Jump to content

ଊର୍ମିଳା ସିଂହ

ଉଇକିପିଡ଼ିଆ‌ରୁ
୦୪:୪୩, ୨୯ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Urmila Singh") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Urmila Singh
Governor of Himachal Pradesh
ପୂର୍ବ ଅଧିକାରୀPrabha Rau
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-08-06) ୬ ଅଗଷ୍ଟ ୧୯୪୬ (ବୟସ ୭୮)
Phingeshwar, Raipur, Chhattisgarh
ଜାତୀୟତାIndian
ରାଜନୀତିକ ଦଳIndian National Congress
ଜୀବନ ସାଥୀVirendra Bahadur Singh

ଊର୍ମିଳା ସିଂହ ,  ଜନ୍ମ ୧୬ ଅଗଷ୍ଟ ୧୯୪୬ ) ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ର ରାଜ୍ୟପାଳ ଭାବରେ ୨୫ ଜାନୁଆରୀ ୨୦୧୦ ରେ ନିଯୁକ୍ତ ହେଇଥିଲେ । []

Early life

ଊର୍ମିଳା ଙ୍କ ଜନ୍ମ ବର୍ତମାନ ର  ଛତିଶଗଦ ରାଜ୍ୟ ରେ ଥିବା ରାୟପୁର ଜିଲ୍ଲା ର ଫିଙ୍ଗେଶ୍ଵର ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାର ସମ୍ଭ୍ରାନ୍ତ ଭୂ-ମାଲିକ ଥିଲେ ଓ ତାଙ୍କ ମଧ୍ୟ ରେ ଅନେକ ସ୍ଵାଧୀନତା ସଂରଣୀ ଓ ସମାଜ ସଂସ୍କାରକ ଥିଲେ । ଊର୍ମିଳା  ଙ୍କ ପ୍ରା-ପିତାମହ ରାଜା ନଟବର ସିଂହ ହରିଦାୟପୁର ର ଜମିଦାର ଥିଲେ ଓ ଜଣେ  ନାମୀ ସ୍ଵାଧୀନତା ସଂଗ୍ରାମୀ  ଭାବରେ ଖ୍ୟାତ  ଥିଲେ । ବ୍ରିଟିଶ ସରକାର ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ ।  ତାଙ୍କ ପରିବାର ର ଆହୁରି କେତେକ ଙ୍କୁ ବ୍ରିଟିଶ ମାନେ ଦେଶାନ୍ତର କରି ଆଣ୍ଡାମାନ ନିକୋବର ଦ୍ଵିପ ରେ ବନ୍ଦୀ ଭାବରେ ରଖିଥିଲେ । 



ବ୍ୟକ୍ତିଗତ ଜୀବନୀ  ଊର୍ମିଳା ଅଳ୍ପ ବୟସ ସମୟ ରୁ ଛତିଶଗଡ ର ସେରେଇପାଳି ରାଜକୀୟ ରାଜ୍ୟ ର ରାଜା ବିରେନ୍ଦ୍ର ବାହାଦୁର ସିଂହ ଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ଝିଅ ଓ ଦୁଇଜଣ ପୁଅ ଅଛନ୍ତି । ବିରେନ୍ଦ୍ର ସିଂହ କଂଗ୍ରେସ ଦଳ ର ଜଣେ ମୁଖ୍ୟ ସଭ୍ୟ ଥିଲେ ଓ ମଧ୍ୟ ପ୍ରଦେଶ  ବିଧାନ ସଭା ର ସଦସ୍ୟ ରହିଥିଲେ । ତାଙ୍କ ମାଁ ରାଣୀ ଶ୍ୟାମା କୁମାରୀ ଦେବୀ ଭାରତୀୟ ପାର୍ଲିଆମେଣ୍ଟ ର ଜଣେ ସଦସ୍ୟା ଥିଲେ । 

ରାଜନୈତିକ ଜୀବନୀ 

ତାଙ୍କ ସ୍ଵାମୀ ଙ୍କ ଅକାଳ ନିଧନ ପରେ ଊର୍ମିଳା ସିଂହ ରାଜନୈତିକ ପରିସର କୁ ପ୍ରବେଶ କରିଥିଲେ ଓ ତାଙ୍କ ବିଧାନ ସଭା ମଣ୍ଡଳୀ ରୁ ନିର୍ବାଚନ ଲଦି ବିଜୟିନୀ ହେଇଥିଲେ । ଏହା ପରେ ସେ ନିଜ ବିଧାନସଭା ମଣ୍ଡଳୀ ରୁ ଅନେକ ଥର ନିର୍ବାଚିତ ହେଇଥିଲେ । ସେ ୧୯୮୫ ମସିହା ରୁ ୨୦୦୩ ମସିହା ଯାଏ ବିଧାନସଭା ସଦସ୍ୟା ଥିଲେ । ସେ ରାଜ୍ୟ ର ରାଜ୍ୟ ପାହ୍ୟା ମନ୍ତ୍ରୀ ଭାବରେ ୧୯୯୩ ରୁ ୯୫ ଯାଏ ଓ ପରେ ୧୯୯୮ ରୁ ୨୦୦୩ ମସିହା ଯାଏ କେବିନେଟ ପାହ୍ୟା ମନ୍ତ୍ରୀ ଭାବରେ ସମାଜ ମଙ୍ଗଲ ଓ ଉପଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ରହିଥିଲେ । ସେ ୧୯୯୬ ମସିହା ରୁ ୧୯୯୮ ମସିହା ଯାଏ ମଧ୍ୟ ପ୍ରଦେଶ କମଗ୍ରେସ କମିଟି ର ସଭାପତି  ଭାବରେ ମଧ୍ୟ ରହିଥିଲେ । [] 

୨୦୦୧ ମସିହା ରେ ନୂତନ ଛାତିଶଗଦ ରାଜ୍ୟ ଗଠନ ହେଲା ବେଳେ ଊର୍ମିଳା ଙ୍କ ବିଧାନସଭା ମଣ୍ଡଳୀ ଏହି ରାଜ୍ୟ ର ଅଂଶ ହେଇଥିଲା ଓ ଊର୍ମିଳା ଛାତିଶଗଦ ରାଜ୍ୟ ର ବିଧାନସଭା ରେ ରହିଥିଲେ । ୨୦୦୩ ନିର୍ବାଚନ ରେ କଂଗ୍ରେସ ଦଳ ନିର୍ବାଚନ ରେ ହାରି ଯାଇଥିଲା । ଏଠି ସହ ଊର୍ମିଳା ମଧ୍ୟ ହଋ ଯାଇଥିଲେ । ଏହା ପରେ ସେ ୨୦୦୮ ମସିହା ନିର୍ବାଚନ ରେ ମଧ୍ୟ ପରାଜିତ ହେଇଥିଲେ । କିନ୍ତୁ ତାଙ୍କ ଦଳ ପ୍ରତି ବିପୁଳ ଅବଦାନ ଯୋଗୁଁ କେନ୍ଦ୍ର ରେ ଥିବା କଂଗ୍ରେସ ସରକାର ତାଙ୍କୁ ହିମାଚଳ ପ୍ରଦେଶ ର ରାଜ୍ୟପାଳ ଭାବରେ ନିଯୁକ୍ତି ଦେଇଥିଲେ । ସେ ଜାନୁଆରୀ ୨୫, ୨୦୧୦ ରେ ଯୋଗଦାନ କରିଥିଲେ । 

ଆଧାର ସମୂହ 

  1. {{cite web}}: Empty citation (help)
  2. "Urmila Singh takes over as Himachal Governor". The Indian Express. 26 January 2010. Retrieved 12 May 2010.