ନୂପୁର ଅସ୍ଥାନା
Nupur Asthana | |
---|---|
ଜନ୍ମ | Uttar Pradesh, India |
ବୃତ୍ତି(ସମୂହ) | Director, writer |
ସକ୍ରିୟ ବର୍ଷ | 1998–present |
ପ୍ରସିଦ୍ଧି | Mujhse Fraaandship Karoge Hip Hip Hurray |
ନୁପୁର ଅସ୍ଥାନା, ଜଣେ ଭାରତୀୟ ମହିଳା ଫିଲ୍ମ ନିର୍ଦେଶିକା ଓ ଲେଖିକା । ସେ ହିନ୍ଦୀ ଫିଲ୍ମ ଓ ଟେଲିଭିଜନ ର ଚାନେଲ ରେ ଧାରାବାହିକ ମାନଙ୍କ ରେ ନିର୍ଦେଶନା ଦେଇଥାନ୍ତି । " ମୁଝାସେ ଫ୍ରେଣ୍ଡଶିପ କାରୋଗେ " ନାମକ ଫିଲ୍ମ ତାଙ୍କର ପ୍ରଥମ ଫିଲ୍ମ ଥିଲା ଓ ଏହା ୨୦୧୧ ମସିହା ରେ ନିର୍ମିତ ହେଇଥିଲା । ସେ ୧୯୯୮ ମସିହା ରେ ଟିଭି ରେ ଧାରାବାହିକ " ହିପ ହିପ ହୁର୍ରେ " ର ନିର୍ଦେଶନା ଦେଇଥିଲେ । [୧]
ପ୍ରାରମ୍ଭିକ ଜୀବନୀ
ଅସ୍ଥନା ଙ୍କ ବାଲ୍ୟ କାଳ କଲିକତା ସହର ରେ କଟିଥିଲା ଓ ପରେ ସେ ହାଇଦ୍ରାବାଦ ଆସିଥିଲେ । ସେ ଇଂରେଜୀ ଭାଷା ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ଲେଡି ଶ୍ରୀରାମ କଲେଜ ରୁ ଡିଗ୍ରୀ ପ୍ରାପ୍ତ କରିଥିଲେ । ପଢିବା ସମୟ ରୁ ସେ କଲେଜ ର ଡ୍ରାମା ଓ ଦିଲ୍ଲୀ ର ରଙ୍ଗମଞ୍ଚ ସହ ସମ୍ପୃକ୍ତ ଥିଲେ । ସେ ମୁମ୍ବାଇ ଆସି ସେଠାରେ ସୋଫିୟା କଲେଜ ରୁ ସାମାଜିକ ଯୋଗାଯୋଗ ବିଷୟ ରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । [ଆଧାର ଲୋଡ଼ା]
କାର୍ଯ୍ୟ ଜୀବନୀ
ସେ କେତନ ମେହେଟା ଙ୍କ ଫିଲ୍ମ କମ୍ପାନୀ ରେ ସହକାରୀ ଭାବରେ ତାଙ୍କ ଫିଲ୍ମ ରେ କାମ କଳା ପରେ " ଆର ୟା ପାର " ଫିଲ୍ମ ରେ ମୁଖ୍ୟ ସହକାରୀ ନିର୍ଦେଶକ ରହିଥିଲେ । ସେ ସେହି ଫିଲ୍ମ ରେ କମଳ ସିଧୁ ଙ୍କ ପାଇଁ ସ୍ଵର ମଧ୍ୟ ରେକଡିଙ୍ଗ କରିଥିଲେ । .[୨]
ଟିଭି ଧାରାବାହିକ " ହିପ ହିପ ହୁର୍ରେ " ର କାହାଣୀ ଓ ନିର୍ଦେଶନା ସେ ଦେଇଥିଲେ । ଏହା ପରେ ସେ ସୋନି ଟିଭି ରେ " ହୁବହୁ " ନାମକ ଧାରାବାହିକ ନିର୍ଦେଶନା ଦେଇଥିଲେ । " ମୁଝାସେ ଫ୍ରେଣ୍ଡଶିପ କାରୋଗେ " ଫିଲ୍ମ ରେ ସେ ପ୍ରଥମ କରି ନିର୍ଦେଶକ ଭାବରେ ଅବତୀର୍ଣ ହେଇଥିଲେ ।
ଏହା ପରେ ସେ ୨୦୧୪ ମସିହା ରେ ଯଶରାଜ ଫିଲ୍ମ ପାଇଁ " ବେବକୁଫିୟାନ " ନାମକ ଫିଲ୍ମ ନିର୍ଦେଶନା ଦେଇଥିଲେ ଓ ଏହା ସାଧାରଣ ଭାବରେ ବ୍ୟବସାୟୀକ ସଫଳତା ପାଇଥିଲା । .[୮][୯]
ଟିଭି ଶୋ ସମୂହ
- Hip Hip Hurray (1998-2000)
- Hubahu
- Mahi Way
ଫିଲ୍ମୋଗ୍ରାଫି
- Mujhse Fraaandship Karoge (2011)
- Bewakoofiyaan (2014)
ଆଧାର ସମୂହ
- ↑ http://www.glamsham.com/movies/reviews/15-mujhse-fraaandship-karoge-movie-review-1011104.asp
- ↑ http://www.timeoutmumbai.net/film/features/interview-nupur-asthana
- ↑ http://ibnlive.in.com/news/masand-mujhse-fraaandship-karoge-is-enjoyable/193132-47-84.html
- ↑ http://www.mid-day.com/entertainment/2011/oct/151011-Bollywood-Mujhse-Fraaandship-Karoge-movie-review.htm
- ↑ http://timesofindia.indiatimes.com/entertainment/movie-reviews/hindi/Mujhse-Fraaandship-Karoge/movie-review/10339642.cms
- ↑ http://www.bollywoodhungama.com/movies/reviews/type/view/id/1142/
- ↑ http://www.thehindu.com/arts/cinema/article2562512.ece
- ↑ http://movies.ndtv.com/movie-reviews/bewakoofiyaan-movie-review-936
- ↑ http://www.mumbaimirror.com/entertainment/bollywood/Fim-review-Bewakoofiyaan/articleshow/32010622.cms