ରଶ୍ମି ବଂଶଲ
ରଶ୍ମି ବଂଶଲ, l ଜଣେ ଅଣ-କାଳ୍ପନିକ ଲେଖିକା , ଉଦ୍ୟୋଗପତି ତଥା ଯୁବ-ବିଶେଷଙ୍ଗ । ସେ ବର୍ତମାନ ଯାଏ ଉଦ୍ୟୋଗ ଉପରେ ୭ ଟି ପୁସ୍ତକ ରଚନା କରିଛନ୍ତି । .[୧][୨] ତାଙ୍କର ପ୍ରଥମ ପୁସ୍ତକ " Stay Hungry Stay Foolish" ଭରତ ର ୨୫ ଜଣ ଏମବିଏ ଡିଗ୍ରୀ ହାସଲକାରୀ ଉଦ୍ୟୋଗପତି ଙ୍କ ଅଗ୍ରଗତି ଉପରେ ଗବେଷଣାତ୍ଵକ ଭାବରେ ଲିଖିତ ଓ ଏହା ୫ ଲକ୍ଷ କପି ବିକ୍ରି ହେଇ ଏକ ଅଗ୍ରଣୀ ପୁସ୍ତକ ଭାବରେ ଆଦୃତ ହେଇଥିଲା । ଏହା ଭାରତ ରେ ଲିଖିତ ସମଭାବପନ୍ନ ଲେଖା ପାଇଁ ରେକର୍ଡ ସୃଷ୍ଟି କରିଥିଲା । .[୩]
ଜୀବନୀ
ରଶ୍ମି ଙ୍କ ପିତା ଦକ୍ଷିଣ ମୁମ୍ବାଇ ସ୍ଥିତ ଟାଟା ଫାଉନନ୍ଦେସନ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ(Tata Institute of Fundamental Research )ରେ ଜେନ ଆଷ୍ଟ୍ରୋ-ଫିଜିଶିଷ୍ଟ ଥିଲେ । ରଶ୍ମି ସେଠାରେ ତାଙ୍କର ବାଲ୍ୟ କାଳ ବିତେଇବା ସହ କୋଲାବା ଆଞ୍ଚଲ ରେ ସ୍କୁଲ ଶିକ୍ଷ୍ୟା ପରେ ମୁମ୍ବାଇ ର ସୋଫିଆ କଲେଜ ରେ ଡିଗ୍ରୀ କଳା ପରେ ଅହମଦାବାଦ ର ଭାରତୀୟ ପରିଚାଳନା ପ୍ରତିଷ୍ଠାନ (Indian Institute of Management Ahmedabad) ରୁ ଏମବିଏ କରିଥିଲେ ।.
ସେ ପ୍ରଥମେ ଟାଇମସ ଓଫ ଇଣ୍ଡିଆ ରେ ବ୍ରାଣ୍ଡ ମେନେଜର ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ " the Independant" ସଂବାଦପତ୍ର ରେ ହୁବକ ଙ୍କ ପାଇଁ ପ୍ରୁଷ୍ଠା ନିର୍ମାଣ କରିଥିଲେ ଓ ତାଙ୍କ ସ୍ଵାମୀ ଯତୀନ ବଂଶଳ ଙ୍କ ସହ " JAM" ମେଗାଜିନ ପ୍ରକାଶ କରିଥିଲେ । l.[୪][୫]
ସେ ତାଙ୍କର "Stay Hungry Stay Foolish" ପୁସ୍ତକ ଟି ତାଙ୍କର IIM ପ୍ରଫେସର ଙ୍କ ଦ୍ଵାରା ଅନୁପ୍ରେରିତ ହେଇ ରଚନା କରିଥିଲେ ଓ ଏହା ପ୍ରକାଶ ହେବାର ୧୦ ମାସ ମଧ୍ୟ ରେ ୧ ଲକ୍ଷ କପି ବିକ୍ରୟ ହେଇଥିଲା । ପରେ ଏହା ରେକର୍ଡ ବିକ୍ରି ହେଇ ରଶ୍ମି ଙ୍କୁ ବହୁ ଜନପ୍ରିୟତା ତଥା ଉଦ୍ୟୋଗ- ଗବେଷଣା ଉପରେ ଏକ ବିଷାରଦ ଭାବରେ ପ୍ରତିଷ୍ଠିତ କରିଥିଲା । ତାଙ୍କର " Connekted Dot " ପୁସ୍ତକ ଅଣ- ଏମବିଏ ଉଦ୍ୟୋଗପତି ଙ୍କ କାର୍ଯ୍ୟ ବିଧି ଉପରେ ଗବେଷଣା ଭିତ୍ତିକ ସନ୍ଦର୍ଭ ଭାବରେ ଆଦୃତ ହେଇଥିଲା । ତାଙ୍କର ଅନ୍ୟ ଲେଖା " I Have a Dream (2011)" ସାମାଜିକ ଉଦ୍ୟୋଗପତି ଙ୍କ କାର୍ଯ୍ୟ ବିଧି ଉପରେ ପର୍ଜ୍ୟବେଶିତ ଥିଲା ଓ ଏଥିରେ ଇଂରାଜୀ ଓ ହିନ୍ଦୀ ର ସମ୍ମିଶ୍ରଣ ରେ ଲେଖା ଯାଇଥିଲା , ଯାହାକୁ "ହିଙ୍ଗଳୀସ" କୁହାଯାଇଥାଏ । .
ହିଂଳିଶ ଭାଷା ର ପ୍ରୟୋଗ ସମ୍ପର୍କ ରେ ନିଉ ୟର୍କ ଟାଇମସ ପତ୍ରିକା କୁ ତାଙ୍କର ଉତ୍ତର ଥିଲା ଯେ କେତେକ ପୁସ୍ତକ ସାଧାରଣ ଲୋକଙ୍କ ପାଇଁ ବୋଧଗମ୍ୟ ହେବା ଦରକାର ଓ ଏହା ଲୋକ ଙ୍କ ଉପକାର ରେ ହି ଆସିବ । ଏହା ପରେ ସେ ଔ ୪ ଟି ପୁସ୍ତକ ରଚନା ଅକରିଥିଲେ । ସେ ତାଙ୍କର ପୁସ୍ତକ ମାନଙ୍କ ରେ ସେ ଉଦ୍ୟୋଗପତି ମାନଙ୍କ ପାଇଁ ନୂତନ ଶୈଳୀ ବିଷୟ ରେ ମଧ୍ୟ ଉପଦେଶ ରଖିଥାନ୍ତି । .
ପ୍ରକାଶନ ସମୂହ
- Bansal, Rashmi. Stay Hungry Stay Foolish. Westland. 2008. ISBN 978-9381626719.
- Bansal, Rashmi. Connect the Dots. Westland. 2010. ISBN 978-93-81626-70-2.
- Bansal, Rashmi, I Have a Dream. Westland. 2011. ISBN 978-93-80658-38-4.
- Bansal, Rashmi. Poor Little Rich Slum. Westland. 2012. ISBN 978-93-81626-18-4.
- Bansal, Rashmi. Follow Every Rainbow. Westland. 2013. ISBN 978-93-82618-42-3.
- Bansal, Rashmi. Take me Home. Westland. 2014. ISBN 978-93-83260-80-5.
- Bansal, Rashmi. Arise Awake. Westland. 2015. ISBN 978-93-84030-87-2.
- Bansal, Rashmi. God's Own Kitchen.[୬] Westland. 2017.