ରାଜେନ୍ଦ୍ର କୁମାରୀ ବାଜପାୟୀ
Rajendra Kumari Bajpai | |
---|---|
Lieutenant Governor of Pondicherry | |
କାର୍ଯ୍ୟକାଳ 2 May 1995 – 22 April 1998 | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Laluchak, Bhagalpur district, Bihar. | ୮ ଫେବୃଆରୀ ୧୯୨୫
ମୃତ୍ୟୁ | ୧୭ ଜୁନ ୧୯୯୯ Allahabad, Uttar Pradesh | (ବୟସ ୭୪)
ରାଜନୀତିକ ଦଳ | Indian National Congress |
ରାଜେନ୍ଦ୍ର କୁମାରୀ ବାଜପାୟୀ (୮ ଫେବ୍ରୁଆରି ୧୯୯୫ ରୁ ୨୨ ଏପ୍ରିଲ, ୧୯୯୯ ) ଭାରତୀୟ କଙ୍ଗ୍ରେସ୍ସ ଦଳ ର ଜଣେ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟପାଳ ଥିଲେ । ସେ କେନ୍ଦ୍ର ଶାସିତ ଆଞ୍ଚଳ ପଣ୍ଡିଚେରି ର ଲେଫ୍ଟନାଣ୍ଟ ଗଭର୍ନର ଥିଲେ ।
ବ୍ୟକ୍ତିଗତ ଜୀବନୀ
ତାଙ୍କର ଜନ୍ମ ବିହାର ରାଜ୍ୟ ର ଭାଗଲପୁର ଜିଲ୍ଲା ରେ ହେଇଥିଲା । ତାଙ୍କ ପିତା ପଣ୍ଡିତ ଏସ . କେ . ମିଶ୍ର ତଥା ପିତାମହ ରବୁଶଙ୍କର ଶୁକ୍ଲା ଥିଲେ । ଶ୍ୟାମା ଚରଣ ଶୁକ୍ଲା [୧]ତାଙ୍କର ମାମୁ ଥିଲେ । ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟ ରୁ ସ୍ନାତକୋତ୍ତର ତଥା Ph. D. ଡିଗ୍ରୀ ପାଇଥିଲେ ।.[୨]
ସେ ୧୯୪୭ ମସିହା ରେ ଡି . ଏନ ବାଜପାୟୀ ଙ୍କୁ ବିବାହ କରିଥିଲେ । ସେ ଦୁଇଜଣ ୧୯୪୨ ମସିହା ରେ ହେଇଥିବା ଭାରତ ଛାଡ ଆନ୍ଦୋଳନ ରେ ଭାଗ ନେଇଥିଲେ । ତାଙ୍କର ଜଣେ ପୁତ୍ର ଓ ଜଣେ କନ୍ୟା ଅଛନ୍ତି । .
କାର୍ଯ୍ୟ କାଳ
ସେ ୧୯୬୨ ମସିହା ରୁ ୧୯୭୭ ମସିହା ଯାଏ ଉତ୍ତର ପ୍ରଦେଶ ବିଧାନ ସଭା ର ସଦସ୍ୟ ରହିଥିଲେ ।ଏହା ସହ ସେ ଉତ୍ତର ପ୍ରଦେଶ କଂଗ୍ରେସ କମିଟି ର ମୁଖ୍ୟ ମଧ୍ୟ ରହିଥିଲେ । ସେ ଇନ୍ଦିରା ଗାନ୍ଧୀ ଙ୍କ ସହ ଘନିଷ୍ଠ ଥିଲେ । .[୩] ୧୯୭୦ ମସିହା ରୁ ୧୯୭୭ ମସିହା ଯାଏ ସେ ଉତ୍ତର ପ୍ରଦେଶ ର ବିଭିନ୍ନ ବିଭାଗ ରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । . ଏହା ପରେ ସେ କ୍ରମାଗତ 3 ଥର ଲୋକ ସଭା କୁ ନିର୍ବାଚିତ ହେଇ ସମାଜ ମଙ୍ଗଳ ବିଭାଗ ଓ ଅନ୍ୟ ବିଭାଗ ର ମିନିଷ୍ଟର ଅଫ ସ୍ଟେଟ ହେଇଥିଲେ । . .[୪] ତାଙ୍କୁ ୧୯୯୫ ମସିହା ରେ କେନ୍ଦ୍ର ଶାସିତ ଆଞ୍ଚଳ ପଣ୍ଡିଚେରି ର ଲେଫ୍ଟନାଣ୍ଟ ଗଭର୍ନର ନିଯୁକ୍ତ କରାଯାଇଥିଲା । .[୫]
୧୭ ଜୁଲାଇ ୧୯୯୯ ରେ ତାଙ୍କର ନିଧନ ହେଇଥିଲା । ତାଙ୍କ ପୁତ୍ର ଅଶୋକ ସେହି ସମୟ ରେ ଉତ୍ତର ପ୍ରଦେଶ କଂଗ୍ରେସ ଦଳ ର ମୁଖ୍ୟ ଥିଲେ । [୬]