁରୁବାୟୁର କେଶଭନ " ଉପରେ ଫୋଟୋଗ୍ରାଫ ପାଇଁ ବହୁଳ ଭାବରେ ପରିଚିତ । ଭାରତ ସରକାର ତାଙ୍କ ଅବଦାନ ପାଇଁ ପଦ୍ମଶ୍ରୀ ଉପାଧି ରେ ସମ୍ମାନିତ କରିଥିଲେ । .[୧][୨]
ଜୀବନୀ
ପେପିତା ସେଠ୍କ୍ ଙ୍କ ଜନ୍ମ ଇଂଲଣ୍ଡ ର ସଫ୍ଫୋଳ୍କ ଠାରେ ହେଇଥିଲା । ତାଙ୍କ ପିତାମହ ବ୍ରିଟିଶ ଭାରତ ସମୟ ରେ ସେନାବାହିନୀ ରେ ଭାରତ ରେ ସେବାରତା ଥିଲେ ।ସେହି ସମୟ ର କୁପ୍ରଥା ଅନୁସାରେ ପେପିତା ଝିଅ ହେଇଥିବାରୁ ସ୍କୁଲ ଶିକ୍ଷ୍ୟା ପ୍ରାପ୍ତ ହେଇନଥିଲେ । ତେବେ ସେ ପରେ ନିଜ ଉଦ୍ୟମ ରେ ଶିକ୍ଷ୍ୟା ପ୍ରାପ୍ତ ହେଇ ଫିଲ୍ମ ସମ୍ପାଦନା ଶିଖିଲେ ଓ ଟେଡ କୋଟଚେଫ ଓ ଷ୍ଟାନଲେ ଦୋନେନ୍ ଙ୍କ ପରି ଫିଲ୍ମ ନିର୍ଦେଶକ ଙ୍କ ସହ କାର୍ଯ୍ୟ କରିଥିଲେ । ସେ ତାଙ୍କ ପିତାମହ ଙ୍କ ସମୟ ର ବିବରଣୀ କୁ ଲିପିବଦ୍ଧ କରିବାକୁ ସେ କଲିକତା ଆସି ସେହି ସମୟ ର ବ୍ରିଟିଶ ରାଜ ର ବିବରଣୀ ସବୁ କୁ ଲେଖା ଓ ଫୋଟୋ ରେ ପ୍ରଦର୍ଶନ ପାଇଁ ଗବେଷଣାତ୍ମକ ଉଦ୍ୟମ କରିଥିଲେ । ୧୦୭୦ ମସିହା ରେ ସେ କରିଥିବା ଏହି କାର୍ଯ୍ୟ ତାଙ୍କୁ ପ୍ରଶିଧ୍ହୀ ପ୍ରଦାନ କରିଥିଲା । .[୩][୪][୫]
ସେ କଲିକତା ରୁ କେରଳ ର ଗୁରୁବାୟୁର ପର୍ଯ୍ୟନ୍ତ ଏହି କାର୍ଯ୍ୟ ରେ ଆସି ଗୁରୁବାୟୁର[୬] ମନ୍ଦିର ର କଳା ଓ ଭାସ୍କର୍ଜୀ ରେ ଅଭିଭୂତ ହେଇଥିଲେ । ସେ ୧୯୭୯ ମସିହା ଯାଏ ଅନେକ ଥର ଆସି ପରିଶେଷ ରେ ସେଠାରେ ସ୍ଥାୟୀ ଭାବରେ ରହିଯାଇଥିଲେ । ପ୍ରଥମେ ତାଙ୍କୁ ମନ୍ଦିର ଭିତର କୁ ଯିବାକୁ ଛଡା ଯାଉ ନଥିଲା । କିନ୍ତୁ ତାଙ୍କର ନିରନ୍ତର ପ୍ରଚେଷ୍ଟା ଦ୍ଵାରା ତାଙ୍କୁ ଅନୁମତି ମିଳିଥିଲା ।
Pପେପିତା ଭାରତ ରେ ଜନ୍ମିତ ବ୍ରିଟିଶ ଅଭିନେତା ରୋଶନ ଶେଠ ( ଗାନ୍ଧୀ ଫିଲ୍ମ ରେ ଅଭିନୟ କରିଥିବା ଅଭିନେତା ) ଙ୍କୁ ବିବାହ କରିଥିଲେ । ପରେ ୨୦୦୪ ମସିହା ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । [୭]
ଗୁରୁବାୟୁର ମନ୍ଦିର ର ନୀତି ରୀତି ଉପରେ ବିଷାଦ ଭାବରେ ଫୋଟୋ ଉଠେଇଥିଲେ । ତାହା ନିଉ ୟର୍କ ଟାଇମସ ସହ ଗାର୍ଡିଆନ ସଂବାଦପତ୍ର ରେ ପ୍ରକାଶିତ ହଉଥିଲା ।ଏହା ଦ୍ଵାରା କେରାଲା ରାଜ୍ୟ ର ପର୍ଯ୍ୟଟନ ପାଇଁ ବିଦେଶ ରେ ବିଶେଷ ପ୍ରଚାର ହେଇପାରିଥିଲା । .
ପୁସ୍ତକ ଓ ଲେଖା
କେରଳ ଉପରେ ଲେଖା ଓ ଫୋଟୋ ଥାଇ ସେ ଦୁଇଟି ପୁସ୍ତକ ଲେଖିଛନ୍ତି । ଏଥିରେ ଗୁରୁବାୟୁର ମନ୍ଦିର ଉପରେ ବିଷାଦ ଭାବରେ ଗବେଷଣାତ୍ମକ ବର୍ଣନା ରହିଛି ।
ପୁରସ୍କାର ଓ ସ୍ବୀକୃତିପ୍ରାପ୍ତି
କଳା ଓ ସଂସ୍କୃତି ପାଇଁ ତାଙ୍କର ଅବଦାନ ର ସ୍ବୀକୃତି ଭାବରେ ଭାରତ ସରକାର ତାଙ୍କୁ ୨୦୧୨ ମସିହା ରେ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରିଥିଲେ । .
ପୁନଶ୍ଚ ଦେଖଣା
- Guruvayur Temple
- Guruvayur Keshavan
- Theyyam
ଆଧାର ସମୂହ
- ↑ "Padma". Government of India. 25 January 2011. Retrieved 22 August 2014.
- ↑ "President confers Padma Awards". The India Awaaz.com. 23 March 2012. Retrieved 22 August 2014.
- ↑
{{cite web}}
: Empty citation (help) - ↑ Penguin Books (2006). The Penguin Book of New Writing from India, Volume 2. Delhi: Penguin India. pp. 134 of 308. ISBN 9780144001071.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)